Lalita Mohan Mishra

Inspirational Others

3  

Lalita Mohan Mishra

Inspirational Others

ନିର୍ବନ୍ଧ

ନିର୍ବନ୍ଧ

2 mins
506



      ଧୋବା ସାହୁ ପୁଅ ନିତିଆର ନିର୍ବନ୍ଧରେ ଘରୁ ଭୁବନେଶ୍ବର ଯାଇଥିଲି । ମନ୍ଦିରରେ ଝିଅ ଘର ଆୟୋଜନ କରିଥିଲେ । ମନ୍ଦିରରେ ପ୍ରଥା ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ହେଲା । ମନ୍ଦିରରେ ପ୍ରସାଦସେବନର ଆୟୋଜନ କରିଥିଲେ ଭୋଜନ କଲୁ ।


- ଭୋଜନ ପରେ ଯେ ଯାହାର ଫଟୋ ଉଠାଇବାରେ ବ୍ୟସ୍ତ , ପୁଅ ବୋହୁକୁ ସାଥିରେ ନେଇ ଫଟୋ ଉଠାଉଥାନ୍ତି । ଝିଅ ଡାକି ଦେଲା - ନିତ୍ୟାନନ୍ଦ ଏ ଆଡକୁ ଆସ ! !


- ଆମ ଗାଁ ସନିଆ ଦଦେଇ ତ ବୟସ୍କ ଲୋକ । ତାଙ୍କୁ ଏ କଥା ପଦିକ ହଜମ ହେଲା ନାହିଁ । ସେ କାହିଁ ଜାଣିବେ ପୁଅ ଝିଅ ମେଡିକାଲ ପଢିଲା ଠାରୁ ସମ୍ପର୍କ ହୋଇଛି ଏବଂ ଭଲ ପାଇ ବିଭା ହେବାକୁ ଯାଉଛନ୍ତି । ନିର୍ବନ୍ଧ ଘରଖାଲି ଲୋକ ଦେଖାଣିଆ ।


- ପୁଅ ଝିଅ ସନିଆ ଦଦେଇଙ୍କର ଲେଖାରେ ନାତିନାତୁଣୀ । ସଙ୍ଗେ ସଙ୍ଗେ ନାତୁଣୀ ହିସାବରେ ଝିଅକୁ ବୁଝାଇ କହିଲେ... ତୁ ମାଆ ପୁଅର ନାମ ଧରି ଆଉ ଡାକିବୁ ନାହିଁ କାହିଁକି ନା ସେ ତୋର ସ୍ବାମୀ ହେବ... 


- ପାରମ୍ପରିକ ବିବାହକୁ ନେଇ ରହିଛି ଅନେକ କାହାଣୀ । ତନ୍ମଧ୍ୟରୁ ହିନ୍ଦୁ ଧର୍ମ ଅନୁଯାୟୀ ସ୍ବାମୀଙ୍କ ନାଁ ଧରିବା ଅଶୁଭ ବୋଲି କୁହାଯାଏ। ସ୍ବାମୀଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଉଥିବା ବେଳେ ସ୍ତ୍ରୀ ନାଁ ଧରି ଡାକିଲେ ଏହାର ଅପମାନ ହୋଇଥାଏ ବୋଲି କୁହାଯାଏ।


- ହେଲେ ବର୍ତ୍ତମାନର ଆଧୁନିକ ସମାଜରେ ପ୍ରେମ ବିବାହର ପରିମାଣ ବଢିଚାଲିବା ସହ ଏସବୁ କଥା ଉପରେ କେହି ଗୁରୁତ୍ୱ ଦେଉ ନାହାଁନ୍ତି। ବରଂ ଏହାକୁ ଅନ୍ଧ ବିଶ୍ୱାସ ବୋଲି କହି ଏଡାଇ ଯାଉଛନ୍ତି।


- ହେଲେ ସ୍ବାମୀଙ୍କ ନାଁ ନ ଧରିବା ପଛର କାରଣ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ସ୍କନ୍ଧ ପୂରାଣ ଅନୁଯାୟୀ, ହିନ୍ଦୁ ନାରୀ ସ୍ବାମୀଙ୍କ ନାଁ ଧରିବା ଅନୁଚିତ। କାରଣ ଏପରି କଲେ ସ୍ବାମୀଙ୍କର ଆୟୁଷ କମିଯାଇଥାଏ।


- ସେହିପରି ସ୍ବାମୀଙ୍କ ପୂର୍ବରୁ ସ୍ତ୍ରୀ ଶୋଇବା ଅନୁଚିତ। ସ୍ବାମୀଙ୍କ ଖାଇବା ପୂର୍ବରୁ ମଧ୍ୟ ସ୍ତ୍ରୀ ଖାଇବା ଅନୁଚିତ ବୋଲି ଉକ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି। ଯେଉଁ ସ୍ତ୍ରୀମାନେ ସ୍ବାମୀଙ୍କ ପୁର୍ବରୁ ଖାଇଥାଆନ୍ତି , ଶୋଇଥାଆନ୍ତି ଓ ବିନା ଅନୁମତିରେ ଯେ କୌଣସି କାର୍ଯ୍ୟ କରିଥାଆନ୍ତି ସେମାନଙ୍କୁ ପତିବ୍ରତା ବୋଲି କୁହାଯାଇ ନ ଥାଏ।


- ଏମାନେ ଘରପାଇଁ ଅଶାନ୍ତିର କାରଣ ବୋଲି ଉକ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି।ତେବେ ସେ ଯାହାହେଉ ସାମାଜିକ ଚାଲି ଚଳଣି ତଥା ଶାସ୍ତ୍ର ପୁରାଣକୁ ସମ୍ମାନ ଦେଇ ଜୀବନରେ ଆଗକୁ ବଢିଲେ ଜୀବନ ନିଶ୍ଚୟ ସୁଖ ଶାନ୍ତିରେ ଭରିଯିବ ଏଥିରେ ସନ୍ଦେହ ନାହିଁ ।


- ତୋତେ ମୁଁ ବୁଝାଇ କହିବାର ଉଦ୍ଦ୍ୟେଶ୍ୟ - ଆମେ ଯେତେ ପାଠ ପଢିଲେ , ଞାନ ଆହରଣ କଲେ କଣ ହେଲା ? ଆମେ ଆମର ସଂସ୍କୃତି ପରମ୍ପରାକୁ ଭୁଲି ଯିବାକୁ ହେବ ନାହିଁ ।


- ତୁ ଡାକ୍ତର ଇଞ୍ଜିନିୟର ଅଫିସର ହୋଇପାରୁ କିନ୍ତୁ ସ୍ତ୍ରୀର ଧର୍ମ ପଦମର୍ଯ୍ୟାଦା, ସ୍ବାମୀଙ୍କ ପ୍ରତି ନିଷ୍ଠା ସହନଶୀଳତା ଧର୍ଯ୍ୟ ତ୍ୟାଗକୁ କେବେ ଭୁଲି ଯିବୁ ନାହିଁ ।


- ସ୍ବାମୀ ସ୍ତ୍ରୀର ସମ୍ପର୍କ ରାମଚନ୍ଦ୍ର ଏବଂ ସୀତାଙ୍କ ସହିତ ତୁଳନା କରାଯାଏ । ତେଣୁ ତୁ ମଧ୍ୟ ସ୍ବାମୀଙ୍କ ପ୍ରତି ସେତିକି ଭାବ ରଖିବୁ ।


- ମୁଁ ଭାବୁଥାଏ ସନିଆ ଦଦେଇ କିଛି ଖରାପ କଥା ତ କହି ନାହାଁନ୍ତି.. 


Rate this content
Log in

Similar oriya story from Inspirational