Anuradha Nath

Drama Inspirational

4.3  

Anuradha Nath

Drama Inspirational

ପେନସନ ଟଙ୍କା

ପେନସନ ଟଙ୍କା

3 mins
375


ଯେତେବେଳେ ରାଜୁ ର ଵ୍ରତଘର ହେଲା ସମସ୍ତେ ନିତ୍ୟାନନ୍ଦ ଵାଵୁ କୁ ଚାହୁଁଥାନ୍ତି । କାରଣ ନିତ୍ୟାନନ୍ଦ ଵାବୁ କେଵେ କାହାକୁ ହାତ ଖୋଲି କିଛି ଦେଇ ନାହାନ୍ତି। ଜୀବନ ସାରା କଞ୍ଜୁସ ପରି ଵନ୍ଚିଛନ୍ତି। ନା ନିଜେ ଵାଜେ ଖର୍ଚ କରନ୍ତି, ନା କାହାକୁ କରିବାକୁ ଦିଅନ୍ତି। ନିତ୍ୟାନନ୍ଦ ଵାବୁ ଙ୍କ ପୁଅ ମାନେ ଏହି ସବୁଥିରେ ଅଭ୍ୟସ୍ତ ଥିଲେ। କିନ୍ତୁ ଵୋହୁ ମାନେ ଆସିବା ପରେ ଏସବୁ ଅସହ୍ୟ ହେଲା ତାଙ୍କୁ । ପୁଅ ଦୁଇଜଣ ଵି କଣ କରିଥାନ୍ତେ ନିଜ ନିଜ ସ୍ତ୍ରୀ ଙ୍କୁ ନେଇ ତାଙ୍କ ଚାକିରି ଯାଗା କୁ ଚାଲିଗଲେ।


ଗଲାବେଳେ ଉପର ଦେଖାଣିଆ ଡାକିଦେଲେ। କିନ୍ତୁ ନିତ୍ୟାନନ୍ଦ ଵାବୁ ଯିବାକୁ ରାଜି ହେଲେ ନାହିଁ। ତାଙ୍କ ମତରେ ପତ୍ନୀ ବସୁନ୍ଧରା ଙ୍କ ଆତ୍ମା ସେଇ ଘରେ ରହୁଛି। କିନ୍ତୁ ମଝିରେ ମଝିରେ ନାତି ନାତୁଣୀ ଙ୍କୁ ଦେଖିବା ଵାହାନା ରେ ପୁଅ ମାନଙ୍କ ଘର ଵୁଲି ଚାଲି ଆସନ୍ତି।

ବଡପୁଅ ପ୍ରକାଶ ର ଗୋଟିଏ ପୁଅ ରାଜୁ। ସାନ ପୁଅ ଵିକାଶ ର ଗୋଟିଏ ଝିଅ ରିନା। ଯେତେବେଳେ ଵୁଲି ଆସନ୍ତି ସୁଖିଲା ସ୍ନେହ ଦେଖାଇ ଚାଲି ଯାଆନ୍ତି। ଛୁଆ ମାନଙ୍କ ହାତରେ ଟଙ୍କାଟିଏ ଵି ଦିଅନ୍ତି ନାହିଁ।

ସେ ଗଲାପରେ ଫୋନ୍ ରେ ଦୁଇ ଵୋହୁ ଙ୍କର ଶଶୁର ଙ୍କ ନା ରେ ଚୁଗୁଲି ଚାଲେ। ଵିଷୟବସ୍ତୁ ସାଜେ ଶଶୁର ଙ୍କ ପେନସନ ଟଙ୍କା।


ବଡ ଵୋହୁ କୁହନ୍ତି, ଏତେ ଟଙ୍କା ପାଉଛନ୍ତି, କରୁଛନ୍ତି କଣ? ସବୁ ସେ ସାବିତ୍ରୀ ପାଖରେ ପୁରାଉଥିବେ। ସେ ଛାଡିରି ସ୍ତ୍ରୀ କୁ ଘରେ ଆଶ୍ରୟ ଦେଇ ରଖିବା କଣ ଦରକାର। ସେଥିରେ ତାର ଗୋଟିଏ ପୁଅ। ଛି ଛି ତାଙ୍କ କାରଣ ରୁ ଆମେ ଲୋକହସା ହଉଛୁ।

