Satyabati Swain

Tragedy

3  

Satyabati Swain

Tragedy

ମ୍ୟାଗେନେଟ୍

ମ୍ୟାଗେନେଟ୍

3 mins
181



ହାଲୋ


ହଁ କୁହନ୍ତୁ?


ଆପଣ ମୀନୁ ମାମ୍ ?


ହଁ ଯେ ଆପଣ?


ମୁଁ ପଙ୍କଜ ,ମୁହଁ ବହିର ବନ୍ଧୁ ଜଣେ।


ଓ... ପଙ୍କଜ ସାର୍ ଖୁବ୍ ଉତ୍ସାହ ପ୍ରଦ ମନ୍ତବ୍ୟ ରଖନ୍ତି ଯେ ମୋ ଗପରେ !


ଆଜ୍ଞା , ମୁଁ ଆପଣଙ୍କ ବସ୍ ଷ୍ଟାଣ୍ଡ ରେ।


ମାନେ ଆମ ଜଗତସିଂହପୁର ବସଷ୍ଟାଣ୍ଡ !!


ହଁ ମାମ୍।


କାମ ଥିଲା ?


ନା କେବଳ ଆପଣଙ୍କୁ ଦେଖା କରିବା ପାଇଁ ଆସିଛି।ଆପଣଙ୍କ ଘରକୁ ଯାଇ ପାରେ ?


ମୁଁ ଟିକେ ମୋ ମିଷ୍ଟର ଙ୍କ ସହ ଏ ବିଷୟରେ କଥା ହେଲି।


ମୋ ମିଷ୍ଟର କହିଲେ ଠିକ୍ ଅଛି ସାର୍ ଆସନ୍ତୁ।ଡ୍ରିମ୍ ଇଣ୍ଡିଆ ସ୍କୁଲ ପାଖ ପିଙ୍କ୍ କଲର୍ ଦୁଇ ମହଲା ଘର ପାଖକୁ।ବସଷ୍ଟାଣ୍ଡ ରୁ କଟକ ରୋଡ଼ ଗୋପାଳ ସାଗର ସାଇ ମନ୍ଦିର ପାଖ।


ଓକେ ସାର୍।


ମୋ ମିଷ୍ଟର ରାସ୍ତା ଉପରୁ ଯାଇ ତାଙ୍କୁ ନେଇ ଆସିଲେ।ସେ ଜଣେ ଚାଳିଶିରୁ ପଇଁଚାଳିଶି ବର୍ଷ ବୟସ୍କ ବ୍ୟକ୍ତି ଯେ

ଜଣେ ଓଡିଶା ସରକାରଙ୍କର ବଡ଼ ପୋଷ୍ଟର ଅଫିସର ଥିଲେ।


ଆମେ ଯଥା ସାଧ୍ୟ ଅତିଥି ଚର୍ଚ୍ଚା କଲୁ।


କୁଣ୍ଠିତ ଚିତ୍ତରେ ପଙ୍କଜ ସାର୍ କହିଲେ ଜଣେ ଅଜଣା ଅଶୁଣା ବ୍ୟକ୍ତି ହୋଇ ବି ଆପଣଙ୍କ ପାଖକୁ କାହିଁକି ଆସିଲି ପଚାରିବେ ନାହିଁ ?


ସରି ସାର୍ ଏବେ କୁହନ୍ତୁ।


ମାମ୍ ଆପଣ ମୋ ଲାଇଫ୍ କୁ ନେଇ ଲେଖିବେ ବୋଲି ଏଇ ଆଶାରେ ଆସିଛି।


ମୁଁ !! ମୁହଁ ବହିରେ ଏତେ ପ୍ରଚଣ୍ଡ ପ୍ରତିଭା ଧାରୀ ଗାଳ୍ପିକ ଥିଲାବେଳେ ମୋ ପରି ଜଣେ ତୁଚ୍ଛ ମଣିଷକୁ କାହିଁକି ଚୟନ କଲେ?


ଆପଣଙ୍କ ଟିନ୍ ଏଜ୍ ଧାରା ବାହିକ ଗପଟି ପଢି ମୋର ହୃଦବୋଧ ହେଲା ଆପଣ ହିଁ ମୋ ଦର୍ଦ ବୁଝିପାରିବେ।


ଫୋନ୍ ରେ କହି ପାରିଥାନ୍ତେ, ଏତେ କଷ୍ଟ କରି ଆସିଲେ କାହିଁକି??


କିଛି ମନେ କରିବେ ନାହିଁ ମାମ୍ ! ଆପଣଙ୍କୁ ଦେଖିବା ମୋହ ମୋତେ ଏଠିକୁ ଟାଣି ଆଣିଲା।କ୍ଷମା ଚାହୁଁଛି ବିନା ପରିମିଶନ୍ ରେ ଆପଣଙ୍କ ପାଖକୁ ଚାଲି ଆସିଲି।


ମୋ ମିଷ୍ଟର ବହୁ ବନ୍ଧୁ ପ୍ରିୟ ଲୋକ। ସେ କହିଲେ ଭଲ କଲେ ସାର୍। ବନ୍ଧୁର ବନ୍ଧଟିଏ ବାନ୍ଧି ହୋଇଗଲା ।


କହିବା ବାହୁଲ୍ୟ ପଙ୍କଜ ସାର୍ ଙ୍କ ଲାଇଫ୍ କୁ ନେଇ ଲେଖିଥିବା ଷ୍ଟୋରୀ 'ନୀଳଜହ୍ନ " ଖୁବ୍ ଆଦୃତ ହୋଇଥିଲା ପାଠକଙ୍କ ଦ୍ୱାରା।


ସେଇମାନଙ୍କୁ ନେଇ ବେସାହାରା,ଭଗ୍ନ ନିଡ଼, ଜୋକ, ଅଣ ପୁରୁଷା, ଶର ଶଯ୍ୟା, ଜହ୍ନି ମଞ୍ଜି,ଷଡଯନ୍ତ୍ର, ବାଘ ମାରିଛି,ଅଳି, ଅଣ୍ଡିରି ଚଣ୍ଡୀ, କଞ୍ଚା ଡାହାଣୀ ଗପ ଗୁଡିକ ପାଠକଙ୍କ ଅତି ପ୍ରିୟ ଗପ।


ବେଳେ ବେଳେ ନିଜକୁ ପଚାରେ ଆକ୍ସିଡେଣ୍ଟ୍ ରୁ ମରୁ ମରୁ କଣ ଏଇଥିପାଇଁ ବଞ୍ଚିଗଲି କାହା ହୃଦୟ କଥାକୁ ମୋ କଲମ ରୂପ ଦେଇ ଲୋକ ଲୋଚନକୁ ଆଣିବ ବୋଲି !!


ବିସ୍ମିତ ହୁଏ ସତରେ ମୁଁ ଏମିତି କରିପାରେ ?


ଜୀବନ ଜୀଇଁବା ଯଦି କେହି ପଚାରେ ମୁଁ ଏତିକି କୁହେ ଅନ୍ୟ ପାଇଁ, ଅନ୍ୟ ସହିତ,ଅନ୍ୟକୁ ନେଇ ବଞ୍ଚିବା। 


ବୟସ,ଲିଙ୍ଗ,ପ୍ରଭୁତ୍ୱ,ପ୍ରତିଷ୍ଠା, ଶିକ୍ଷା ସର୍ବୋପରି ଯେ କେହି ବ୍ୟକ୍ତିଙ୍କୁ ମୋ ପ୍ରତି ଆକର୍ଷିତ କରି ଆଣିବା ମୋର କୁଆଡେ ଏକ ବିଶେଷଗୁଣ।


ଯେଉଁଥିପାଇଁ ଦେଖି ନଥିବା କେବଳ ଫୋନ୍ ରେ କଥା ହୋଇଥିବା ପ୍ରତ୍ୟେକ ବନ୍ଧୁ କୁହନ୍ତି ତୁମ ହାର୍ଟ ରେ ଏକ "ମ୍ୟାଗେନେଟ୍" ଅଛି।


ଜଣେ ଡାକ୍ତର ବନ୍ଧୁ କୁହନ୍ତି," ମୀନୁ ତୁମ ବଡ଼ି ମଲା ପରେ ଡୋନେଟ୍ କରିବା ଚୁକ୍ତି କରିଦିଅ।ଡାକ୍ତରୀ ପଢିବା ପିଲା ତୁମ ହାର୍ଟ କୁ ପରୀକ୍ଷା କରି ଦେଖିବେ କଣ ଅଛି ତୁମ ହାର୍ଟରେ ଯାହା ପାଇଁ ଏ ସମଗ୍ର ବିଶ୍ୱକୁ ଆପଣେଇ ନେବାର ସାମର୍ଥ୍ୟ ରଖୁଛି।କେତେ ସୁନ୍ଦର ଭାବେ ଅନ୍ୟର ସମସ୍ୟା ଚୁମ୍ବକେ ବୁଝାଇ ପାରୁଛ!!"


ଜିନା ବାଲେଶ୍ଵରରୁ କୁହେ, ତୁମେ ଏତେ ସୁଇଟି କେମିତି! କେତେ ସହଜରେ ଅନ୍ୟର ଦୁଃଖ ଲାଘବ କରିଦିଅ କଥା କହି!! ତୁମ ସହ କଥା ହେଲା ପରେ ଯେତେ ଦୁଃଖ ଥାଉ ପଛେ ଲାଘବ ହୋଇଯାଏ।


ବେଳେ ବେଳେ ଦ୍ଵନ୍ଦରେ ପଡେ ମୁଁ ,ମୁଁ ତ!!


ଟୋନ୍ ରିଡିଙ୍ଗ୍ କରିବା ମୋର ଆଉ ଏକ ବିଶେଷତ୍ୱ।ନ ଦେଖି କେବଳ ଟୋନ୍ ଶୁଣି ଆକଳନ କରିନିଏ ଆଦେଖା ବ୍ୟକ୍ତିଙ୍କ ସ୍ଵଭାବ।


ଅତଏବ ମୁଁ ନା ରୂପ, ଧନ,ମାନ, ପ୍ରଭୁତ୍ୱ,ପ୍ରତିଷ୍ଠା କେଉଥିରେ ବି ପ୍ରଭାବଶାଳୀ ନୁହେଁ; ତଥାପି କୋଟି ହୃଦୟରେ ସ୍ଥାନଟିଏ କରି ପାରିଛି।


ହୃଦୟ ଖୋଲି ବିନା ସଙ୍କୋଚରେ କହିପାରେ ଏ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ମୁଁ।ଯିଏ କି ହୃଦୟକୁ ବୁଝେ,ଅନ୍ତର ପଢେ,ଅନ୍ୟକୁ ଭାବେ।ରାସ୍ତା ଦେଖାଏ ।


ଅନ୍ୟର ଆଲୋକିତ ସୁଗୁଣ ଦିଗଟି ପ୍ରତି ବେଶ ଆକୃଷ୍ଟ ହୁଏ।କାହାର ଅନ୍ଧାର ବା କୁ ଗୁଣକୁ ଅଣ ଦେଖା କରେ।ଅନ୍ୟର କୁତ୍ସା ରଟନା କରିବା ତ ଦୁରେ ଥାଉ ଶୁଣିବା ମୋ ରୁଚି ବାହାରେ।


ସେଇଥିପାଇଁ ପାଇଁ ତ ମୁଁ କାହାର ସଖୀ,ସହୀ,ସାଙ୍ଗ,

ମିତ,ମିତଣୀ,ପ୍ୟାରୀ,ଜାନେମନ୍, ସୁଇଟି ହାର୍ଟ,ସୁକଣ୍ଠି

,ପ୍ରିୟେ ଏବଂ ମ୍ୟାଗେନେଟ୍।


ମରିଥିଲେ ଆକ୍ସିଡେଣ୍ଟ୍ ରେ ତିନି ବର୍ଷ ହୁଅନ୍ତାଣି।ଛଅମାସ ଏ ପାର୍ଥିବ ଜଗତ ସହ ମୋର କୌଣସି ସମ୍ପର୍କ ନଥିଲା। ମଲା ମଣିଷ ବଞ୍ଚି କଲମ ଧରି କିଛି ବ୍ୟକ୍ତିଙ୍କ ଜୀବନକୁ ନେଇ ଗପ ଲେଖି ଚାରିଟି ଗଳ୍ପ ସଂକଳନ ବାହାର କରିବା ସତରେ ଆଶ୍ଚର୍ଯ୍ୟ ନୁହେଁ କି !!


ନିଜକୁ ଦର୍ପଣରେ ଦେଖି ବାଁ ପଟ ଛାତିରେ ହାତ ରଖି ଧକ୍ ଧକ୍ ଶବ୍ଦ ମାପୁ ମାପୁ ମନେ ମନେ ହସି କହିଦିଏ

ସତରେ ଏଠି "ମ୍ୟାଗେନେଟ୍" ଅଛି !!


ସେଇ ମ୍ୟାଗେନେଟ୍ ଆଜି ଲୁହାର ଆଘାତରେ ଏମ୍ସ ରେ କୋମାରେ ଲଢ଼ୁଛି ଜୀବନ ସହ।ପ୍ରତିକ୍ରିୟା ହିଁନ ପବନ ଚାଲୁଥିବା ଶବ ହୋଇ।


ଅପରାଧ ଏତିକି ସେ ସ୍ୱର ଉଠାଇ ଥିଲା ସମାଜର ଦୃଷ୍ଟି ଭଙ୍ଗୀ ବିରୁଦ୍ଧ ରେ,ପାରମ୍ପରିକ ସମାଜ ତିଆରି ଶଗଡ଼ ଗୁଳାରେ ଚାଳିବାକୁ ନା ପସନ୍ଦ କରିଥିଲା କଲମ ମାଧ୍ୟମରେ।ତା ଝିଅକୁ ପୁଅ ଝିଅ ପ୍ରତିଟି କାମ କୁ କେବଳ କାମ ଭାବି କରିବାକୁ ପ୍ରୋତ୍ସାହିତ କରିଥିଲା।ଯେଉଁ ଲୁହାକୁ ନିଜ ଆଡ଼କୁ ଟାଣିଥିଲା ସେଇ ନିଜର ଲୁହା ମ୍ୟାଗେନେଟ୍ କୁ ଚୁର୍ ଚୁର୍ କରିଦେଲେ।


ଶାଶୁ ଶଶୁର ଘରୁ ବାହାର କରିଦେଲେ।ତାଙ୍କ ମିଷ୍ଟର

ମୌନେ ସମ୍ମତି ଲକ୍ଷଣ ମ୍ ପ୍ରକାଶ କଲେ। ମୀନୁ ମାମ୍ ତାଙ୍କ ଏକମାତ୍ର ଝିଅ ଶତାବ୍ଦୀ ସହ ବାସ କରୁଥିଲେ।ହଠାତ ରାତି ଅଧରେ ଦଳେ ଅସାମାଜିକ ଯୁବକ ତାଙ୍କ ଭଡା ଘରେ ପଶି ତାଙ୍କରି ଆଗରେ ତାଙ୍କ ଗେହ୍ଲଇ ଝିଅକୁ ରେଫ୍ ଓ ଝିଅ ଆଗରେ ତାଙ୍କୁ ବି ରେଫ୍ କଲେ।ଶେଷ ରେ ଶତାବ୍ଦୀ କୁ ଚିର ନିଦ୍ରାରେ ଶୁଆଇ ଦେଲେ ପଶୁଗୁଡା।


ତାପରଠୁ ସଂସ୍କୃତି ମାମ୍ ଜିନ୍ଦା ଲାସ୍।


ମୁଁ ସେଦିନର ସେଇ ପଙ୍କଜ ସାର୍ ଦେଖିବାକୁ ଆସିଛି ସେଇ ମ୍ୟାଗେନେଟ୍ ଙ୍କୁ। ନିରୀକ୍ଷଣ କଲି ଏତେ ଦୁଃଖ ରେ ବି ହସ ଧାରେ ଲାଖି ରହିଛି ତାଙ୍କ ଓଠରେ।








Rate this content
Log in

Similar oriya story from Tragedy