STORYMIRROR

Satyabati Swain

Tragedy

3  

Satyabati Swain

Tragedy

ନିର୍ବାକ

ନିର୍ବାକ

4 mins
236


ଚାଲିଥିଲା ଭାର ସଜଡ଼ା।


ଘରେ ଚଞ୍ଚଳ ଓ ଖୁସିରେ ଝୁମୁଥିଲା ସବୁ ପ୍ରାଣ।

କୁଣିଆ ମୈତ୍ର ପ୍ରାୟ ସମସ୍ତେ ଅଛନ୍ତି।ସାବିତ୍ରୀ ଶାଶୁଘରକୁ ଭାର ଯାଇ ସାରିଲେ ସେମାନଙ୍କୁ ବି ବଳକା ମିଠା ଉଖୁଡ଼ା ଦେଇ ବିଦାକରାଯିବ।ଆସନ୍ତା କାଲି ଛାଡି ପହର ଦିନ ଝିଅର ଅଷ୍ଟ ମଙ୍ଗୁଳା ଭଲ ମିଠା ହେବ,ଭଲ ଭାର ଝିଅ ଘରକୁ ଯାଉ ବୋଲି ଘର ଲୋକଙ୍କ ଇଚ୍ଛା।ଯିଏ ଖାଇବ ଯେପରି କହିବ ସାବିତ୍ରୀ ବାପ ଘରୁ ବହୁତ ବଢିଆ ଭାର ଆସିଛି।

ମିଠା ଗୁଡିକ ଖୁବ୍ ସ୍ୱାଦିଷ୍ଟ ହୋଇଛି।କେଉଁ ମିଠାମିସ୍ତ୍ରୀ ହାତର ଏ  କରାମତି! 


ଏଇ ଟିକିଏ ଟିକିଏ ପ୍ରଶଂସା ପାଇଁ ଓ ଝିଅକୁ ସମସ୍ତେ ଭଲ ପାଆନ୍ତୁ ଆଶାରେ ସବୁ  ବାପ ଘର ଲୋକେ ଲାଗି ପଡନ୍ତି ଶ୍ରମ, ଅର୍ଥ , ମନ ଓ ସମୟ ଖର୍ଚ୍ଚ କରିବାରେ।ପ୍ରତି ବାପାମା ସ୍ନେହ ମମତା ଦେଇ ବଢ଼େଇ କୁଢେଇ ଝିଅକୁ ପର ଗୋତ୍ରୀ କଲାବେଳେ ଯେତିକି ଖୁସିରେ ଉଡ଼ନ୍ତି ସେତିକି ଆଶଙ୍କାରେ ବି ଡୁବପକାନ୍ତି।ସେମାନେ ହୃଦୟର କଲିଜା କାଢି  ଅନ୍ୟ  ହାତ ଓ ଅଦେଖା ଭାଗ୍ୟ ଉପରେ ଭରସା ତଥା ବିଶ୍ୱାସ ରଖି ଟେକି ଦେଲା ବେଳେ ଆଶା ଆଶଙ୍କାର ଆବେଗ ମନ୍ଥି ପକାଉଥାଏ ସେମାନଙ୍କ ଆତ୍ମା।

ଏଣୁ ଯେ କୌଣସି ମୂଲ୍ୟ ବିନିମୟରେ ସେମାନେ ଝିଅର ସୁଖ ସଉଦା କରିବାକୁ ପ୍ରସ୍ତୁତ ହୋଇ ପଡନ୍ତି।ଏମିତି ବି ଦେଖା ଯାଏ କେହି କେହି ବାପା ମା ଘର ଡିହ ବିକ୍ରି କରି ଦାଣ୍ଡର ଭିକାରୀ ହୋଇ ଯାଆନ୍ତି ପଛେ କାମନା କରନ୍ତି କିନ୍ତୁ ଝିଅର ସୁଖ ସଦା ସର୍ବଦା।

ସତରେ ଝିଅ ସ୍ନେହ ମମତାର କୋମଳ ରକ୍ତ ମାଂସର କଣ୍ଢେଇ ରାଣୀଟିଏ।ପୁରା ସତେଜ ଓ ସୁବାସିତ କଅଁଳ ଫୁଲ ପରି।ପ୍ରତି ବାପା ମାଆଙ୍କର ରାଜକୁମାରୀ।ଝିଅଟିଏ  ସବୁ ବାପା ମା, ଭାଇ ଓ ଆତ୍ମୀୟ ସ୍ଵଜନଙ୍କ ପାଇଁ ଗୋଟେ ବଡ଼ ଦୁର୍ବଳତା।ସେମିତି କୃଷ୍ଣ ପ୍ରସାଦ ମହାନ୍ତିଙ୍କ ଝିଅ ସାବିତ୍ରୀ ଶାଶୁ ଘର ପାଇଁ ଚାଲୁଥିଲା ଭାର ସଜଡ଼ା ଜୋର ସୋର।

ଭିନ୍ନ ଭିନ୍ନ ପ୍ରକାରର ମିଠା ସହ ଚୁଡା ଓ ଖଇର ଉଖୁଡ଼ା ବାସ୍ନାରେ ମହକି ଉଠୁଥିଲା ଆଖ ପାଖ।ସାଇ ପଡିଶା ବି ସେଇ ବାସ୍ନା ଆଘ୍ରାଣରେ ଆମୋଦିତ ହେଉଥିଲେ।ସେମାନଙ୍କ ଭାଗରେ ବି ସଦ୍ୟ ସତେଜ ମିଠା କିଛି ପଡିବ।ଏଇଟା ସବୁ ଗାଁ ଗଣ୍ଡାର କେଉଁ ଆବାହନ କାଳରୁ ଚଳି ଆସୁଥିବା ଏକ ସୁସ୍ଥ ଚଳଣି।

ଗାଁ ଗଣ୍ଡାର ବିବାହ ବ୍ରତ କି ପୁନେଇ ପରବ ପାଳିବା ଢଙ୍ଗ ଟିକେ ନିଆରା ସହର ଠାରୁ।ଜଣଙ୍କ ଉତ୍ସବ ହେଲେ ଅନ୍ୟ ମାନେ ମନ ଭରି ଉପଭୋଗ କରନ୍ତି।ଚାରି ଆଠ ଦିନ ଲାଗି ଖୁସିର ମାହୋଲ ଲାଗି ରୁହେ।ଅବଶ୍ୟ ସହର ସଭ୍ୟତାକୁ କିଛି ଆପଣେଇ ଗାଁ ଗଣ୍ଡାରେ ବି କେତେକାଂଶରେ ପରିବର୍ତ୍ତନ ଆସିଲାଣି।ତଥାପି ଅଳ୍ପ ହେଉ ପଛେ ବଞ୍ଚି ରହିଛି ସହଯୋଗିତା ଓ ସହଭାଗିତାର ଖୁସିବାସିଆ ଜୀବନ ଗାଁ ଗଣ୍ଡାରେ।ଏଇ ଗାଁ ଗହଳି ପାଇଁ ତ ବଞ୍ଚି ରହିଛି ଆମ ସଂସ୍କୃତି ,ପ୍ରଥା ଓ ପରମ୍ପରା।ନଚେତ ଡାଓନୋସର ପରି କୁଆଡେ ଲୁପ୍ତ ହୁଅନ୍ତାଣୀ ଶହେକୁ ଶହେ।ଗୋଟିଏ ଦେଶର ଆତ୍ମା ପରା ସେଇପାଇଁ ଗାଁ !!

କୃଷ୍ଣ ବାବୁଙ୍କ ଘରେ ଖୁସିର ପବନ ବହୁଥିଲା ଆଜକୁ ପାଞ୍ଚ ଛଅ ଦିନ ଧରି।ବାହା ଘର ପରେ ବି ଗହଳି ଥିଲା ତାଙ୍କ ଘର ବନ୍ଧୁ ବାନ୍ଧବରେ।ଟବ୍ ବସି ଭାତ ଡାଲମାରେ ଭାସୁଥିଲେ ସମସ୍ତେ । ଏକତ୍ର ଭେଟିବାର ସୁଯୋଗ ହାତ ଛଡା କରୁ ନଥିଲେ ବନ୍ଧୁ ବାନ୍ଧବ।ନିଜ ନିଜ ପିଲାଦିନ ଓ ଏବେର ଜୀବନ ଗପ ସପ ମାଧ୍ୟମରେ ଖୁବ୍ ବଣ୍ଟା ବଣ୍ଟି ହେଉଥିଲେ।ସୁଖଦାୟୀ ଅପାସୋରା ପିଲାବେଳ ମନେ ପକାଇ ହସି ହସି ବେଦମ ହେଉଥିଲେ।ପୁଣି ଏବେର ଜୀବନ ବଖାଣି ଆମୋଦିତ ଓ ଗର୍ବ ଅନୁଭବ କରୁଥିଲେ ।

ସବୁ ଠିକ୍ ଠାକ୍ ଚାଲୁଥିଲା ବେଳେ  କ'ଣ ହେଲା ଯେ ସବୁ କ'ଣ ଥପ୍ କରି ଲିଭି ଗଲା!!ସାଇ ଭାଇଏ ଗଦା ହୋଇଗଲେ। କ'ଣ ହୋଇଛି, କ'ଣ ହୋଇଛି ଆତୁର ହୋଇ ପଚରା ପଚରି ହେଲେ।କେହି କିଛି କହୁ ନଥିଲେ।ବୋଧେ କୃଷ୍ଣ ବାବୁଙ୍କ ଛଡା କେହି କିଛି ଜାଣି ହିଁ ନାହାନ୍ତି ପ୍ରକୃତ ଘଟଣା କଣ?

କେବଳ କୃଷ୍ଣ ବାବୁଙ୍କ ରଡି କରି କହିଲେ, ବନ୍ଦ କର , ବନ୍ଦ କର ଏସବୁ ।ପାଗଳ ଙ୍କ ପରି ସଜଡ଼ା ମିଠା କାଟୁନ ଉଠେଇ ଏଣେ ତେଣେ ଫିଙ୍ଗା ଫିଙ୍ଗି କରି  କାନ୍ଥକୁ ଆଉଜି କାନ୍ଥ ହୋଇ ଯାଇଛନ୍ତି ସେ।ଯିଏ ଯେତେ ପଚାରିଲେ କିଛି କହୁ ନାହାନ୍ତି।ସତରେ ଯେମିତି ମୁକ ହୋଇ ଯାଇଛନ୍ତି ।କେବଳ ଏତିକି ସମସ୍ତେ ଜାଣିଛନ୍ତି ଫୋନ୍ କଲ୍ ଟିଏ ଆସିଥିଲା ତାଙ୍କୁ। ତାପରର ଅବସ୍ଥା ଏମିତି।ସମସ୍ତେ ଜାଣିଥିଲେ  ସାବିତ୍ରୀ ଶାଶୁ ଘରୁ ଫୋନ୍ କଲ୍ ଟା ଆସିଥିଲା। ହେଲେ ଫୋନ୍ ରେ ସେମାନେ କ'ଣ କହିଲେ ଯେ ମୁକ ଓ ମାଟି ଗଦା ହୋଇ ଯାଇଛନ୍ତି କୃଷ୍ଣ ମହାନ୍ତି !

ଯିଏ ଯେତେ ପଚାରିଲେ ବି ସେ କିଛି କହୁ ନାହାନ୍ତି।ଲୁହ ଗଡି ଆସୁଛି ଧାର ଧାର।ତାଙ୍କ ପୁରୁଷ ପଥର ଆଖି ଫଟାଇ ଯେଉଁ ଲୁହ ବୋହୁଛି ଓ ତାଙ୍କୁ ମୁକ କରିଦେଇଛି  ସେଇ ଘଟଣା କି ଗୁରୁତର ଓ କେତେ ମାରାତ୍ମକ ତାହା ସୂଚଉଛି ନିଶ୍ଚେ।କିନ୍ତୁ ସଠିକ୍ କଥାଟି କେମିତି ଜାଣିବେ କୃଷ୍ଣ ବାବୁ ନ କହିଲେ।ସେ ତ ନିଃଶବ୍ଦ, ନିର୍ବାକ।ହାଉଳି ଖାଇ ନିଶ୍ଚିତ ଅଘଟଣ ଅନୁମାନ କରି ସାବିତ୍ରୀ ମା ଦିଅର ରାମଙ୍କୁ କହିଲେ ସାବିତ୍ରୀ ଶାଶୁ ଘରକୁ ଫୋନ୍ କରି ଘଟଣା କଣ ବୁଝିବାକୁ।ଫୋନ୍ କରି  ଯାହା ବୁଝିଲେ ଆକାଶ ଛିଡି ପଡିବ ଅବା।ସେଥିରେ ସବୁ ଦୋଷ ଥିଲା ତାଙ୍କ ଝିଅର !!


ଖୁବ୍ ନିରବ ଓ ନିଃଶବ୍ଦ ଥିଲା  ଦିନେ ଦୁଇ ଦିନ କୃଷ୍ଣ ବାବୁଙ୍କ ଘର।ଚାରିପାଖରେ ବାୟୁ ବୋହିବା ବନ୍ଦ ହେଲା ପରି ଲାଗୁଥିଲା।ଆଷାଢ଼ ଝରୁଥିଲା ଆଖି ଆକାଶରୁ ୟାସ୍ ପରି ଏବଂ  "ନିର୍ବାକ"କରି ଦେଇଥିଲା ସଭିଙ୍କୁ ଘଟଣାଟି।

କଥାର ହାତ ଗୋଡ଼ ନାହିଁ।କିନ୍ତୁ ଗତି ପ୍ରଖର।ପହଁରି ଆସିଲା ସାବିତ୍ରୀ ଶାଶୁଘରୁ ଲୋକଙ୍କ କାନ ପର୍ଯ୍ୟନ୍ତ।ସମସ୍ତଙ୍କ ଆଗରେ ଠିଆ ହୋଇଥିଲା ସାବିତ୍ରୀର ହୃଦୟ ବିଦାରକ ରୂପ।

ଲୋକେ ଆହା ଚୁ ଚୁ କରି କୋହ ଭରା କଣ୍ଠ ରେ କୁହା କୋହି ହେଉଥିଲେ "ସାବିତ୍ରୀ ବର କରୋନାରେ ଚାଲିଗଲା।"










Rate this content
Log in

Similar oriya story from Tragedy