STORYMIRROR

Prabhati Mahapatra

Tragedy Others

3  

Prabhati Mahapatra

Tragedy Others

ପଢିବ ହେ ଜଗନ୍ନାଥ

ପଢିବ ହେ ଜଗନ୍ନାଥ

2 mins
216


ହେ ବିଶ୍ଵ ପିତା , ତୁମେ ତ ଜଗତର ହର୍ତ୍ତା କର୍ତ୍ତା

ବିଧାତା । ମୋର ଏଇ ଛୋଟ ନିବେଦନ

ତୁମର ପାଦ କମଳ ତଳେ ରଖି ଗଲି ।

ପ୍ରଭୁ ତୁମେ ତ ଅନ୍ତର୍ଯ୍ୟାମୀ , କ'ଣ ବା ଅଜଣା ଅଛି

ଯେ ମୋର ଚିଠି ଉନ୍ମୋଚନ କରିବ ? 

ହେ ମୋର ଦୀନକୃଷ୍ଣ ତୁମେ କ'ଣ ଚାହୁଁଛ ?

ସୃଷ୍ଟିର ସଂରଚନା କରି ତା'ର ରକ୍ଷା ନକରି

ବିନାଶ ହୋଇ ଯାଉ ?

ବଡ଼ ଲୋକଙ୍କୁ ପରା ଉତ୍ତର ନାହିଁ !

ମୁଁ କ'ଣ ବାତୁଳି ହୋଇ ଗଲି ନା କ'ଣ

ପ୍ରଭୁଙ୍କୁ ପ୍ରଶ୍ନ କରୁଛି ?

ମୋର ଦୋଷ ଧରିବନି ପ୍ରଭୁ । ମୁଁ ମୁଢ ମତି

ଅଭିଯୋଗ କରିଛି ମୋର ସତରେ ଭୂଲ ହୋଇଛି ।

କାହିଁକି ପ୍ରଭୁ" ସତ୍ୟ ନାମରେ ଦୁଇଟି ଆଖି ଦେଲନି ?

ମୁଁ ତ ନିଜକୁ ଦେଖି ପାରୁନି , ମୋତେ କେବଳ ଅନ୍ୟ ମାନଙ୍କର ଦୋଷ ଦେଖା ଯାଉଛି । ମୋତେ ସ୍ବାର୍ଥପର ଜୀବନ ବଞ୍ଚିବାକୁ କାହିଁକି ଭଲ 

ଲାଗୁଛି , ମୁଁ ତ ବୁଝି ପାରୁନି ।ଆଖି ଆଗରେ କରୋନାର ଭୟଙ୍କର ପରିସ୍ଥିତି ତାକୁ ବେଖାତିରି କରି ବ୍ୟବଧାନକୁ ବଳି ପକାଇ ଦେଇ ସଂଘର୍ଷ କରୁଛି ମୋର କାର୍ଯ୍ୟ ସର୍ବ ପ୍ରଥମେ ସଫଳ ହେଉ ।ହେ ଭଗବାନ ମୁଁ କ'ଣ କିଛି ଭଲ କର୍ମ କରିବାକୁ

ଜନ୍ମ ହୋଇନି ?ମୋତେ ସଦବୁଦ୍ଧି ଦିଅ ପ୍ରଭୁ ,ମୋତେ ସତ୍ ପଥରେ ନେଇ ପ୍ରାୟଶ୍ଚିତ କରିବାର ସୁଯୋଗ ଦିଅ ।ଯଦି ମରିବା ପୂର୍ବରୁ କିଛି ଜନହିତକର କାର୍ଯ୍ୟମୋ ଦ୍ଵାରା ହୁଏ ମୋ ଆତ୍ମ ପ୍ରକାଶ ଦୁଇ ଗୁଣ ହୋଇ ଶ୍ମଶାନ ଜୁଇରେ ସୁଖରେ ମିଶିବ ।ମୋର ଏତିକି ମିନତି ପ୍ରଭୁ କରୋନା ଭଳି ବ୍ୟାଧିକୁବିନାଶ କରି ଜଗତର କଲ୍ୟାଣ କର ।

ସମସ୍ତଙ୍କ ମନରୁ ମୃତ୍ୟୁର ଭୟକୁ ଦୂର କରି

ଆନନ୍ଦରେ ବଞ୍ଚିବାକୁ ଦିଅନ୍ତୁ ।କେତେ ଯେ ନିରିହ ପ୍ରାଣ ତୁମକୁ ଡାକି ଡାକିଥକି ଗଲାଣି । ସେମାନଙ୍କ ଆଖିରେ ସ୍ଵପ୍ନ ଭରି ନୂତନ ଦିଶା ଦେଖାଅ ।

ସବୁ ତ ଲୀଳା ଖେଳା ତୁମର । ତୁମେ ତ ବଞ୍ଚିବାର

ସାହାରା ଓ ସୁତ୍ରଧର । ଆଉ କ'ଣ ଲେଖିବି ପ୍ରଭୁ ।

ଯେତେବେଳେ ନିରିହ ଲୋକଙ୍କ ଉପରେ ସବଳ

ଲୋକ ଅତ୍ୟାଚାର କରନ୍ତି , ସେତେବେଳେ 

ତୁମ ଉପରେ ମୋର ଖୁବ୍ ରାଗ ହୁଏ । ବିଶ୍ଵାସ

ବୃକ୍ଷ ମୋର ଝାଉଁଳି ପଡେ । ଯେତେ ଆଖି ନୀର

ଢାଳିଲେ ବି ସତେଜ ହୁଏନି । ଦୟା କରି ପ୍ରଭୁ

ଏହାର ସମାଧାନ କର । ଏତିକି ମିନତି ତୁମ ପାଖରେ ମୋର ରହିଲା । ଦୁଃଖ ଦରିଆରେ ଭାସୁ ଥିବା ଏଇ ଭକ୍ତର ଗୁହାରି ଶୁଣିବ ।

ଇତି ତୁମର ଅବୋଧ ଅଧମ ସନ୍ତାନ 'ପ୍ରଭାତୀ'

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy