STORYMIRROR

Samar Ballav Bhoi

Abstract Tragedy Inspirational

3  

Samar Ballav Bhoi

Abstract Tragedy Inspirational

ନଜର ନ ଲାଗୁ ତତେ

ନଜର ନ ଲାଗୁ ତତେ

1 min
182


ସୁରେଶ ମାଝି ଜଣେ ଜଣାଶୁଣା ମାଛ ବେପାରୀ, ରାତିରୁ ଉଠି ବାହାରି ପଡ଼ନ୍ତି ମାଛଧରା ବନ୍ଦର ନିକଟକୁ। ଦିନରାତି ଚବିଶ ଘଣ୍ଟା ପ୍ରାୟ ସେ ମାଛଧରା ଜାଗାରେ ଥାନ୍ତି, ଘରକୁ ଆସିବା ବହୁତ କମ୍, ବାହାଘର ର ଅନେକ ବର୍ଷ ପରେ ପୁତ୍ର ସନ୍ତାନ ଟିଏ ଲାଭ ହେଲା, ଖୁସିରେ ସମସ୍ତେ ମଜଗୁଲ ଥାଆନ୍ତି, ପିଲାଟି ସମୟ କ୍ରମେ ବଡ଼ ହେବାରେ ଲାଗିଲା, ଚାହୁଁ ଚାହୁଁ ପାଞ୍ଚ ବର୍ଷ ବିତିଗଲାଣି, ଅତି ସୁନ୍ଦର ଦେଖିବାକୁ ତାଂକ ପୁଅଟି। କୋଟିରେ ଗୋଟିଏ ପରି, ସୁରେଶ ଙ୍କ ଘରେ ପୁରୁଷ ପୁରୁଷ ଧରି କେହି ବି ଜଣେ ସ୍କୁଲର ମାଟି ମାଡି ନାହାନ୍ତି, ତାଙ୍କ ପୁଅ ପିଲାଟି ପାଠ ପଢିବି ପାଇଁ ସୁରେଶ ଜିଦ୍ ଧରି ବସିଲେ। ପିଲା ର ନାମ ସୁନ୍ଦର, ଦେଖିବାକୁ ଡଉଲଡାଉଲ, ସୁନ୍ଦର ର ଚେହେରା ବି ବହୁତ ସୁନ୍ଦର। ସୁନ୍ଦର ର ମାଆ କହିଲା ସେ ପଢିବାକୁ ଯିବନି, ସୁରେଶ କହିଲା ହଁ ସେ ଯିବ, ମୋ ଇଛା କହୁଛି ସେ ଭଲ ପାଠ ପଢ଼ିବ, ଆମ ପାଇଁ ସୁନାମ ଆଣିବ। ସେ ପାଠ ପଢ଼ିବାକୁ ଯିବ,ମୋ ମନ କହୁଛି ସେ ଭଲ ଓ ବଡ଼ ମଣିଷଟିଏ ହେବ, ଦେଶର ଭବିଷ୍ୟତ ସେ, କାହିଁକି ପାଠ ପଡ଼ିବନି? ଆମେ ପୂର୍ବ ପୁରୁଷ ନ ପଡ଼ିଲେ ବୋଲି ମୋ ପୁଅ ପଡ଼ିବନି, ଅଲବତ ପାଠ ପଢ଼ିବ, ସୁନ୍ଦର ର ମା ଏ କଥାରେ ଅମଙ୍ଗ ଥିଲେ, କିନ୍ତୁ ବୁଝିଲେ, ହଉ ପୁଅ ପାଠ ପଢୁ, ଭଲ ମଣିଷଟିଏ ହଉ, ସମସ୍ତେ ଅପେକ୍ଷା ରେ ରହିଲେ, ସୁନ୍ଦର ସ୍କୁଲକୁ ପଢିବାକୁ ଯିବ, ମା ମନ ତ ସବୁବେଳେ ସନ୍ତାନ ପ୍ରତି ଆକୃଷ୍ଟ, ଛୋଟ ପିଲା ତା ଉପରେ କାହାରି ଖରାପ ନଜର ନଆସୁ, ତାକୁ କାହାରି ନଜର ନ ଲାଗୁ। କିଛି ଦିନ ପରେ ସୁନ୍ଦର ଗାଁ ପାଖ ଇଂରାଜୀ ସ୍କୁଲରେ ନାମ ଲେଖାଇଲେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract