Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

ତ୍ରିନାଥ ବେହେରା

Thriller

4.0  

ତ୍ରିନାଥ ବେହେରା

Thriller

ନିଃଶବ୍ଦ ରାତିର ତାତି

ନିଃଶବ୍ଦ ରାତିର ତାତି

6 mins
11.7K


    ସେଦିନ ଜହ୍ନ ଆଲୁଅରେ ସାଙ୍ଗଙ୍କ ମେଳରେ ଥିଲା ବୋଲି ସିନା ସୁହାନୀ ଜହ୍ନକୁ ଫୁତ୍କାର ମାରୁଥିଲା , ଆଜି କିନ୍ତୁ ଜହ୍ନର ଆଲୁଅଟିକେ ପାଇଁ ନେହୁରା ହେଉଛି। ନିଃଶବ୍ଦ ରାତିଟା ସତେ ଯେପରି ଲମ୍ବା ହୋଇଯାଇଛି ଦିଗନ୍ତ ବିସ୍ତାରୀ। ସୀମାହୀନ ଦରିଆ ସେପାରୀରେ ଥିଲା ପରି ସେ ନିଜେ ମନେ କରୁଛି। କଳା ମିଚିମିଚି ବଉଦ ଗୁଡିକ ଆକାଶର ଜହ୍ନକୁ ସତେ ଯେପରି ବନ୍ଦୀ କରିନେଇଛନ୍ତି। ଯେଉଁଆଡେ ଦେଖିଲେ ଅନ୍ଧାରର ରାଜୁତି।ଆଜି ସେ ଜହ୍ନଟିକୁ ବ୍ୟାକୁଳ ହୋଇ ଡାକୁଛି। ଅସମୟରେ ହଁ ମଣିଷ ନିଜର ଔକାତ ବୁଝିପାରେ,ସୁହାନୀ ବି ବୁଝିଛି ଆଉ ସବୁବେଳେ ଯେଉଁ ଗୋରା ତକ ତକ ଗୋଟିଏ ଚାଉଳରେ ଗଢା ଦେହଟିକୁ ନେଇ ଗର୍ବ କରୁଥଲା ଆଜି ତାହା ତା ପାଇଁ ସତେ ଯେମିତି ଅଭିଶାପ ପାଲଟି ଯାଇଛି ପରି ମନେ ହେଇଛି। ନିଃଶବ୍ଦ ରାତି ବଢୁଛି ଆଉ ତା ସହ ତାଳ ଦେଇ ତା ଦେହର ଛନକା ବି ବଢୁଛି। ନିଃଶବ୍ଦ ରାତିର ତାତି ରେ ସେ ସତେ ଯେପରି ଅସ୍ତବ୍ୟସ୍ତ ହୋଇପଡୁଛି।

ସବୁଦିନ ପରି ଆଜି ବି ସେ ବାହାରିଥିଲା ତା କର୍ମସ୍ଥଳୀକୁ। ମନରେ ଥିଲା ସେଇ ଗର୍ବ, ଅହଂକାର ନିଜର ଅଦମ୍ୟ ସୌନ୍ଦର୍ଯ୍ୟତା ପାଇଁ। ବସ୍ ରେ ବସିଥିବା ଅଭାବୀ ମଣିଷ ଗୁଡାକୁ ଛେ ଛେ ମାର୍ ମାର୍ କରୁଥିଲା ଯେମିତି ପ୍ରତ୍ୟହ କରେ। ଓଃ ... ଏ ମଣିଷ ଗୁଡାକ ଭାରି ଅସନା ଲାଗୁଛନ୍ତି। କି କଦର୍ଯ୍ୟ ଚେହେରା , କି ବିକଟାଳ ବେଶ, ଭାଷାରେ ଶାଳିନତା ନାହିଁ। ଫିଦିନ ତିରସ୍କାର କରେ ଆଉ ଏହା ବି ତାର ଅଭ୍ୟାସରେ ପରିଣତ ହେଇଯାଇଥିଲା। ଧୋବ ଫର ଫର ସମ୍ଭାନ୍ତ ପୋଷାକ ତଳର ଅମଣିଷ ପ୍ରକୃତି କୁ ସେ କେବେ ଠଉରାଇ ପାରିନଥିଲା ବରଂ ତାହା ତ ଆଭିଜାତ୍ୟ ବୋଲି ଧରି ନେଇଥିଲା। ଖଟିଖିଆ, ମୁଲିଆ, ଶ୍ରମିକମାନଙ୍କ ଅବଦାନ କୁ ବୁଝିବା ତ ଦୂର ସେମାନଙ୍କ ପ୍ରତି ସାମାନ୍ୟ ମାନବିକତା ବି ତା ହୃଦୟରେ ନଥିଲା।ତା ଭାଷାରେ ସେମାନେ ଥିଲେ ଗାଉଁଲି, ମୁର୍ଖ ଆଉ ଅପାଠୁଆ।

ଫି ଦିନ ସାଙ୍ଗ ମେଳେ ବୁଲିବା, ଗୁଲିଗପ କରିବା, ତା ପାଇଁ ଥିଲା ଆଧୁନିକତାର ଗୋଟିଏ ଗୋଟିଏ ନୂତନ ଫର୍ଦ୍ଦ।

ଅଫିସରେ ଟିକେ କାମ ବଢିଯିବାରୁ ଫେରୁ ଫେରୁ ବିଳମ୍ବ ହେଇଯାଇଛି। ତଥାପି ସେ ଠିକ୍ ସମୟରେ ଘରେ ପହଞ୍ଚିପାରିଥାନ୍ତା କିନ୍ତୁ ଅଦିନିଆ କାଳବୈଶାଖୀର କରାଳ ପଞ୍ଝାରୁ ସେ ମୁକୁଳି ପାରିନଥିଲା। ହଠାତ ଝଡ ତୋଫାନ ସହ ବର୍ଷା ମାଡି ଆସିଲା। ଅବିଳମ୍ବେ ବିଦ୍ୟୁତ ଖୁଣ୍ଟ ଗୁଡିକ ଧରାଶାୟୀ ହୋଇଗଲେ ଆଉ ପ୍ରବଳ ବର୍ଷାରେ ଚାରିଆଡେ ଜଳାର୍ଣ୍ଣବ ଦେଖାଗଲା। ଓଦା ସରସର ଦେହରେ ଜୀବନ ବଞ୍ଚାଇବାକୁ ସୁହାନୀ ପଶିଯାଇଥିଲା ରାସ୍ତାକଡର ଗୋଟେ ଘର କୁ। ବର୍ଷା ଛାଡିବା ପରେ ଚାଲି ଚାଲି ପାଣି କାଦୁଅରେ ସେ ଅନ୍ଧାର ରାତିରେ ମାଡି ଚାଲିଥିଲା ବସ୍ ଷ୍ଟାଣ୍ଡ ଆଡକୁ। ସମୟ ପାଖାପାଖି ରାତି ନଅଟା। ବସ୍ ମିଳିବ କି ନାହିଁ ମନର ସଂଶୟ ତା ଓଦା ଦେହଟାକୁ ଥରାଇଦେଉଥିଲା। ଅଳ୍ପ ବାଟ ଯାଇଛି ଦେଖିଲା ଦୁଇଟି ମଣିଷ ତାକୁ ଫଲୋ କରୁଛନ୍ତି। ସେ ଦୌଡିବାକୁ ଲାଗଲା। ସେ ଲୋକ ଦୁଇଜଣ ବି ଦୌଡିଲେ। ବସ୍ ଷ୍ଟାଣ୍ଡ ଆଉ ମାତ୍ର ଅଧ କିଲୋମିଟର। ସୁହାନୀ ଦୌଡିଲା କିନ୍ତୁ ପାରିଲାନି। ବାଟରେ ଥିବା ଗୋଟିଏ କଲଭର୍ଟ ତଳେ ଲୁଚିଗଲା। ଲୋକ ଦୁଇ ଜଣ ସେମିତି ଗୋଡାଉଥାନ୍ତି। କଲଭର୍ଟ ତଳର ମଇଳା ପୋଚକା ପାଣିର ଗନ୍ଧରେ ସେ ନିସ୍ତେଜ ହୋଇ ପଡୁଥାଏ। କଷ୍ଟେ ମଷ୍ଟେ ନିକଟସ୍ଥ ବରଗଛ ପାଖକୁ ଚାଲିଗଲା। ଅନ୍ଧାର ରାତି ରେ ବରଗଛ ଓହଳରେ ସେ ଲୁଚିଗଲା। ଲୋକ ଦୁଇ ଜଣ ସେହି ବରଗଛ ନିକଟରେ ପହଞ୍ଚିଯାଇଥିଲେ। ସେ ଅନ୍ଧାର କିଟି କିଟି ରାସ୍ତାରେ କୁଆଡେ ଯିବ କେମିତି ଯିବ ସ୍ଥିର କରିପାରୁନଥିଲା। ତା ସୁନ୍ଦରପଣିଆ ଆଜି ତାକୁ ଅଧିକ ଡରାଉଥିଲା। ଚାରିଆଡେ ନୀରବତା ଆଉ ଅନ୍ଧାରର ରାଜୁତି ଥିଲା। ସେ ସେଦିନ ଜହ୍ନକୁ ବହୁତ ଝୁରିଥିଲା କିନ୍ତୁ ସେଦିନ ଥିଲା ଅମାବାସ୍ୟା। ପାଠ ପଢି ଶିକ୍ଷିତ ହୋଇ ଚାକିରୀ କରିବା ପାଇଁ ସେ ବାପା ମା ଙ୍କ ଠାରୁ ଦୂରେଇ ସହରରେ ରହୁଥିଲା। ଗାଁକୁ ଘୃଣା କରିବା ବି ଆଉ ଗୋଟିଏ କାରଣ କୁହାଯାଇପାରେ। ଆଧୁନିକ ହେବା ଲାଳସାରେ ଗାଁକୁ ଦୂରେଇ ଆଜି ସେ ହରଡ ଘଣାରେ ପଡିଯାଇଥିବା ମନେ କଲା। ଏଇ ନିଃଶବ୍ଦ ରାତିଟି ତାକୁ ସଠିକ୍ ଶିକ୍ଷା ଦେଇସାରିଥିଲା। ଭୟରେ ତା ଦେହ ତାତି ଉଠୁଥିଲା। ପ୍ରାଇଭେଟ ଚାକିରୀ ଏଣୁ ମାଲିକ କଥାକୁ କଣ ଅମାନ୍ୟ କରିପାରିବ। ବାଧ୍ୟ ହୋଇ ଓଭର ଡ୍ୟୁଟି କଲା ଆଉ ଆଜି ଏ ପରିସ୍ଥିତିର ସାମ୍ନା କଲା। ପ୍ରତିଦିନ ଠିକ୍ ପାଞ୍ଚଟାରେ ଡ୍ୟୁଟିସାରି ଦୀର୍ଘ କିଲୋମିଟର ଟିଏ ଚାଲି ଚାଲି ବସ୍ ଷ୍ଟାଣ୍ଡରେ ତ ପହଞ୍ଚି ଯାଉଥିଲା ମାତ୍ର ଆଜିର ବେଳାଟା ବୋଧେ ଭଲ ନଥିଲା। ସେଥିପାଇଁ ତ ଏ ବର୍ଷା କାକରରେ ଅନ୍ଧାର ରାତିରେ ଅସାମାଜିକଙ୍କ କୋପର ଶିକାର ହୋଇଛି। 

କିଛି ସୋର ଶବ୍ଦ ଶୁଭୁନାହିଁ ଯେ। କଣ ପୃଥିବୀଟା ଅଟକି ଗଲା କି? 

ନାଁ... ଦୂରରେ ସେ ଦୁଇଟା ଲୋକ ପୁଣି ଦୃଶ୍ୟମାନ ହେଲେଣି। କିଛି ଗୋଟେ କରିବାକୁ ହେବ। ମୋବାଇଲଟା ବି ଆଜିକି ବୋଲି ସୁଇଚ ଅଫ୍। ଓଃ... ମାଇଁ ଗଡ ... ମୁଁ କଣ କରିବି। 

ଅଚାନକ ସେପଟ ରାସ୍ତାରେ ମାଡି ଆସିଲା ଗୋଟେ ବୋଲେରୋ।

ନାଁ...ଆଉ ଏଠି ଅଟକି ରହିବା ନିରାପଦ ନୁହେଁ, ମୁଁ ଏଇ ଗାଡି ସାମ୍ନାକୁ ଯାଇ ସାହାଯ୍ୟ ମାଗିବି । ସେ ବରଗଛ ଓହଳରୁ ଧୁଡ କିନା ବାହାରି ବୋଲେରୋ ଆଡକୁ ଦୌଡିଲା। ସେପଟେ ତାକୁ ଖୋଜୁଥିବା ଲୋକ ଦୁଇଟି ବି ତାକୁ ଦେଖି ତା ଆଡକୁ ଦୌଡଲେ।

ହେଲ୍ପ...ହେଲ୍ପ...ପ୍ଳିଜ ସେଭ ମି । 

ମୁଁ ଟିକେ ଅସୁବିଧାରେ ପଡିଯାଇଛି । ପ୍ଳିଜ ହେଲ୍ପ ମି...।

ଗାଡି ଅଟକିଲା,କାଚ ଝରକା ଖୋଲିଲା ।

ସାର୍ ଆପଣ ?

ଆରେ,ସୁହାନୀ ତମେ ... ।

ହଁ ସାର୍, ଆପଣଙ୍କ କଥା ରଖି ଓଭର ଟାଇମ୍ କଲି ଆଉ ଲେଟ ହେଇଗଲା । ତା ପରେ ପୁଣି ଝଡ ବର୍ଷାରେ ଫସିଗଲି। ସାର୍ ସାର୍ ..ସେ ଲୋକ ଦୁଇଟା ମତେ କେତେବେଳୁ ଫଲୋ କରୁଛନ୍ତି । ପ୍ଳିଜ ହେଲ୍ପ ମି... ।

ଆରେ, ତମେ ଜମାରୁ ଡର ନାହିଁ । ମୁଁ ଅଛି ପରା ବସ ମୋ ଗାଡିରେ , ମୁଁ ତୁମକୁ ସିଧା ଘରେ ଛାଡିଦେବି। 

ଦୂରରୁ ଲୋକ ଦୁଇଟି କ୍ରମଶଃ ଉଭା ହୋଇଗଲେ ।

ସୁହାନୀ ତା ମାଲିକ ଗାଡିରେ ବସି ଟିକେ ଶାନ୍ତି ଅନୁଭବ କଲା ।

ସେଇ ଶୁନସାନ ରାତ୍ରିର କାଳୀମା ଚିରି ଗାଡିଟି ଆଗକୁ ଆଗକୁ ମାଡି ଚାଲିଲା ।

ମଦ ବୋତଲରୁ ଦୁଇ ଢୋକ ପିଇବା ପରେ ମାଲିକ-ଆଛା ସୁହାନୀ, ଏତେ ରାତିରେ ଘରକୁ ନ ଯାଇ ମୋ ରୁମରେ ରହିଗଲେ କେମିତି ହୁଅନ୍ତା ।

ଚିହିଁକି ଉଠିଲା ସୁହାନୀ !

ନାଇଁ ସାର୍ ,ମତେ ଯେମିତି ହେଲେ ... ।

ଓଃ... ସଟପ୍ । ମୁଁ ତୁମ ବସ୍, ମୁଁ କହଲି ମାନେ ୟୁ ମଷ୍ଟ ହେଭ ଟୁ ଫଲୋ ।ଏଇ ଯେମିତି ଓଭର ଟାଇମ୍ କଲ ।

ସାର୍ କିନ୍ତୁ... ?

ନୋ କିନ୍ତୁ ପରନ୍ତୁ, ମୁଁ ଜାଣେ ତମେ ରୁମରେ ଏକା ରୁହ । ଆଜି ମୋ ରୁମ୍ ରେ ମିଶିକି ରହିଯିବା ।

ଏଇ ରାତିରେ ଦୁଇଜଣ ଏକାକାର ହେଇଯିବା । ଠିକ୍ ଯେପରି ବର୍ଷା ଆଉ ବାଦଲ,କ୍ଷୀର ଆଉ ନୀର, ଅମାବାସ୍ୟାର ଏ ଅନ୍ଧାରଟାକୁ ମୁକ ସାକ୍ଷୀ ସଜାଇ ନିଃଶବ୍ଦ ରାତିର ତାତିରେ ଦୁହେଁ ଭାଜି ହୋଇଯିବା ।

ସାର୍.....(କ୍ରୋଧ ରେ ଚିତ୍କାର କଲା ସୁହାନୀ) ।

ରିଲାକ୍ସ ,ସୁହାନୀ..ରିଲାକ୍ସ...।

ଆପଣ ସୀମା ଟପିଯାଉଛନ୍ତି । ଗାଡି ରଖନ୍ତୁ ! ମୁଁ ଏଇଠି ଓହ୍ଲାଇବି ।

ଓ... ରିଏଲି...ଟିକେ ପଛପଟ କାଚରେ ଦେଖ ତୁମକୁ ଫଲୋ କରୁଥିବା ଲୋକ ଦୁଇଜଣ ମୋଟର ସାଇକେଲରେ ଆସୁଛନ୍ତି ।

ଆଉ ଜାଣ ,ସେ ଦୁହେଁ ମୋ ଲୋକ ହା..ହା..ହା ।

ତା ମାନେ... ଆପଣ... !

ୟେସ୍ ମୁଁ, ମୁଁ ଜାଣିଶୁଣି ତୁମକୁ ଓଭର ଟାଇମ୍ କରିବାକୁ କହିଥିଲି ।

ତା ମାନେ ,ୟୁ ଦି ଡାର୍ଟି ପିପୁଲ । ମୁଁ ପୋଲିସ୍ ରେ ଦେବି ।

ହା..ହା..ହା...ଏ ନିଃଶବ୍ଦ ରାତିର ଲମ୍ବା ଛାତି ଉପରେ ଦୌଡି ଯାଇ ଖବର କରିପାରିଲେ ହେଲା, ମିସ୍ ସୁହାନୀ ।

ଗାଡି ରଖ...ଗାଡି ରଖ.... ହେଲ୍ପ..ସମ୍ ବଡି ହେଲ୍ପ ମି ।

ଚିତ୍କାର କଲେ କିଛି ଲାଭ ନାହିଁ ମେଡମଜୀ । ଲେଟସ୍ ଏନଜୟ ।

ଉପସ୍ଥିତ ବୁଦ୍ଧି ଖଟାଇଲା ସୁହାନୀ । ଜୋର କରି ଧକାଟିଏ ଦେଲା ଡ୍ରାଇଭରକୁ । ଗାଡିଟି ଭାରସାମ୍ୟ ହରାଇ ଗୋଟେ ଗଛରେ ଧକ୍କା ଖାଇଲା । କୌଣସି ମତେ ଗାଡିରୁ ବାହାରି ସେ ପ୍ରାଣ ବିକଳରେ ଦୌଡିଲା । ପାଦରେ ନଥିଲା ଜୋତା ଅସନା, ମଇଳା ଆବର୍ଜନା ରାସ୍ତାରେ ସେ ଦୌଡଲା । ପାଖରେ ଥିବା ଗାଈ ଗୁହାଳରେ ଛପି ଗଲା। 

 ଧର.. ଧର.. ସେ ଟୋକିଟା ଏଇଠି କୋଉଠି ଲୁଚିଗଲା। ଆବେ ଯାଅ ଖୋଜ...।

 ମାଲିକ ମାଲିକ ସେ ଟୋକିଟା ବୋଧେ ଏଇ ଗୁହାଳରେ ପଶି ଯାଇଛି। ସେ ଲୋକ ଦୁଇଟା କହିଲେ।

 ଆବେ ଶୁଣିବାକୁ ବେଳନାହିଁ। ଯାଇ କି ଖୋଜ।

 ଏପଟେ ସୁହାନୀର ଛାତିରେ ଭୂମିକମ୍ପ ହେଉଥାଏ। ସର୍ବାଙ୍ଗ ଶୀତେଇ ଉଠୁଥାଏ। ମନେ ମନେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥାଏ। ଲୋକ ଦୁଇଟି ଗୁହାଳରେ ପ୍ରବେଶ କଲେ ଆଉ ଅନ୍ଧାର ଭିତରୁ ଟାଣି ଆଣିଲେ ସୁହାନୀକୁ। ସେ ଚିତ୍କାର କରୁଥାଏ।

 ହଠାତ୍ ସେହି ଗୁହାଳ ପାଖରେ କୁଡିଆ ଘରଟିଏ କରି ରହୁଥିବା ଗଉଡ ଟୋକାଟି କାନରେ ତା ଚିତ୍କାର ପଡିଲା। ସେ ତୁରନ୍ତ ବାହାରକୁ ଉଠି ଆସିଲା। ଦେଖିଲା ତିନିଜଣ ଲୋକ ଝିଅଟିକୁ ଟଣା ଓଟରା କରୁଛନ୍ତି। ସେ କଣ କରିବ ଭାବିପାରିଲା ନାହିଁ। ତା ଗଉଡ ଠେଙ୍ଗାରେ ସେ ଆକ୍ରମଣ କଲା ସେମାନଙ୍କୁ। ଅତର୍କିତ ଆକ୍ରମଣକୁ ସହ୍ୟ ନ କରିପାରି ସେ ତିନିହେଁ ସେଠାରୁ ପଳାୟନ କଲେ। ଧକେଇ ଧକେଇ କାନ୍ଦୁଥିଲା ସୁହାନୀ। ତା ପୋଷାକ ଚିରିଯାଇଥିଲା। ଗଉଡ ଟୋକାଟି ତା ଚାଦରଟି ତା ଦେହରେ ଢାଙ୍କି ଦେଲା। ଆଜି କିନ୍ତୁ ଅସନା ଚାଦରର ଗନ୍ଧକୁ ସୁହାନୀ ବାରି ପାରୁନଥିଲା। ଗାଈ ଗୋବର ,ଖତର ଗନ୍ଧରେ ଫାଟି ପଡୁଥିବା ପରିବେଶଟିରେ ସେ ଆଲର୍ଜି ଅନୁଭବ କରିପାରୁନଥିଲା। ଅଶିକ୍ଷିତ, ଅସନା ଗଉଡ ଟୋକାଟି ପ୍ରତି ତାର ମନରେ କୃତଜ୍ଞତା ଉଙ୍କିମାରୁଥିଲା। ସେ ଆଧୁନିକ ବୋଲାଉଥିବା ଶିକ୍ଷିତ ଅମଣିଷ ମାନଙ୍କ ଭଦ୍ର ମୁଖା ତଳେ ଥିବା ରାକ୍ଷସ ପ୍ରକୃତି କୁ ଜାଣିସାରିଥିଲା। ନିରୀହ ଗାଉଁଲି ଲୋକଙ୍କ ମନରେ ଥିବା ମାନବିକତାକୁ ବୁଝିପାରୁଥିଲା। ତା ଇଜ୍ଜତ ବଞ୍ଚାଇଥିବାରୁ ହାତ ଯୋଡି ସେ ଗଉଡ ଟୋକାଟିକୁ ବାରମ୍ବାର ପ୍ରଣାମ କରୁଥିଲା। ମୁର୍ଖ ଗଉଡ ଯୁବକଟି କହୁଥିଲା, ଭଉଣୀ ତୁମେ କେଉଁଠିକୁ ଯିବ କୁହ ମୁଁ ଯିବା ବନ୍ଦୋବସ୍ତ କରିଦେବି।

ସୁହାନୀ ମନେ ମନେ ଭାବିଛି ...କେଉଁଠି କି ଯିବି ଆଉ... ମୋ ଅତି ଆପଣାର ଗାଁକୁ ଯିବି। ମୋ ବାପା ମା ଙ୍କ ପାଖରେ ରହିବି। ବରଂ ଗାଁରେ ରହି କିଛି କରିବି , କିନ୍ତୁ ଆଧୁନିକ ବୋଲାଉଥିବା ଅମଣିଷ ମାନଙ୍କ ଠାରୁ ଦୂରରେ ରହିବି। ଭଦ୍ର ମୁଖା ପିନ୍ଧିଥିବା ଅଭଦ୍ର ମାନଙ୍କ ଅପେକ୍ଷା ସରଳ, ସାଧାସିଧା ଜୀବନ ବିତାଉଥିବା ଅଶିକ୍ଷିତ ଗାଉଁଲି ମାନଙ୍କ ପାଖରେ ରହିଥିବା ମଣିଷ ପଣିଆ ବରଂ ଶ୍ରେୟସ୍କର ବୋଲି ସେ ନିଃଶବ୍ଦ ଥିବା ରାତିଟି ହଠାତ ଝିଙ୍କାରୀ ସ୍ବର ରେ କୋଳାହଳ କରି କହୁଥିବା ପରି ସେ ମନେ କଲା। 

     


Rate this content
Log in

More oriya story from ତ୍ରିନାଥ ବେହେରା

Similar oriya story from Thriller