STORYMIRROR

Madhabi Patel

Inspirational

4  

Madhabi Patel

Inspirational

ପାର୍କ

ପାର୍କ

3 mins
188


ପାର୍କରେ ଅନେକ ବେଳୁ ଅପେକ୍ଷା କରିଥିଲା ବିବେକ। ପାର୍କଟି ତାର ଚିର ପରିଚିତ ସୁଖ ଦୁଃଖର ସାଥି।ହେଲେ ବହୁଦିନପରେ ସେ ପାଦଥାପିଥିଲା ସେଠି।ଅନେକ ପ୍ରକାରର ଫୁଲଗଛରେ ସୁନ୍ଦର ଲାଗୁଥାଏ ବଗିଚାଟି।ମଝିମଝି ଜାଗାରେ ସବୁଜ ଘାସର ଗାଲିଚା।

ସୁଗନ୍ଧିଯୁକ୍ତ ଫୁଲ ମାନଙ୍କ ଦେହରୁ ମନମତାଣିଆ ବାସ୍ନା ଚହଟି ଆସୁଥାଏ ଚାରିଆଡେ। ରୋମାଞ୍ଚିତ ହେଇ ଉଠୁଥାଏ ଦେହ।ଏମିତି ପରିବେଶରେ ସାଥିଟିଏର ଅଭାବ ଅନୁଭୁତ ହୁଏ।ତାର ଆଖି ଘୁରିଆସିଲା ଚତୁର୍ଦିଗକୁ ଗୋଟିଏପଟେ କେତୋଟି ଦୋଳି ଲାଗିଛି।ସ୍ଲାଇଡିଂ କରିବାପାଇଁ ବି ସୁବିଧା କରାହେଇଛି।କେତୋଟି କୁନି କୁନି ଝିଅ ପ୍ରଜାପତିପରି ଡେଇଁ ବୁଲୁଥିଲେ ଘାସଉପରେ।କେତୋଟି ବାଳକ ସ୍ଲାଇଡିଂ ରେ ଉପରୁ ତଳକୁ ଖସୁଥାନ୍ତି।କେତୋଟି ପୁଅଝିଅ ଦୋଲିରେ ଝୁଲୁଥାନ୍ତି। ପାର୍କର ଅନ୍ୟ ପଟକୁ ନିଘା କଲା।ସେଠି କେତେଯୋଡା ପ୍ରେମପକ୍ଷୀ ପ୍ରେମ କରିବାରେ ମସଗୁଲ ଥିଲେ।ଏ ସହରି ସଭ୍ୟତାରେ ଏମିତି ଖୋଲା ପ୍ରେମ ଚାଲେ।ଟିକେ ସମୟ ପାଇଲ ପ୍ରେମୀଯୋଡାହେଇ ଚାଲି ଆସନ୍ତି ପାର୍କକୁ।ଏ ପାର୍କସାକ୍ଷୀଟେ ହେଇ କେତେ ଖଟାମିଠା ସ୍ମୃତି ସାଇତି ଧରିଛି ଏମିତି ପ୍ରେମୀ ମାନଙ୍କର।ଏଠି କେତେ ଯୋଡାଙ୍କ ପ୍ରଥମ ମିଳନ ହେଇଛି।ଆଉ କେତେ ଯୋଡାଙ୍କ ବିଚ୍ଛେଦ ବି ଘଟିଛି। ଅନେକ ସୁଖଆନନ୍ଦର କ୍ଷଣ ଏଠି କଟିଥିବାବେଳେ ଅନେକ ବିରହୀ ପ୍ରେମି ପ୍ରେମିକାଙ୍କ ଲୁହରେ ବତୁରିଛି ତାର ମାଟି।

