Bidyut lata Mishra

Tragedy

4.8  

Bidyut lata Mishra

Tragedy

ପାଗେଳି

ପାଗେଳି

5 mins
599



  ଭୁବନେଶ୍ୱରରୁ କୋଣାର୍କ ଏକ୍ସପ୍ରେସରେ ବ୍ରହ୍ମପୁର ଫେରୁଥାଏ ରାକେଶ । ପୁତୁରାର ଜଏନିଂ କିଟରେ ସରିଥାଏ । ବାହାରେ ଝିପିଝିପି ବର୍ଷା । ଟ୍ରେନ ଝରକା ଦେଇ କିଛି ପାଣି ଭିତରକୁ ପଶି ଆସୁଥାଏ । ଦିନସାରାର ଧା ଧଉଡରେ ଅବସ ଲାଗୁଥାଏ ଦେହଟା । ଆଖି ଲାଗି ଆସୁଥାଏ । ହଠାତ କୋଳାହଳରେ ନିଦ ଭାଙ୍ଗିଗଲା । ଏ ପାଗଳୀ ପାଗଳୀ, ଜାଣି ପାଗଳୀଟାଏ ମ ଧର ଧର ମାର ମାର । 

  କିଏ ଇଏ ପାଖକୁ ଯାଇ ଦେଖିଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା । ଜଣେ ମହିଳାଙ୍କ ବ୍ୟାଗରୁ କିଛି ଖାଦ୍ୟ ଚୋରାଇ ଖାଉଥିଲା ପାଗଳୀ । ବର୍ଷା ଛିଟାରୁ ନିଜର ଦୁଇବର୍ଷର ପିଲାଟିକୁ ରକ୍ଷା କରିବାକୁ ଯାଇ ଚୋରି କରିଥିଲା ପଲିଥିନଟିଏ ମହିଳାଙ୍କ ବ୍ୟାଗରୁ । ସେଥିରୁ ପାଇଥିବା ଖାଦ୍ୟକୁ ମାଆ ପୁଅ ଉଦରସ୍ଥ କରିଥିଲେ । ମହିଳାଜଣଙ୍କ ଉଠି ଖାଇବାକୁ ବ୍ୟାଗ ଖୋଜିବା ପୂର୍ବରୁ ସାମ୍ନାରେ ପାଗେଳି ପଲିଥିନର କଦଳୀ ଆଉ ଆପଲ ଖାଉଥିବା ଦେଖି ଚିତ୍କାର କରୁଥିଲେ । ନିର୍ଧୁମ ମାଡ଼ ଖାଉ ଥିଲା ପାଗେଳି । ଦୁଇବର୍ଷର ପିଲାଟିକୁ ନିଜ ଚିରା ଲୁଗା ଭିତରେ ଲୁଚାଇ କଣ ଖୁଆଇବାକୁ ଚେଷ୍ଟା କରୁଥିଲା ପାଗଳି । ଛୁଆଟିକୁ ଛଡାଇ ଆଣିଥିଲେ କିଛି ଲୋକ । 

★★★


କାହା ଛୁଆ କାହା ଛୁଆ ଏ । ଏଇଥର ମୁଁହ ଟେକି ଚାହିଁଥିଲା ପାଗେଳି, ପାଗେଳିର ମୁଖା ଭିତରୁ ମୁଁ ସ୍ପଷ୍ଟ ଦେଖୁଥିଲି ଗୋଟିଏ ସୁନ୍ଦର ନିଷ୍ପାପ ଚେହେରା । ଅତି ପରିଚିତ, କହରା କେଶ, ନୀଳ ଆଖି । କିଛି ତ ବଦଳି ନଥିଲା । 


ଦୀର୍ଘ ନୀରବତା ଭିତରେ ମୁଁହ ଖୋଲିଥିଲି ମୁଁ । ଆରେ ମାଡାମ ସାମାନ୍ୟ ପଲିଥିନ ଆଉ କିଛି ଫଳ ପାଇଁ ଏମିତି ବ୍ୟବହାର । ନାରୀଟିଏ ହୋଇ ନାରୀପ୍ରତି ଏତେ ନିର୍ଦ୍ଦୟ । ଆଉ ଆପଣ ମାନେ ନୀରିହ ଛୋଟ ଛୁଆଟିକୁ ଦେଖି ଦୟା ଆସୁନି । 

ଚାଲିଯାଇଥିଲେ ଯିଏ ଯା ଜାଗାକୁ,ମହିଳା ଜଣକ କହୁଥିଲେ ଏଇ ମାନଙ୍କୁ ଦୟା କରୁଛନ୍ତି ଭାରି ଧୃତ ଏମାନେ । 

ବୁଝାଇପରିନଥିଲି ପାଗେଳି ସହ ମୋର ସମ୍ପର୍କ । ସିଏ ଦେଖି ନଦେଖିଲା ପରି ଚାଲିଯାଉଥିଲା, ଚଳନ୍ତା ଟ୍ରେନରୁ ଟିକି ଛୁଆଟିକୁ ଧରି ଓହ୍ଲାଇବାକୁ ଚେଷ୍ଟା କଲାବେଳେ ହାତକୁ ଧରିନେଇଥିଲି ତାର । 

ମୋ ଡାହାଣ ହାତକୁ ଜୋରରେ କାମୁଡି ସିଏ ମୋ ଆଖିସାମନାରେ ଧିମେଇ ଯାଇଥିବା ଟ୍ରେନରୁ ଓହ୍ଲାଇଗଲା ଇଚ୍ଛା କରି ବି ଅଟକାଇ ପାରି ନ ଥିଲି । 

★★★

ଆଖିରେ ଲୁହ ଜକେଇ ଆସୁଥିଲା । ମିନୁକୁ ଏଇମିତି ଏଇ ଅବସ୍ଥାରେ ଦେଖିବି ଭାବିନଥିଲି । ମିନୁ ମୋ ସାନ ଭଉଣୀ ମିଲିର ମକର ଥିଲା । ପିଲାଦିନ ସାଙ୍ଗ ଜାତିରେ କରଣ । ଭଲ ପଢେ,ଦେଖିବାକୁ ଅପରୂପା । ଭଉଣୀର ମକର ହୋଇଥିବାରୁ ଘରେ ଅବାଧ ପ୍ରବେଶ ତାର । ମିଲି ଭାରି ଭଲପାଏ ତାକୁ । କିନ୍ତୁ ଦଶମ ଶ୍ରେଣୀ ପରେ ତାକୁ ଅଧିକ ପଢ଼ାଇ ପାରିନଥିଲେ ବିନୁ ମଉସା । 

ମିଲି ଆମର ପାଠ ପଢା ସାରି ହାଇସ୍କୁଲରେ ଶିକ୍ଷକତା କରୁଛି ହୁଏତ ସିଏ ମିନୁକୁ ଏବେ ବି ଖୋଜୁଥିବ । ଭାବୁଥିଲି କହିବି କି ନାହିଁ ମିନୁକୁ ଦେଖିବା କଥା...


ମିନୁକୁ ୧୬ବର୍ଷ ବେଳେ ବିନୁ ମଉସା ତାକୁ ବ୍ରହ୍ମପୁରରେ ଜଣେ କନିଷ୍ଠ ଯନ୍ତ୍ରୀ ସହ ବିବାହ ଦେଇଥିଲେ । ମିନୁ ପ୍ରତି ମୋ ଭଲ ପାଇବାକୁ ମୁଁ କେବେ ପ୍ରକାଶ କରିନି କିନ୍ତୁ ଭଉଣୀଠୁ ଅଧିକ ଦେଖେ ତାକୁ । ଏବେବି ମନେ ଅଛି କେମିତି କାଚ କଣ୍ଢେଇ ଭଳି ଦିଶୁଥିଲା ସେ ବିବାହ ଦିନ । 

ଦିନ ପରେ ଦିନ ବର୍ଷ ପରେ ବର୍ଷ ଗାଡିଚାଲିଲା ମିନୁର କୋଳ ପୁରଣ ହୋଇପାରିନଥିଲା । ମିଲି କୁହେ ବହୁତ ଡାକ୍ତର ଦେଖାଇଥିଲେ ତା ଶାଶୁଘର ଲୋକେ । ତା ସ୍ୱାମୀ ଉଚ୍ଚ ଶିକ୍ଷିତ ହୋଇ ବି କେମିତି ତ ତାକୁ ଛାଡପତ୍ର ଦେବା ନିଷ୍ପତ୍ତି ନେଲେ । ସେଦିନ ମିଲିର ବାହାଘର ଥାଏ ମିନୁକୁ ଆମ ବାରିପିଣ୍ଡାରେ ଠିଆ ହୋଇ କାନ୍ଦୁଥିବା ଦେଖିଲି । 


ସେଇପଟେ ମିଲି ବିଦାୟ ପାଇଁ ତରବର ଲାଗିଥାଏ । ତା କାନ୍ଦିବା କାରଣ ପଚାରିବା ପୂର୍ବରୁ ମୋତେ ଜାବୁଡି ଧରି ଭୋ ଭୋ କାନ୍ଦି ଉଠିଲା ମିନୁ । ମୋତେ ସେ ପର କରିଦେଲେ ରାକେଶ ଭାଇ,ମୁଁ କୋଉଠିକି ଯିବି କହିଲ ଏବେ । ମିନୁର ଦୁଇଟି ସାନ ଭଉଣୀ ଥାନ୍ତି ବିବାହଯୋଗ୍ୟ ହୋଇ । ମିନୁକୁ ସେତେବେଳେ ଜମା ୨୭ବର୍ଷ । 

ମିଲି ଶାଶୁଘରକୁ ଗଲା ବେଳେ ମୋ ହାତ ଧରି କହୁଥିଲା । ମିନୁ ଆସିଲାନି ନା ଭାଇ । 

କେମିତି ତାକୁ କହିଥାନ୍ତି ଯେ ମିନୁ ଘର ପଛପଟେ ଠିଆ ହୋଇଛି । ମୋର ଶତ ଚେଷ୍ଟା ସତ୍ତ୍ୱେ ରାଜିହେଲାନି ମିଲିକୁ ଦେଖା କରିବାକୁ, ମୁଁ ବାଞ୍ଝ ନା ମୋ ମୁହଁ ମିଲି ଦେଖିବା ଶୁଭ ନୁହଁ । ଏକଦା ମିଲିଠୁ ରୂପ ଗୁଣରେ ଢେର ଗୁଣ ଅଧିକ ଥିବା ମିନୁ କୋହମିଶା ସ୍ୱରରେ ସେତକ କହିଥିଲା । 

ବିତି ଯାଇଥିଲା କିଛି ବର୍ଷ । ମିନୁର ଛାଡପତ୍ର ହୋଇଗଲା । ପ୍ରତିଦିନ ଆସି ଆମ ଘର ପାଖେ ବସେ । ସ୍ୱାମୀଠୁ ଛାଡପତ୍ର ପାଇ ସାରିଲା ପରେ ଯେମିତି ଅତି ସରଳ,ଶାନ୍ତ ଶିଷ୍ଟ ଝିଅଟି ବଦଳି ଯାଇଥିଲା । ମୋତେ ମିନୁ ବଦଳିଲା ପରି ଲାଗେ । ତା ଆଖିରୁ ମୁଁ ଆଉ କିଛି ଦେଖେ ଆମ ଘରର ସବୁ କାମ କରେ । ମୋ ଲୁଗାପଟା ବହିପତ୍ର ସଜାଡି ରଖେ । ଆମେ ନୈଷ୍ଠିକ ବ୍ରାହ୍ମଣ ଆଉ ସେ କରଣ ତେଣୁ ବୋଉ ତାକୁ ରୋଷେଇ ଘରକୁ ଛାଡେନି । ମୋ ବଡ଼ ଭାଉଜ ସହ ଗପେ, ବୋଉର ମୁଣ୍ଡରେ ତେଲ ମାଲିସ କରେ । 

★★★

ସେଦିନ ଭାରି ଖୁସିଥିଲି ମୁଁ ରାଉରକେଲା ଯିବାକୁ ଥିଲା ମୋତେ । ସେଇଠି ଚାକିରୀ ହୋଇଯାଇଥିଲା ମୋର । ମନଲାଖି ଚାକିରୀ ପାଇଥିବାରୁ ଦୂର ହେଲେବି ଯିବାକୁ ନିଷ୍ପତ୍ତି ନେଲି । ମୋର ସବୁ ଜାମା ପଟା ମିନୁ ରେଡି କରିଥିଲା । 

ଆସିବା ଦିନ କେମିତି ତ ତା କୋହ ଲୁଚାଇ ପାରିନଥିଲା । ଲୁହ ହୋଇ ଗଣ୍ଡାଦେଶରେ ବହିଯାଉଥିଲା ତାର । ଏ ସବୁର କାରଣ ଖୋଜୁଥିଲି ମୁଁ । ମିନୁ ପ୍ରତି ମୋର ସ୍ନେହକୁ ସେ ଭୁଲରେ ନେଉଥିଲା କି । 

ରାଉରକେଲାରେ ପହଞ୍ଚି କାମ ବ୍ୟସ୍ତ ରହିଥିଲି ବହୁତ । ଦୁଇବର୍ଷ ଭିତରେ ମିନୁ କଥା ବହୁତ ପଚାରେ ବୋଉକୁ । ବୋଉ କୁହେ ସେ ଆଉ ଆସେନି । 

ମୋ ବାହାଘର ଠିକ ହୋଇଥାଏ,ଝିଅ ଦେଖିବାକୁ ଛତ୍ରପୁର ଆସିଲି । 

ମୁଁ ଆସିବାର ଦୁଇଦିନ ପରେ ବି ମିନୁର ଦେଖା ନାହିଁ । ନିର୍ବନ୍ଧ ବାହାଘର କୋଉଥିରେ ବି ମୁଁ ମିନୁ ବା ତାଙ୍କ ପରିବାର ଲୋକଙ୍କୁ ଦେଖିବାକୁ ପାଇଲିନି । 

କିଛିଦିନ ରହି ମୁ ଆଉ କୀର୍ତ୍ତି ରାଉରକେଲା ଆସିଲୁ । କିଛିଦିନ ପରେ କୀର୍ତ୍ତି ମୋ ପୁରୁଣା ବହିଭିତରୁ ଚିଠିଟିଏ ବାହାର କରିଦେଉଥିଲା ମତେ । ଅକ୍ଷର ମିନୁର ଥିଲା ଲେଖାଥିଲା,

"ରାକେଶ ଭାଇ ମୁଁ ତୁମକୁ ବହୁତ ଭଲ ପାଏ, ମୋତେ ତୁମେ ଭଉଣୀ ଭାବ କିନ୍ତୁ ମୁଁ ଦଶ ବର୍ଷର ବିବାହ ପରେ ବି ତୁମକୁ ଭୁଲିପାରିନି । କହିଲ ପିଲାଦିନ ପ୍ରେମକୁ କେମିତି ଭୁଲିଯିବି । ତୁମେ ରାଉରକେଲା ଯିବା ପରେ କେମିତି ରହିବି ଭାବି ପାରୁନି । "

ଛୋଟ ଚିଠିଟି ଭିତରୁ ରୁନୁର ନୀରିହ ନିରୀମାଖୀ ଚେହେରାଟି ଦିଶୁଥିଲା ମୋତେ । କୀର୍ତ୍ତି ହସିଉଠିଥିଲା ଚିଠିଟି ଶୁଣି । 

ସେଇ ପାଗେଳି ତୁମକୁ ଭଲ ପାଉଥିଲା । 

କିଛି ବୁଝିପାରିନଥିଲି । 

ମିଲିକୁ ଫୋନ କରିଥିଲି ମିଲିଠୁ ଶୁଣିବାକୁ ପାଇଲି"ମିନୁକୁ ତା ମାମୁଁ ଘରେ ବିନୁ ମଉସା ଛାଡ଼ିଦେଇଥିଲେ ତୁ ରାଉରକେଲା ଯିବାପରେ,ମିନୁ କିଛିଦିନ ପରେ ଏକ ଅବାଞ୍ଛିତ ଭୃଣଟିଏ ତା ଗର୍ଭରେ ସ୍ଥାନ ଦେଇଥିଲା, ଆଉ ସବୁ ଦୋଷ ଲଦି ଦେଇଥିଲା ତା ମାମୁ ପୁଅ ଭାଇ ଉପରେ । ଜୋର ଜବରଦସ୍ତି ତାର ଗର୍ଭପାତ କରି ତାକୁ ଘରକୁ ଆଣିଥିଲେ । ତାପରେ ଆରମ୍ଭ ହେଲା ତା ପାଗଳାମି । ଅତିଷ୍ଠ ହୋଇ ତାକୁ ବିନୁ ମଉସା ଆଉ ତା ଭାଇମାନେ ମିଶି କେଉଁଠି ଛାଡିଦେଲେ । "

★★★★

ଆଜି ଦଶ ବର୍ଷ ପରେ ମିନୁକୁ ଏଇମିତି ଦେଖି କଷ୍ଟ ହେଉଥିଲା ବହୁତ । ହୁଏତ ସବୁପାଇଁ ମୁଁ ଦାୟୀ । ଦିନେ ବାଞ୍ଝ ଅପବାଦ ପାଇ ସ୍ୱାମୀଠୁ ତଡା ଖାଇଲା ଆଉ ଏଇ ଅବାଞ୍ଛିତ ମାତୃତ୍ୱ ପାଇଁ ପରିବାରରୁ । ଖୋର୍ଦ୍ଧାରେ ଦଶ ମିନଟ ଷ୍ଟପେଜରେ ଡୋର ପାଖେ ଠିଆ ହୋଇ ମୁଁ ସେମିତି ଦେଖୁଥିଲି ମିନୁର ଯିବା ବାଟକୁ । ୮ ବର୍ଷର ବିବାହ ପରେ କୀର୍ତ୍ତି ଆଉ ମୁଁ କେତେ ଠାକୁର ଡାକ୍ତରଙ୍କ ପାଖେ ଦେଖାଇଛୁ ଛୁଆଟିଏ ପାଇଁ କିନ୍ତୁ ସବୁ ଫେଲ ମାରିଛି । 

କାହାର ରାହା ଧରା କାନ୍ଦ ଶୁଭୁଥିଲା ପଛରୁ । ସିଟ ପାଖକୁ ଆସି ଦେଖେ ତ ମିନୁର ଛୁଆଟି । ଟ୍ରେନ ଛାଡି ସାରିଥିଲା,ମିନୁ ସେଠି ନଥିଲା । 

ମୁଁ କୋଳେଇ ନେବା ମାତ୍ରେ ତୁନି ପଡିଲା ପିଲାଟି । ମହିଳାଜଣଙ୍କ ମୋ କୋଳରେ ପିଲାଟିକୁ ଘୃଣାରେ ନାକ ଟେକୁଥିଲେ । କହୁଥିଲି ନା ଭାରି ଧୂର୍ତ୍ତ ଏମାନେ ପ୍ରମାଣ ପାଇଲେ ତ । ଏବେ ଏଇ ପିଲାକୁ ଧରି ଖୋଜ ସେ ପାଗଳିକୁ ନହେଲେ ଛାଡ଼ କୋଉ ଅନଥା ଶ୍ରମରେ । 

ନିଷ୍ପାପ ପୁଅଟିର ମୁଁହ ଠିକ ମିନୁ ପରି ଥିଲା । ତାର ଠିକଣା କେଉଁଠି ଠିକ କରିସାରିଥିଲି । କୀର୍ତ୍ତିକୁ ଫୋନ କଲା ମାତ୍ରେ ଖୁସିରେ ଉଛୁଳି ଉଠିଥିଲା ସେ । ଆତ୍ମଚିନ୍ତନ କରୁଥିଲି ମୁ ଦିନେ ଯେଉଁଥିପାଇଁ ମିନୁ ଛାଡୁରି ଆଖ୍ୟା ପାଇଲା ଆଜି ସେଇଥି ପାଇଁ ସେ ପାଗଳି ଆଉ ସବୁ ଦେଖି ଶୁଣି ବି ମୁଁ ନିରୁପାୟ । 



Rate this content
Log in

Similar oriya story from Tragedy