Akshayakumar Dash

Abstract

0.4  

Akshayakumar Dash

Abstract

ନାମ କରଣ

ନାମ କରଣ

2 mins
1.4K


ଲଷ୍ମୀ ର ପ୍ରଥମ ସନ୍ତାନ ଝିଅ। ଝିଅଟି ଗତ ଗୁରୁବାର ଦିନ ସନ୍ଧ୍ୟା ଛଅଟା ତିରିଶ ମିନିଟରେ ଜନ୍ମ ହେଲା । ସେଦିନ ଥିଲା ପୂର୍ଣ୍ଣିମା । ଆଉରି ମଧ୍ୟ କୁମାର ପୂର୍ଣ୍ଣିମା । ଆମ ପରମ୍ପରା ଦୃଷ୍ଟିରୁ ଝିଅଟିର ନାମକରଣ ଗୋଟିଏ ସଂସ୍କାର । ତେଣୁ ନାମକରଣ ଦିଆଯିବ । ଘରେ ପରିବାର ସହ ଜ୍ଞାନ୍ତି,ବଂଧୁ ମାନଙ୍କର ଉପସ୍ଥିତ। ଘରେ ଭୋଜିଭାତ,ପୂଜାର ଆୟୋଜନ କଲେ ଲକ୍ଷ୍ମୀକଂ ପତି ଶୋଭାଗ୍ୟ । ସନ୍ଧ୍ୟା ବେଳେ ସମସ୍ତେ ଉପସ୍ଥିତ ହେଲେ । ପୁରୋହିତ ମହାଶୟ ତାଙ୍କର ପୂଜା ଉପକରଣ ଧରି ଚାନ୍ଦିନୀରେ ବସିଗଲେ। ମୁରୁଜ ପକାଇଲେ । ବାଲିର ହୋମ କୁଣ୍ଡ ତିଆରି କଲେ । କଦଳୀ ପତରରେ ଡୁବି,ବରକୋଳି ପତ୍ର,ଗୁଆ, ଫୁଲ ସମସ୍ତ ପୂଜା ଉପକରଣ ରଖିଲେ । କିଛି ଶୁକ୍ଳ ଧାନ ଉପରେ କଳସ ବସାଇଲେ। କଳସ ରେ ନାଲି ରଙ୍ଗରେ ସ୍ୱସ୍ତିକ ଚିହ୍ନ ଆଙ୍କି ଜଳପୂର୍ଣ୍ଣ କଳସ ଉପରେ ଆମ୍ବ ଡାଳୁଆ ଉପରେ ନଡ଼ିଆଟିଏ ରଖି ଧୂପ ଦୀପ ଲଗେଇ ମନ୍ତ୍ର ପଢିବା ଆରମ୍ଭ କଲେ । ମଙ୍ଗଲଂ ପୁଣ୍ଡରିକାକ୍ଷ ମଂଗଳ ମଧୁସୂଦନ । ଫୁଲଟିଏ ଧରି ମନ୍ତ୍ର ପଢି ଜଳ ଛିଞ୍ଚି ଯାଉଥିଲେ। ଘିଅ ଦୀପ ଜଳୁଥିଲା । ବେଳେବେଳେ ଅରୁଆଚାଉଳ ଧରି ଛିଞ୍ଚି ଦେଉଥିଲେ । ପୂଜାରେ କର୍ତାରୂପେ ଶୋଭାଗ୍ୟ ନୂଆବସ୍ତ୍ର ପିନ୍ଧି ବସିଥିଲେ । ଏବେ ଝିଅଟିର ନାମ କରଣ ପର୍ବ। ମାମୁଁ ଚନ୍ଦ୍ରକାନ୍ତ ଶିଶୁକୁ ନୂଆବସ୍ତ୍ର ଉପରେ ସୋଇଦେଇ ଧରିଆସିଲେ ପୂଜାମଣ୍ଡପକୁ । ପୁରୋହିତ ମନ୍ତ୍ର ପାଣିଛିଞ୍ଚି ପଚାରିଲେ ମାଙ୍କୁ ପିଲାର ନାମ କଣ ଦେବେ । ପାଖରେ ଥିବା ଲକ୍ଷ୍ମୀକଂ ଭୋଉଣୀ ତାର ନାମ ଜୁଳିଆ ଦେବାକୁ କହିଲେ । ଦେଢଶୁର ତାର ନାମ ମୁଂନ ଦେଲେ । ନାନୀ ମାନେ ଜା ତାରନାମ ସାଗରିକା ରଖିଲେ । ପୁତୁରା ତାର ଲାପଟକ ନାମ ଦେଲା । ମାମୁଁଙ୍କ ଝିଅ ତାର ରେଖା ଦେଲେ । ଏମିତି ଲଣ୍ଡନ, ଆମେରିକା, ଚାଇନା, ଠାରୁ ଅରମ୍ବ କରି ଭାରତ ପର୍ଯ୍ୟନ୍ତ ନାମକରଣ ଦିଆଗଲା । କିଏ କେମିତି ପାକିସ୍ତାନ ବଙ୍ଗଳାଦେଶୀ ନାମ ଯଥା ଆସମାନ ତାରା,ବା ସାକିନା ନାମ ଦେଇଚାଲିଲେ ।

ଲଷ୍ମୀ କଂ ଶାଶୁ ଶଶୁର କୁଁ ଡକାଗଲା ,ପୁରୋହିତ ପ୍ରଶ୍ନକଲେ ନାତୁଣୀର ନାମ କଣ ଦେବେ ? ଶଶୁର ଧୀରସ୍ୱରରେ କହିଲେ ତାର ରାଶି ସିଂହ ଆମର ଗୋତ୍ର ଭାରଦ୍ୱାଜ ପ୍ରବରମନୁ, ତାହାସହିତ ଅଧିପତି ଜଗନ୍ନାଥ ଦେଶ ଭାରତ ଧର୍ମ ସନାତନ ଓ ଝିଅଟି କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରପୂଜାବେଳେ ଜନ୍ମଗ୍ରହଣ କରିଛି। ତେଣୁ ସମସ୍ତଙ୍କୁ ମୋର ଅନୁରୋଧ ଏପରିନାମଟିଏ ବାଛନ୍ତୁ ଯାହା ତାହାପାଇଁ ଶୁଭ ହେବ । ପୁରୋହିତ ମହାଶୟ ଓ ପିତା ମାତାଙ୍କର ମଧ୍ୟ ନାମକରଣ ପାଇଁ ନାମଟିଏ ବାଛନ୍ତୁ । ପୁରୋହିତ ଜାତକ ଦେଖି ଜନ୍ମ ସମୟକୁ ନେଇ ବିଚାର କଲେ । ତାଙ୍କ ବିଚାରରେ ଲ,ସ,କ,,ଗ,ମୂଳ ଅକ୍ଷର ଥିବା ଚାରିଅକ୍ଷରର ନାମଦେବାକୁ ଘୋଷଣା କଲେ । ପିତାମାତା ଲ,ଆଉ ସ ରୁ ନାମକୁ ଦେବା ପାଇଁ ଚିନ୍ତାରେ । ଜଣେ କିଏ ବୋଧେ ଶିଶୁ ଟିର ଆଇ "ସୁଲୋଚନା"ନାମଟିକୁ ଦେବାପାଇଁ ପରାମର୍ଶ ଲୋଡିଲେ । ସର୍ବ ସନମତ ରୂପେ ଗୃହିତ ହେଲା। ପୁରୋହିତ ମନ୍ତ୍ରପଢି ନାମକରଣ ଘୋଷଣା କଲେ । ଶିଶୁଟିର ବଡ଼ଭାଇ ମାନେ ଲଷ୍ମୀକଂ ପୁତୁରା କହିଲା ସାନବୋହୁ ମୁଁ କିନ୍ତୁ ତାକୁ ସୁଲି ଡାକିବି । ହସର ଢେଉଖେଳିଗଲା।


Rate this content
Log in

Similar oriya story from Abstract