Rasmi Rekha Tripathy

Abstract Inspirational

2  

Rasmi Rekha Tripathy

Abstract Inspirational

ପଦବୀର ବଳ 1

ପଦବୀର ବଳ 1

1 min
7.2K


       ଅବସର ନେବାର ଅଠର ବର୍ଷ ପରେ ମୁଁ ପେନସନ୍ ପାଇଲି l ତାହା ବି ମୋ ଝିଅର ଦିଅର ହସ୍ତକ୍ଷେପ କରିବା ପରେ l ମୁଁ ଚାହୁଁ ନ ଥିଲି ତାଙ୍କ ଠାରୁ କିଛି ସାହାଯ୍ୟ ନେବା ପାଇଁ l ପରିସ୍ଥିତି ବାଧ୍ୟ କରି ଦେଲା ସେଥିପାଇଁ l ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଜଣେ ବରିଷ୍ଠ ପଦାଧିକାରୀ l ମୋର ଏକ ମାତ୍ର ଭୁଲ ଥିଲା ମୁଁ ସରକାରଙ୍କ ବିପକ୍ଷରେ କେଶ୍ କରିଥିଲି ମୋର ଗୋଟିଏ ପଦୋନ୍ନତି ପାଇବା ପାଇଁ l ନ୍ୟାୟ ମୋ ସପକ୍ଷରେ ଯାଇଥିଲା l ତେଣୁ କିଛି ଅଧିକାରୀ ଓ କିରାଣୀଙ୍କର ରୋଷର ଶିକାର ହୋଇଥିଲି l ସେମାନେ ଚାହୁଁଥିଲେ ମୋର ପଦୋନ୍ନତିଜନିତ ବାକି ଥିବା ଅର୍ଥର କିଛି ଅଂଶ ପାଇବା ପାଇଁ ଓ ମୁଁ ତାହା ଦେବାକୁ ପ୍ରସ୍ତୁତ ନ ଥିଲି l ବାସ୍ କିଛି ନା କିଛି ବାହାନାରେ ଅଟକି ଯାଉଥିଲା ମୋର ଫାଇଲ୍ l ମୋ ଝିଅ ବି ବହୁତ ଥର କହିଥିଲା ତା ଦିଅରଙ୍କର ସାହାଯ୍ୟ ନେବା ପାଇଁ l

ମୁଁ କି ତା ବାବା ଏହା ଚାହୁଁ ନ ଥିଲୁ l ଆମ ଦୁହିଁଙ୍କର ଚପଲ୍ ଘୋରି ହୋଇ ଯାଇଥିଲା l ଶେଷରେ ଝିଅର ଦିଅର ନିଜେ ହିଁ ହସ୍ତକ୍ଷେପ କଲେ l ବାର୍ଦ୍ଧକ୍ୟ ବି ଆମକୁ ବିଚଳିତ କରି ସାରିଥିଲା l ତେଣୁ ଆମେ ରାଜି ହୋଇଗଲୁ l ଆଶ୍ଚର୍ଯ୍ୟଜନକ ଭାବେ ଯେଉଁ ଫାଇଲ୍ ଅଠର ବର୍ଷ ଧରି ସ୍ଥିର ହୋଇ ରହିଥିଲା, ବାସ୍ 18 ଦିନରେ ତାହା କାର୍ଯ୍ୟକାରୀ ହୋଇଗଲା ଓ ଗୋଟିଏ ମାସ ଭିତରେ ମୋର ପେନସନ୍ ହୋଇ ଯାଇଥିଲା l ତେବେ ଏହି ଉତ୍ତୀର୍ଣ୍ଣ ବୟସରେ ଆଜି ମୋର ଦୁଇଟି ପ୍ରଶ୍ନ l ଯଦି ନ୍ୟାୟ ପାଇବା ପାଇଁ କେଶ୍ କଲେ ସରକାରୀ ରୋଷର ଶିକାର ହେବାକୁ ପଡେ, ତେବେ ନ୍ୟାୟାଳୟ ଅଛି କଣ ପାଇଁ ? ଯେଉଁମାନଙ୍କ ପାଇଁ ଦିବ୍ୟାଂଶ୍ ଷଡଙ୍ଗୀ (ଝିଅର ଦିଅର)ମାନେ ନାହାନ୍ତି, ସେମାନେ କଣ ନ୍ୟାୟ ପାଇବେ ନାହିଁ ?


Rate this content
Log in

Similar oriya story from Abstract