Rasmi Rekha Tripathy

Inspirational Abstract Others

3  

Rasmi Rekha Tripathy

Inspirational Abstract Others

ନାରୀ ସମ୍ମାନ

ନାରୀ ସମ୍ମାନ

2 mins
14K



ବେଳେ ବେଳେ ମୁହଁଗୁଡିକ ବହୁତ ଚିହ୍ନା ଚିହ୍ନା ଲାଗନ୍ତି l କିନ୍ତୁ ମନେ ପଡେନି କେଉଁଠି ଦେଖିଛି l ସହରରେ ସିଟି ବସ୍ ସେବା ଆରମ୍ଭ ହେଲା l ଖବରକାଗଜରେ ବହୁତ କଥା ଲେଖା ଗଲା l ଏଠାରେ ବି ଦକ୍ଷିଣ ଭାରତ ଭଳି ସେବା ଦିଆଯିବ l ଯାହା ହେଉ ଓଡିଶାରେ ପରିବର୍ତ୍ତନର ସୁଅଟିଏ ବହୁଛି ତାହା ହେଲେ l ମନକୁ ମନ କହିଲି ଓ ସିଟି ବସରେ ଉଠିଲି l ସୋରିଷ ପକେଇବାକୁ ଜାଗା ନାହିଁ l କଣ୍ଡକ୍ଟର୍ ମୋତେ ଭିତରକୁ ଯିବା ପାଇଁ କହିଲା l ମୁଁ ମୋର ଅସହାୟତା ପ୍ରକାଶ କଲି l ସାଙ୍ଗେ ସାଙ୍ଗେ ସିଏ ମୋତେ କହିଲା “Auto reserve କରି ଆସିଲେନି ?” ନାରୀ ସମ୍ମାନର ପ୍ରଥମ ନିଦର୍ଶନ l

       ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ ସବୁ ପୁରୁଷମାନେ ଅକ୍ତିଆର କରି ବସିଥିଲେ l କଣ୍ଡକ୍ଟର୍ କିନ୍ତୁ ତାହା ପ୍ରତି ଦୃଷ୍ଟିପାତ କରୁ ନ ଥିଲା l ମୁଁ ବାଧ୍ୟ ହେଇ ଜଣେ ଭଦ୍ର ବ୍ୟକ୍ତି (?)ଙ୍କୁ କହିଲି ଉଠିଯିବା ପାଇଁ l ବହୁତ କଷ୍ଟରେ ସିଟ୍ ଛାଡିଲେ ଭଦ୍ର ବ୍ୟକ୍ତି l ସାଙ୍ଗେ ସାଙ୍ଗେ ଛୁଟିଲା ମୋ ପ୍ରତି ମନ୍ତବ୍ୟର ସୁଅ l ମୁଁ ବଧୀର ହୋଇ ଯାଇଥିଲି l ନାରୀ ସମ୍ମାନର ଦ୍ୱିତୀୟ ନିଦର୍ଶନ l

       ପରବର୍ତ୍ତୀ ଛକରେ ଆଉ ଗୋଟିଏ ଝିଅ ଉଠିଲା l ସେମିତି ଧକ୍କା ଖାଇ ଠିଆ ହୋଇଥାଏ l କିନ୍ତୁ ମୁହଁ ଖୋଲି କାହାକୁ କହୁ ନଥାଏ ସିଟ୍ ଛାଡିବା ପାଇଁ l ଶେଷରେ ମୁଁ ପାଖରେ ବସିଥିବା ଭଦ୍ର ବ୍ୟକ୍ତିଙ୍କୁ ଏକରକମ ଜବରଦସ୍ତ କରି ଉଠେଇଦେଲି ଓ ସେହି ଝିଅଟିକୁ ବସେଇଲି l ଗାଳି ଦେଲି ବି ତାକୁ l ନୀରବ ରହିଲା ସେ l ହଠାତ୍ ମୋର ଆଖି ପଡିଲା ପୂର୍ବୋକ୍ତ ଭଦ୍ରବ୍ୟକ୍ତିଙ୍କ ମୁହଁରେ l ଆରେ…….. ଇଏ ତ ସେହି ବ୍ୟକ୍ତି ଯିଏକି ବହୁତ ବଡ ବଡ କଥା କୁହନ୍ତି ନାରୀ ସମ୍ମାନ ରକ୍ଷାପାଇଁ l ଟିଭି ଓ ଖବର କାଗଜରେ ତାଙ୍କର ମନ୍ତବ୍ୟ ସବୁ ପ୍ରସାରିତ ତଥା ପ୍ରକାଶିତ ହୁଏ l

କ୍ଷୋଭର ହସଟିଏ ହସିଦେଲି ମୁଁ l ଧନ୍ୟରେ ନାରୀ ସମ୍ମାନ l


Rate this content
Log in

Similar oriya story from Inspirational