ବିବେକ ଚାରିଆଡେ ଆଖିବୁଲେଇ ଖୋଜୁଥିଲା ତାର ଛୋଟ ଝିଅ ମାମୁନୀକୁ।ତାର ଗୁଲୁଗୁଲିଆ କଣ୍ଢେଇକୁ।କାଳେ ସିଏ ବି ଆସିଥିବ ତା ମାଆ ସହିତ ଏଠାକୁ ଖେଳିବାକୁ। ଏ ପାର୍କ ତାଙ୍କ ଦୁଇଜଣଙ୍କର ପ୍ରିୟ ଜାଗା।ଏଠି ପ୍ରଥମ ଦେଖା ହେଇଥିଲା ତାଙ୍କର।ସେଦିନ ବିବେକ ତା ପୁତୁରା ରାହୁଲକୁ ଧରି ଆସିଥିଲା ପାର୍କକୁ।ରାହୁଲ ବଲ୍ ଖେଳୁ ଖେଳୁ ବଲ୍ ଟି ଗଡି ଚାଲିଯାଇଥିଲା ବବିତା ପାଖକୁ। ବବିତା ତା ସାଙ୍ଗମାନଙ୍କ ସହ ସେଠିକି ବୁଲିବାକୁ ଆସିଥିଲା।ସେ ବଲ୍ ଟିକୁ ନିଜହାତରେ ଉଠାଇ ଧରାଇ ଦେଇଥିଲା ରାହୁଲ୍ କୁ।ସେତେବେଳେ ବିବେକ ତାକୁ ଲକ୍ଷ୍ୟକରି କହିଥିଲା ଇଏ ମୋ ପୁତୁରା ରାହୁଲ।ତାକୁ ବୁଲେଇ ଆଣିଛି।ତାପରେ ଉଭୟଙ୍କ ଭିତରେ ଭାବର ଆଦାନ ପ୍ରଦାନ ହେଇଥିଲା।ଦୁଇଜଣ ଏକା କଲେଜରେ ପଢୁଥିଲେ ଅଥଚ ଆଜିଯାଏ।ପରିଚିତ ନଥିଲେ।ଏହାପରେ କଲେଜରେ ଭେଟ ହେଲେ କଥାବାର୍ତ୍ତା ହେଲା।ସମୟ ପାଇଲେ ଏହି ପାର୍କକୁ ଚାଲିଆସୁଥିଲେ।କଲେଜକୁ ଲାଗି ପାର୍କଟିି ଥିବାରୁ ସମସ୍ତେ ଖାଲି ପିରିୟଡ ରେ ଚାଲିଆସନ୍ତି ଏଠାକୁ।ଧିରେ ଧିରେ ଦୁଇଜଣଙ୍କ ପ୍ରେମ ହେଲା।ବିବାହ ବି ହେଇଗଲା।ମାମୁନୀ ଆସିଲା ତାଙ୍କ ଜୀବନରେ ଖୁସିରନଈଟିଏ ହେଇ।ଯିଏ କଳକଳ ଛଳଛଳ ହେଇ ଭିଜେଇ ରଖିଥିଲା ତଙ୍କ ଛୋଟ ଘରଟିକୁ।ଏବେ ଘରଟା ପୁଣି ସୁନ୍ଶାନ୍ ପାଲଟି ଯାଇଛି ତାବିନା।ବବିତା ତାଠୁ ରୁଷି ମାମୁନୀକୁ ଧରିଚାଲିଯାଇଛି ଅନ୍ୟତ୍ର।ସେ ଶୁୁଣିବାକୁ ପାଇଛି ଅନ୍ୟ କାହସହ ରହୁଛି ବୋଲି।ଅନେକ ଦିନ ହେଲାଣି ମାମୁନୀକୁ ଦେଖି ପାରିନି।ଆଜି ବବିତାକୁ ଫୋନ କରିଥିଲା ସମୟ ହେଲେ ପାର୍କକୁ ମାମୁନୀକୁ ଧରି ଆସିବା ପାଇଁ।ଏମିତିତ ସେ ଏବେବି ବବିତାକୁ ବହୁତ ଭଲପାଏ।ହେଲେ କଣ ହେଲା କେଜାଣି ବବିତା ଏବେ ଚିଡିଚିଡି ହେଇ ତାସହ ଝଗଡା କରି ଚାଲିଗଲା।ଦୁଇମାସତଳେ ତାବାପାଙ୍କ ଦେହାନ୍ତ ପରେ ମାଆକୁ ସେ ନେଇଆସିଥିଲା ନିଜ ପାଖକୁ ଗାଁରେ ଆଉ କିଏ ଅଛିଯେ ଏକା ରହିଥାନ୍ତା।ଏବେ ତାର ଦେହ ବି ଭଲ ରହୁନି।

ଏମିତି ଅବସ୍ଥାରେ କେମିତି ଗାଁରେ ଏକାକୀ ଛାଡନ୍ତା।ଆଉ କେହି ଭାଇ ଭଉଣୀ ବିତ ନାହାଁନ୍ତି ତାର ଯାହା ପାଖରେ ମାଆ ରହି ପାରିବ। ମାଆ ଆସିବା ପରେ ବବିତାର ଚିଡିଚିଡି ଆରମ୍ଭ ହେଇଗଲା। ସେ କୌଣସିମତେ ମାଆକୁ ଛାଡିପାରବନି ବୋଲି କହିବାରୁ ଦିନେ ଘରଛାଡି ଚାଲିଗଲା।ସେବେଠୁ ଆଉ ଦେଖା ହେଇନି ତାସହ।

ଏମିତି ବସି ଭାବୁଥିବାବେଳେ ଦୂରରୁ ଦେଖାଗଲେ ମାଆଝିଅ।ମାମୁନି ବାପାକୁ ଦେଖି ଦଉଢି ଆସି କୁଣ୍ଡେଇ ପକେଇଲା।ମୁହଁରେ ତାର ଖୁସିର ଚାଙ୍ଗୁଡିଏ ଫୁଲ ।ଏତେ ଦିନ ସେ ଚୁପ୍ଚାପ୍ ମନମାରି ରହୁଥିଲା।ନଈଟିଏକୁ ବନ୍ଧପକାଇଦେଲେ ସେମିତି ସ୍ଥିର ପଡିଯାଏ ତାର ସୁଅ ମାମୁନୀବି ସେମିତି ନିରବୀ ଯାଇଥିଲା।ଆଜି ବିବେକକୁ ଦେଖି ନଈର ସୁଅ ବନ୍ଧଭାଙ୍ଗି ଧାଇଁଯାଇଥିଲା ସାଗର ପାଖକୁ।

ବିବେକ ତାକୁ କୋଳରେ ଉଠାଇ ତାଗାଲରେ ଚୁମାଟିଏ ଦେଲେ ସେ ଖୁସିରେ ଖିଲିଖଖିଲି ହସି ଉଠିଲା।ଏସବୁ ଦେଖି ବବିତା ମନରେ ମେଞ୍ଚାଏ ଗ୍ଲାନି ଯାତ ହେଲା।ନିଜ ଖୁସି ପାଇଁ ସେ ଛୁଆର ଖୁସିକୁ ହତ୍ୟା କରିଛି।ସେଏତେ ଦିନଯାଏ ମାମୁନୀକୁ ମନମାରି ରହିବା ଦେଖିଛି।ସୁବୋଧ ସହ ସେ ଭରସି ପାରୁନ ଥିଲା।ସୁବୋଧ ତାକୁ ଆପଣାଇବାକୁ ରାଜିଅଛି।ସେ ତାର ଦେହକୁ ଚାହେଁ।ହେଲେ ମାମୁନୀକୁ କଣ ବାପାର ଭଲପାଇବା ଦେଇପାରିବ?ମାମୁନିବି ତାକୁ ଆପଣାଇପାରିବ ନାହିଁ।ଫେସବୁକ୍ ସାଙ୍ଗ ଭାବରେ ସୁବୋଧ ସହ ପରିଚିତ ହେଇଥିଲା ସେ।ଘରର ସବୁ ଖବର ଶୁଣାଉଥିଲା ତାକୁ।ସେଇ ସୁଯୋଗର ଲାଭ ଉଠାଇ ସେ ତାକୁ ଖୁସିରେ ରଖିବ ବୋଲି ଭୁଲେଇ ନେଇଥିଲା।ଏବେ ସେ ବୁଝୁଥିଲା ତା ଝିଅ ପାଇଁ ବିବେକର ସ୍ନେହ ଦରକାର।ଆଉ ଝିଅର ଖୁସି ସେ ଚାହେଁ।ଘରେ ଯଦି ଗୁରୁଜନ ଜଣେ ଥାଆନ୍ତେ

ତାହେଲେ ସେ ବାଟ ଭୁଲିନ ଥାନ୍ତା।ସେ ପୁଣି ତାର ସୁନ୍ଦର ସୁଖର ସଂସାରକୁ ଫେରିବାକୁ ଚାହୁଁଥିଲା।

ଆଜିକାଲିକା ଏ ସହରି ସଭ୍ୟତା ଆଉ ଏ ଫେସବୁକ ପ୍ରେମର କଳୁଷତା ସମାଜକୁ ଖାଇ ଯାଉଛି।ଅନେକ ଫାଲତୁ ଚରିତ୍ର କୀଟପରି ପଶି ପାରିବାରିକ ଜୀବନରେ ଅଶାନ୍ତି କରୁଛନ୍ତି। ବବିତା ଏବେ ସବୁ ବୁଝି ପାରିଥିଲା ସେ ସୁବୋଧକୁ ବାଏ କରି ନିଜ ପରିବାରକୁ ସମ୍ଭାଳି ନେଇଥିଲା।ଶାଶୁଙ୍କ ନିର୍ଦ୍ଦେଶରେ ତାଙ୍କ ଅନୁଭବରପୁଞ୍ଜିକୁ ପାଥେୟ କରି ସୁରୁଖୁରୁରେ ଘର ଚଳାଇଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational