kamal kumar dash

Drama Horror Thriller

3  

kamal kumar dash

Drama Horror Thriller

ନିତା

ନିତା

1 min
197



 ଅନେକ ଦିନ ତଳର କଥା , ସେତେବେଳେ ମୋବାଇଲ ଫୋନ ନଥିଲା| ରାତି ପାସେଞ୍ଜର ଟ୍ରେନ ଗଲା ପରେ ଷ୍ଟେସନ ମାଷ୍ଟର ଦେଖିଲେଯେ ଗୋଟେ ଝିଅ ବୟସ ୧୭/୧୮ ବର୍ଷ ହେବ ଟ୍ରେନ୍ରୁ ଓହ୍ଲାଇ ଷ୍ଟେସନ ଆଗରେ ବୁଲୁଛି| ଟ୍ରେନ ଗଲା ପରେ ଛୋଟ ଷ୍ଟେସନ ରେ ପ୍ଲlଟ ଫର୍ମ ରେ କେହି ନଥିଲେ | ଷ୍ଟେସନ ମାଷ୍ଟର ତାଙ୍କ ଷ୍ଟାଫ୍ ଙ୍କ ଦ୍ୱାରା ସେ ଝିଅ କୁ ଡାକିଲେ ଓ ପଚାରିଲେ ଝିଅ ତୁ କୁଆଡେ ଯିବୁ ,ତୋ ଟିକେଟ କାହିଁ? ଝିଅଟି ଟିକେ ଡରିଗଲା ଓ କହିଲା ମୋର ଟିକେଟ ନାହିଁ ମୁଁ କୁଆଡେ ଯିବି ଜାଣିନି| ସେ ପୁଣି ପଚାରିଲେ ତୁ କେଉଁଠୁ ଆସିଛୁ  କିଛି ସମୟ ଭାବିଲା ପରେ ସେ କହିଲା ରାୟଗଡ଼ାରୁ | ହେଲେ ତୁ ଟ୍ରେନ୍ ରେ ଚଢ଼ିଲୁ କାହିଁକି ? ସେ ଝିଅଟି ଚୁପ ଚାପ ବସି ଗଲା ତଳେ ଛୋଟ ପିଲାଟି ପରି | ସାନ ଷ୍ଟେସନ ମାଷ୍ଟର ବଡ଼ ଷ୍ଟେସନ ମାଷ୍ଟର ଙ୍କୁ ଡାକି ପଠାଇଲେ କାରଣ ଏତେ ରାତିରେ ଏ ଝିଅ ପିଲା ସାଙ୍ଗରେ କଣ କଥା ହେବେ ସେ ଜାଣି ପାରୁ ନଥିଲେ | ବଡ଼ ଷ୍ଟେସନ ମାଷ୍ଟର ସବୁ ଶୁଣି ନିଜ ସ୍ତ୍ରୀଙ୍କୁ ଧରି ଷ୍ଟେସନ କୁ ଆସିଲେ | ଓ ସେ ଝିଅ କୁ ବୁଝାଇ ନିଜ ଘରକୁ ନେଇ ଗଲେ| ତାଙ୍କ ସ୍ତ୍ରୀ ସେ ଝିଅ କୁ କିଛି ଖାଇବାକୁ ଦେଲେ ଓ ତା ନା ପଚାରିଲେ ,ସେ ତା ନାଁ ନିତା ବୋଲି କହିଲା | ତା ପରେ କହିଲା ପରୀକ୍ଷା ରେ ଫେଲ ହେଲି ବୋଲି ମାମା ଗାଳିଦେଲେ ଓ ମୁଁ ରାଗି କରି ଗାଡ଼ିରେ ଚଢି ଗଲି | ଷ୍ଟେସନ ମାଷ୍ଟର ନ୍କ ସ୍ତ୍ରୀ ତାକୁ କୋଳେଇ ନେଲେ ଓ କହିଲେ ମାରେ ତୋ ମା ନଖାଇ ନପିଇ ବସିଛି ନିତା | ଷ୍ଟେସନ ମାଷ୍ଟର ରାୟଗଡାର ଷ୍ଟେସନ ମାଷ୍ଟର ନ୍କ ସଂଗେ କଥା  ହେଲେ ଓ ତାଙ୍କୁ ସବୁ କହିଲେ | ନିତା ରାୟଗଡା ଷ୍ଟେସନ ମାଷ୍ଟର ନ୍କ ଝିଅ ଥିଲା ସେଠି ତାକୁ ଖୋଜl ପଡି ଥିଲା , ପୋଲିସ କମ୍ପ୍ଲେନ ବି ହୋଇଥିଲା | ଆମେ ଏବେ ବାହାରୁଚୁ କହିଲେ ସେମାନେ | ଝିଅ ଆମ ଘରେ ଅଛି କିଛି ବ୍ୟସ୍ତ ହେବାର ନାହିଁ ଟ୍ରେନ୍ରେ ଆସନ୍ତୁ କହିଲେ ଷ୍ଟେସନ ମାଷ୍ଟର | 

           ନିତାର ବାପା ମା ଟ୍ରେନରେ ଚଢି ବାହାରିଲେ | କିଛ ବାଟ ଆସିଲା ପରେ ତାଙ୍କ ଟ୍ରେନ ଆଗରେ ପଥର ଖସି ପଡିଲା ଓ ରାସ୍ତା ବନ୍ଦ ହୋଇଗଲା | ତା ପରେ ସେମାନେ ଜିପ ଭଡ଼ା କରି ବାହାରିଲେ ସକାଳୁ ଦାନ୍ତେୱାଡାରେ ପହଁଚିଲେ | ବାଟ ପଚାରି ପଚାରି ପାଖ ଷ୍ଟେସନ ରେ ପହଁଚିଲେ | ନିତା ରାତିରେ ଶୋଇ ନଥିଲା ତା ପାଖରେ ଜଗି ବସି ଥିଲେ ଷ୍ଟେସନ ମାଷ୍ଟର ନ୍କ ସ୍ତ୍ରୀ | ନିତା ତା ମାମା ଙ୍କୁ ଦେଖିଲା ପରେ , ସରି କହି ତାଙ୍କୁ କୁଣ୍ଢେଇ ପକାଇଲା | ତା ମାମା କାନ୍ଦୁଥିଲେ ଓ କହିଲେ କଣ ତୁ କରିଥିଲୁ ? କିଏ ତତେ ଜଦି ଧରି ନେଇଥାନ୍ତା କଣ ହୋଇ ଥାନ୍ତା ? ନିତାର ବାପା କିଛି କହି ପାରୁ ନଥିଲେ ସେ ଷ୍ଟେସନ ମାଷ୍ଟର ଙ୍କୁ କୁଂଢ଼େଇ କହିଲେ ସାର ଆପଣ ମୋର ଓ ଝିଅ ର ଜୀବନ ବଂଚାଇଦେଲେ , ମୁଁ ଆପଣ ନ୍କ ଋଣ ସୁଝିପାରିବି ନାହିଁ | 


Rate this content
Log in

Similar oriya story from Drama