Prasant Kumar Senapati

Inspirational

3  

Prasant Kumar Senapati

Inspirational

ନାରୀ ଶକ୍ତି

ନାରୀ ଶକ୍ତି

3 mins
14.9K


ନାରୀ ଶକ୍ତି-:

ସ୍କଲରୁ ଫେରିବା କ୍ଷଣି ସୁମି ସିଧା ମାଆ ପାଖରେ ପହଞ୍ଚି ମୁହଁ ତଳକୁ ହାଣି ଠିଆହେଲା । 

କଣ ହେଇଛି ତୋର ?

 ସୁମିର ଶୁଖିଲା ମୁହଁକୁ ଦେଖି ମାଆ କମଳା ଅତି ସ୍ନେହରେ ପଚାରିଲେ । 

ମାଆ ଏତିକି ପଚାରିବା ମାତ୍ରେ,,,,,ସୁମି ଧାର ଧାର ଲୁହ ଗଡାଇ କହିଲା ମାଆ "ମୁଁ ଆଉ ସ୍କୁଲ୍ ଯିବି ନାହିଁ ।" 

କାହିଁକି ଯିବୁନି,,,,,,କଣ ହୋଇଛି କହ ତ ? କୌଣସି ଏକ ଅଜଣା ଆଶଙ୍କାରେ କମଳାର ମନ ବ୍ୟତିବେସ୍ତ ହେଉଥାଏ । ସୁମି, ମୁଁ ପରା ତୋର ମାଆ, କିଛି ନଲୁଚାଇ କଣ ହୋଇଛି କହ । ମୁଁ ସବୁବେଳେ ତୋ ସାଥିରେ ଅଛି ।

ମାଆ ନିକଟରୁ ଆଶ୍ବସନା ପାଇ ସୁମିର ମନରେ ଟିକିଏ ଶାନ୍ତି ଆସିଲା ଓ ସେ ଯାହା କହିଲା କମଳାର ହୃଦୟ ଦ୍ରବିତ ହୋଇଗଲା । ସେ ସୁମିକୁ ନିଜ କୋଳକୁ ଟାଣି ଆଣି କହିଲା " କିଛି ବ୍ୟସ୍ତ ହୁଅନାହିଁ, ତୋ ବାପା ସହ ମୁଁ କଥା ହେଉଛି ।"

ସଂଧ୍ୟାରେ ଯେତେବେଳେ କମଳା ନିଜ ସ୍ବାମି ପାଖରେ ଝିଅର ଅସୁବିଧା ଜଣାଇଲେ, ସେ ବହୁତ ବିରକ୍ତ ହୋଇ କହିଲେ ହାଇସ୍କୁଲ୍ ପର୍ଯ୍ୟନ୍ତ ପଢିଲାଣି । ଆଉ ପଢି କଣ କରିବ ? ଏବେ ଠାରୁ ସ୍କୁଲ୍ ନଯିବା ଭଲ ହେବ, ଯଦି କିଛି ଏପଟ ସେପଟ ହୋଇଯାଏ ଆମେ କେଉଁଠି ବି ମୁହଁ ଦେଖାଇ ପାରିବା ନାହିଁ କି ସୁମିର ବାହାଘର ମୁସ୍କିଲ ହୋଇଯିବ । ଏକଥାକୁ ଏତିକିରେ ଚାପିରଖ, କାହାକୁ ବି କହିଲେ ଆମ ନିଜର ବଦନାମ ହେବ । 

କମଳା ଚୁପ୍ ରହିବା ଲୋକ ନୁହଁ । ସୁମିର କିଛି ଭୁଲ୍ ନଥାଇ ତାର ପଢା ବନ୍ଦ କରିବା ତାକୁ ଠିକ୍ ଲାଗିଲାନି । ମନରେ କିଛି ଗୋଟେ ନିଷ୍ପତ୍ତି ନେଇ କମଳା ଘରୁ ବାହାରିଗଲା ଓ ଯେତେବେଳେ ଫେରିଲା ମନରେ ଦୃଢତାର ହସ ହସ ମୁହଁ ।

ପରଦିନ କମଳା ସୁମିକୁ ବୁଝାଇ ସୁଝାଇ ବିଶ୍ବାସର ସହିତ ସ୍କୁଲ୍ ପଠାଇ ନିଜେ ଘରକାମରେ ବ୍ୟସ୍ତ ହୋଇଗଲା । 

କମଳାର ଶାଶୁ ବାରମ୍ବାର ସମୟ କେତେ ହେଲା ବୁଝୁଥାନ୍ତି, ଯେପରି ଏକ ନିର୍ଦ୍ଧିଷ୍ଟ ସମୟରେ ତାଙ୍କୁ କେଉଁଠିକୁ ଯିବାର ଅଛି । 

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଗାଁ'ର ସମସ୍ତ ସ୍ତ୍ରୀଲୋକ ସ୍କୁଲରୁ ଫେରିବା ରାସ୍ତାରେ ଏକାଠି ହୋଇ କ୍ଷେତଜମିରେ ଲୁଚିଗଲେ । 

କିଛି ସମୟ ଅନ୍ତରାଳେ ଚାରିଟା ବାଇକ୍ ଆସି ସ୍କୁଲ୍ ରାସ୍ତାରେ ଅଟକିଲା । ଗୁଣ୍ଡା ପ୍ରକୃତିର ଦେଖା ଯାଉଥିବା ସାତଜଣ ଯୁବକ ବାଇକରୁ ଓହ୍ଲାଇ ସ୍କୁଲ୍ ଛୁଟି ହେବାକୁ ଅପେକ୍ଷା କଲେ । 

ଚାରିଟା ବାଜିଲା ଓ ସ୍କୁଲ୍ ଛୁଟି ହୋଇଗଲା ,,,,,,

ଗାଁ'ର ସବୁ ଝିଅମାନେ ଏକାଠି ହୋଇ ସାମାନ୍ୟ ଭୟର ବୋଝ ଧରି ମୁହଁ ତଳକୁ ହାଣି ଆସୁଥାନ୍ତି । 

ଝିଅମାନଙ୍କୁ ଦେଖି ଗୋଟେ ଯୁବକ କହିଲା "କଣ ହୋଇଛି, ମସ୍ତ ମାଲଟା" । 

ଭାଇ ଆଜି ଜଣକୁ ଉଠାଇ ନେବା, ଏତିକି କହି ବିଦ୍ରୁପଭରା ହସି କମେଣ୍ଟ କରୁଥାନ୍ତି । 

ସୁମି ସହିତ ଅନ୍ୟ ଝିଅମାନେ ବି ଭୟ କରିଗଲେ, କାରଣ ସାତଜଣ ଯୁବକ ସେମାନଙ୍କୁ ଯିବା ପାଇଁ ରାସ୍ତା ଦେଉନଥାନ୍ତି ।

ଜଣେ ସୁମିର ଓଢଣୀ ଟାଣିନେଲା ଓ ଅନ୍ୟଜଣେ ଯୁବକ ଆଉଏକ ଝିଅକୁ ବଳପ୍ରୟୋଗ କରି ନିଜ ଘୃଣ୍ୟ ଭାବନା ପ୍ରଦର୍ଶନ କରୁଥାଏ ।

ହଠାତ୍ ତିରିଶି ଚାଳିଶି ବୁଢିଲୋକ ଓ କିଛି ମହିଳା ହାତରେ ଠେଙ୍ଗା ଧରି ଗୁଣ୍ଡା ପ୍ରକୃତିର ଯୁବକମାନଙ୍କ ଉପରକୁ କୁଦି ପଡିଲେ । ମୁହୂର୍ତ୍ତଟିଏ ବଞ୍ଚିବା ଖସିଯିବା ପାଇଁ ସୁଯୋଗ ଦେଲେନାହିଁ । 

