ନେତା ଓ ପିକନିକ
ନେତା ଓ ପିକନିକ
ବିଲଡର ରୁ ନେତା ହୋଇଥିବା ସୀତାକାନ୍ତ ବାବୁ ନ୍କ ଖାତିର ବହୁତ ବଢିଛି ଲୋକ ମାନଙ୍କ ପାଖରେ ନେତା ହିସାବରେ ,ହେଲେ ତାଙ୍କଠୁ ଘର କିଣିଥିବା ଲୋକ ମାନେ ଘର ନପାଇ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି | ଅନେକ ଥର ରିଂ କଲେବି ଫୋନ ଉଠାଉନାହାନ୍ତି ସେ | ଘରକୁ ଭେଟିବାକୁ ଗଲେ ଦେଖା ମିଳୁନି | ଦେଖI ମିଳିଲେବି ସେଇ ଗୋଟିଏ କଥା ଖୁବ ଶୀଘ୍ର ଆପଣମାଙ୍କୁ ଘର ଦେଇଦେବି | ଫାଇଲ ଏଠି ପଡିଛି ସେଠି ପଡିଛି ବାହାରିଲେ ଆପଣଙ୍କୁ ମୁଁ ରିଂ କରି ଡାକିବି ବଡ଼ ପାର୍ଟି କରିବା ଇତ୍ୟାଦି ଇତ୍ୟାଦି | କିନ୍ତୁ ଫ୍ଲାଟ ରେ କିଛି କାମ ହେଉନଥାଏ , ଇଲେକ୍ଟ୍ରି ଆସି ନଥାଏ ଚାରି ପାଖର ପାଚେରୀ ଓ ଗେଟ ଲାଗି ନଥାଏ ,ପାଖ ଘରର ନଳା ପାଣି ରେ ଫ୍ଲାଟ ର ରାସ୍ତା ଭାସୁଥାଏ ,ସମସ୍ତେ ଚିନ୍ତାରେ ଥାଆନ୍ତି | କଣ କରିବା ଭାବୁ ଭାବୁ କିଛି ଲୋକ ଗୋଟେ ଗୃପ ତିଆରି କଲେ ଓ ଆନ୍ୟ ଲୋକଙ୍କୁ ସେଥିରେ ମିଶାଇଲେ ଓ ସୀତାକାନ୍ତ ବାବୁଙ୍କୁ ନୋଟିସ ଦେଲେ କିଛି କାମ ତ ଆରମ୍ଭ ହେଲା ,କିନ୍ତୁ ବହୁତ ଧୀରେ ଧୀରେ ଚାଲିଲା | ଦିନେ ସମସ୍ତେ ଠିକ କଲେ ସାର୍ ନ୍କ ଦୁଆରେ ଯାଇ ସକାଳୁ ସଂଜ ଯାଏଁ ବସିବା ,ଆଉ କିଛି କହିଲେ ଖାଇବା ପିଇବାର ବ୍ୟବସ୍ଥା ବି କରIଯାଉ | | ଜାନୁଆରୀ 10 ତାରିଖ ରବିବାର ଦିନ ସକାଳ 8.00ରେ 15ଜଣ ଫ୍ଲାଟ କର୍ମ କର୍ତା ସୀତାକାନ୍ତ ବାବୁଙ୍କ ଘର ଆଗରେ ପହଁଚିଲେ ଓ ତାଙ୍କ ଘର ଆଗରେ ଲାଗୁଥିବା ଜନତା ଦରବାରରେ ବସିଲେ | 9ତା ବେଳକୁ ଆଉ 20ଜଣ କର୍ମ କର୍ତା ତାଙ୍କ ସ୍ତ୍ରୀମାନଂକ ସହ ଆସି ପହଁଚିଲେ | ବାହାରେ ଫ୍ଲାଟ କର୍ମ କର୍ତା ବସିଛନ୍ତି ଶୁଣି ସୀତାକାନ୍ତ ବାବୁ ବାଡ଼ିପଟେ ବାହାରି ଘରୁ ଖସିଗଲେ | କର୍ମ କର୍ତା ଏକଥା ଜାଣି ସେଠି ପିକନିକ ର ବ୍ୟବସ୍ଥା କଲେ | ଦିନ ଦି ଟାରେ ବିରିଆନି ପ୍ୟାକେଟ ପରସା ଗଲI | ସାର୍ ନ୍କ ସିକୁରିଟି ଗାର୍ଡ ମାନେ କର୍ମ କର୍ତା ମାନଙ୍କ ଉପରେ ତିଖ୍ନ ଦୃଷ୍ଟି ରଖିଥାନ୍ତି | ଦିନ ଯାଇ ସନ୍ଧ୍ୟା ହେଲା ଲୋକମାନଙ୍କ ଅଂଟା ବ୍ୟଥା ହେଲା ପଛେ ସାର ଫେରିଲେନି | କଣ କରାଯିବ ବୋଲି ସମସ୍ତେ ଚିନ୍ତା କରୁଥାନ୍ତି , ନଅଟା ରେ ଜଣେ ଗାର୍ଡ ଆସି ଖବରଦେଲେ କି ସାର ଆସୁଛନ୍ତି ବୋଲି | ରାତି ଦଶ ରେ ସାର ଆସିଲେ , ହାତ ଯୋଡି ଆସିବାରେ ଡେରି ପାଇଁ କ୍ଷମା ପାର୍ଥନା କଲେ ଓ କହିଲେ 1ମାସ ମଧ୍ୟରେ ଆପଣଙ୍କର ସମସ୍ତ କାମ ସମାପ୍ତ ହେବ ଆପଣ ମାନେ ଦୟାକରି ମତେ କିଛି ସମୟ ଦିଅ ନ୍ତୁ | କର୍ମ କର୍ତା ମାନେ କହିଲେ ସାର ଆପଣ କଥା ରଖୁ ନାହାଁନ୍ତି ଓ ଦେଖା ଦେଉ ନାହାନ୍ତି |ଜନପ୍ରତିନିଧି ହେଲା ପରେ ମତେ ସବୁ କାମ ଦେଖିବାକୁ ବେଳ ମିଳୁନି ତେଣୁ ଦୟା କରି କ୍ଷମା କରନ୍ତୁ | ତା ପରେ ସେ ସମସ୍ତଙ୍କ ସହିତ ଜଣ ଜଣ କରି କର ମର୍ଦନ କଲେ ଓ ଭୋଟ୍ ରେ ଜିତାଇ ଥିବାରୁ ଧନ୍ୟବାଦ ଦେଲେ | କର୍ମ କର୍ତା ମାନେ ଏକ ଆରେକର ମୁଁହକୁ ଚାହୁଁଥିଲେ କାହା ପାର୍ଟିରେ କଥା ନଥିଲା କାରଣ କେହିବି ନେତାଙ୍କର ଅପ୍ରିୟ ହେବାକୁ ଚାହୁଁ ନଥିଲେ | ସମସ୍ତେ ଚୁପ ଚାପ ନେତାଙ୍କୁ ଶୁଭରାତ୍ରି କହି ଘରକୁ ବାହାରୁଥିଲେ |
ନେତାଙ୍କର କିଛି ଚେଲା ନେତାଜୀ ଜିନ୍ଦା ବାଦ କରୁଥିଲେ