Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ପଚା ମାଛ

ପଚା ମାଛ

1 min
13.9K



       କାହିଁକି କେଜାଣି ମୋତେ କିଏ ଠକିଲେ କି ମିଛ କହିଲେ ମୁଁ ଜମ୍ମା ସହ୍ୟ କରି ପାରେନି l

ସେ ଦିନ ବି ସେ ବୁଢୀକୁ ସହ୍ୟ କରିବା ମୋ ସୀମା ବାହାରେ ଥିଲା l ମାଛ ଟିକେ ନ ହେଲେ ମୋତେ ଖାଇବାଟା ଖାଇବା ଭଳି ଲାଗେନି l ମାଛ ହାଟକୁ ଯାଇ ମଧ୍ୟମ ସାଇଜର ମାଛ ଦେଖି ଦୁଇ କେଜି ନେଇ ଆସିଲି l ବାରଟି ମାଛରୁ ତିନିଟି ପଚା ଦେଖି ମୋ ମୁଣ୍ଡ ଗରମ ହୋଇଗଲା l ସାଙ୍ଗେ ସାଙ୍ଗେ ମୋ ପଦବୀର ଶକ୍ତି ବ୍ୟବହାର କରି କଲେକ୍ଟରଙ୍କୁ ଫୋନ୍ କଲି l କଲେକ୍ଟରଙ୍କ ଆଦେଶ କ୍ରମେ ଗୋଟେ କନେଷ୍ଟବଲ୍, ଖାଦ୍ୟ ନିରୀକ୍ଷକ ଯାଇ ବୁଢୀର ମାଛ ସବୁ ଜବତ କରି ନେଲେ l ତା ପରେ ଯାଇ ମୋ ରାଗ କମିଲା l

      

 ଖରାବେଳେ କଲେକ୍ଟର୍ ଅଫିସରେ କ୍ଲର୍କ୍ ଚାକିରୀ କରିଥିବା ମୋ ପୁତୁରା ଖାଇବାକୁ ଆସିଲା ନାହିଁ l ଏମିତି କେବେ ହୁଏନା l ମୁଁ ଆସିଛି ମାନେ ସିଏ ନିଶ୍ଚୟ ଆସିବା କଥା ଖାଇବା ପାଇଁ ଘରକୁ l ସନ୍ଧ୍ୟାରେ ଫେରିଲା ସିଏ l ମୁଁ କିଛି କହିବା ପୂର୍ବରୁ ସେ ମୋ ପାଖରେ ଅଭିଯୋଗର ଇସ୍ତାହାର ବାଢି ସାରିଥିଲା l ମୁଁ ତାଠାରୁ ଜାଣିବାକୁ ପାଇଲି ଯେ ବୁଢୀ ଠାରୁ ଜବତ ହୋଇଥିବା ବଳକା ମାଛରେ ସେଦିନ କଲେକ୍ଟର୍ ଅଫିସ୍ ଓ ଏସ୍.ପି. ଅଫିସରେ

ଭୋଜି ହୋଇଥିଲା l ବୁଢୀର ଲୁହ ବତୁରା ଆଖି ମନେ ପଡିଗଲା l ମୁଁ ମୋ ନିଜ ଭିତରେ ମରି ସାରିଥିଲି l ସେହି ଦିନ ଠାରୁ ପରିବା କି ମାଛ ଖରାପ ପଡିଲେ ମୁଁ ଅଭିଯୋଗ କରେନି l ବରଂ ବାଛି ବାଛି ଭଲ ଜିନିଷ ଆଣିବାକୁ ଚେଷ୍ଟା କରିଛି l


Rate this content
Log in

Similar oriya story from Inspirational