STORYMIRROR

Pravanjan Dash

Abstract Classics Others

3  

Pravanjan Dash

Abstract Classics Others

ଫେସବୁକ୍

ଫେସବୁକ୍

2 mins
309

ଜୀବନରେ ମୁଁ ପ୍ରଥମ ଥର ଯେତେବେଳେ କଲେଜ୍P କ୍ୟାମ୍ପସରେ ପାଦ ରଖିଲି ନିଜକୁ ବହୁତ ଅସ୍ୱାଭାବିକ ମନେ କରୁଥିଲି । ନୂଆ ଜାଗା ନୂଆ ସାଙ୍ଗ ନୂଆ ପାଠ ଏସବୁକୁ ସହଜରେ ଗ୍ରହଣ କରିନେବା ମୋ ପକ୍ଷରେ ଶୀଘ୍ର ସମ୍ଭବ ନଥିଲା । କିନ୍ତୁ ସେସବୁ ଭୟ ସେତେବେଳେ ଦୂର ହୋଇଗଲା ଯେତେବେଳେ ମୁଁ କ୍ୟାମ୍ପସ୍ କଡ଼ରେ ଥିବା ଦେବଦାରୁ ଗଛ ମୂଳେ ଦେଖିଲି ସେହି କଲେଜ୍ କୁଇନ୍ ସୁନ୍ଦରୀ ପ୍ରିୟାକୁ । ପୁରା ନାଁ ପ୍ରିୟାଂଶୀ ମିଶ୍ର ଗୌର ବର୍ଣ୍ଣା, ମଧ୍ୟମ ଉଚ୍ଚତା, ବାସ୍ ଏମିତି ବହୁତ କିଛି ମୁଖ୍ୟତଃ ଏକ ବାକ୍ୟରେ କହିବାକୁ ଗଲେ ଓଡ଼ିଆ ସାହିତ୍ୟର ଭାଷାକୋଷ ବୋଧହୁଏ କମ୍ ପଡିବ ତା’ ରୂପର ସୌନ୍ଦର୍ଯ୍ୟକୁ ବାଖ୍ୟା କରିବାପାଇଁ । ତା’ର ସେହି ସୁନ୍ଦରତା ମତେ ବାଧ୍ୟ କରୁଥିଲା ସବୁଦିନ କଲେଜ ଯିବାପାଇଁ । ଖାଲି ମୁଁ ନୁହେଁ କଲେଜର ଅଧା ପୁଅ ତା’ ପାଇଁ ଏକ ପ୍ରକାର ପାଗଳ ହେଲେ ସେ ସବୁବେଳେ ନୀରବ ଓ ନିଃସଙ୍ଗ ପ୍ରାୟ । ସେ ନୀରବତା ଓ ନିଃସଙ୍ଗତା କେବଳ ତା ମନର ଗର୍ବ ଓ ଅହଂଭାବ ପାଇଁ ତା’ର କାରଣ ସେ ସୁନ୍ଦରୀ ଆଉ ରୂପବତୀ ଫେସବୁକରେ ଆଞ୍ଜଲ ପ୍ରିୟା ଓ ସ୍ମାଇଲି ପ୍ରିୟା ନାଁରେ ଦି ଦିଟା ଆକାଉଣ୍ଟ୍ ତା’ର ଏବଂ ପ୍ରତି ଆକାଉଣ୍ଟରେ ଫ୍ରେଣ୍ଡସ୍ ପାଞ୍ଚ ହଜାରରେ ଉପରେ ତା’ର ଗୋଟେ ଗୋଟେ ଫଟୋରେ ଲାଇକ୍, ସେୟାର୍ ଓ କମେଣ୍ଟ୍ ଆକାଶ ଛୁଆଁ ହେଲେ ସେ କେବେ କୌଣସି କମେଣ୍ଟର ରିପ୍ଲେ ଦିଏ ନାହିଁ କେବଳ ସୁନ୍ଦରତାକୁ ନେଇ ତା ମନରେ ଥିବା ଗର୍ବ ଓ ଅହଂଭାବ ପାଇଁ । ହେଲେ ଏ କଲେଜ୍ ବଏ ଚାତକ ପରି ଚାହିଁ ରହିଥାନ୍ତି ତା’ ରିପ୍ଲେ ଟିକକ ପାଇବା ପାଇଁ । ସବୁଦିନ କଲେଜ୍ କମନ୍ ରୁମରେ ମୋବାଇଲରେ ଘଣ୍ଟା ଘଣ୍ଟା ଧରି ଲାଗି ରହୁଥିବା ପ୍ରିୟା ସେଦିନ ମନମାରି ଟିକେ ଦୁଃଖରେ ବସିଥିଲା । ଏମିତିରେ ବି ସେ କେବେ କୌଣସି ଝିଅ ସହ କଥା ହୁଏନାହିଁ ବିକଜ୍ ଫେସବୁକ୍ ଇଜ୍ ହର୍ ବେଷ୍ଟଫ୍ରେଣ୍ଡ୍। ନିକିତା ତା’ର କଲେଜମେଟ୍ କିନ୍ତୁ ଫ୍ରେଣ୍ଡ୍ ନୁହେଁ । ଗରିବ ଘରର ଝିଅ ନିକିତା ଟିକେ ମେଳାପୀ ସ୍ୱଭାବର ପ୍ରାୟ ସମସ୍ତଙ୍କର ମନ କଥା ବୁଝିପାରେ ସିଏ । ସେଦିନ ନିକିତା ନିଜ ଆଡୁ ପ୍ରିୟାକୁ ହାଏ କହି ମନ ଦୁଃଖର କାରଣ ପଚାରିଲା । ନିକିତାର ପ୍ରେମବୋଳା କଥା ଶୁଣି ପ୍ରିୟା ନିଜକୁ ଟିକେ ସ୍ୱାଭାବିକ ମନେ କରି ଦୁଃଖରେ କହିଲା, “ମୋ ମୋବାଇଲରେ ଚାର୍ଜ ନାହିଁ ମୁଁ ଫଟୋ ପୋଷ୍ଟ୍ କରିପାରୁନି”। ସ୍ମିତହାସ୍ୟଭରା ବନ୍ଧୁତ୍ୱପୂର୍ଣ୍ଣ ଭାବରେ ନିକିତା ପ୍ରିୟା ସହିତ କଥା ହେବାକୁ ଲାଗିଲା । ମାତ୍ର କିଛି ସମୟର କଥାବାର୍ତ୍ତା ପରେ ପ୍ରିୟା ସବୁ ଦୁଃଖ ଭୁଲି ନିକିତା ସହ ହସ ଖୁସିରେ ପୁରା ମଜି ରହିଲା । ତେବେ ଗୋଟେ କଥାକୁ ନେଇ ପ୍ରିୟା ବେଶ୍ ଅନୁତାପ କରୁଥିଲା ତାହା ଥିଲା, ଆଗରୁ ସେ ନିଜ ସାଙ୍ଗସାଥୀ ମାନଙ୍କ ପ୍ରତି କରିଥିବା ଅଣଦେଖା । ପ୍ରକୃତ ସାଙ୍ଗ ମଣିଷର ମନକୁ ବୁଝି ଯେଉଁ ମାନସିକ ଶାନ୍ତି ଦିଏ ତାହା କେବେ ବି ଫେସବୁକ୍ ଫ୍ରେଣ୍ଡ୍ ଦେଇ ପାରେ ନାହିଁ । ଏ କଥା ବିଳମ୍ବରେ ହେଲେ ବି ପ୍ରିୟା ବେଶ୍ ଭଲ ଭାବରେ ବୁଝି ସାରିଥିଲା । ସେ ଦିନ ଉଭୟ ପ୍ରିୟା ଓ ନିକିତା ନିଜ ବନ୍ଧୁତ୍ୱର ଭିତ୍ତି ସ୍ଥାପନ କରି ବେଶ୍ ଖୁସିରେ ଥିଲେ ଏବଂ ରାତିରେ ପ୍ରିୟାର ଫେସବୁକରେ ପୋଷ୍ଟ୍ ହୋଇଥିଲା ନିକିତା ସହିତ ପ୍ରିୟାର ଏକ କମ୍ବାଇନ ଫଟୋ ଏବଂ ଲେଖା ଥିଲା କେବଳ ଗୋଟିଏ ଲାଇନ୍ “ଗୁଡବାଏ ଫେସବୁକ୍ ବିକଜ୍ ନିକିତା ଇଜ୍ ମାଇ ବେଷ୍ଟଫ୍ରେଣ୍ଡ୍”।                                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract