Sarada Parida

Abstract Inspirational Others

1.4  

Sarada Parida

Abstract Inspirational Others

ଫାଷ୍ଟ

ଫାଷ୍ଟ

3 mins
13.5K



ପ୍ରତିହିଂସାର ଅନ୍ତର୍ଦାହରେ ଆପଣ ଛାଏଁ ଜଳିଯାଉଥିଲା ସୁନନ୍ଦା, ପୁଅ ଅମିତ ର ଗ୍ରେଡ କାର୍ଡ ହାତରେ ଧରି । ଏ ଟୋକାଟା ଯଦି କ୍ଳାସ ରେ ଫାଷ୍ଟ ଆସିଥାନ୍ତ ଅନ୍ତତଃ ସିଏ ଆଉ କିଛି ଦିନ ତ ବାହା ବାଃ ନେଇଥାନ୍ତା ପୁଷ୍ପା ଆଗରେ । ସାରା ଜୀବନ ଟା ତ ସିଏ ନିଜେ ଚେଷ୍ଟା କରିବି ତା ପଢିବା ସମୟରେ କେବେ ପ୍ରଥମ ଆସିପାରିନି , ଆଉ ଶହେ ଚେଷ୍ଟା କରି ଦିନ ରାତି ଅନିଦ୍ରା ହେଇ ବର୍ଷ ସାରା ସବୁକିଛି ଭୁଲି ଏ ଛୁଆଟାକୁ ପାଠ ପଢାଉ ଥିଲା କ’ଣ ପ୍ରଥମ ରୁ ଦ୍ଵିତୀୟ କୁ ଖସି ଆସିବାକୁ । ତା ପୁଣି ଏ ପୁଷ୍ପାର ଝିଅ ପାଖରୁ । ସୁନନ୍ଦା ପୁଅ ଅମିତ ର ରେଜଲ୍ଟ କୁ ନେଇ ତା ଯେତିକି ଉପରେ ବିରକ୍ତ ହେଉଥାଏ ତା ଠାରୁ ବେଶୀ ବିରକ୍ତ ହେଉଥାଏ ନିଜ ଉପରେ ପିଲା ଦିନର ବାନ୍ଧବୀ , ସହପାଠିନୀ ପ୍ରତିଯୋଗୀ ପୁଷ୍ପା ଠାରୁ ହାରିଯାଇଥିବାର ଗ୍ଳାନିରେ ।

କେମିତି କେଉଁ କୁହୁକ କରେ କେଜାଣି ପୁଷ୍ପା , ସିଏ ଯେତେ ଭଲ ଲେଖିଲେ ବି ତା ଠାରୁ ସବୁବେଳେ ଦି ଚାରି ମାର୍କ କମ ରୁହେ , ଏମିତି ପୁଷ୍ପା ର ଷ୍ଟାଣ୍ଡାର୍ଡ ତା ଠାରୁ କଣ ଅଧିକ ଯେ , ସିଏ କ’ଣ ଜାଣିନି । ତା ବାପାଙ୍କ ଭୟରେ ସ୍କୁଲ ର ଟିଚର ମାନେ ତାକୁ ମାର୍କ ଦେଇଦିଅନ୍ତି ନା । ନ ହେଲେ ସିଏ ବି ଫାଷ୍ଟ ଆସନ୍ତା । ସବୁଥର ରେଜଲ୍ଟ ବାହାରିଲା ବେଳକୁ ଚିରାଚରିତ ଭାବେ ଶ୍ରେଣୀରେ ପ୍ରଥମ ଆସିଥାଏ ପୁଷ୍ପା ଆଉ ତା ତଳକୁ ସୁନନ୍ଦା । ହେଲେ ବେଶୀ କିଛି ମାର୍କର ଫରକ ନ ଥାଏ । ମାତ୍ର ପ୍ରଥମ ହେବା ଗୋଟାଏ ଅଲଗା କଥା ନା । ଗୋଟାଏ କ୍ଷତାକ୍ତ ସୈନିକ ଭଳି ସୁନନ୍ଦା ସ୍କୁଲ ରୁ ଘରକୁ ଫେରି ବାପା ଙ୍କ ପାଖରେ ମୁହଁ ଲୁଚେଇ କାନ୍ଦେ , ଅଭିଯୋଗ କରେ । ଭାବେ, ବାପ କ’ଣ ଗୋଟାଏ ପ୍ରତିକାର କରିବେ , ଶିକ୍ଷକ ମାନଙ୍କୁ ତାଗିଦ କରିବେ , ମାତ୍ର ସେମିତି କିଛି ହୁଏନି । ବାପା ହସି ହସି ତାକୁ କୋଳକୁ ଟାଣି ନିଅନ୍ତି ଆଉ ସେତିକି ରେ ସିଏ ସନ୍ତୁଷ୍ଟ ହୋଇଯାଇ ତା ମନକୁ ଭୁଲେଇବାକୁ ଚେଷ୍ଟା କରନ୍ତି । ଶେଷରେ ତାକୁ ବିଜୟିନୀ ର ଆକ୍ଷା ଦେଇ ଆସନ୍ତା ପରୀକ୍ଷା ରେ ଭଲ କରିବାର ସାହସ ଦିଅନ୍ତି । ହେଲେ ସେ ଭୁଲି ପାରେନି , ଭାବେ ଆର ଥରକୁ ସିଏ ପ୍ରଥମ ଆସିବ , ହେଲେ ସବୁଥର ର ପରୀକ୍ଷା ଫଳ ବି ଠିକ ପୂର୍ବ ମାନଙ୍କ ପରି ହୁଏ । ଶେଷରେ ସିଏ ଯେମିତି ପରାଜିତ ଯୋଦ୍ଧା ଟିଏ ସନ୍ଧି ପତ୍ରରେ ସ୍ଵାକ୍ଷର କଲା ପରି ମାନି ନେଇଥିଲା ସେ କେବେ ବି ଆଉ ପ୍ରଥମ ଆସିପାରିବନି । ଘୃଣା ଆଉ ପରାଜୟ ର ବିଷ ଅନେକ ବାର ପି ନେଇଛି ସମସ୍ତ ଙ୍କ ଅଲକ୍ଷରେ ଆଉ ଲେପୀ ଦେଇଛି ମିଥ୍ୟା ହସର ପ୍ରଲେପ । କ୍ରମେ ସେମାନଙ୍କ ର ସ୍କୁଲ ପଢା ସରିଲା । ଦୁଇଜଣଙ୍କର ଅଲଗା ଅଲଗା ଜାଗାରେ କଲେଜ ପାଠ ପଢା । ତା ପରେ ପୁଣି ବିବାହ , ଯିଏ ଯାହାର ଭାଗ୍ୟ କୁ ନେଇ ଚାଲି ଯାଇଥିଲେ ଦୂର ଦୂର ଯାଗା । ବୋଧେ ଏଇ କିଛି ସମୟ ଲାଗିଥିଲା ବିରାମ ପ୍ରତିଯୋଗିତାର ସେମାନଙ୍କ ଭିତରେ । 

ମାତ୍ର ଭାଗ୍ୟ କୁ ଦେଖ , ପୁଣି ସେଇ ପୁଷ୍ପାକୁ ଆଣି ଛିଡା କରିଛି ତାରି ଆଗରେ ପିଲାବେଳର ପ୍ରତିଯୋଗୀ କରି । ଗତ ବର୍ଷ ପୁଷ୍ପର ସ୍ବାମୀଙ୍କର ବଦଳି ହେଇଥିଲା ଏଇ ସହରକୁ । କଉଠୁ କେଜାଣି ନମ୍ବର ନେଇ ଫୋନ କରିଥିଲା ସିଏ । ସିଏ ବି ଗୋଟାଏ ଭଲ ସାଙ୍ଗର କର୍ତ୍ତବ୍ୟ ନିଭେଇ ତା ସ୍ବାମୀଙ୍କୁ କହି ଭଡା ଘର ଆଉ ତା ଝିଅ ମିତାଲି ପାଇଁ ତା ପୁଅ ପଢୁଥିବା ସ୍କୁଲ ବୁଝିଦେଇଥିଲା । ସବୁ କିଛି ଠିକ ଠାକ ଥିଲା , ଗତ ବର୍ଷ ପରୀକ୍ଷା ମାନଙ୍କରେ ଅମିତ ମିତାଲି ଠାରୁ ଢେର ଅଧିକ ମାର୍କ ରଖିଥିଲା, ଯେଉଁ ଖୁସିରେ କେତେ ଥର ସିଏ ବଡିମା ନ ନେଇଛି ତା ପାରିବା ପଣିଆର ପୁଷ୍ପା ଆଗରେ । ହେଲେ ଏଥର ଏ ଟୋକାଟା ଯେମିତି ନାକ କାଟିଦେଇଛି ସତରେ । ଖସି ଆସିଛି ଦ୍ଵିତୀୟ ସ୍ଥାନ କୁ ଆଉ ଛାଡି ଦେଇଛି ପୁଷ୍ପା ର ଝିଅକୁ ପ୍ରଥମ ଜାଗାକୁ ।

ଯୋଗକୁ ତା ଆରଦିନ ଟିଉସନ ରୁ ପୁଅକୁ ଆଣିଯିବା ବାଟରେ ଭେଟ ପଡିଯାଇଥିଲା ସୁନନ୍ଦା ର ପୁଷ୍ପା ସହିତ । ଚିରାଚରିତ ସ୍ଵାଗତ ସମ୍ଭାଷଣ ପରେ ମାହୋଲ ହୋଇ ଯାଇଥିଲା ସମ୍ପୂର୍ଣ ପ୍ରତିଯୋଗୀତା ପୂର୍ଣ୍ଣ। ଦିହିଁ କି ଗାଈ ବସିଥିଲେ ନିଜର ସଫଳତା ର ପେଡି ଆଉ ସବୁତକ ଦୋଷ ଲଦି ଦେଉଥିଲେ ପିଲାମାନଙ୍କ ଉପରେ । ସୁନନ୍ଦା ତ ତା ପୁଅକୁ ଅନୁଶାସନ ହିନ , ଦୃଷ୍ଟ , ଖେଳ ଖୋର ଆଉ ମୂର୍ଖ ବୋଲି ଚିତ୍ରଣ କରୁଥିଲା ପୁଷ୍ପା ଆଗରେ ମନ ଭିତର ର ଇର୍ଷାକୁ ଲୁଚାଉ ଲୁଚାଉ । 

କହିବା ବାହୁଲ୍ୟ , ଆଜି କାଲିର ଇଂରାଜୀ ସହରି ରୁଟିନ ଜୀବନ ଭିତରେ ସ୍କୁଲ , ଟିଉସନ ଆଉ ହୋମୱାର୍କ ର ବୋଝ ବୋହୁ ବୋହୁ ଅଣ ନିଶ୍ଵାସୀ ପିଲାମାନେ କେତେବେଳେ ଅନୁଶାସନ ହୀନ ହେଉଥିଲେ କେଜାଣି । ଜନ୍ତ୍ର ମାନବର ଯନ୍ତ୍ରାୟିତ ଉଚ୍ଚାକାଂକ୍ଷା ଆଗରେ ଅପହୃତ ଶୈଶବ ଯେମିତି ଚିତ୍କାର କରିବସୁଥିଲେ ନୀରବରେ । ସୁନନ୍ଦା ଆଉ ପୁଷ୍ପା ପ୍ରତିଯୋଗୀତା ର ଇର୍ଷାଗ୍ନି ଜଳୁଥିବା ବେଳେ ନିଷ୍କପଟ ଅମିତ ଆଉ ମିତାଲି ଅଣନିଶ୍ଵାସୀ ହୋଇ ଉଠୁଥିଲେ ବେଳକୁ ବେଳ । ସମ୍ଭବତ ଈର୍ଷା କି ହୀନମାନ୍ୟତା ତାର ନୂଆ ଗୋଟାଏ ଗୋଟାଏ ଶିକାର ବାଛି ନେଉଥିଲେ ଦୁଇ ଶିଶୁ ମାନଙ୍କ ଭିତରେ ………..

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା


Rate this content
Log in

Similar oriya story from Abstract