ମୁଁ ମୋତେ ପ୍ରଶ୍ନ କରେ
ମୁଁ ମୋତେ ପ୍ରଶ୍ନ କରେ
ନିର୍ଦ୍ୱନ୍ଦରେ ସତ୍ୟ କହନ୍ତି କାହାକୁ
କହିଥାନ୍ତି କାରେ ମିଛ,
ସୁଖ ଦୁଃଖ ସବଦର ପରିଚୟ
ଏ ସତ ମିଛ କି ତୁଚ୍ଛ ।
ପ୍ରରକାଶନ୍ତି କାହିଁ ଦିବା ନିଶି ନାମେ
ନାମ ଉଚ୍ଚାରିତ କରି,
ଜନମ ମରଣ ନାମେ କିମ୍ପା ଡାକ
ହୁଏ ସଂସାରେ ବିସ୍ତାରି ।
ଆରମ୍ଭ ଓ ଶେଷ ଶବ୍ଦ ବିପରୀତ
ଚୂଡାନ୍ତ ବ୍ରୁତାନ୍ତ ଏହି,
ସ୍ତତିରୀ ଯେ ପୁରୁଷେ ନପୁଂସକ କିମ୍ପା
ନିିିିରୁତ୍ତର ଶବ୍ଦ ହୋଇ ।
ନିଶ୍ଚିତ ଏ ସତ୍ୟ ମିଛ ମୋହ ମାୟା
ସଂସାର ସତଟି କିଏ,
ଯଶ ସନମାନ ମାନ ଅଭିମାନ
କି କାରଣେ ଦିଆଯାଏ ।
ଅଛି କି ଉତ୍ତର ସଂସାରରେ ସାର
ଅଦୃଶ୍ୟ ବା ବସ୍ତୁ ରୂପେ ,
ଯାଣିକି ପାରିବି ଆକାର ତାହାର
ବୁଝିକି ପାରିବି ମାପେ ।
ନିଶ୍ଚିନ୍ତରେ ଚିିିନ୍ତି ରାତ୍ରୀଲୋକେ ଭ୍ରାନ୍ତି
ଏଡାଇ ନିଜକୁ ମୋରେେ,
ଚିତ୍ କାର କରି ପ୍ରତି ମୁହୂର୍ତ୍ତରେ
ମୁଁ ମୋତେ ପ୍ରଶ୍ନ କରେ ।
