Satyabati Swain

Tragedy Inspirational

3  

Satyabati Swain

Tragedy Inspirational

ନନ୍ଦନକାନନ

ନନ୍ଦନକାନନ

2 mins
394



ଅନନ୍ୟା!


ଉଁ....


ଶୋଇପଡିଲୁଣି କି?


ଉଁ ଉଁ....


ଏ ଅନନ୍ୟା!!


ଉଁ..


ଅନନ୍ୟା !ଉଠ୍ ..


ନାଇଁ ମୋତେ ନିଦ ଲାଗିଲାଣି ।


ଅନନ୍ୟା!!


କିଏ କାନ୍ଦୁଥିବାର ଶୁଭିଲା ।


ଅନନ୍ୟା ଆଖି ମଳି ମଳି ଦେଖିଲା ତା ପ୍ରିୟ ଶିଶୁ,ବଉଳ,କୃଷ୍ଣଚୂଡ଼ା,ଆମ୍ବ,ସିମିଳି,ପିଜୁଳି,ତେନ୍ତୁଳି,କରଞ୍ଜ ,ଝାଉଁ,ନଡ଼ିଆ ଓ ନିମ୍ବ,ଗୋଲାପ,ମଲ୍ଲୀ,ରଜନୀ

ଗନ୍ଧା ।


କଣ ହୋଇଛି କି ତୁମର;ଏମିତି ଶୁଖି ଯାଇଛ?


କାନ୍ଦି ପକାଇଲେ ସେମାନେ । ଜାଣିଛ ଆମେ କାଲିଠାରୁ ଆଉ ତୋ ସାଙ୍ଗ ହେବୁନି କି ଖେଳିବୁନି ।


କାହିଁକି??ମୁଁ କଣ ଭୁଲ୍ କଲିକି???


ନା ତୁ ନୁହଁ,ତୋ ବାବା !


କଣ କହୁଛ,ମୋ ବାବା!!


ହଁ ଅନନ୍ୟା । ଆମକୁ ଆଉ ରଖିବେ ନାହିଁ ଏଠି ।


କିନ୍ତୁ କାହିଁକି ଯେ.....ତୁମେ ନ ରହିଲେ ମୁଁ କାହା ସଂଗେ ଖେଳିବି!!


ଜାଣିଛୁ ଅନନ୍ୟା!ଜୀବନ ତମାମ ଆମେ ମଣିଷଙ୍କର ସେବା କରୁ । ଆମର ସମସ୍ତ ଅଙ୍ଗପ୍ରତ୍ୟେଙ୍ଗ ଦାନ କରିଦେଲୁ ତାଙ୍କୁ । ତାଙ୍କ ଭୋକ ମେଣ୍ଟେଇଲୁ । ଲଜ୍ଜା ନିବାରଣ କଲୁ । ରୋଗ ବେଳେ ସାହାଯ୍ୟ କଲୁ । ଘର ସଜେଇଲୁ । ବାୟୁ ମଣ୍ଡଳ ବିଶୁଦ୍ଧ ରଖିଲୁ । ବର୍ଷା କରେଇଲୁ । ମୃତ୍ତୀକା କ୍ଷୟ ରୋକିଲୁ । ଛାଇ ଦେଲୁ ଖରାରୁ । ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କଲୁ କାନି ଘୋଡେଇ । ଫୁଲ,ଫଳ,ଜାଳ,ଅମ୍ଳଜାନ ଦେଇ ଜୀଵ ଜଗତ ବଞ୍ଚେଇଲୁ । କିନ୍ତୁ.....


   କିନ୍ତୁ ତୋ ବାବା ପରି ମଣିଷମାନେ ନିଜ ସ୍ୱାର୍ଥପାଇଁ

ଆମ ପରି ନିର୍ବାକ ମାନଙ୍କୁ ହାଣନ୍ତି,ମାରନ୍ତି,ଛେଳନ୍ତି । କାଟିକୁଟିକୁତାକୁତା କରନ୍ତି । କଳରେ ପୁରାଇ ଖଣ୍ଡ ଖଣ୍ଡ କରି ପକାନ୍ତି । ଜାଣିଛୁ ଅନନ୍ୟା କଥା କହି ପାରୁନାହୁଁ,ପ୍ରତିବାଦ କରିବା ସାମର୍ଥ୍ୟ ନାହିଁ ବୋଲି ଯାହାର ଯାହା ଇଚ୍ଛାମତେ ଆମକୁ ବ୍ୟବହାର କରନ୍ତି । ଆମେ ବି ଅନୁଭବ କରି ପାରୁ ତୁମ ପରି । କଣ ନ କରୁ ମଣିଷଙ୍କ ପାଇଁ ଆମେ । ଆମର ଭାଇ ବନ୍ଧୁ ନ ରହିଲେ ମଣିଷ କ୍ଷଣେ ବଞ୍ଚିପାରିବକି!!ଖାଲି ମଣିଷ ନୁହେଁ କୌଣସି ଜୀଵ ଜଗତ ବଂଚି ପାରିବେ ନାହିଁ ଆମକୁ ଛାଡି । ଆମେ ଖାଦ୍ୟ,ବାସ,ବସ୍ତ୍ର ହିଁ ଯୋଗାଉ । ଆମେ ମଣିଷର ପ୍ରକୃତ ବନ୍ଧୁ । ମଣିଷ କିନ୍ତୁ ସବୁଜିମା ମୋହରୁ ନିଜକୁ ମୁକାଳି କଂକ୍ରିଟ ମୋହରେ ବାଇଆ । ଅବାଧ୍ୟରେ ଆମ ବଂଶ ଲୋପ କରିବାରେ ବ୍ୟସ୍ତ ।


      ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବି ଆମେ ମଣିଷକୁ ଦେଇ ତା ଜୀବନ,ଜୀବିକା ଓ ଜୀଇଁବାକୁ ପରିପୃଷ୍ଟ କରୁ । ସବୁଜିମା ଛାଇ ମଣିଷକୁ ଖୁସି ଖୁସି ଜୀଇଁବା ଶିଖାଉଛୁ ଅଂଶୁଘାତରୁ ରକ୍ଷା କରୁଛୁ ।


      କଇଁ କଇଁ ହୋଇ କାନ୍ଦି ଉଠିଲେ ଅନନ୍ୟାର ସମସ୍ତ ବନ୍ଧୁ । କାଲି ତୁମ" ନନ୍ଦନ କାନନ" ଜଗାଟି ବିକ୍ରି ହେବ । ଆମକୁ ମାରି ଆମରି ଛାତି ଉପରେ ଠିଆ ହେବ ଗୋଟିଏ ବିରାଟ କାରଖାନା । ଆମକୁ ରକ୍ଷାକର ଅନନ୍ୟା ।


      ନା ନା ମୋ ପ୍ରିୟ ବଗିଚା "ନନ୍ଦନ କାନନ"

 ବିକ୍ରି ହେବନାହିଁ । ମୁଁ କା ସଂଗେ ଖେଳିବି । ମୋ ପ୍ରିୟ ଗୋଲାପ,ମଲ୍ଲୀ ,ରଜନୀ ଗନ୍ଧାକୁଆଡେ ଯିବେ । ମୁଁ କାହା ସଙ୍ଗେ କଥା ହେବି,ମୋ ମନ କଥା କହି । କାହା ସଙ୍ଗେ ଖେଳିବି । କାହାକୁ ଛୁଇଁ ଅମାପ ଖୁସି ଗୋଟେଇବି । ଠାକୁର ପାଦ ତଳେ କାହାକୁ ନେଇ ଦେବି??ବାବା ....ବାବା କହି ନିଦରୁ ଉଠି ପଡିଲା ନ ବର୍ଷର ଅନ୍ୟାନ୍ୟ । ଭୋର ହୋଇ ଯାଇଥିଲା । ଅନନ୍ୟା ଦୌଡୁଥିଲା ତାଙ୍କ ପ୍ରିୟ ବଗିଚା ନନ୍ଦନକାନନ ପାଖକୁ ।

  


Rate this content
Log in

Similar oriya story from Tragedy