କମଳା ପୁରା ନିଆଁବାଣ ହୋଇ କହୁଥାଏ "ଝିଅମାନଙ୍କୁ ଦୁର୍ବଳ ଭାବୁଛ, ଏକା ଏକା ଦେଖି ଧମକାଊଛ, ତୁମର ସାହସ କିପରି ହେଲା ଆମ ଛୁଆମାନଙ୍କ ଦେହରେ ହାତ ଦେବାକୁ ।" 

ମହିଳା ମାନଙ୍କର ମା ଦୂର୍ଗା ରୁପ ଦେଖି ଓ ଠେଙ୍ଗା ପାହାର ଖାଇ କିଏ ପ୍ୟାଣ୍ଟରେ ଏକ ତ କିଏ ଦୁଇ କରି ସାରିଲେଣି । ମାଡ ଭୟରେ ପ୍ରେମ ରସ କୋଶ କୋଶ ଦୂରେ । କିଏ ହାତ ଯୋଡି ନେହୁରା ହେଉଛି ତ କିଏ ପାଦଧରି ଭୁଲ ମାଗୁଛି।

ଠିକ୍ ଏହି ସମୟରେ ପୋଲିସ୍ ଆସି ମହିଳାମାନଙ୍କୁ ଅଟକାଇଲା । ନଚେତ୍ ନାରୀଶକ୍ତି ମା ଦୂର୍ଗାଙ୍କ ମହିଷାସୁର ବଦ୍ଧ ପରି ଏମାନଙ୍କୁ ଆଜି ଠେଙ୍ଗାରେ ପିଟି ପିଟି ମାରି ଦେଇଥାନ୍ତେ । 

ପୁଲିସ୍ କାର୍ଯ୍ୟବାହି କରିବାର ଭରଷା ଦେଇ ଅପରାଧି ମାନଙ୍କୁ ଥାନାକୁ ନେଲା ।

 ମାଆ ମାନଙ୍କ ଏପରି ଏକ ଭୟଙ୍କର ରୁପ ଦେଖି ଝିଅମାନେ ଉତ୍ସାହିତ ହେଲେ ଓ ସେମାନଙ୍କ ମନରେ ନିଜ ଶକ୍ତିର ଆତ୍ମବିଶ୍ବାସ ବୋଧ ହେଲା । 

ସେତେବେଳେ ସୁମିର ନଜର ନିଜ ଜେଜେମାଆ ଉପରେ ପଡିଲା । ଜେଜେମାଆ ଏବେ ବି ଠେଙ୍ଗା ଧରି ପାକୁଆ ପାଟିରେ ଗାଳି କରୁଥାନ୍ତି । 

ସେ ଦୌଡି ଯାଇ ଜେଜେମାଆକୁ କୁଣ୍ଢାଇ ଧରିଲା । 

ଜେଜେମାଆ ପାକୁଆ ପାଟିରେ ଫିସି ଫିସି କରି କହୁଥିଲେ "ଝିଅମାନଙ୍କ ପାଖରେ ବି ଯଥେଷ୍ଟ ଶକ୍ତି ଅଛି, ଭୟ ନକରି ଏକତାର ସହିତ ସେମାନଙ୍କ ବିରୋଧ କର ଓ ଏପରି ରାକ୍ଷସମାନଙ୍କ ଚମଡା ଛାଲିଦିଅ, ଯେମିତି ସ୍ବପ୍ନରେ ବି ଏପରି ଭୁଲ୍ କରିବା ପାଇଁ ସାହଶ କରିବେନି ।

ପ୍ରତ୍ୟେକଦିନ ଝିଅମାନଙ୍କ ସହ ଘଟୁଥିବା ଦୁର୍ବ୍ୟବହାରକୁ ନୀରବ ମନରେ ଚୁପ୍ ରହୁଥିବା ଦେଖଣାହାରୀ ଆଜି ନାରୀଶକ୍ତି ସାମନାରେ ନତମସ୍ତକ ହୋଇଥିଲେ ।

ସମାଜର ଦର୍ପଣ

WhatsApp-9600168163

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Inspirational