STORYMIRROR

KAMALKUMAR DASH

Drama Tragedy

2  

KAMALKUMAR DASH

Drama Tragedy

ଫିଜ଼ା ମାଡାମ

ଫିଜ଼ା ମାଡାମ

3 mins
19



ଭୁବନେଶ୍ୱରର ଏକ ସରକାରୀ ରିସର୍ଚ୍ଚ ଲାବରେ ଏକ ନୂଆ ବୈଜ୍ଞାନିକ ଟିମ ଆସି ଜଏନ କଲେ | ତାଙ୍କୁ ଭାରତର ପୂର୍ବାଞ୍ଚଳ ଦେଖାଯାଉଥିବା ଏକ ରୋଗ ବିଷୟରେ ଗବେଷଣା ଓ ତାର ଟ୍ରିଟମେଣ୍ଟ ପାଇଁ ମେଡ଼ିସିନ ସଜେଷ୍ଟ କରିବାର ଦାଇତ୍ୱ ଦିଆଯାଇଥିଲା | ସେ ଟିମ୍ ରେ ଥିଲେ ଡାକ୍ତର ବିନୟ ,ଡାକ୍ତର ବିଜୟ ଓ ଡାକ୍ତର ଫିଜ଼ା | ଫିଜ଼ାଙ୍କ ଘର ଓଡିଶା ରେ ଥିଲା ଓ ବାକି ଦିଜଣ ଓଡିଶା ବାହାରୁ ଥିଲେ | ଫିଜା ମାଡାମ ଅଳ୍ପ ଦିନ ହେବ  ବାହା ହୋଇଥିଲେ | ସେ ବହୁତ ଖୁସି ମିଜାଜର ଥିଲେ | ଅଫିସ ପାର୍ଟି ଓ ପିକନିକ ରେ ଗୀତ ବି ବୋଲୁ ଥଲେ | ସବୁ ପ୍ରୋଗ୍ରାମରେ ତାଙ୍କୁ ଖୋଜାପଡୁଥିଲା | କିନ୍ତୁ ବାହାଘରର ବର୍ଷେ ନପୂରୁଣୁ ତାଙ୍କ ସ୍ୱାମୀଙ୍କର ଆକ୍ସିଡେଣ୍ଟ ହୋଇଗଲା ଓ ସେ ଚାଲିଗଲେ ତାଙ୍କୁ ଛାଡି ଚିରଦିନପାଇଁ | ସେ 2/3 ମାସ ଛୁଟି ନେଇ ଘରେ ବସିଲେ | ଅଫିସ ଆସିଲା ପରେ ଲାଗୁଥିଲା ଯେମିତି ତାଙ୍କ ଜୀବନର ସବୁ ଖୁସି ସରି ଯାଇଛି | କିଛିଦିନ ପରେ ଟ୍ରାନ୍ସଫର ମାଗି ସେ ଅସlମ ଚାଲିଗଲେ | ସେଇ ପ୍ରୋଜେକଟ ଆସାମ ରେ ବି ଚାଲିଥିଲା ତେଣୁ ତାଙ୍କୁ ସହଜରେ ଟ୍ରାନ୍ସଫର ମିଳିଗଲା | 2 ବର୍ଷ ପରେ ସେ ଜଣେ ସିନିଅର ଡାକ୍ତର ରାୟ ଙ୍କୁ ବାହା ହେଲେ | ଓ ତାଙ୍କର ଗୋଟେ ପୁଅ ହେଲା | କିଛିଦିନ ଖୁସିରେ ଚାଲିଲା | ସେମାନଙ୍କ ଦ୍ୱାରା ସଜେଷ୍ଟ କରାଯାଇଥିବା ମେଡ଼ିସିନ ବ୍ୟବହାର କରି ବହୁତ ଲୋକ ଠିକ ହେଲେ | ତାଙ୍କ ଦିଜଣ ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିଲା | 

      ସମୟ ସବୁବେଳେ ସମାନ ଯାଏନି | ବିବାହ ର 8ବର୍ଷ ପରେ ଏକ ରୋଡ଼ ଆକ୍ସିଡେଣ୍ଟ ରେ ଡାକ୍ତର ରାୟ ଓ ସେ ଗୁରୁତର ଆହତ ହୋଇଗଲେ | ରାୟ ବାବୁଙ୍କର ବ୍ରେନ ଈଂଜୁରି ଯୋଗୁ 3ଦିନ ପରେ ସେ ଚାଲିଗଲେ ଫିଜ଼l ମାଡାମ ଙ୍କୁ ଛାଡି | ଗୋଟେ ମାସ ବେଡ଼ରେ ପଡିବl ପରେ ଫିଜ଼ା ମାଡାମ ଉଠିଲେ ତାଙ୍କ ଆଖିରୁ ଲୁହ ଶୁଖୁ ନଥିଲା |

      ବାପା ମା ଘରକୁ ଫେରିବାକୁ ଜିଦ ଧରିଲେ | ପ୍ରାୟ 10 ବର୍ଷ ପରେ ଟ୍ରାନ୍ସ ଫର 

;ମାଗି ଭୁବନେଶ୍ୱର ପହଁଚିଲେ ଫିଜ଼ା ମାଡାମ | ରିସର୍ଚ୍ଚ ଲ୍ୟାବରେ ଷ୍ଟାଫ ସବୁ ବଦଳି ଯାଇଥିଲେ ହେଲେ ତାଙ୍କ ସିନିଅର ଡାକ୍ତର ମହାନ୍ତି ଓ ଲ୍ୟାବର ସପୋର୍ଟ ଷ୍ଟାଫ ବଦଳି ନଥିଲେ | ସମସ୍ତେ କିନ୍ତୁ ଅନୁଭବ କଲେ ଯେ ଫିଜ଼l ମାଡାମ ଆଉ ଆଜି ଭଳି ଲାଗୁ ନଥିଲେ | ସେ ଚୁପ ଚାପ ଲ୍ୟାବ କୁ ଆସୁଥିଲେ ଓ ଚୁପ ଚାପ ବାହାରି ଯାଉଥିଲେ | ଅଫିସ ପାର୍ଟି ବା କାହାର ବlର୍ଥ ଡେ କୁ ଡାକିଲେ ସିଧା ମନ| କରିଦେଉଥିଲେ | 

 ସମସ୍ତ ଙ୍କୁ ତାଙ୍କର ଏ ଦୁଃଖ ଦେଖି ବହୁତ ଖରାପ ଲାଗୁଥିଲା | ତାଙ୍କ ମୁଡ଼ ଠିକ କରିବାକୁ ଡାକ୍ତର ମହାନ୍ତି ଙ୍କୁ ଅନୁରୋଧ କଲେ |  ଡାକ୍ତର ମହାନ୍ତି ଆଫିସ ରେ ଗୋଟେ କନ୍ଫରେନ୍ସ ଆରେଞ୍ଜ ନ କଲେ ଓ ଫିଜ଼l ମାଡାମ ଙ୍କୁ ଡାକି ସବୁ ଚାର୍ଜ ସମ୍ଭାଳିବାକୁ କହିଲେ | ପ୍ରଥମେ ସେ ରାଜି ହେଲେନି ତା ପରେ ଡାକ୍ତର ମହାନ୍ତି ତାଙ୍କୁ ବୁଝାଇଲେ ଦେଖ ଫିଜ଼ା ମୁଁ ଏ ଗୁରୁ ଦାଇତ୍ୱ ଆଉ କାହାକୁ ଦେଇ ପାରିବିନି | ତୁମେ ଲୋକାଲ ହୋଇଥିବାରୁ ତୁମକୁ ସବୁ ମ୍ୟାନେଜ କରିବା ସୁଵିଧା ହେବ | ଫିଜ଼l ମାଡାମ ତା ପରଦିନ ଠାରୁ ପୁରା ବିଜି ହୋଇଗଲେ କନ୍ଫରେନ୍ସ କାମରେ | ଡେଲିଗେଟ ମାନଙ୍କ ପାଇଁ ହୋଟେଲ ବୁକିଂ ଠାରୁ ,ଖାଇବା ମେନୁ ଓ ସାଇଟ ଦେଖିବା ର ପ୍ରୋଗ୍ରାମ ସବୁ ନିଜେ ବନେଇଲେ ଓ ମଝିରେ ମଝିରେ ମହାନ୍ତି ସାରଙ୍କ ସାଥିରେ କଥା ହେଉଥିଲେ | 

 ସେ ପ୍ରୋଗ୍ରାମରେ ଏତେ ବିଜି ହୋଇଗଲେଯେ ନିଜର ଦୁଃଖ ଭୁଲି ଗଲେ | କନ୍ଫରେନ୍ସ ଶେଷ ଦିନ ଡାକ୍ତର ମହାନ୍ତି ଫିଜ଼ା ମାଡାମଙ୍କର ବହୁତ ପ୍ରଶଂସା କଲେ ଓ ଜଗନ୍ନାଥ ଙ୍କର ଏକ ଭଜନ ବୋଲିବାକୁ ଅନୁରୋଧ କଲେ | ଫିଜ଼ା ମାଡାମ ଷ୍ଟେଜ କୁ ଆସିଲେ ଓ ସମସ୍ତଙ୍କୁ ଜଗନ୍ନାଥ ଙ୍କର ଏକ ସୁନ୍ଦର ଭଜନ ଶୁଣାଇଲେ | ତାଳି ରେ ପୁରା ହଲ ଭରିଗଲା କେତେ ଜଣ ଆଉ ଗୋଟେ ଭଜନ ଶୁଣିବାକୁ କହିଲେ ମାତ୍ର ସେ ମୁଣ୍ଡ ନୁଆଁଇ ସମସ୍ତଙ୍କୁ ଧନ୍ୟବାଦ ଦେଇ ଷ୍ଟେଜ୍ରୁ ଓହ୍ଲାଇଗଲେ | ଏ ସବୁ ଦେଖି ସବୁ ଷ୍ଟାଫ ବହୁତ ଖୁସି ଥିଲେ ଓ ସବୁଠୁ ବେଶୀ ଖୁସିଥିଲେ ଡାକ୍ତର ମହାନ୍ତି , ତାଙ୍କ ଆଖିରୁ ଝରି ପଡିଲା ଦୁଇ ବିନ୍ଦୁ ଲୁହ | 


Rate this content
Log in

Similar oriya story from Drama