STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ନୂଆବର୍ଷ

ନୂଆବର୍ଷ

2 mins
281

ପୃଥିବୀ ସାରା ଆଜି ନୂଆ ବର୍ଷ ! ମଞ୍ଜରୀ ଭୋରୁ ଉଠି ଗାଧୋଇ ପଡିଲେ ! ନୂଆ ଶାଢ଼ୀ ପିନ୍ଧି ଠାକୁର ଘରକୁ ପଶିଲେ ! ଠାକୁର ପୂଜା ସାରି ଦେଖନ୍ତି ତ ଅନିରୁଦ୍ଧ ଏ ପର୍ଯ୍ୟନ୍ତ ଉଠିନାହାନ୍ତି, ଶୀତ ସକାଳର ମିଠାମିଠା ନିଦରେ ଅନିରୁଦ୍ଧ ଘୁଙ୍ଗୁଡ଼ି ମାରୁଥିଲେ ! ଅନିରୁଦ୍ଧଙ୍କୁ ଯାଇ ଉଠାଇଲେ ! ହଇଏ ଉଠିବନା ନାହିଁ, ସବୁ ଦିନ ତ ଦିନ ଆଠଟା ପର୍ଯ୍ୟନ୍ତ ଶୋଉଚ, ଆଜି ଦିନଟା ଜଲଦି ଉଠିଗଲେ କଣ ଚଳିବ ନାହିଁ? ଅନିରୁଦ୍ଧ ପଚାରିଲେ, ତୁମେ ତ ଉଠି ଠାକୁରଙ୍କୁ ଜଣେଇଲ, ମୁଁ ପୁଣି ଏ ଶୀତରେ ଉଠି କଣ ଅଧିକା କରିବି? ଧେତ ଏ ଅଲଣା ଲୋକକୁ କିଏ ବୁଝେଇବ, ହଉ ତୁମେ ଶୋଇଥା ! ଅନିରୁଦ୍ଧ କହିଲେ ଗୋଟିଏ ସୁନ୍ଦର ସ୍ୱପ୍ନ ଦେଖୁଥିଲି, ତୁମେ ଉଠେଇଦେଲ ! କଣ ଶୁଣେ? ଶୁଣିବ, କୁହ ! ନିଜେ ଠାକୁର କହୁଛନ୍ତି, ଏହି ଇଂରାଜୀ ନବ ବର୍ଷ ପାଳିବାକୁ ଲୋକମାନେ ଆଇଁଷ ଓ ମଦ ପାନ କରନ୍ତି, ମୋ ନୂଆବର୍ଷ ରେ ସେମିତି ନୁହେଁ, ପଞ୍ଚାମୃତ ଓ ଛତୁଆ ଭୋଗ ! ତୁମ ପତ୍ନୀ ଆଜି ଭୋରୁ ଉଠି ନୂଆ ବର୍ଷ ପାଇଁ କେତେ କେତେ ଆର୍ଶୀବାଦ ମାଗୁଛନ୍ତି, ତୁମେ କଣ ତୁମ ଘରର ଭଲ ଚାହନା, ତେବେ ତୁମେ ବି ଆସି ମାଗ ! ଏକଥା ଶୁଣି ମଞ୍ଜରୀ କହିଲେ, ତୁମପରି ପାପିଷ୍ଟ ଲୋକଙ୍କୁ ଠାକୁର କହୁଥିଲେ ନା ! ତୁମେ ମିଛ ସତ କହି ଠାକୁରଙ୍କ ବଦନାମ କରୁଛ ! ଅନିରୁଦ୍ଧ ମୁରୁକି ମୁରୁକି ହସି କହିଲେ, ଠାକୁରଙ୍କୁ କଣ କହିଲ? ମଞ୍ଜରୀ କଥା ବୁଲେଇ କହିଲେ, ଯାଅ, ଠାକୁର କହିଲେ ତୁମ ଘର ଲୋକଙ୍କୁ କହି ମଟନ ଅଣା, ଆଜି ଭଲ ଖାଇଥିଲେ ବର୍ଷ ଯାକ ଖାଉଥିବ ! ଅନିରୁଦ୍ଧ କହିଲେ , ତୁମେ ଠାକୁରଙ୍କୁ ଆଉ କଣ ସବୁ କହିଲ ? କରୋନା ହଟୁ, କହିଥିବ ହଁ କହିବି ନାହିଁ କିମିତି ଆମେ ଘରେ ମାସ ମାସ ବସି ଯେଉଁ କଷ୍ଟ ପାଇଛେ, ତୁମେ କଣ ଭୁଲିଗଲଣି? ଆଚ୍ଛା ମାଗିଥିବା ଅଧିକା ରୋଜଗାର ହେଉ ହଁ, ଆଉବି ମାଗିଥିବା ଆମେ କୋଳକୁ ସନ୍ତାନ ଆସୁ, ମଞ୍ଜରୀ ହସିଲେ, ତୁମେ ଭାରି, କହିଲେ ! ଆରେ ତୁମେ ତ ସବୁ କହିଦେଇଛ, ମୁଁ ପୁଣି ଯାଇଁ ଠାକୁରଙ୍କୁ କଣ ଅଧିକ ମାଗିବି ହଁ, ମାଗିପାରେ ମୋ ପତ୍ନୀଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ କର ପ୍ରଭୁ , ତାକୁ ବି ଶୋଇ ମାଗି ଦେଉଛି ! ମଞ୍ଜରୀ କହିଲେ, ହେଇଟି, ସେ ଝଡ଼େଇବା କଥା ଛାଡ, ଏବେ ଉଠ, ସମସ୍ତଙ୍କ ପରି ଆମେ ନୂଆବର୍ଷ ପାଳିବା ! ହଉ ଠିକ ଅଛି, ଉଠୁଛି, ହେଲେ ଗୋଟିଏ କଥା, ଆଜି ତୁମେ ନୂଆ କିଛି ଚଖେଇବ ଅଞ୍ଜଳି କହିଲେ ମଟନ, ବିରିୟାନୀ, ଆଉ ଯଦି ଗାଜର ଆଣିଦେବ ତେବେ ହାଲୁଆ ବନେଇବି, ନା, ତେବେ କଣ ମନ୍ଦିର ପ୍ରସାଦ ଚାହୁଁଚ? ନା ତେବେ ହେଲେ କୁହ କଣ ଟା ତୁମ ଚଖା ? କହିବି , ହଁ କୁହ ? ତୁମ ଏଇଟା ମାନେ ମଞ୍ଜରୀ କହିଲେ, ଓ ଦେଖୁଛି ଆଜିକାଲି ତୁମେ ବଡ ରସିକ ହୋଇଗଲଣି, ତୁମକୁ କଣ ଯେ କହିବି ! !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational