ଫେରିଆସ ପ୍ରିୟାତୁମେ
ଫେରିଆସ ପ୍ରିୟାତୁମେ
ଗୋଟେ ପିଲା ଏକା ଏକା ସବୁ ବେଳେ ଗୋଟେ ଜାଗାରେ ବସି ରହୁଥିଲା । ଆଉ କିଛି ସମୟ ବସି ଚାଲି ଯାଏ... ଏମିତି ସବୁ ବେଳେ ମୁଁ ଦେଖେ ହେଲେ କିଛି ବୁଝି ପାରେନି । ଗୋଟେ ଥର ମୁଁ ସେଇ ପାଖରେ ଜଣେ ଭାଇ ଙ୍କୁ ପଚାରିଲି । ଆଉ ସେ ମତେ କହିଲେ ଜାଣି ପାରୁନି କଉଠୁ ଆରମ୍ଭ କରିବି ? ତାଙ୍କ ଏ ପ୍ରେମ କାହଣୀ ?
ରାଜା ଅଷ୍ଟମ ଶ୍ରେଣୀର ପିଲାଟିଏ ସେ ପ୍ରେମ କଣ ଜାଣେ ନାହିଁ। । କ୍ଲାସ ରୁମ୍ ରେ ସେ କଉ ଝିଅ ସହ କଥା ହେବା ତ ଦୂରର କଥା ସେ କାହାକୁ ଆଡ ଆଖିରେ ବି ଦେଖେ ନାହିଁ । ରାଜା ତାଙ୍କ ଗାଆଁ ପାଖ ଅନ୍ୟ ଏକ ଗାଆଁ ସ୍କୁଲରେ ପଢ଼େ, ଏଇ 2 କିଲୋମିଟର ଦୂରରେ । ସ୍କୁଲ ପାଖରେ ଥିବା ଏକ ସାର୍ ଙ୍କ ପାଖକୁ ଟିଉସନ୍ ହେବାକୁ ଯାଏ । ରାଜା ସେଦିନ ଟିଉସନ୍ କୁ ପାଠ କରି ଯାଇନଥିଲା ... ସାର୍ ରାଜାକୁ ବାରିକ ବୋଲି ଡାକନ୍ତି ସ୍ନେହରେ ।
ସାର୍ - ବାରିକ ତୁ କଣ ପାଠ କରି ଆଣିନାହୁଁ ? କାଇଁ ତୋ ଖାତା ତ ଟେବୁଲ ଉପରେ ନାହିଁ ?
ରାଜା - ସାର୍ ମୋ ଦେହ ଟିକେ ଖରାପ ଥିଲା ସେଥି ପାଇଁ ପାଠ କରିନାହିଁ ।
ସାର୍ - ତୁ ଦେହ ଖରାପ ବାହାନା କରି ପାଠ କରିନୁ । ଆଉ ମତେ ଠକୁଛୁ । ଯା ବାହାରେ ଖରାରେ ଛିଡା ହବୁ ।
ରାଜା ମନ ଦୁଖରେରେ ଯାଇ ବାହାରେ ଖରାରେ ଛିଡା ହୋଇଗଲା । ଖାତା ଦେଖିବାର କିଛି ସମୟ ପରେ ରାଜାକୁ ଡାକିଲେ କହିଲେ ଏମିତି ଭୁଲ ଆଉ ଯେମିତି କେବେ ନ ହୁଏ ।
ରାଜା - ମୁଣ୍ଡ ହଲାଇ ହମ୍ ସାର୍। ।
ଟିଉସନ୍ ସରିଲା ପରେ ରାଜାକୁ କିଏ ଜଣେ ଡାକିଲା ପରି ଶୁଣାଗଲା ଆଉ ସେ ପଛକୁ ମୁଡ଼ି ଦେଖିଲା ବେଳକୁ ତା କ୍ଲାସରେ ପଢୁ ଥିବା ଏକ ଝିଅ ଯାହାର ନାମ ସେ ଜାଣି ନଥିଲା । ତା ପାଖକୁ ଯାଇ କହିଲା କଣ ତୁମେ ମତେ ଡାକୁଥିଲ ?
ଝିଅ - ହଁ
ରାଜା - କୁହ କଣ 'ହେଲା ?
ଝିଅ-ତୁମ ନାମ କଣ ?
ରାଜା - କଣ ପାଇଁ ?
ଝିଅ - ନାଇଁ ସାର୍ ତୁମକୁ ବାରିକ ବାରିକ ଡାକୁଛନ୍ତି ତ ସେଥିପାଇଁ ପଚାରିଲି। ।
ରାଜା - ଓ ହୋ ଏମିତି କଥା
ଝିଅ - ହଁ
ରାଜା - ମୋ ନାମ ରାଜା । ତୁମ ନାମ କଣ ?
ଝିଅ - ମୋ ନାମ ତାରିଣୀ ।
ରାଜା - ଆଚ୍ଛା ମୋ ନାମ ପଚାରିବା ପାଇଁ ଡାକୁଥିଲ କି ?
ତାରିଣୀ - ନା
ରାଜା - ତ କଣ ପାଇଁ I
ତାରିଣୀ - ତୁମ ଦେହ କଣ ସତରେ ଖରାପ ଥିଲା ?
ରାଜା - ମାନେ
ତାରିଣୀ - ନାଇଁ ତମେ ସାର୍ ଙ୍କୁ କହିଲ ନା ତୁମ ଦେହ ଭଲ ନାହିଁ ବୋଲି ସେଥିପାଇଁ ପଚାରିଲି। ।
ରାଜା - ହଁ ସତରେ ଦେହ ଖରାପ ଅଛି । କଣ ହେଲା ସେଇଠୁ ।
ତାରିଣୀ - ତୁମେ ରାଗୁଛ କଣ ପାଇଁ I ଏଇ ନିଅ ମୋ ଖାତା ।
ରାଜା - କଣ କରିବି ?
ତାରିଣୀ - ମୁଁ ପାଠ କରିଦେଇଛି ତୁମେ ଦେଖିକି ପାଠ କରି ନେବ ।
ରାଜା- ନାଇଁ ଥାଉ : ଧନ୍ଯବାଦ୍
ତାରିଣୀ - ଧନ୍ୟବାଦ କଣ ପାଇଁ ?
ରାଜା - ତୁମେ ତୁମ ଖାତା ମତେ ଦେଉଥିଲ ନା ପାଠ କରିବା ପାଇଁ ସେଥିପାଇଁ ଧନ୍ୟବାଦ କହିଲି ।
ତାରିଣୀ - ତୁମେ ତ ନେଲନାହିଁ । ଧନ୍ୟବାଦ କାହିଁକି ?
ରାଜା - ତୁମେ ଆଜି ସ୍କୁଲ ଆସିବ କି ନାହିଁ ?
ତାରିଣୀ - ହଁ ଆସିବି ।
ରାଜା - ତୁମ ସହ କଥା ହେଇ ବହୁତ ସମୟ ହେଇଗଲାଣି ।
ତାରିଣୀ - ଆରେ ହଁ ସତେ ତ ।
ରାଜା - ହଉ ଯାଅ ନ ହେଲେ ଆହୁରି ବିଳମ୍ବ ହେଇଯିବ ।
ତାରିଣୀ - ହଉ ଠିକ୍ ଅଛି ଟା.. ଟା...
ପ୍ରଥମ ଥର ରାଜା କଉ ଝିଅ ସହ ଆଜି କଥା ହେଇଚି ଯାହାକୁ ନା ସେ ଚିହ୍ନିଛି ନା ତା ବିଷୟର କିଛି ଜାଣିଛି । ସେ ଯାହା ବି ହେଉ ଏମିତି କିଛି ତା ମନ ତଳର ଭାବନା ତାକୁ ପଚାରୁ ଥିଲା । ହେଲେ ତା ଉତ୍ତର ନା ରେ ହିଁ ରହିଯାଇଥିଲା । ଏମ
ିତି କିଛି ଦିନ ଗଲା ରାଜା ସବୁ ବେଳେ ତାରିଣୀ ସହ କଥା ହୁଏ । ଟିଉସନ୍ କୁ ଯାହା ପାଠ ଦିଆ ଯାଏ କରିକି ଆଣେ । ଟିଉସନ୍ ରେ ଆଗେ ଆସି ପହଁଚି ଯାଏ....
ତାରିଣୀକୁ ରାଜା ବହୁତ ଭଲ ଲାଗେ ତା ଶୃଙ୍ଖଳିତ ଏବଂ କାହା ସହ କଥା ହୁଏ ନାହିଁ ସବୁ ବେଳେ ଚୁପ୍ ଚାପ୍ ବସି ରହେ ।
ତାରିଣୀକୁ ଦେଖି ବେଳେ ବେଳେ ମନେ ମନେ ହସି ଦିଏ ଆଉ ତାରିଣୀ ବି ତାକୁ ଦେଖି ହସି ଦିଏ.... ରାଜା ତାରିଣୀ ସହ କଥା ହେବା ପାଇଁ I ମିଛ ବାହାନା ଖୋଜେ ।
ତାରିଣୀ - ରାଜା ତୁମକୁ ଗୋଟେ କଥା ପଚାରିବି ?
ରାଜା - ହଁ ପଚାର
ତାରିଣୀ - ତୁମେ ସ୍କୁଲ ରେ କାହା ସହ କଥା କଣ ପାଇଁ ହୁଅ ନାହିଁ ।
ରାଜା - ମତେ ଭଲ ଲାଗେନା କଥା ହେବାକୁ
ତାରିଣୀ - କଣ ପାଇଁ I
ରାଜା - ମତେ ସବୁ ପତଳା ପତଳା କହି ଚିଡାନ୍ତି ସେଥିପାଇଁ ମୁଁ କାହା ସହ କଥାହୁଏ ନାହିଁ ।
ତାରିଣୀ - ଏମିତି କଥା କି
ରାଜା - ହଁ...ଏମିତି ଭାବେ ରାଜା ଆଉ ତାରିଣୀ ଏମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ବନ୍ଧୁତୌ ।
ଜଣେ ଜଣ କୁ ଅଜାଣତରେ ଭଲପାଇ ବସିଥିଲେ । ତାରିଣୀ ଦୁଇ ତିନି ଦିନ ଟିଉସନ୍ କି ସ୍କୁଲ ଆସିଲା ନାହିଁ । ରାଜାର ମନ ତାରିଣୀକୁ ଚାରି ଆଡେ ଖୋଜି ବୁଲିଲା ହେଲେ କଉଠି ବି ପାଇଲା ନାହିଁ । ପାଠ ପଢାରେ ମନ ଲାଗୁ ନ ଥାଏ । ରାଜା ମନ ବହୁତ ବିଚଳିତ ହେଉଥାଏ କଣ ସେ କରିବ 3 ଦିନ ତାକୁ ଯେମିତି 3 ବର୍ଷ ପରି ଲାଗୁଛି .... ତିନି ଦିନ ପରେ ତାରିଣୀ ସ୍କୁଲକୁ ଆସିଛି ରାଜା ଦେଖି ତା ପାଖକୁ ଗଲା...
ରାଜା - ତାରିଣୀ ତୁମର କଣ ହେଇଚି ତୁମେ ସ୍କୁଲ ଟିଉସନ୍ ଆସୁନ କଣ ହେଇଚି କୁହ ।
ତାରିଣୀ - ମତେ ବହୁତ ଜୋର୍ ରେ ଜ୍ଵର ହେଇ ଯାଇଥିଲା ।
ରାଜା - ବହୁତ ମନ ଦୁଃଖ କଲା ତା ଦେହ ଏବେ କେମିତି ଅଛି ପଚାରିଲା
ତାରିଣୀ - ହଁ ଆଗ ଅପେକ୍ଷା ଏବେ ଟିକେ ଭଲ ।
ରାଜା ତା ପାଇଁ ଆଣିଥିବା ଏକ ସୁନ୍ଦର ଉପହାର ତାକୁ ଦେଲା କହିଲା ଏଇଟା ତୁମ ପାଇଁ ।
ତାରିଣୀ - ବହୁତ ସୁନ୍ଦର ହେଇଚି ସତରେ ମୋ ପାଇଁ
ରାଜା - ହଁ ତୁମ ପାଇଁ
ତାରିଣୀ - ମୁଁ ବି ତୁମ ପାଇଁ କଣ ଆଣିଛି ଦେଖ...
ରାଜା - ଓହଃ କି ସୁନ୍ଦର୍ ମୁଁ ସବୁ ବେଳେ ଏ ଉପହାରକୁ ମୋ ପାଖରେ ରଖିବି ।
ତାରିଣୀ ଏବଂ ରାଜା ଜଣେ ଆଉ ଜଣକୁ ଏମିତି ବହୁତ ଉପହାର ଦେଇଛନ୍ତି । ତାରିଣୀ ତା ଖାତାର ପ୍ରଥମ ପୃଷ୍ଠାରେ ରାଜା ଆଉ ତାରିଣୀ ଲେଖି ଦେଇଥିଲା କାହିଁକିନା ତାରିଣୀ ଭଲପାଇ ବସିଥିଲା ରାଜାକୁ ହେଲେ କହି ପାରୁନଥିଲା । ରାଜା ଦେଖିବା ପୂର୍ବରୁ ସେ ଖାତାକୁ ଦେଖି ଦେଇଥିଲେ ତାରିଣୀ ବାପା ଦିନେ ବାପା ସେ ପୃଷ୍ଠାଟିକୁ ଦେଖି ତାରିଣୀକୁ ବହୁତ୍ ଗାଳି କଲେ ବହୁତ୍ ମାରିଲେ, ରାଜା ଦେଇଥିବା ସବୁ ଉପହାରକୁ ଦେଖି ସେ ସବୁ ରାଜକୁ ଫେରାଇ ଦେବାକୁ କହିଲେ....
ତାରିଣୀ -ରାଜା ପାଖରେ କାନ୍ଦି କାନ୍ଦି କହିଲା ତୁମ ଉପହାର ନେଇଯାଅ
ରାଜା - ହେଲେ କଣ ପାଇଁ I କଣ ହେଇଚି ତୁମର ତୁମେ କାନ୍ଦୁଛ କଣ ପାଇଁ
ତାରିଣୀ - ବାପା ମତେ ଗାଳି କଲେ ଆଉ ଏ ସବୁ ତୁମକୁ ଫେରେଇ ଦେବାକୁ କହିଲେ..
ଆଉ ଆମର ଦେଖା ହେବ ନାହିଁ ମୁଁ ଆଜି ବହୁତ୍ ଦୂରକୁ ଚାଲି ଯାଉଛି । ମୁଁ ତୁମକୁ ବହୁତ୍ ଭଲପାଏ ରାଜା ହେଲେ କେବେ କହିପାରିନି ଆଜି କହୁଚି।
ରାଜା - ମୁଁ ବି ତୁମକୁ ବହୁତ ଭଲପାଏ ତୁମ ବିନା ବଞ୍ଚି ପାରିବି ନାହିଁ !!
ତାରିଣୀ - I Love You love you very Very much ଏତିକି କହି କାନ୍ଦି କାନ୍ଦି ବିଦାୟ ନେଇ ରାଜାକୁ ଛାଡି ଚାଲି ଯାଇଥିଲା ତାରିଣୀ....
ଆଜି ବି ରାଜା ତା ମନର ରାଣୀ ପ୍ରାଣପ୍ରିୟା ତାରିଣୀକୁ ଅନେଇ ରହିଛି କେବେ ତା ତାରିଣୀ ଆସିବ.....