STORYMIRROR

Ruksar Begum

Romance

3  

Ruksar Begum

Romance

ମୁଁ ମୋ ପ୍ରେମିକ

ମୁଁ ମୋ ପ୍ରେମିକ

2 mins
519


ଯେବେ ପ୍ରଥମ ଥର କରି ତୁମେ ମୋତେ ଦେଖିଥିଲ,ସେଦିନ ଆସିକି ଆଇନା ରେ ଅନେକ ସମୟ ଧରି ଚାହିଁ ରହିଲି ନିଜକୁ ମନରେ ଅନେକ ପ୍ରଶ୍ନକେମିତି ଲାଗୁଥିବି ମୁଁ ତୁମକୁ ଯେବେ ତୁମେ ମୋତେ ଦେଖୁଥିବ ମୋ ଆଖି ମୋ କେଶ..ମୋ ଚେହେରା..ସବୁ ଠିକ ଲାଗୁଥିବ ନା? 

 

ଶ୍ରାବଣ ମାସ ଚାଲିଥାଏ । ମାଆ ମନା କରିଥାନ୍ତି ଦାଢ଼ି କାଟିବା ପାଇଁ ହେଲେ ମୁଁ...ଯାଇ ସେଭିନ୍ଗ ହୋଇ ଆସିଗଲି..କାଳେ ତୁମକୁ ମୁଁ ଭଲ ନ ଲାଗିବି ବୋଲି...ଆଉ ଜଣେଇଲି ନାହିଁ ମାଆଙ୍କୁ... 

ଭାବିଲି ତୁମ ପାଖକୁ ଯାଇ ଦିନେ ନିଜ ମନ କଥା ଖୋଲି କହିଦେବି...ହେଲେ ମୋ ଏ ନାଲି ଦାନ୍ତ ମାନେ ବାଧା ସାଜିଲେ ମୋ ପଥରେ..ତୁମକୁ ମୋ ନାଲି ଦାନ୍ତ ଜମା ବି ପସନ୍ଦ ଆସିବ ନାହିଁ । ସେଦିନ ନିଷ୍ପତ୍ତି ନେଲି ତୁମ ପାଖକୁ ଯିବା ପୂର୍ବ ରୁ ମୋତେ ଗୁଟ୍ଖା ପାନ ଆଦି କୁ ବର୍ଜନ କରିବାକୁ ପଡିବ । ଏବଂ ସେହି ଦିନ ଠାରୁ ଏହିପରି ଭାବେ ଦୂରେଇ ଗଲି ସବୁ ବଦ୍ ଅଭ୍ୟାସ ଠାରୁ। 

ଆଉ ଯେବେ କ୍ଲାସ ରେ ତୁମେ ସାର ଙ୍କ ସବୁ ପ୍ରଶ୍ନ ର ସଠିକ ଉତ୍ତର ଦେଇ ନିଜକୁ ଏକ ଉତ୍ତମ ଛାତ୍ରୀ ରୂପେ ପରିଚିତ କରାଇଲ ମୋ ମନ ରେ ଏକ ଅଜଣା ଭୟ ସୃଷ୍ଟି ହୋଇ ଥିଲା ସେଦିନ..କାଳେ ଦିନେ ମୁଁ ପଛରେ ରହିଯିବି ଏବଂ ତୁମକୁ ପାଇପାରିବି ନାହିଁ କେବେ । ଆଉ ତୁମେ ଗଧ କହି ପୁଣି ମୁହଁ ଫେରାଇ ନେବ ମୋ ଠାରୁ । ତା ପର ଠାରୁ ମୁଁ ବି ପାଠ ପଢିବା ଆରମ୍ଭ କରିଦେଲି। ଓ ଧୀରେ ଧୀରେ ବହି ମାନଙ୍କ ସହିତ ମୋ ପ୍ରଗାଢ ସମ୍ବନ୍ଧ ଗଢି ଉଠିଲା । 

ଶେଷ ରେ ଭ୍ୟାଲେନ୍ଟାଇନ୍ସ୍ ଡେ ରେ ମୋ ସବୁ ସାହସ କୁ ଏକ ଜୁଟ କରି ନିଜର ଆଦର୍ଶ ବ୍ୟକ୍ତିତ୍ୱ କୁ ନେଇ ଚାଲିଲି ତୁମ ପାଖକୁ...ତୁମକୁ ମୋ ମନ କଥା କହିବା ପାଇଁ । ହେଲେ ବହୁତ ବିଳମ୍ବ ହୋଇଯାଇଥିଲା । ତୁମ ହାତରେ ଥିବା ମୁଦି ଟିକୁ ଦେଖାଇ ତୁମେ କହିଲ ଗତ ସପ୍ତାହରେ ତୁମ ର ନିର୍ବନ୍ଧ ହୋଇ ଯାଇଛି ଆଉ କାହା ସହିତ... ମନ ଟା ଭାଙ୍ଗି ଚୁର୍ ମାର୍ ହୋଇଯାଇଥିଲା ଯେମିତି। ହେଲେ ସେ ପର୍ଯ୍ୟନ୍ତ ନିଜକୁ ଏତେ ଭଲ ପାଇ ବସିଥିଲି କିଛି ଅନିଷ୍ଟ କରିବାର ଭାବିପାରିଲି ନାହିଁ ନିଜର । ସେ ଖଣ୍ଡ ବିଖଣ୍ଡ ହୃଦୟକୁ ଧରି ମାଡି ଚାଲିଲି ଜୀବନ ର ଏକ ନୂତନ ଉଦ୍ଦେଶ୍ୟ ସନ୍ଧାନରେ । ଏକ ନୂତନ ସପନ ଦିଗରେ। ଆଉ ସେଦିନ ଯେବେ ଆସି ମୁଁ ଘରେ ଆଇନା ଦେଖିଲି ତ ମୋତେ ପ୍ରଥମ ଥର ପାଇଁ ହୃଦୟଙ୍ଗମ ହୋଇ ଥିଲା ମୋ ପ୍ରକୃତ ପ୍ରେମ ବିଷୟରେ । ଯିଏ ମୋତେ ଉଦ୍ଧାର କରିଥିଲା ଏ ସବୁ କଷ୍ଟ ରୁ। ହଁ ସେଦିନ ଆଇନା ରେ ଭେଟ ହେଲି ମୋ ପ୍ରେମ ସହ। ମୋ ସହ ।

 



Rate this content
Log in

Similar oriya story from Romance