STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

ଫେରି ଵାଲା

ଫେରି ଵାଲା

2 mins
194

ସାଇକେଲ ଧରି ଗଡେଇ ଚାଲିଛି ଗାଁ ଭିତରକୁ !ସଜେଇ ରଖିଛି ବଜାରଯାକ !ଟିକିଲି, ବେକସୁତା, ନଖରଙ୍ଗ, ଅଳତା, ଆଖି କଳା, ମୁଣ୍ଡ ପାନିଆଁ, କ୍ଲିପ, ନାରୀ ମାନଙ୍କ ସରଯାମ କୁ ଛୁଆ ଙ୍କ ଖେଳନା !ପ୍ଲାଷ୍ଟିକ ଡାଲା, ବଳ, ବ୍ୟାଟ, ଫୋନ, କାର, ବସ, ଜେସିପି,ତୁରୀ, ବଇଁଶୀ ଆହୁରି ଅନେକ!ଯେମିତି ଛୋଟ ମନୋହରି ଦୋକାନ ଟିଏ ତାର !ମୁଣ୍ଡ କେଶ ବିନିମୟ ରେ ଟିକିଲି ଦେଉଛି !ମହିଳା ମାନଙ୍କ କେଶ ଗୋଟେ ଝୁଲାରେ ଭରୁଛି ! ମଝିରେ ମଝିରେ କୁହାଟ ମାରୁଛି ହେ ହରେକ ମାଳ !ରଙ୍ଗ, ଟିକିଲି, ଅଳତା, ବେକସୁତା କେଶ ଦେଇ ନିଅ କହୁଛି !ଝିଅମାନେ ବେଢ଼ି ଗଲେଣି ତା ଚାରିପଟେ !କିଏ ମୁଣ୍ଡ ଛୁଟି ଧରି ଘରୁ ବାହାରି ଦାଣ୍ଡରେ ତ କିଏ ଘରେ ଛୁଟି ଖୋଜୁଛି !ଛୁଆମାନେ ମାଆ ଙ୍କୁ ଅଳି କଲେଣି ପଇସ !ମୁଲେଇଲେଣି ସଉଦା !ଟିକିଲି ପକେଟ ରୁ ଅଳତା ପଯ୍ୟନ୍ତ, ହରେକ ମାଳ ଦଶଟଙ୍କା !ମଖି ନାନୀ ଆସି କିଣି ନେଲଣି ଗୋଡ଼ ଅଳତା !କେତି ଭାଉଜ କିଣିନେଲା ବେକ ସୁତା, କଲେଜ ରେ ପଢ଼ୁଥିବା ସସ୍ମିତା କିଣୁଛି ନଖ ପଲିସୀ, ଗୋଲାପୀ ରଙ୍ଗ ପସନ୍ଦ କରୁଛି ! ଛୁଆମାନଙ୍କ ମା ମାନେ ଆସି ଛୁଆକୁ କିଣିଦେଉଛନ୍ତି ଖେଳନା !ଲୋକଟା ସମସ୍ତ ଙ୍କ ମନ ବୁଝି ଦିନିସ ଦେଖୋଉଚି !ଦୁଇ ଘଣ୍ଟା ଧରି ତାର ବେପାର ସାରି ପୁଣି ବାହାରିଲା ଆର ଗାଁ କୁ !ଖଣ୍ଡେ ପାଟ ପାର ହେଲେ ଚାନ୍ଦ ପୁର !ପଚାରିଲା ବସୁମତୀ କୁ !ବାସୁମା ମା କହିଲା, ଚାନ୍ଦପୁର ଜା, ଭଲ ବିକ୍ରି ହେବ !ସାଇକେଲ ବାହିବାକୁ ଯାଉଥାଏ, ପଛରୁ ଡାକିଲା ରଙ୍କିଆ ମା, ହେ ଫେରିବାଲା, ଟିକେ ରହ, ବୁଢ଼ୀ ଥରି ଥରି ପାଖରେ ପହଁଚିଲା !କହିଲା, ପୁଅ ତୋ ଗାଁ କେଉଁଠି? ଲୋକଟି କହିଲା, ମେଦିନ ପୁର !ସେଟା କେଉଁଠି ? ବୁଢ଼ୀ ପଚାରିଲା, ଲୋକଟା କହିଲା ତୁମେ କଣ ନେବ? ନା, ତୁ କହ? ତୁମ ରାଇଜରେ କଣ କରୋନା ମାତି ନଥେଲା? ହଁ ସାରା ମୂଳକ, ତେବେ ଏହି ସବୁ ଯାହା ତୁମ ରାଇଜରୁ ଆଣିଛୁ, ତା ଦେହରେ କରୋନା ନଥିବ !କରୋନା ଗଲାଣି, ଆଉନାହିଁ !ଆମେ କିମିତି ଜାଣିବୁ? ଦେଖ ବାପ ବେପାର କର , କିନ୍ତୁ କରୋନା କୁ ଜଗି ରୁହ ଆମ ଗାଁ କୁ ବର୍ଷେ ହେବ କିଏ ଆସୁନାହାନ୍ତି ଏଇଥି ପାଇଁ !ଦେଖୁ ଦେଖୁ ପାଞ୍ଚ ଜଣଙ୍କ ପ୍ରାଣ ନେଇଛି କରୋନା !କାଲି ବି ଜଣେ କରନାର ମାରିଛି !ଲୋକଟା ଅବାକ ହୋଇଗଲା, କହିଲା କଣ ତୁମ ଗାଁରେ କରୋନା ଜୀବାଣୁ ଅଛି? ଆରେ କହୁଛି ପରା କାଲି ଏହି ଯେଉଁ ବତୀ ଖୁଣ୍ଟ ଦେଖୁ ନାହୁଁ ତାହାରି ସାମ୍ନା ଘର ଜେନା ଘର ବୁଢା ଷାଠିଏ ବର୍ଷରେ ଚାଲିଗଲା !ଆଉଜଣେ ଝିଅ ଠିଆହୋଇ ଶୁଣୁଥିଲା, କହିଲା, ହଁ କାଲି ମରିଗଲା !ଲୋକଟା ଆଉକିଛି ଶୁଣିବାକୁ ନ ଚାହିଁ ସାଇକେଲ ପଛକୁ କଲା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational