STORYMIRROR

Lopamudra Parida

Inspirational Others

3  

Lopamudra Parida

Inspirational Others

ପବନ

ପବନ

2 mins
356


_ଇଡା ପିଙ୍ଗଳା ଦେଇ ପବନ ବାୟୁ ଫୁସ୍ ଫୁସ୍ କୁ ପ୍ରତି ମିନିଟ୍ ରେ ୧୬ ଥର,ପ୍ରତି ଘଣ୍ଟା ରେ ୯୬୦ ଥର ଆଉ ପ୍ରତି ଦିନ ୨୩,୦୪୦ ଥର ଯା ଆସ କରେ, ଜାଣୁଛୁ ଟି ବୋଉ ।ଆମ ଫୁସ୍ ଫୁସ୍ ହେଲା ପବନ ଛଣା ଯନ୍ତ୍ର ।


_ସତେ ! ଆଉ ସବୁ କ'ଣ ଜାଣିଛୁ କହିବୁଟି ।ଭାତ ଗାଳୁ ଗାଳୁ ପେଜହାଣ୍ଡି ରେ କହିଲା ବୋଉ ଆମ କାଳୀଗାଈ କାଞ୍ଚନ କୁ ଆଉଁସୁ ଆଉଁସୁ ।


_ ତୁ ଯୋଉ ଓସ୍ତ ଗଛ ମୂଳେ ସବୁଦିନି ଖିର, ପାଣି ଦଉ ଆଉ ଯୋଉ ସଜେଇବା ଗଛ ମନିପ୍ଲାଣ୍ଟ ,ଆଉ ମୁଣ୍ଡ ବିନ୍ଧିଲେ ଯୋଉ ଘିକୁଆଁରୀ ରସ ମାରୁ ସେଇ ଗଛ ଆମକୁ ସବୁଠୁ ବେଶୀ ଅମ୍ଳଜାନ ଦିଏ ଆଉ ଦିନ ରାତି ଦିଏ ।ଆମେ ପ୍ରଶ୍ବାସ ରେ ଅମ୍ଳଜାନ ନଉ ଆଉ ନିଶ୍ବାସ ରେ ଅଙ୍ଗାରକାମ୍ଳ ଛାଡୁ ।ଆଉ ଗଛ ଠିକ୍ ଓଲଟାଟା କରେ ।ପାଇନ୍, ଓକ୍, ଫିର୍, ମାପଲ୍, ଡଗଲସ୍,ବିଚ୍,ଚିରହରିତ୍ ଜଙ୍ଗଲ ସବୁରୁ ୨୮ ପ୍ରତିଶତ, ଆଉ ୭୦ ପ୍ରତିଶତ ସମୁଦ୍ର ତଳେ ଥିବା ଗଛ ଆଦି ଆମକୁ ଭରପୁର ଅମ୍ଳଜାନ ଦିଅନ୍ତି ।ବାୟୁମଣ୍ଡଳ ଶୁଦ୍ଧ କରନ୍ତି ।ଯଦି ଅମ୍ଳଜାନ ନ ଥାନ୍ତା ତେବେ ପୃଥିବୀରେ ଜୀବନ ନଥାନ୍ତା ।


_ସେଇଥି ପାଇଁ ପରା କୁହନ୍ତି ଓସ୍ତ ଗଛ ନିଜେ ନାରାୟଣ, ତାରି ଡାଳରେ ସବୁ ଦିଅଁ ଦେବତା ।ଗୀତାରେ ନିଜେ ଠାକୁରେ କହିଲେ ।ତତେ କହିଲେ କଣ ଶୁଣୁ ? ସବୁଦିନେ ଟିକେ ଓଳିଗି କରି ଆ ' ,ବାରିରେ ଦିଟା ନୂଆ ପଣସ ,ଆମ୍ବ ଚାରା ଆଣି ରୋପ ,ଗୋ ମାତା ସେବେ ..... ସେକଥା କଣ ହଉଛି ।ତମେ ସବୁ ହେଲ ଯେତେ ମାଠିବୁ ମାଠ, ସେଇ ଦରପୋଡା କାଠ ।ବହିକୀଟ ।କହି ଚାଲିଗଲା ରୋଷଶାଳକୁ ।


ମୁଁ ପୁଣି ବହି ର ପୃଷ୍ଠା ରେ ମନ ଦେଲି, ଅମ୍ଳଜାନ କେମିତି ଅତିଉଚ୍ଚ ପାହାଡଚଢାଳୀ,ବୁଡାଜାହାଜ ଯାତ୍ରୀ, ଅଗଭୀର ସମୁଦ୍ର ତଳେ ଅନୁସନ୍ଧାନକାରୀ ବୈଜ୍ଞାନିକ, ବାୟୁଯାନଯାତ୍ରୀ,ଆପାତକାଳୀନ ସ୍ବାସ୍ଥ୍ୟ ସମସ୍ଯା, ଷ୍ଟିଲ୍, ପ୍ଲାଷ୍ଟିକ୍, ଟେକ୍ସ୍ଟ ଇଲ୍, ରକେଟ ପ୍ରପେଲାଣ୍ଟ ଇତ୍ୟାଦି ଇତ୍ୟାଦି ଅନେକ ବ୍ଯବହାରରେ ଲାଗିଥାଏ ।ଏବେ କେମିତି ସିଲିଣ୍ଡର ସବୁରେ ଦରକାର ଅନୁଯାୟୀ ଅମ୍ଳଜାନ ରଖିହେଉଛି ଓ ଆବଶ୍ୟକତା ଅନୁସାରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ କରି ଜୀବନ ରକ୍ଷା ହେଇପାରୁଛି ।


ବୋଉ ଆସି ମୋ ପାଖରେ ବସିଲା ଆଉ ମୁଣ୍ଡ ଆଉଁସିଲା ,ଆଉ ଟିକିଏ ଆଗରୁ ଯେମିତି ଆମ କାଞ୍ଚନ ର ଆଉଁସୁ ଥିଲା ସେମିତି ।ମୁଁ ତା ମୁହଁକୁ ଚାହିଁ ଦେଖିଲି ଲୁହେଇଯାଇଛି କାଇଁ ତା' ସଜଫୁଲ ମୁହଁ ଟି ।


କହିଲା, ଏତିକି ବିଦ୍ଯା ଯଦି ଆଗରୁ ଥାନ୍ତା କି ଆମ ପାଖରେ ସେତିକି ସମ୍ବଳ ଥାନ୍ତା ସେତେବେଳେ ....ତୋ ଅଜା ନିଶ୍ବାସ ପବନ ଠୋପେ ପାଇଁ କଣ ଛାତି କୁ ଜାବୁଡି ଧରି ଆମ ଆଖି ଆଗରେ ....... ।।ଉଠିଚାଲିଗଲା ।


ମୁଁ ଭାବୁଥିଲି ଗୋଟେ ଦିନ ର କେତେ ଘଣ୍ଟା କି କେତେ ମିନିଟ୍ ପାଇଁ ମିଳୁଥିବା ସେଇ ପବନ ଟିକରର ମୂଲ କେତେ ଅଧିକ ଯେ ଆମେ କେତେ ବିବଶ ହେଇପଡୁ ସମୟ ହାତରେ ।ଆଉ ସାରା ଜୀବନ ଇଶ୍ବର ଆମକୁ କେତେ କଣ ଅମୂଲ୍ୟ ବିନା ମୂଲ୍ୟ ରେ ଯାଚି ଦେଇଛନ୍ତି ।ହେଲେ ଆମେ କୃତଜ୍ଞତା ର ସହ ମୁଣ୍ଡ ଟି ମୂହୁର୍ତ୍ତେ ନୋଇଁ ବାକୁ ବି ସମୟ ପାଉନୁ ।ଆଉ ଏ ଗଛ ମାନେ ହେଲେ ଆମ ଗୋସାଇଁ ବାପା, ଆମ ଜୀବନ ରକ୍ଷକ ।


ବୋଉ ଯାହା କହିଲା ସତ ଆମେ ହେଲୁ 


ଯେତେ ମାଠିବ ମାଠ,...........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational