STORYMIRROR

kamal kumar dash

Drama

2  

kamal kumar dash

Drama

ପାଗଳୀ

ପାଗଳୀ

1 min
97

ପାଗଳୀ

  ମିତା ତାର ପତିଙ୍କ ସଂଗେ କଳି କରୁଥିଲା ଓ କହୁଥିଲା ତମେ କାହିଁକି ମତେ ପାଗେଳୀ ଡାକୁଛ ! ତମଠୁ ଶୁଣି ତମ ଘରେ ଓ ମୋ ସାଙ୍ଗ ମାନେ ହସୁଛନ୍ତି । ତମ ସାଙ୍ଗ ମାନେ ବି ପାଗେଳୀ ଡାକିଲେଣି । ମୁଁ କଣ ତାଂକୁ ପାଗେଳୀ ଭଳି ଲାଗୁଛି ? ସମୀର ମିତା କଥା ଶୁଣି ଟିକେ ହସିଲା ଓ କହିଲା ତୁ ଏତେ ସିରିଏସ କlହିଁ କି ହେଉଚୁ ? କାହାକୁ କୁକୁର କି ଗଧ କହିଲେ , ସେ ଗଧ କି କୁକୁର ହୋଇଯାଏ ନାହିଁ । ତତେ ପାଗଳୀ କହିଲେ ତୁ କଣ ସତରେ ପାଗଳୀ ହୋଇଯିବୁକି ? ମିତା ଫୁଣି ରାଗିକି କହିଲା ,ତମ କଥା ସେତିକିରେ ରଖ ,ମତେ ଆଉ ବୁଝାଇବା ଦରକାର ନାହିଁ । ସମୀର ଟିକେ ସିରିଏସ ହୋଇ କହିଲା ଠିକ ଅଛି ତତେ ଶେଷ ଉଦାହରଣ ଦେଉଛି ଶୁଣ । ତୋ ଭଉଣୀର ତା ଶାଶୁ ସଂଗେ କଳି ଲାଗିଥିଲା ତୁ ଓ ମୁଁ ତାଙ୍କ ଘରକୁ ଯାଇଥିଲେ ,ତୁ ତା ଶାଶୁକୁ କଣ ବୁଝାଇଥିଲୁ , ମାଉସୀ ସେଟା ପାଗଳୀ ଟା ରlଗରେ କଣ କହିଦେଇଥିବ ,ତା କଥାକୁ ଧରିବେନି ପ୍ଲିଜ ମୁଁ ତାପାଇଁ କ୍ଷମା ମାଗୁଛି । ଏବେ ମନେ ପଡିଲା , କାହାକୁ ଆମେ ବେଶୀ ଭଲ ପାଇଲେ ପାଗଳୀ କହିଥାଉ । ମିତା ତା ମୁଁହ ବଡ଼ କରି କହିଲା ହେଲେ ସେ ଯାହା ବି ହେଉ ମୁଁ କାହାଠୁ ପାଗଳୀ ଶୁଣିବାକୁ ଚାହୁଁନି , ତମଠୁ ତ କେବେବି ନୁହେଁ , ଆଉ ଥରେ ପାଗଳୀ କହିଲେ ଘର ଛାଡି ଚାଲିଯିବି ଓ ଆଉ ଫେରିବିନି , ବି କେୟାରଫୁଲ ।


Rate this content
Log in

Similar oriya story from Drama