STORYMIRROR

Siddhartha Sankar Tripathy

Tragedy Inspirational

3  

Siddhartha Sankar Tripathy

Tragedy Inspirational

ନାଁ' ଟି ତା'ର ତନୁ

ନାଁ' ଟି ତା'ର ତନୁ

6 mins
213

ଛୁଟିରେ ଘରକୁ ଯାଇଥିଲି । ଆଜି ବି ବାପାଙ୍କ ପାଖରେ ବସିବାର ସାହସ ନାହିଁ । ଏପଟ ସେପଟ ହେଉଥିବା ଦେଖି ବାପା ପଚାରିଲେ କ'ଣ କିଛି କହିବୁ ? ମୁଁ ମୁଣ୍ଡ ହଲେଇ ହଁ ଭରିଲି। ସେ ବସିବାକୁ କହିଲେ। ତାପରେ ଗୁରୁଗମ୍ଭୀର କଣ୍ଠରେ ଆରମ୍ଭ କଲେ, ଏ ବୟସରେ ବାପାପୁଅ ସାଙ୍ଗ। ଭୟ କ'ଣ କରୁଛୁ ? ମୁଁ ସ୍ମିତହସି କହିଲି ଭୟ ନୁହେଁ ଭକ୍ତି । 


ମୋର ଗୋଟିଏ ଦୁଇଟି ଲେଖା ପଢିବାକୁ କହି ଆରମ୍ଭ କଲି ତମେ ତ ଏତେବଡ ସ୍ତମ୍ଭକାର, ମୋ ଲେଖାର ଶୈଳୀ ଉପରେ ଟିପ୍ପଣୀ ଚାହେଁ। 


ଲେଖାଦୁଇଟି ପଢିସାରି କହିଲେ ଠିକ୍ ଲେଖୁଛୁ ହେଲେ ଧର୍ମ ସଂସ୍କୃତି ନଲେଖି ପ୍ରେମ ଉପରେ ଏତେ ଗୁରୁତ୍ୱ କାହିଁକି ? ହସିଦେଇ ମୁଁ ଲେଖିଥିବା ଧର୍ମ ସଂସ୍କୃତି ଗଳ୍ପ ଓ ପ୍ରେମ ଗଳ୍ପର ପଠନସଂଖ୍ୟା ଦେଖାଇବା ସହ କହିଉଠିଲି, ବାପା ତମେ ବି ଯଦି ଲେଖିବ କେହି ପଢିବେନି।


ହସିଉଠିଲେ ବାପା । ମୁଁ କହିଲି ମୋର ବି ଆଗ୍ରହ କମିଯାଇଛି କାରଣ କିଛି ଭଲଲେଖା ବି ଲୁଚାଛପା କିଛି ସାହିତ୍ୟ ରସିକଙ୍କ କମ୍ ଉତ୍କର୍ଷ ନିର୍ଦ୍ଧାରଣ ଯୋଗୁଁ ରସାତଳଗାମୀ। ତାହେଲେ ସାହିତ୍ୟର ଗତି କେଉଁ ଆଡକୁ ?ତମେ ପରା କୁହ ସାହିତ୍ୟ ସାଧନା, ସାହିତ୍ୟ ଅମୃତର ବାରିଧାରା। କିନ୍ତୁ ଏପରି ପୁତିଗନ୍ଧମୟ ପରିବେଶରେ ଲେଖିବି କିପରି ?


ବାପା ଆରମ୍ଭ କଲେ ::


ଚିଲିକାରୁ ଭୁବନେଶ୍ୱର କେଉଟଟିଏ କଙ୍କଡା ନେଇ ଯାଉଥିଲା । ଉପର ଢାଙ୍କୁଣୀ ଖୋଲାଥିଲା। ପାଖରେ ବସିଥିବା ଜଣେ ବିଦେଶୀ ପରିବ୍ରାଜକଙ୍କ ପ୍ରଶ୍ନ ଥିଲା,ବାବୁ ! ଢାଙ୍କୁଣୀ ଖୋଲା ଅଛି, କଙ୍କଡା ବାହାରକୁ ଚାଲିଯିବେ । ହସିହସି କେଉଟ କହିଲା, ଆଜ୍ଞା ଏଇଟା ପରା ଭାରତ। ଜଣେ କଙ୍କଡା ବାହାରିଯିବା ସମୟରେ ଆଉ ଜଣେ ତା ଗୋଡକୁ ଟାଣି ଆଣିବ। ତେଣୁ କେହି ଉପରକୁ ଉଠିବାର ଭୟ ନାହିଁ ।


ବାପା କହିଲେ ଏହା କେବଳ କଙ୍କଡା ଉପାଖ୍ୟାନ ନୁହେଁ, ଏହା ଜୀବତତ୍ତ୍ବ ।ତେଣୁ ଏସବୁ ନଭାବି କର୍ମ କରିଚାଲ। ସୁଫଳ ନିଶ୍ଚୟ ମିଳିବ ।


ବାସ୍ ,ମିଳିଗଲା ପ୍ରେରଣା, ଆରମ୍ଭ କଲି ଲେଖା:----


ପ୍ରାୟତଃ ଆମେ କହୁ ମନୁଷ୍ୟ ପରିସ୍ଥିତିର ଦାସ, ପରିସ୍ଥିତି କେତେକାଂଶରେ କୁକର୍ମ କରେଇବାକୁ ବାଧ୍ୟ କରେ । 


କିନ୍ତୁ....


ଏହା ଆଂଶିକ ସତ୍ୟ।  


( କିଛି ପୁରୁଷ/ ମହିଳା ବି ଅତ୍ୟଧିକ ଅର୍ଥ ଲାଳସାରେ ଖରାପ କାମକୁ ଆଦରି ନିଅନ୍ତି । )


କାରଣ ମସିହା ମୋର ମନେନାହିଁ, ଦିନେ ହଠାତ୍ ମୋ ସରକାରୀ ବାସଭବନରେ ପହଞ୍ଚିଗଲେ ଉଚ୍ଚପଦସ୍ଥ ଅଧିକାରୀ ତନୁମ୍ୟାଡମ୍।ଦେଖାସାକ୍ଷାତ ହୋଇନଥିଲା କିନ୍ତୁ ନାଁ ' ଶୁଣିଥିଲି । କୋଠରୀକୁ ପ୍ରବେଶ କରୁକରୁ କବାଟ ବନ୍ଦ କରିଦେଲେ। ମୋଠାରୁ ବୟସରେ ବଡ, ତା ଛଡା ବିରାଟ ଶରୀର ଓ ରାୟଗଡା ସହରର ଧନୀ ମହିଳା କହିଲେ ଅତ୍ୟୁକ୍ତି ହେବନାହିଁ। 


ଆଁ କରି ଅନେଇ ଅନଧିକାର ପ୍ରବେଶ କରିଥିବା ମହିଳାଙ୍କୁ ପଚାରିବସିଲି ଆପଣ କିଏ ? ମୁଁ ଜାଣି ପାରିଲି ନାହିଁ। ଭଦ୍ରମହିଳା ଜଣକ କହିଉଠିଲେ ମୁଁ ତନୁଶ୍ରୀ ସାମନ୍ତସିଂହାର । ଡାକ ନାଆଁ ତନୁ। ଚେୟାରଟାଣି ମ୍ୟାଡମ ମୋର ଆଉ ଟିକେ ନିକଟବର୍ତ୍ତୀ ହେବାସହ ଶାଢୀକାନିଟି ବାରମ୍ବାର ତଳକୁ ଖସାଇ ପୁଣି ସଜାଡି ଆଣୁଥିଲେ। ମୋତେ ଭଲ ଲାଗୁଥିଲା କିମ୍ବା ଅବାଗିଆ ଲାଗୁଥିଲା ଠିକ୍ ମନେପଡୁନାହିଁ କିନ୍ତୁ ତାଙ୍କ ବାର୍ତ୍ତାଳାପରେ ରୁଚି ଥିଲା। 


ସେ ଗୋଟିଏ ଅର୍ଥଲଗାଣକାରୀ ସଂସ୍ଥାର ପ୍ରତିନିଧି ଥିଲେ । ମୁଁ ମନେମନେ ଭାବୁଥିଲି ମଣିଷ କି ଚାକିରୀ କଲା ସମସ୍ତଙ୍କ ଧାରଣା ଯନ୍ତ୍ରୀ ମାତ୍ରକେ ପଇସାୱାଲା। ଭଦ୍ରକର ପାଳୁଅଲଡୁକୁ ଜନ୍ଦା ଲାଗିଲାପରି ଯନ୍ତ୍ରୀ ପଛରେ ଏମିତି ଲୋକଙ୍କ ପ୍ରବଳ ଭିଡ। 


ମୁଁ ପଚାରିଲି , ଏସବୁରେ ମୋର ଫାଇଦା କ'ଣ ? କ'ଣ ବୁଝିଲେ କେଜାଣି ଲୁଗାକାନିଟାକୁ ତଳକୁ କରି ମୋ ସମୀପକୁ ଚାଲିଆସିଲେ ଓ କହିଲେ ଆପଣ ଯାହା ଚାହିଁବେ ଦେବି। 


ଅଟକେଇଲି ମୁଁ । କହିଲି ମ୍ୟାଡମ ଏ କ'ଣ କରୁଛନ୍ତି ? ଆପଣ ପ୍ରତିପତ୍ତିଶାଳୀ, ବଡ ଚାକିରୀଆ, ଆପଣଙ୍କ ସଂସାର ଅଛି । ହଁ ଆପଣଙ୍କୁ ସାଙ୍ଗରୂପେ ଗ୍ରହଣ କରିପାରେ। ସେୟା କହିବା ବି ମୋର ଭୁଲ୍ ଥିଲା କାରଣ ପୁଅଟିଏ ଝିଅଟିଏ ଅଧିକ ଦିନ ସାଙ୍ଗର ସଂଜ୍ଞା ନେଇ ଆଗକୁ ବଢିପାରନ୍ତିନି। 


ତଥାପି.....


ମୁଁ ପରା ପୁରୁଷ !


ବୋଧହୁଏ ମନଟା .........


ଏମିତି କିଛିଦିନ ଚାଲିଲା। ତନୁମ୍ୟାଡମ୍ ଫୋନକରି କୁହନ୍ତି ,


ହ୍ୟାଲୋ....


ମୁଁ ତନୁ କହୁଛି। 


ସମ୍ପର୍କର ଡୋର ଆଗକୁ ବଢିବାର ସୁଯୋଗ ନଥିଲା 


କାରଣ.....


କିଛିବର୍ଷ ପରେ ରାୟଗଡାରୁ ସ୍ଥାନାନ୍ତରିତ ହେଲି ଗଜପତି ଜିଲ୍ଲାକୁ। ତନୁମ୍ୟାଡମଙ୍କୁ ପ୍ରାୟତଃ ଭୁଲିସାରିଥିଲି ।ଗଜପତି ଜିଲ୍ଲା ଉପାନ୍ତ ଅଞ୍ଚଳର ସାଥି ମୋବାଇଲ। ସାହିତ୍ୟଚର୍ଯ୍ୟା ଭିତରେ ବହୁତ ଚିହ୍ନା ମୁହଁ ।


ହଠାତ୍ ଦିନେ......


ରେଭେନ୍ସା ବିଶ୍ୱବିଦ୍ୟାଳୟର ତରୁଣୀ ଅରୁଣିତାଙ୍କ ସହ ବାର୍ତ୍ତାଳାପ ମନରେ ଅଦ୍ଭୁତ ଶିହରଣ ସୃଷ୍ଟିକଲା। 


ଯୁବତୀ ତା ପୁଣି ରେଭେନ୍ସାର। ଛୋଟ ବେଳରୁ ନାଲି କୋଠା ପ୍ରତି ଦୁର୍ବଳତା। ଆଉ ସେହି ପେଶାରେ ଯନ୍ତ୍ରୀ, ନିଶାରେ ଲେଖକ। ବିଶେଷ ସାହିତ୍ୟ ଜ୍ଞାନର ଅଧିକାରୀ ନୁହଁ। ମୁଁ ମହର୍ଷି ନୁହଁ, ସାଧାରଣ ମଣିଷଟା। ଝିଅଟି ଲେଖାକୁ ପ୍ରଶଂସା କଲା କିନ୍ତୁ ମୋ ମନରେ ଉଦବେଳନ, ଲାଳସାର ସାଗର । 


ଧିରେ ଧିରେ ବାର୍ତ୍ତାଳାପ ବଢିଲା। ମୋର ପ୍ରଥମ ପ୍ରଶ୍ନ " ତମେ କାହାକୁ ଭଲ ପାଉଛ ? " 


