STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ନିର୍ମଳ ଭାବମୂର୍ତ୍ତି

ନିର୍ମଳ ଭାବମୂର୍ତ୍ତି

1 min
121

: ନମସ୍ତେ ସାର୍! କେମିତି ମନେ ପକାଇଲେ ଆମକୁ? କୁହନ୍ତୁ ଆପଣଙ୍କର କି ସେବା ଆମେ କରିପାରିବୁ?


: ନାଇଁ, ଆମ ପାଇଁ କିଛି କରିବାର ନାହିଁ। ଆପଣ ଜାଣନ୍ତି ଆମର ସ୍ୱଭାବ ବିଷୟରେ। ଆମେ ତ ହେଲୁ ସ୍ୟଚ୍ଛ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ନେତା। ହେଲେ ଏଇ ଦଳୀୟ ପାଣ୍ଠି ପାଇଁ ଯାହା କିଛି ସହଯୋଗ କରିବେ...


: ଆମେ ତ ସବୁବେଳେ ଆପଣଙ୍କ ଦୁଆରେ ସେବା ପ୍ରଦାନ କରିବା ପାଇଁ ଜାଗ୍ରତ କିନ୍ତୁ ଆପଣ ତ କେବେ ବି ଆମକୁ ଘର ଭିତରକୁ ଆସିବାକୁ ଦେଉ ନାହାନ୍ତି...


: ସେମିତି କଥା ନାହିଁ ଆଜ୍ଞା। ଆମେ ତ ହେଲୁ ମେହନତି, ଖଟିଖିଆ, ଦିନମଜୁରିଆ, ଜନତା ଜନାର୍ଦ୍ଦନଙ୍କ ସେବକ ମାତ୍ର। ଆପଣଙ୍କ ପରି ଧନାଢ୍ୟ ଶିଳ୍ପପତି ଯଦି ଆମ ଘରକୁ ଆସିବେ ତେବେ ସାଧାରଣ ଲୋକେ ଟିକେ ଆଡ଼ଆଖିରେ ଦେଖିବେ। ତା' ଛଡ଼ା ଆମେ ତ ହେଲୁ ଗୃହି ସନ୍ନ୍ୟାସୀ। ପୁଣି କଟ୍ଟର ସଚ୍ଚୋଟ ଲୋକ। ଖଦଡ଼ ଆଉ ହାୱାଇ ଚପଲ ଆମ ପାଇଁ ଯଥେଷ୍ଟ। କୌଣସି ପାର୍ଥିବ ସୁଖ ସୁବିଧାରେ ଆମର ଅଭିରୁଚି କିମ୍ବା ଆସକ୍ତି ନାହିଁ। କିନ୍ତୁ ନିର୍ବାଚନ ଲଢ଼ିବା ପାଇଁ ଆଜିକାଲି ଯାହା ଖର୍ଚ୍ଚ ହେଉଛି, ସେଥିପାଇଁ ଆପଣଙ୍କ ସହଯୋଗ ନିହାତି ଆବଶ୍ୟକ। ବ୍ଯକ୍ତିଗତ ଭାବେ ଆପଣଙ୍କୁ ଠୁଁ କିଛି ନେଲେ ତାହା ବ୍ୟଭିଚାର ହେବ। ମାତ୍ର ଦଳୀୟ ପାଣ୍ଠି ପାଇଁ ଯେତେ ଯାହା ନେଲେ ବି ତାହା ଆଇନଗତ, ନ୍ୟାୟ ସଙ୍ଗତ। 


: ଆଛା ସାର୍। ଏଥିରେ ଆମର କଣ ଫାଇଦା ହେବ?


: ଫାଇଦା କଥା ଆପଣ ପଚାରୁଛନ୍ତି... ଆପଣ ତ ବ୍ୟବସାୟୀ ଲୋକ। ଆପଣଙ୍କର ତ ସବୁଥିରେ ଫାଇଦା। ଆମ ଦଳୀୟ ପାଣ୍ଠିକୁ ଦାନ ଦେଲେ ବ୍ଯକ୍ତିଗତ, ବ୍ୟବସାୟିକ, ଆର୍ଥିକ ଫାଇଦା ରହିଛି। ସବୁ ପ୍ରୋଜେକ୍ଟରେ ଆପଣ ଭାଗୀଦାର। ଆଉ ପୁଣି ଦାନ ବାବଦକୁ ଆୟକର ରିହାତି ବି ମିଳିବ।


କଥୋପକଥନର କିଛି ଦିନ ପରେ ଲୋକେଶ୍ୱର ବାବୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଉଥିଲେ। ଶିଳ୍ପପତି ଧନେଶ୍ଵର ବାବୁ ବହୁମୁଖୀ ନଦୀବନ୍ଧ ଯୋଜନାର ଠିକାଦାର ଭାବେ କାର୍ଯ୍ୟାଦେଶ ପାଇଥିଲେ। 



Rate this content
Log in

Similar oriya story from Tragedy