STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଫଲ୍ସା ଫୁଲ

ଫଲ୍ସା ଫୁଲ

2 mins
170


ଅନେକ ଦିନରୁ ଭୂବନେଶ୍ବର ପୁସ୍ତକମେଳା ଦେଖିବାର ଅଭିଳାସ ଥିଲା ମମତାର। ହେଲେ କେବେ ଜୁଟୁ ନଥି୍ଲା ସୁଯୋଗ ଯିବାପାଇଁ।ଏବେ ତାର ପୁଅ ଭୂବନେଶ୍ବରରେ ରହୁଛି ପରିବାର ଧରି ତାର ଏଠି ବଦଳି ହେଇଛି ଏବେ।ସେ ରବିବାର ଛୁଟିଦିନ ଦେଖି ପୁଅସହ ପୁସ୍ତକ ମେଳା ବାହାରିଲା। ପୁଅ ରହୁଥିବା ଜାଗାରୁ ଦୀର୍ଘ ଦୂର ଥିଲା ମେଳାର ଦୂରତା।ରାସ୍ତାରେ ବସି ବସି ମମତା ତା ଭାବନା ରାଜ୍ୟରେ ଉଡିବୁଲୁଥିଲା। ସେ ଭାବୁଥିଲା ମେଳାରେ ଅନେକ ନୂଆଁ ପୁରୁଣା ଲେଖକଙ୍କୁ ଭେଟିବାର ସୁଯୋଗ ପାଇବ ନିଶ୍ଚୟ |

ଯେଉଁମାନଙ୍କୁ ଏତେଦିନ ବହିର ମଲାଟରେ ଦେଖିଛି ଟିଭି ବା ଖବର କାଗଜରେ ଦେଖିଛି ଏବେ ଜୀବନ୍ତ ସମ୍ମୁଖରେ ଦେଖିବ।କେତେ ଖୁସି ଲାଗିବ ତାକୁ ସେତେବେଳେ।ଏମିତି କଥା ଭାବୁ ଭାବୁ ସେ ଉଲ୍ଲସିତ ହୋଇ ଉଠୁଥିଲା।ପ୍ରତିଭା ରାୟ, ବିଭୁତି ଭୂଷଣ ପଟ୍ଟନାୟକ, ବିଷ୍ଣୁସାହୁ ସଦାନନ୍ଦ ତ୍ରିପାଠି ଏମିତି କେତେ କେତେ ଲେଖକଙ୍କ କେତେ ବହି ସେ ପଢିଛି। ସେମାନେ ତା ହୃଦୟ ଭିତରେ ପ୍ରଭାବ ପକେଇଛନ୍ତି କିଛି ଲେଖିବାକୁ।ଅନେକ ଗଳ୍ପ କବିତା ବହି କିଣି ଆଣିବ ବୋଲି ସେ ଭାବିଛି।ସେମାନେ ଶେଷରେ ପହଞ୍ଚିଲେ ମେଳାରେ।ଏକ ବଡ ପଡିଆରେ ଷ୍ଟଲ୍ ସବୁ ଲାଗିଥାଏ।ପଶ୍ଚିମା କାବ୍ୟାଲୋକ ଚିତ୍ରା ଅନନ୍ୟା ଏପରି କେତେ ପ୍ରକାର ନାଁରେ ନାମିତ ଷ୍ଟଲ ଗୁଡାକ।

ସେ ଗୋଟିଗୋଟି କରି ଷ୍ଟଲ ଗୁଡିକରେ ପଶିବାକୁ ଲାଗିଲା।ତାର ଚିହ୍ନା ଲେଖକ କାହାକୁ ଭେଟିଲାନି ସେଠି।ଦୋକାନର ହଜାର ହଜାର ବହି ଭିତରୁ ସେ ଭଲ ବହି ବାଛିବ କିପରି।ଦୋକାନରେ ଖଚାଖଚ୍ ଭିଡ।ବେଶି ସମୟ ଠିଆ ହେବାର ସୁଯୋଗ ନାହିଁ।ନହେଲେ ସେ ଅଭିମତ ଓ ଶେଷପରିଣତିରୁ କିଛି ପଢି ବହିକିଣେ। ହେଲେ ଏଠି ସେ ସୁଯୋଗ ନ ଥିଲା ।ସେ ବହିଗୁଡାକ ଦେଖିଲାବେଳେ ଆକର୍ଷକ ପ୍ରଛଦ ଓ ଆକର୍ଷକ ଲେଖକ ଲେଖିକା ମତେ ନିଅ ବୋଲି ପ୍ରଲୋଭିତ କରୁଥିଲେ |


