Sanuja Meghamala

Tragedy

3  

Sanuja Meghamala

Tragedy

ନିଃସଙ୍ଗ ଜୀବନ

ନିଃସଙ୍ଗ ଜୀବନ

3 mins
12.3K



 ବାଲକୋନୀରେ ଚେଆର ଉପରେ ବସି ଟି-ପୟ ଉପରେ ଗୋଡ଼ ଲଂବେଇ ଦେଇ ଚା ପିଉ ପିଉ ଖୋଲା ଆକାଶକୁ ଚାହିଁ ବିପିନିବାବୁ ମନେମନେ ଭାବୁ ଥାଆନ୍ତି.. ପୁରୁଣା ଦିନ କଥା..।ଚାକିରୀ କରିଥିବା ପର୍ଯ୍ୟନ୍ତ ଅନବରତ ଧାଉଁ ଥିଲେ....ଆଜି ମିଟିଂ.. କାଲି ଟୁର୍.. ତା ସହିତ ସାଗରିକାଙ୍କର ଦୁନିଆ ବରାଦ..କେବେ ଡ଼ାଲି ତେଲ.ତ କେବେ ପରିବା.ଔଷଧ. ପିଲାଙ୍କ ଖାତା ବହି କଲମ .ଫୁରୁସତ ନ ଥାଏ ..ତାଙ୍କୁ..। ଓହୋ ଏବେ ବସି ବସି ବେଳ ସରୁନି..। ନିଜେ ଟିକେ ବଜାର ହାଟ ଯିବେ କହିଲେ ପିଲାମାନେ ଛାଡ଼ନ୍ତିନି..ଆଜି କାଲି ଯେଉଁ ଭିଡ ତୁମେ କୁଆଡେ ଯିବ..।

  ବସି ବସି ଖାଲି ପୁରୁଣା ଦିନଗୁଡ଼ିକ କଥା ଭାବନ୍ତି..ଆହା ସାଗରୀକା ଥାଆନ୍ତେ କି ସମୟ କଟିଯାନ୍ତା..। ବିଚରା ଏତେ ପରିଶ୍ରମ କରି ଛୁଆଙ୍କୁ ମଣିଷ କଲେ..ଘର କଲେ..କିନ୍ତୁ..କିଛି ସୁଖ ସୁବିଧା ଭୋଗି ବାକୁ ରହିଲେନି..ସବୁବେଳେ ସେଇ ଗୋଟିଏ କଥା ..ତମ ଆଗରେ ମୋ ଦିନ ସରିଗଲେ.. କଥା ସରିଲା...ସେଇ ମୋର ବଡ ସୌଭାଗ୍ୟ।..କେବେ ବୁଝିଲେନି ତାଙ୍କ ପରେ ମୋର କଣ ହେବ...ମୁଁ କେମିତି ଏକୁଟିଆ ହେଇ ଯିବି..।ଆଖିରୁ ଲୁହ ପୋଛି ଫୋନ ରୁ ସାଗରିକାଙ୍କ ଫଟୋ କାଢି ହାତରେ ପୋଛି ଦେଉ ନିରେଖି ଦେଖୁଥିଲେ।


   ପୁରୁଣା କଥା ମନେ ପଡିଗଲା...ତାଙ୍କର ବଦଳି ହେଇଗଲା.. ଉପାନ୍ତ ସହରକୁ ପିଲା ମାନଙ୍କ ପାଠ ପଢାକୁ ଦୃଷ୍ଟିରେ ରଖି ସେ ଏକା ଗଲେ,ଆଉ ଛୁଆ ନିଜ ମାଆ ସମସ୍ତଙ୍କ ଦାୟିତ୍ଵ ନ୍ୟସ୍ତ ହୋଇଗଲା ସାଗରିକାଙ୍କ ଉପରେ..ମାସକୁ ଥରେ ବା ଦୁଇଥର ଆସୁଥିଲେ.. ଘରକୁ। ଭଲ ମନ୍ଦ ସୁଖ ଦୁଃଖ କଥା ବାର୍ତ୍ତାର ମାଧ୍ୟମ ଥିଲା ସେଇ ଲ୍ୟାଣ୍ଡ ଫୋନଟି..।କେତେ ଅଭିମାନ ଅଭିଯୋଗ ଭଲପାଇବା ସବୁ ଅଜାଡ଼ି ହୋଇ ଯାଏ ସେଇ ଫୋନ ମାଧ୍ୟମରେ । ଛୁଆମାନେ ଜଗି ବସିଥିବେ..ସେ ଫୋନ୍ କଲେ ରିସିଭର ଛାଡ଼ୁନଥିଲେ.. କେବେ ବଡ଼ ପୁଅ ଭିଡିଥିବ ତ କେବେ ସାନ.. ସ୍କୁଲ୍ ,ପାଠ ପଢା ସାଙ୍ଗ ସାଥିଙ୍କ ଗପ ଠୁ ଆସିଲା ବେଳେ କଣ କଣ ଆଣି ଆସିବେ.. ତାର ଗୋଟେ ଲମ୍ବା ତାଲିକା ବଢ଼ି ବଢ଼ି ଯାଏ.. ପ୍ରତିଦିନ ସନ୍ଧ୍ୟାର ସେହି ସମୟକୁ ସେ ପିସିଓରେ ଲାଇନ ଦେଇ ଅପେକ୍ଷା କରୁଥିଲେ ଘଣ୍ଟା ଘଣ୍ଟା..। କେତେବେଳେ ତାଙ୍କ ପାଳି ପଡ଼ିବ ଆଉ ଖୁସିରେ ଟିକେ ଛୁଆ ମାନଙ୍କ ସହିତ ଏବଂ ସାଗରିକାଙ୍କ ସହିତ କଥା ହେବେ..।।ଯେଉଁ ଦିନ କଥା ହେଇ ହୁଏନି..ଉଭୟ ପକ୍ଷ ଚିନ୍ତା ଟା ଭିତରେ ରାତି ପୁହେଇ ଦିଅନ୍ତି..।ସେତିକି ତ ସୁଖ ଶାନ୍ତି ସମ୍ପର୍କ ଆଶା ରଖେ ମଣିଷ ନିଜ ପରିବାର ଠାରୁ..।

  ଏବେ ସମୟ ବଦଳି ଗଲାଣି..। ସେହି ଲ୍ୟାଣ୍ଡ ଫୋନ ପାଖରେ ସମଗ୍ର ପରିବାର ଏକତ୍ରିତ ହୋଇ କଥା ହେବାର ପରମ୍ପରା ପୁରୁଣା କାଳିଆ ଲାଗୁଚି..।ସମସ୍ତଙ୍କ ହାତରେ ସ୍ମାର୍ଟ୍ ଫୋନ..।ସ୍ମାର୍ଟ୍ ଫୋନ. ଟେ ଧରି ଗୋଟେ ସେକେଣ୍ଡରେ ବିଶ୍ଵର ଖବର ଜାଣି ଯାଉଛନ୍ତି..ଅଥଚ ନିଜ ଘର..ପରିବାର ସମ୍ପର୍କ ଠାରୁ କେତେ ଦୂରେଇ ଯାଉଚି ଆଜିର ମଣିଷ।ସଗାରିକା ଯିବା ପରେ ସେ ତ ନିହାତି ଅଲୋଡା ଅଚିହ୍ନା ହେଇ ଯାଉଛନ୍ତି ନିଜ ପରିବାର ଭିତରେ..।ସମୟ ଅନୁଯାୟୀ ତାଙ୍କର ସମସ୍ତ ଯତ୍ନ ନିଅନ୍ତି ପୁଅ ବୋହୁ ମାନେ..। ଠିକ୍ ଟାଇମରେ ଖାଇବା, ମେଡିସିନ ଦେବା.. ରେଗୁଲାର ଚେକ୍ ଅପ୍, ଡକ୍ଟରଙ୍କ ପାଖକୁ ନେବାରେ କେହି ହେଳା କରନ୍ତିନି..।କିନ୍ତୁ ତା ବାଦେ ମନ ଖୋଜେ ଆଉ କିଛି ସମୟ..ନାତି ନାତୁଣୀ..ପୁଅ ବୋହୁ..ତାଙ୍କ ସହିତ କଥା ବାର୍ତ୍ତା ହୁଅନ୍ତେ..ସେଇଟା ମିଳେନି.. ସାଗରିକା ଯିବା ଦିନୁ..।

 କାହା ସହିତ ମନ ଖୋଲା କଥା ହେଇ ପାରନ୍ତି ନାହିଁ । ସେ ଦେଖନ୍ତି..ପୁଅ ଦୁଇଜଣ ଅଫିସ ରୁ ଫେରି ଫୋନରେ ବ୍ୟସ୍ତ..ବୋହୁମାନେ ରୋଷେଇ ସାରିଦେଲେ..ସେମାନଙ୍କ ଫୋନରେ ବ୍ୟସ୍ତ..ନାତି ନାତୁଣୀ. ନିଜ ରୁମ୍ରେ ପଶିଗଲେ ଥରେ ଆଉ ବହାରନ୍ତିନି..ତାଙ୍କ ଶୋଇବା ଘରକୁ ଖାଇବା ଯାଏ.. ଏକାଠି ବସି ଖାଇବା..କଥା ହେବା ଆଜିକାଲି ସପନ..।ଗୋଟିଏ ଘରେ ସମସ୍ତେ ଅଛନ୍ତି ସତ କେହି ନ ଥିଲା ପରି.. କାହା ..ସୁଖ ଦୁଃଖ ଭଲ ମନ୍ଦ ବିଷୟରେ ,ଭବିଷ୍ୟତ ଯୋଜନା ବିଷୟରେ କଥା ହେବା..ସେ ଦେଖୁ ନାହାନ୍ତି..।ଘରର ଡ଼ାଲି ଚାଉଳ ପରିବା ମେଡିସିନ୍ ଠାରୁ ହୋଟେଲ ରୁ ଖାଇବା ଜିନିଷ ଫୋନ ଦ୍ୱାରା ଘରେ ପହଞ୍ଚି ଯାଉଚି..।  

   ସେଦିନ ନାତିକୁ ଦି ପଦ କଥା ହେବାକୁ ଡାକି ଦେଇ କହିଲେ..ତୋ ବାପା ଜେଜେଙ୍କ ଠାରୁ ଗପ ଆଉ ଜେଜୀମା ଠାରୁ ଗୀତ ନ ଶୁଣିଲେ ଶୋଉ ନ ଥିଲା.....।ତୁମେ ଆଜି କାଲିକା ପିଲା ଆଉ ଗପ ଗୀତ ଶୁଣୁନ ..?

ନାତି ଟୋକା କହିଲା ଶୁଣୁଛୁ ନା ଜେଜେ..ଫୋନ ରୁ..। ସେଠି ସବୁ ଅଛି..। ଇନଫ୍ୟାକ୍ଟ ଜେଜେ ମୁଁ ଡାଡି ଙ୍କୁ କହିବି ତମ ପାଇଁ ବି ଗୋଟେ ଫୋନ୍ ଆଣି ଦେବେ..ତମେ ଆଉ ବୋର୍ ହବନି.।ସେଠି ଜେଜେମାଙ୍କ ଫଟୋ ଡ଼ାଡି ,କାକା... ଆଉ ଆମ ସମସ୍ତଙ୍କ ଫଟୋ ରଖିଦେବି ତମେ ଦେଖିବ..ଗୀତ,ଭଜନ ପ୍ରାର୍ଥନା ଶୁଣିବ..ଭଲ ..ଲାଗିବ.. ତୁମ ସମୟ କଟିଯିବ..

ସେଇଟା ଫୋନ ନୁହେଁ ତ ଯାଦୁ କି ଛଡି.. ତୁମେ ଖୁସି ହେଇଯିବ ଜେଜେ..।

ତାହେଲେ ସେଇ କଥା ହିଁ କରିବା..ମୋର କିଛି କାମ ନାହିଁ ..ଦିନ କଟି ଯିବ....ସେଇ ଫୋନ ମାୟାରେ..।.ସମୟ ବଦଳୁଛି ରୁଚି ବି ବଦଳୁଛି... ତା ସହିତ ତାଳ ଦେଇ ମଣିଷ.... ।ସେହି ସ୍ମାର୍ଟ୍ ଫୋନ ହିଁ ତାଙ୍କ ଶୂନ୍ୟ ଜୀବନରେ କିଛିଟା ପୂର୍ଣ୍ଣତା ଭରି ଦେଇଛି..।ନିଃସଙ୍ଗ ଜୀବନର ସାଥୀ..



Rate this content
Log in

Similar oriya story from Tragedy