ସାନ ଵୋହୁ କୁହନ୍ତି ହଁ ଅପା ଭାଗ୍ୟ ଭଲ ଆମେ ଵାହାରେ ରହୁଛୁ। ତାଙ୍କ ସାଙ୍ଗେ କିଛି ଯାଏ ଆସେ ନାହିଁ। ଖାଲି ପେନସନ ଟଙ୍କା ଟା ଅନ୍ୟଥା ଵରଵାଦ ହେଉଛି ଵୋଲି ଵାଧୁଛି।


ସାବିତ୍ରୀ କାରଣ ରୁ ନିତ୍ୟାନନ୍ଦ ଵାବୁ ଙ୍କ ଅସୁବିଧା କିଛି ହୁଏ ନାହିଁ। ରୋଷେଇ କରି ଖାଇବାକୁ ଦିଏ। ଆଉ ଘର ର ଵୁଝାଶୁଣା କରିଵା ପାଇଁ ରାମ ରହେ। ସାବିତ୍ରୀ, ରାମ ର ସମ୍ପର୍କୀୟ ଭଉଣୀ। ଏକୁଟିଆ ଵାହାରେ ରହିଲେ ଲୋକ କେତେ କଥା କହିଵେ, ଏଣୁ ରାମ ନିତ୍ୟାନନ୍ଦ ଵାବୁ ଙ୍କୁ କହି ତାକୁ ଆଶ୍ରୟ ଦେଇଛି। ନିତ୍ୟାନନ୍ଦ ଵାବୁ ସାବିତ୍ରୀ କୁ ନିଜ ଝିଅ ପରି ଦେଖନ୍ତି।


ଏମିତି କିଛି ବର୍ଷ ପରେ ରାଜୁ ର ଵ୍ରତଘର ହେଲା। ସମସ୍ତେ ଚାହିଁ ବସିଥାନ୍ତି ଜେଜେ କଣ ଉପହାର ଦେଵେ ? କିନ୍ତୁ ଜେଜେ ଗୀତା ଵହି ଆଉ ଆଶ୍ରିଵାଦ ଦେଇ ଚାଲି ଆସିଲେ। ଏହାପରେ ଵଡଵୋହୁ ଆଉ ସମ୍ଭାଳି ପାରିଲେ ନାହିଁ। ଵ୍ରତଘର ପରେ ଶଶୁର ଙ୍କ ଘରକୁ ଯାଇ ମନ ଇଛା ଶୁଣେଇ ଆସିଲେ। କହିଲେ ଗୋଟିଏ ଵୋଲି ନାତି ସୁନା ରୂପା ଟିକିଏ ଵାହାରିଲାଣି ଆପଣଙ୍କ। ଟଙ୍କା କଣ ସ୍ୱର୍ଗ କୁ ନେଇକି ଯିବ?


ଶଶୁର କିଛି କ୍ଷଣ ନିରବ ରହି କହିଲେ, ସେଇଟା ତମର ଜାଣିବା ଆବଶ୍ୟକ ନାହିଁ। ଦୁଇ ପୁଅ କୁ ମଣିଷ କରିଛି, ସେମାନେ ମୋ ଠାରୁ ଯଥେଷ୍ଟ ଅଧିକ ଟଙ୍କା ପାଉଛନ୍ତି। ସେଇ ଟଙ୍କା ର ହିସାବ ରଖ, ଯାହା ତମ ପାଇଁ ଆଉ ତମ ଛୁଆ ଙ୍କ ଭବିଷ୍ୟ ପାଇଁ ସହାୟ ହେଵ। ମୁଁ କେଵେ ତମ ସ୍ୱାମୀ ଙ୍କୁ ପଚାରିଛି କି ତୋ ଦରମା ଟଙ୍କା କଣ କରୁଛୁ? ଠିକ୍ ସେଇପରି ମୋତେ ମୋ ଅବସ୍ଥା ରେ ଛାଡିଦିଅ। ଯଦି ଵ୍ରତଘର ଉପହାର ପାଇଁ କରିଥିଲ, ତେବେ ମୁଁ ଉପହାର ପଠାଇ ନିଜେ ଯାଇ ନଥାନ୍ତି।

ସେହି ଦିନଠାରୁ ଵୋହୁ ମାନେ ଶଶୁର ଙ୍କ ଘରକୁ ଯାଆନ୍ତି ନାହିଁ। ପୁଅ ଆଉ ନାତି ନାତୁଣୀ ମାନେ ଦେଖା କରି ଚାଲି ଆସନ୍ତି।


ଏମିତି କିଛି ବର୍ଷ ପରେ ରାମ ର ଫୋନ ଆସିଲା ନିତ୍ୟାନନ୍ଦ ଵାବୁ ଆଉ ନାହାନ୍ତି । ସମସ୍ତେ ଘରକୁ ଆସିଲେ ଶେଷ ଦର୍ଶନ ପାଇଁ। ସୁଦ୍ଧକ୍ରିୟା ଶେଷ ହେଲା। ଏହା ପରେ ରାମ ଦୁଇଟି ଉପହାର ଵାକ୍ସ ନେଇକି ଆସିଲା। ଦୁଇ ନାତି ନାତୁଣୀ ଙ୍କ ପାଇଁ। ଉପହାର ଖୋଲି ଦେଖିଲେ ଦୁଇଟି ଘର ର ପଟା ଭୁବନେଶ୍ବର ରେ। ଦୁଇ ନାତି ନାତୁଣୀ ଙ୍କ ପାଇଁ କିଣିଥିଲେ। ଵୋହୁ ଙ୍କ ପାଇଁ ଥିଲା ପେନସନ ର ହିସାବ ଖାତା। ପୁଅ ମାନଙ୍କ ପାଇଁ ଥିଲା ଗୋଟିଏ ଚିଠି। ଯେଉଁଥିରେ ଲେଖା ହୋଇଥିଲା ରାମ ଆଉ ସାବିତ୍ରୀ ମୋ ପାଇଁ ବହୁତ କିଛି କରିଛନ୍ତି। ସେମାନେ କେବେ ମୋ ଠାରୁ ଦରମା ଵି ନେଇ ନାହାନ୍ତି, ଯଦି ତମେ ମାନେ ଚାହଁ ସେମାନଙ୍କ ନାଁ ରେ ଏଇ ଗାଁ ଘର ଟି କରିଦିଅ। ସେମାନେ ମୋର ପୁଅ ଝିଅ ପରି।


ଏହାପରେ ସାବିତ୍ରୀ ଆଉ ରାମ ମନା କରୁଥିଲେ ଘର ର ପଟା ନେଵା ପାଇଁ। କିନ୍ତୁ ପୁଅ ଦୁଇଜଣ କହିଲେ ବଡ ଭାଇ ହିସାବରେ ଯଦି ସାନ ଭାଇ ଭଉଣୀ ଙ୍କୁ କିଛି ଉପହାର ଦେଉ ମନା କରିଵ ନାହିଁ। ସମସ୍ତେ କାନ୍ଦୁଥିଲେ । ଆଉ ଵୋହୁ ମାନେ ଭାବୁଥିଲେ ଵାପା ଯିବା ପୂର୍ବରୁ ଆମ ଛୁଆ ଙ୍କ ପାଇଁ ଭଲ ଜିନିଷ ଉପହାର ଦେଇ ଯାଇଛନ୍ତି। ଯାହା ଆମେ ଵାପା ମା ହିସାବରେ କରି ପାରି ନଥାନ୍ତୁ। କାରଣ ଜୀବନ ଆଡମ୍ବର ରେ ବଞ୍ଚି ବଞ୍ଚି ଭବିଷ୍ୟ କଥା ଭୁଲି ଯାଇଥିଲୁ। ଵାପା ଆମକୁ କ୍ଷମା କରିଦିଅ।



Rate this content
Log in

Similar oriya story from Drama