ଝିଅଟି କହିଲା , ନା ନା ସେସବୁରେ ମୁଁ ଧ୍ୟାନ ଦେଇନାହିଁ କିମ୍ୱା ମୋର ପାଣ୍ଡିତ୍ୟ ନାହିଁ। ମନେମନେ ଖୁସି ହୋଇଗଲି ମୁଁ ।ଯାହାହେଉ ସୁଯୋଗ ଅଛି। ସୁବିଧା ଉପାୟ ଏକବିଂଶ ଶତାବ୍ଦୀର ନୂତନ ସମ୍ପର୍କର ଡୋର ' ଭଉଣୀ ନଚେତ୍ ସାଙ୍ଗ ' ରୁ ସମ୍ପର୍କର ପ୍ରାରମ୍ଭ ତାପରେ ଉଛୁଳା ନଈ ପରି ବାଟବଣା ସମ୍ପର୍କ !


ମୋ ମନର ଭାବନା ବି ସେମିତି କିଛି । କିଛିଦିନ ବାର୍ତ୍ତାଳାପ ପରେ ସମ୍ପର୍କର ଡୋରକୁ ଆଉ ପାଦେ ଆଗେଇନେଇ ଭଉଣୀରୁ ଅରୁଣିତାକୁ ପହଞ୍ଚାଇଦେଲି ସାଙ୍ଗର ସମ୍ପର୍କର ପାହାଚରେ। ସେ ରାଜିଥିଲା କି ନା ଜାଣିନି କିନ୍ତୁ ବୋଧହୁଏ ମୋର ବାଧ୍ୟବାଧକତାକୁ ସମ୍ମାନ ଦେଇ ସେ ହଁ ଭରୁଥିଲା। 


ହଠାତ୍ ଦିନେ....


ମୁଁ ପ୍ରସ୍ତାବ ଦେଲି ମୋର ସରକାରୀ କାର୍ଯ୍ୟକ୍ରମ ଅଛି, ମୁଁ କଟକ ଆସୁଛି।ଅରୁଣିତା ହଁ ଭରିଲା। ସ୍ୱପ୍ନ ରାଇଜରେ ଭାସିବାରେ ଲାଗିଲି ମୁଁ। ସାକ୍ଷାତର ସ୍ଥାନ ବି ନିରୂପଣ ହୋଇଗଲା। 


ସରଳ, ନିରୀହା ଅରୁଣିତା ମୋ ଫୋନକଲ ପାଇ ପହଞ୍ଚିଗଲା ରେଭେନ୍ସା ସାମ୍ନା ଯାତ୍ରୀବିଶ୍ରାମାଗାରରେ।ମୁଁ ପାଖକୁ ଲାଗିଯିବାକୁ ଚେଷ୍ଟା କରିବା ସମୟରେ ଅରୁଣିତା ଦୂରେଇ ଯାଉଥିଲା। 


ରହିରହି ମୋ ମନରେ ଭାବନା ଆସୁଥିଲା, କିଛି କାମନାହିଁ କଟକ ଆସିବାର କାରଣ କ'ଣ ଅରୁଣିତା ପ୍ରତି ଆକର୍ଷଣ ? ଯଦି ହଁ ଆକର୍ଷଣ କେଉଁ ପ୍ରକାରର ? କ'ଣ ଶାରିରୀକ ମିଳନ ? 


ସେଇଠି ଠିଆହୋଇ ଗପୁଗପୁ ବି ଅଫୁରନ୍ତ ଆନନ୍ଦର ଉଦ୍ରେକ ହେଉଥିଲା ମନରେ। ଲେଖକ ସୁଲଭ ଢଙ୍ଗରେ ପଚାରିବସିଲି ସାଙ୍ଗ ସାଙ୍ଗ ଭିତରେ ପ୍ରେମ ବି ତ ରହିବା କଥା । ଆରମ୍ଭ କଲା ଅରୁଣିତା, ହଁ ନିହାତି। ତମେପରା ସବୁ ଗଳ୍ପରେ ଲେଖ ପ୍ରେମର ପ୍ରକାର ଅନେକ। ଆଜିକାଲି ପ୍ରେମର ସଂଜ୍ଞା ଶାରିରୀକ ମିଳନ, ଚାରିତ୍ରିକ ସଂହାର । ଜଣକୁ ପ୍ରେମକରି ଆଉ ଜଣକୁ ଜୀବନସାଥି ବାଛି ଜୀବନ ବିତେଇଲେ ପରା ତମକୁ ଏ ପୃଥିବୀ ଅସହାୟ ବିଧବା ପରି ଲାଗେ ।ତାଛଡା ଆମ ପ୍ରେମ ତ ସର୍ବୋତ୍କୃଷ୍ଟ, ସର୍ବୋତ୍ତମ। କୃଷ୍ଣ ସୁଦାମାର ପ୍ରେମ। ନୈସର୍ଗିକ, ଅଭିନନ୍ଦନୀୟ,ଅଭିବନ୍ଦନୀୟ। 


ଅରୁଣିତା କଥାରେ ହସୁଥିଲି ମୁଁ ଓ ଭାବୁଥିଲି ଅଦ୍ଭୁତ ଏ ଯୁବତୀର ଚିନ୍ତାଧାରା। ସ୍ପଷ୍ଟବାଦିତା ପାଇଁ ବୋଧହୁଏ ଆଜିଯାଏଁ କାହାସହ ପ୍ରେମ ହୋଇନାହିଁ। ତାର ସୁନ୍ଦର କଥାବାର୍ତ୍ତା ମୋତେ ଆନନ୍ଦ ଦେଉଥିଲା। 


କାହାକୁ ଫୋନରେ ସେଠାରେ ପହଞ୍ଚିବାକୁ କହିଲା ଅରୁଣିତା। ମୁଁ ଆଶ୍ଚର୍ଯ୍ୟଚକିତ ହୋଇ କହିଉଠିଲି ପୁଣି କାହାକୁ ଏଠାକୁ ଡାକୁଛ ?  


 ' ମୋର ମାଆଙ୍କୁ '

କହିଲା ସେ ।

ମୁଁ କହିଉଠିଲି ମୁଁ ଚାଲିଯାଉଛି ତାହେଲେ। 

ଅରୁଣିତା କହିଲା ନା ନା ମୁଁ କ'ଣ ଭୁଲ୍ କରୁଛି ଯେ ଭୟ କରିବି ?

ଦୌଡିଯାଇ ଜଣେ ପ୍ରୌଢାଙ୍କ ପାଦଛୁଇଁ ପ୍ରଣାମ କରି ହାତଧରି ମୋ ପାଖରେ ପହଞ୍ଚିଲା। ମୋତେ ଦେଖି ଚମକିଉଠି ପ୍ରୌଢାଜଣକ କହିଲେ 


ସିଦ୍ଧାର୍ଥ !!


ଚକ୍ଷୁରେ ଘୃଣା। 


ତନୁ ମ୍ୟାଡମ !!


ହଁ ମୁଁ ତନୁଶ୍ରୀ ସାମନ୍ତସିଂହାର କହୁଛି, ଏ ସ୍ଥାନ ତୁରନ୍ତ ପରିତ୍ୟାଗ କର। 

ନା ମ୍ୟାଡମ ଆପଣ ଭୁଲ୍ ବୁଝୁଛନ୍ତି। ଅରୁଣିତା ଓ ମୋର ସମ୍ପର୍କ ବନ୍ଧୁତ୍ୱର। 

ସିଦ୍ଧାର୍ଥ ବାବୁ ! ତମର ବନ୍ଧୁତ୍ୱର ପରିସୀମା ମୋତେ ଜ୍ଞାତ ଅଛି। 

ପୁରୁଷମାନେ ନାରୀସହ ବନ୍ଧୁତ୍ୱର ଦ୍ୱାହି ଦେଇ ଅନେକ ଅଶ୍ଳୀଳ ଚିନ୍ତାଧାରା ପ୍ରତିପୋଷଣ କରନ୍ତି। 


ଚାଲ୍ ଅରୁଣିତା କହି ଝିଅର ହାତଧରି ଚାଲିଗଲେ ତନୁ। ହତବାକ୍ ହୋଇ ଅନେଇଥିଲି ମୁଁ। 

ଅପନିନ୍ଦାର ପାହାଡ ତଳେ କବର ଦେଇସାରିଥିଲେ ତନୁମ୍ୟାଡମ୍ ସତେ ଯେମିତି କେଉଁ ଅପଦେବତାର ଅଭିଶାପ।


 ହିସାବ କରୁଥିଲି ମୁଁ। 


ଭୁଲ୍ କାହାର ?


ତନୁ ମ୍ୟାଡମର, 

ଅରୁଣିତାର, 

ତନୁମ୍ୟାଡମ ସହ ମୋର ବନ୍ଧୁତାର, 

ଅରୁଣିତା ସହ ମୋର ବନ୍ଧୁତାର, 


   ନା 


ବନ୍ଧୁତା ନାମରେ ଅର୍ଥଉପାର୍ଜନ ଉଦ୍ଦେଶ୍ୟରେ ତନୁମ୍ୟାଡମର କାମଲାଳସାର 


  ନା 


ଅରୁଣିତା ସହ ମୋର ବନ୍ଧୁତାର ?

କିଛି ଡୁଝିପାରୁନଥିଲି ମୁଁ। 

ଅସହାୟ ପରି ସେହି ବିଶ୍ରାମାଗାରରେ କିଛିସମୟ ବସିରହି ଫୋନ୍ କଲି ଅରୁଣିତାକୁ। 


ସେପଟୁ ଅରୁଣିତାର କର୍କଶ ସ୍ୱର। 

ମୁଁ ତମବିଷୟରେ ମାଆ ଠାରୁ ସବୁ ଶୁଣିସାରିଛି। ବନ୍ଧୁତାର ଦ୍ୱାହିଦେଇ ତମେ ନାରୀମାନଙ୍କୁ ନିଜ ଅକ୍ତିଆରକୁ ଆଣି ଉପଭୋଗ କର। ଲେଖାରେ ସୁନ୍ଦର ଉପମା ଦେଇ ଆକର୍ଷିତ କରିବାର କଳା ତମକୁ ବେଶ୍ ଜଣା। 


ହେ କଳିଯୁଗର ଦୈତ୍ୟ, 

ଧର୍ମକୁ ଆଖିଠାର ଦିଅନାହିଁ। 


ମୁଁ ହତବାକ୍ ହୋଇ କହିଉଠିଲି, 


ଅ....ରୁ...ଣି...ତା !

ସେପଟରୁ ପୁଣି ଶୁଣାଗଲା, 

ହେ ଯନ୍ତ୍ରୀ ମହୋଦୟ, 


ଜାଣିଛ 


 *ନାଁ' ଟି ମୋର ତନୁ* ।


ମୋ ସହ କାର୍ପଣ୍ୟ କରିବାର ଫଳ ଭୋଗ କର। ମୁଁ ତ ବନ୍ଧୁତା ତମ ଦ୍ୱାରକୁ ଯାଇ ଯାଚିଥିଲି, ପ୍ରତିବଦଳରେ କିଛି ଅର୍ଥ। ଆଜି ତମେ ସବୁଦିଗରୁ ପ୍ରତ୍ୟାଖ୍ୟାତ। ଅରୁଣିତା ସହ ବାର୍ତ୍ତାଳାପ କରିବାର ସାହସ ଆଗକୁ କରିବ ନାହିଁ। ମୁଁ ତା ସାମ୍ନାରେ ତମର ଚରିତ୍ର ସଂହାର କରିସାରିଛି। 


ଏକବିଂଶ ଶତାବ୍ଦୀରେ ବନ୍ଧୁତ୍ୱ ପାଇଁ ବି ପାରିଶ୍ରମିକର ଆବଶ୍ୟକତା ରହିଛି। ମୁଣ୍ଡଟାକୁ ଚାପିଧରି ଅର୍ଦ୍ଧମୂର୍ଚ୍ଛିତ ହୋଇ ଗଡିଗଲି ସେଇଠି। ମୋ ଅବସ୍ଥା ଲକ୍ଷ୍ୟ କରୁଥିବା ପାଗଳୀଟି ତା ରସଥାଳିର ଅଇଁଠା ପାଣି ମୋ ମୁହଁରେ ଛାଟିଦେଲା। ଉଠିବସିଲି ମୁଁ। ବେକରୁ ସୁନାଚେନଟି ତାହାତକୁ ବଢେଇ ଦେଇ କହିଲି ତୁ ମୋର ବନ୍ଧୁ ହେବୁ ?

ଅସନା ଦାନ୍ତ ଭାଡିଏ ବାହାରକରି ମୁଣ୍ଡ ହଲେଇ ପାଗଳୀ କହିଲା  


" ହୁଁ "


କାର୍ ଚଳେଇ ରେଭେନ୍ସାର ଗେଟ୍ ପାର ହେବା ସମୟରେ ମନକୁମନ କହୁଥିଲି ମୁଁ --


ପ୍ରକୃତରେ ବନ୍ଧୁତା 


ତାପୁଣି ପୁରୁଷ ସହ ନାରୀ, 

କେବଳ ପ୍ରବଞ୍ଚନା।


ମୁଁ କାହାର ବାପା ନୁହେଁ

ସ୍ୱାମୀ, ଭ୍ରାତା କି ବନ୍ଧୁ ବି ନୁହେଁ।

ମୁଁ କାହାରି କିଛି ବି ନୁହେଁ।ସ୍ୱାର୍ଥପରଙ୍କ କାମନାର ରାଇଜରେ,

ଗୋଟେ ଉପଭୋଗ୍ୟ ବସ୍ତୁଟିଏ ବୋଧହୁଏ।

ମୁଁ ହତଭାଗା କ୍ରୀଡନକ ଟିଏ,

କେମିତି ବୁଝାନ୍ତି,


ତୁମେ ଯେମିତି ଭଗବାନଙ୍କ ସୃଷ୍ଟି,

ମୁଁ ବି ତାଙ୍କରି ସର୍ଜନା।

ଯିଏ ତୁମକୁ ନାମ ଦେଲା,

ସେ ତ ଦୟାମୟ ପିତାଟିଏ।

ତୁମ ଖୁସିରେ ସେ ସବୁଠାରୁ ଖୁସି ହୁଏ।

ଚପଳ ଭ୍ରାତାଟିଏ ବି ପୁରୁଷଟିଏ,

ସାମାଜିକ ବନ୍ଧନରେ ସେ ତୁମ ସାତଜନ୍ମର,

ସେ ବି ପୁଅଟିଏ,

ଯାହାର ଗୁଲୁରୁ ଗୁଲୁରୁ ବାପା ଡାକ,

ତୁମ ହ୍ରୁଦୟରେ ଥେଇ ଥେଇକା ନାଚେ।

ତୁମ କୁନିପୁଅ ବି ପୁରୁଷଟିଏ।

କେବେ କେଜାଣି ବୁଝିବ ସେ


ସବୁ ଚରିତ୍ର ନୁହନ୍ତି ନିସ୍ତବ୍ଧ ରାତିର ଚୈ।କି ପରି,

ଗୁମଶୁମ, ଶୁନଶାନ୍!

ଜୀବନର ମର୍ମ ଯେ,

ନର ନାରୀ କିଛି ଅଲଗା ନଥାନ୍ତି,

ପରସ୍ପରର ପରିପୂରକ।

ଏକ ବିନା ଅନ୍ୟର ସ୍ଥିତି ବି ଅସମ୍ଭବ।

ଥରଟିଏ ତ ସମ୍ମାନ ଦିଅ,

ମୋ ପରି କିଛି ନିର୍ବୋଧଙ୍କୁ 

ନଚେତ୍ ପ୍ରସ୍ତୁତ ହୁଅ ମହା ପ୍ରଳୟକୁ,

ନିରୀହ ପୁରୁଷଟିର ତତଲା ନିଃଶ୍ୱାସରେ ,

ଜଳିଯିବ ତୁମ ଏ ସମଗ୍ର ବିଶ୍ୱ।

ସଚରାଚର ସପତ ବ୍ରହ୍ମାଣ୍ଡ।।


ହେ ଏହି ଯୁଗର ତନୁଗଣ ! ତମେମାନେ ନାରୀତ୍ୱ ଦେଖାଇ ପୁରୁଷମାନଙ୍କର ଚରିତ୍ରହନନ କରିବାର ଅଧିକାର ନାହିଁ। ଆଧୁନିକତାର ଦ୍ୱାହି ଦେଇ ନଷ୍ଟ କରିଦିଅନା ସୁନ୍ଦର ଭାରତୀୟ ସଂସ୍କୃତିର ଗାଥା। ଏ ଦେଶ ସତୀ ସୀତାର, ସୀତା ନହେଲା ନାହିଁ, ମନ୍ଥରା ତ ହୁଅନାହିଁ !!!



Rate this content
Log in

Similar oriya story from Tragedy