STORYMIRROR

Bhakta Meher

Classics

4  

Bhakta Meher

Classics

ମୁଁ ମୋତେ ପ୍ରଶ୍ନ କରେ

ମୁଁ ମୋତେ ପ୍ରଶ୍ନ କରେ

1 min
159

ନିର୍ଦ୍ୱନ୍ଦରେ ସତ୍ୟ କହନ୍ତି କାହାକୁ

କହିଥାନ୍ତି କାରେ ମିଛ,

ସୁଖ ଦୁଃଖ ସବଦର ପରିଚୟ

ଏ ସତ ମିଛ କି ତୁଚ୍ଛ ।


ପ୍ରରକାଶନ୍ତି କାହିଁ ଦିବା ନିଶି ନାମେ

 ନାମ ଉଚ୍ଚାରିତ କରି, 

ଜନମ ମରଣ ନାମେ କିମ୍ପା ଡାକ

ହୁଏ ସଂସାରେ ବିସ୍ତାରି ।


ଆରମ୍ଭ ଓ ଶେଷ ଶବ୍ଦ ବିପରୀତ

ଚୂଡାନ୍ତ ବ୍ରୁତାନ୍ତ ଏହି, 

ସ୍ତତିରୀ ଯେ ପୁରୁଷେ ନପୁଂସକ କିମ୍ପା

 ନିିିିରୁତ୍ତର ଶବ୍ଦ ହୋଇ ।


ନିଶ୍ଚିତ ଏ ସତ୍ୟ ମିଛ ମୋହ ମାୟା

 ସଂସାର ସତଟି କିଏ,

ଯଶ ସନମାନ ମାନ ଅଭିମାନ

 କି କାରଣେ ଦିଆଯାଏ ।


ଅଛି କି ଉତ୍ତର ସଂସାରରେ ସାର

ଅଦୃଶ୍ୟ ବା ବସ୍ତୁ ରୂପେ ,

ଯାଣିକି ପାରିବି ଆକାର ତାହାର

ବୁଝିକି ପାରିବି ମାପେ ।


ନିଶ୍ଚିନ୍ତରେ ଚିିିନ୍ତି ରାତ୍ରୀଲୋକେ ଭ୍ରାନ୍ତି

ଏଡାଇ ନିଜକୁ ମୋରେେ,

ଚିତ୍ କାର କରି ପ୍ରତି ମୁହୂର୍ତ୍ତରେ

ମୁଁ ମୋତେ ପ୍ରଶ୍ନ କରେ ।


Rate this content
Log in

Similar oriya story from Classics