ସେ ସେମାନଙ୍କ ଭିତରୁ କେତେଟାବହି କିଣିଲା ଦୁଇଟାବହିର ଲେଖକ ଲେଖିକା ଆକର୍ଷକ ନ ଥିଲେ ବି କିଣି ଆଣିଲା।ପୁଅର ଆହୁରି କିଛି ଜିନିଷ କିଣା କିଣି କରିବାର ଥିଲା ତେଣୁ ଶୀଘ୍ର କିଣାକିଣି କରି ଚାଲି ଆସିଲା।ଏବେ ପୁଅ ପାଖେ ସାତଦିନ ରହିବାର ଅଛି। ଘରେ କଛି କାମନାହିଁ।

ସେ ଆରାମରେ ବହିସବୁ ପଢିବ।ସେ ସୁନ୍ଦରୀ ଲେଖିକା ଦେଖି କବିତା ସଂକଳନଟିଏ ପଢିବାକୁ ଧରିଲା ହେଲେ, ଆଃ ତାକୁ ନିରାଶ ହେବାକୁ ପଡିଲା ।ତାର ପଇସା ପାଣିରେ ପଡିଗଲା ପରି ଲାଗିଲ। ବହିରୁ ସେ ଶିକ୍ଷିବା ପରି କଛି ଜିନିଷ ନଥିଲା। ନା ଠିକ୍ସେ ଶବ୍ଦ ସଂଯୋଜନା ହେଇଛି ନା ଉତ୍ତମ ଥିମ୍ ବା ମର୍ମ ଅଛି।ଯାହା ମନକୁ ଲୁଭାଇ ପାରିବ।ଆଜେବାଜେ ଶବ୍ଦରେ ଅଶ୍ଲିଳତାର ରଂଗରେ ରଂଗିଯାଇଛି ବହିର ଫର୍ଦସବୁ।ଯଦିଓ ଆଧୁନିକ କବିତା ଥିଲା ସେଗୁଡା ତଥାପି ତାର ବିତ ଗୋଟାଏ କିଛି ସ୍ବତନ୍ତ୍ରତା ଥିବା ଦରକାର। ସମାଜ ଉପଯୋଗୀ ତଥ୍ୟ ରହିବା ଦରକାର।ସୁନ୍ଦର ଶବ୍ଦରେ ସଜ୍ଜିତ ସଂଯୋଜିତ ହୋଇଥିଲେ କେମିତି ମନକୁ ମୋହିନିଏ।ହେଲେ କିଛି ନ ଥିଲା ସେଠି।ଅନ୍ୟ ବହି ଗୁଡାବି ସେ ଧରଣର। ଶେଷରେ ଯୋଉ ଦୁଇ ଲେଖକ ଲେଖିକା ଆକର୍ଷକ ନଥିଲେ ଓ ସେ ବହି ଦୁଇଟା ନେଇ ଆସିଥିଲା।ସେ ବହି ପଢି ତାର ପଇସା ଅସୁଲ ହେଇଗଲା।ସେମାନଙ୍କ ଲେଖା ଗୁଡାକ ଉଚ୍ଚ କୋଟିର ଥିଲା।ମହତ୍ବପୂର୍ଣ ଥିମ୍ ଥିଲା ଓ ଶବ୍ଦ ଚୟନ ଗୁନ୍ଥନ ଚମତ୍କାର ନିର୍ଭୁଲ ଓ ମର୍ମସ୍ପର୍ଶୀ ଥିଲା।ସମାଜର ସମସ୍ୟା ସବୁକୁ ଅନୁଧ୍ୟାନ କରି ଅନୁଭବ କରି ପରିପକ୍ବତାର ପୂର୍ଣ ନିଦର୍ଶନ ଦେଇଥିଲେ ଲେଖିକା ଲେଖାଗୁଡିକରେ।

ତାଙ୍କ ଲେଖାରୁ କିଛି ଶିକ୍ଷିବାକୁ ମିଳିଲା।ବାକି ବହିସବୁ କିଣି ଯୋଉ କ୍ଷତି ସହିବାକୁ ପଡିଥିଲା ଏ ଦୁଇଲେଖକଙ୍କ ବହି ତାହା ପୂରଣ କରିଦେଲେ।ଆଜି ଗୋଟିଏ କଥା ତାର ମନେ ପଡୁଥିଲା ଲାଲ୍ ଗୁଲ୍ ଗୁଲ୍ ଫଲ୍ସା ଫୁଲ ଉପର ସୁନ୍ଦର ନିନ ମୂଲ୍।ଏବେ ମନସ୍ଥ କଲା ଆଗକୁ ସେ ଯୋଉ ବହି କିଣିବ ମଲାଟର ଓ ଲେଖକ ଲେଖିକାଙ୍କ ସୁନ୍ଦରତା

ଉପରେ ଫସିବ ନାହିଁ।ବହିର ଗୋଟିଏ ଦୁଇଟା ଗପ କବିତା ପଢିବ ତାପରେ ଯାଇ କିଣିବ।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya story from Inspirational