Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ପାଇରେଟେଡ୍ କପି

ପାଇରେଟେଡ୍ କପି

1 min
515


ବହି କିଣି ପଢିବାରେ ଗୋଟିଏ ଅଲଗା ଆନନ୍ଦ ଥାଏ । ନୂଆ ବହିର ବାସ୍ନାରେ ମତୁଆଲା ହୋଇଯାଏ ଦେବୀକା । ଘରେ ସେଥିପାଇଁ ବହୁତ ଗାଳି ଶୁଣେ ସିଏ । କିନ୍ତୁ ବହି କିଣିବା ଅଭ୍ୟାସଟିକୁ ଛାଡି ପାରେ ନାହିଁ । ବହୁତ ସ୍ୱପ୍ନ ଦେଖେ ସିଏ । ଦିନେ ନା ଦିନେ ସିଏ ବଡ ଲେଖକ ହେବ । ତା ବହି ସମସ୍ତଙ୍କ ଦ୍ୱାରା ଆଦୃତ ହେବ । ମନେ ମନେ ଯୁକ୍ତି ବାଢେ ସିଏ । ଯଦି ସିଏ ଅନ୍ୟର ବହି କିଣି ନ ପଢିବ, ତେବେ ତା’ ବହି କିଣିବ କିଏ ?

ହାଟ ଛକରେ ନୂଆ ବହି ଦୋକାନଟିଏ ଖୋଲିଲା । କିଛି ଦିନ ସେଠାକୁ ଯିବା ପରେ ଦେବୀକା ଜାଣିବାକୁ ପାଇଲା, ସେଠି ଦେଶ ବିଦେଶର ପୁରସ୍କାରପ୍ରାପ୍ତ ବହି ସବୁ ଅପେକ୍ଷାକୃତ କମ୍ ଦାମରେ ମିଳେ । ଦେବୀକାର ଆନନ୍ଦ କହିଲେ ନ ସରେ । ଗୋଟିଏ ବହି ପାଇଁ ବଜେଟ୍ ରଖିଥିବା ଦେବୀକା, ସେହି ବଜେଟରେ ପାଞ୍ଚ/ଛଅଟି ବହି କିଣିପାରିଲା । ଭାଇକୁ ବି ଫୋନ୍ କରି କହିଲା ଏ କଥା ।

ଭାଇ କିନ୍ତୁ ଚୁପ୍ ହୋଇଯାଇଥିଲା । କିଛି ସମୟ ପରେ ଗମ୍ଭୀର ସ୍ୱରରେ କହିଲା, “ଏମିତି କାମ ଆଉ କେବେ ବି କରିବୁନି । କାରଣ ତୁ ଯେତିକି ବହି କିଣିଲୁ, ସେଥିରୁ କିଛି ବି ଅଂଶ ବହିର ଲେଖକ ପାଇବ ନାହିଁ । କାରଣ ସେ ଗୁଡିକ Pirated Copy (ପାଇରେଟେଡ୍ କପି) ।” ଭାଇର କଥା ଶୁଣି ଲଜ୍ଜିତ ହୋଇଗଲା ଦେବୀକା ଓ ଆଉ କେବେ ବି Pirated Copy (ପାଇରେଟେଡ୍ କପି) ନ କିଣିବା ପାଇଁ ନିଷ୍ପତ୍ତି ନେଇଥିଲା ।

· ସ୍ଥାନେ ସ୍ଥାନେ ଇଂରାଜୀ ଭାଷାର ପ୍ରୟୋଗ ପାଇଁ ପାଠକମାନଙ୍କ ଠାରୁ କ୍ଷମା ପ୍ରାର୍ଥନା କରୁଛି ।

· ବାପ (ମୋ ଭାଇ)! ମୁଁ ତୋ ପାଇଁ ଗର୍ବିତ ।


Rate this content
Log in

Similar oriya story from Inspirational