Rasmi Rekha Tripathy

Inspirational Tragedy

3  

Rasmi Rekha Tripathy

Inspirational Tragedy

No sons??? Only two daughters?

No sons??? Only two daughters?

1 min
458




କୋଠ ଚୁଲିରେ ଭାତ ଓ ଡାଲି ରନ୍ଧା ହୁଏ କେବଳ l ଆଉ ଯାହା ଭଜା, ତରକାରି ତିନି ବୋହୁ ନିଜ ନିଜ ରୁମରେ ରାନ୍ଧନ୍ତି, ନିଜ ନିଜ ସ୍ୱାମୀ ଓ ପିଲାମାନଙ୍କ ପାଇଁ l ଜଗୁ ମଉସା ଓ ମାଉସୀଙ୍କ ଭାଗ୍ୟରେ ତେଣୁ କେବଳ ଭାତ ଓ ଡାଲି l ନିଜ ନିଜ ତରକାରୀ ଓ ଭଜାରୁ ମଉସା, ମାଉସୀଙ୍କୁ କିଛି ଅଂଶ ଦେବା ପାଇଁ କେଉଁ ପୁଅ କିମ୍ବା ବୋହୁଙ୍କର କେବେ ବି ମନ ହୋଇନି ଏ ଯାଏଁ l ଆଖିରୁ ଲୁହ ପୋଛୁ ପୋଛୁ ଶୁଭ ମାଉସୀ କହିଲେ l

ଶୁଭ ମାଉସୀ ମୋ ମାଉସୀର ଯାଆ l ପୁଅ ବ୍ରତଘର ପାଇଁ ଗୁଆ ଦେବାକୁ ଯାଇ ଦେଖିଲି ଏ ଅଭାବନୀୟ ଦୃଶ୍ୟ l ମଉସା ଭାତ, ଡାଲି ଓ ପିଆଜ ଦୁଇ ଫାଳ ଧରି ଖାଇ ବସିଛନ୍ତି l ମୋତେ ଦେଖି ଦେଇ ଦୁଇ ଆଖିରୁ ଲୁହ ଧାର ଖସି ଆସିଲା ତାଙ୍କର l

ମନେ ପଡିଗଲା ମୋର ଅନେକ ବର୍ଷ ତଳର ଘଟଣା l ଆମ ଘରକୁ ମୋ ମଉସାଙ୍କ ସହ ଆସିଥିଲେ ଜଗୁ ମଉସା l ଯେତେବେଳେ ଜାଣିଲେ ଯେ ମୋ ନନାଙ୍କର କେବଳ ଦୁଇ ଝିଅ, ପୁଅ ନାହିଁ, ସାଙ୍ଗେ ସାଙ୍ଗେ ଜଗୁ ମଉସା କହିଥିଲେ, “No sons??? Only two daughters???”

ଆଜି ମୋ ନନା ବୋଉଙ୍କ ପାଖରେ ଆମେ ଦୁଇ ଝିଅ l କିନ୍ତୁ ଜଗୁ ମଉସାଙ୍କ

ପାଖରେ ???


ବି.ଦ୍ର : ଇଂରାଜୀ ଭାଷାର ପ୍ରୟୋଗ ହେତୁ କ୍ଷମା ପ୍ରାର୍ଥନା ଚାହୁଁଛି l


Rate this content
Log in

Similar oriya story from Inspirational