Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Ruksar Begum

Inspirational

4.7  

Ruksar Begum

Inspirational

ସ୍ଵୟମ୍ବର

ସ୍ଵୟମ୍ବର

3 mins
499



ରୁବି ଏବଂ ସୁବି ଦୁଇ ଭଉଣୀ। ରୁବି ସୁବି ଠାରୁ ଛଅ ସାତ ବର୍ଷର ବଡ଼। ଏ ଦୁହିଁଙ୍କୁ ଛାଡି ପରିବାର କହିଲେ ବାପା ମାଆ ଏବଂ ରୁବିର ଦୁଇ ବିଲେଇ। ରୁବି ଟିକେ ଦେଖିବାକୁ ଶ୍ୟାମଳ। ଏଥିପାଇଁ ବାପା ମାଆଙ୍କ ଭାରି ଚିନ୍ତା ଏ ଯୁଗରେ ତାଙ୍କ ଝିଅକୁ କେହି ପସନ୍ଦ କରିବ କି ନାହିଁ? କଲେଜ ନ ସରୁଣୁ ବାପା ମା ଝିଅ ପାଇଁ ପ୍ରସ୍ତାବ ଦେଖିବାକୁ ଲାଗିଲେ। ବହୁତ ପୁଅ ଘରବାଲା ଆସି ଦେଖି ଯାଆନ୍ତି। କେବେ କିଛି ବାହାନା କରି ମନା କରିଦିଅନ୍ତି ତ କେବେ କିଛି ବି ଜବାବ ଦିଅନ୍ତିନି। ମଧ୍ୟସ୍ଥ ଲୋକ ଠାରୁ ଅସଲ କାରଣ ସବୁ ଜଣା ପଡେ; ଝିଅ ଟିକେ ଶ୍ୟାମଳ ଆମକୁ ଗୋରୀ ଝିଅଟେ ଦରକାର, ଝିଅର ନାକ ଟିକେ ଚଉଡ଼ା ଇତ୍ୟାଦି ଇତ୍ୟାଦି। ବେଳେବେଳେ ରୁବି ଏସବୁ କଥା ଶୁଣି ବହୁତ କାନ୍ଦେ।


ରୁବି ଭାରି ସ୍ନେହୀ ଏବଂ ଦୟାଳୁ। ହେଲେ ଏ ସୁନ୍ଦର ଗୁଣ କି ପ୍ରତିଫଳିତ ହୋଇ ପାରିବ ତା ରୂପରେ,ନା କେହି ୟାକୁ ପ୍ରଥମ ଥରକରେ ଦେଖିପାରିବ ତା ମଧ୍ୟରେ। ସୁବି ଏସବୁ ଦେଖି ବହୁତ ରାଗି ଯାଇଥାଏ। ହୃଦୟରେ ବହୁତ ଅଭିମାନ କରୁଥାଏ ଭଗବାନଙ୍କ ଉପରେ। ସବୁ ବେଳେ ପ୍ରାର୍ଥନା କରୁଥାଏ ତା ଭଉଣୀର ସ୍ଵୟମ୍ବର ହେଉ ଠିକ ଏକ ରାଜକୁମାରୀର ବାହାଘର ପରି ।


ନଭେମ୍ବରରେ ରୁବିର ଜନ୍ମ ଦିନ ଆସୁଥାଏ।ସୁବି ତା ଜନ୍ମ ଦିନକୁ ଚିରସ୍ମରଣୀୟ କରିବାକୁ ଚାହୁଁଥାଏ। ହଠାତ "ଷ୍ଟୋରୀ ମିରର" କଥା ମନେ ପଡ଼ିଲା ତାକୁ। ସେ ଷ୍ଟୋରୀ ମିରର ମାଧ୍ୟମରେ ନିଜ ଦିଦିକୁ ଏକ ବାର୍ତ୍ତା ପଠେଇବା ପାଇଁ ନିର୍ଣ୍ଣୟ କଲା।

ପ୍ରିୟ ରୁବି ଦିଦି,


ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା। ମୋର ଏ ବାର୍ତ୍ତା ଯଦି ପଢ଼ୁଛୁ ତ ଟିକେ ହସି ଦେ ଆଗ। କାରଣ ଆଗକୁ ତୁ କାନ୍ଦିବାକୁ ଯାଉଛୁ। ଅବଶ୍ୟ ସେ କାନ୍ଦ ଖୁସିର ହେବ।

ଜାଣିଛୁ, ତୁ ସେଦିନ ଯେଉଁ ମାମୁଁ ଘରକୁ ଯାଇଥିଲୁ ଦୁଇ ଦିନ ପାଇଁ,ତୋ ବିଲେଇ ୨ଦିନ ଯାକ ଖାଇଲେ ନାହିଁ ତତେ ଖାଲି ଝୁରି ହେଉଥାନ୍ତି। କାରଣ ଜାଣିଛୁ ସେମାନେ କେବଳ ତତେ ଭଲ ପାଆନ୍ତି ବୋଲି। ଆଉ ତତେ ମନେ ଅଛି ତୁ ଯେବେ କଲେଜ ଯାଉନ ଥିଲୁ ତୋ ସାଙ୍ଗମାନେ ବାପାଙ୍କ ମୋବାଇଲରେ କେତେ କଲ୍ କରି ପଚାରନ୍ତି ରୁବି କାହିଁ ଆସିଲାଣି ବୋଲି। ଏହାର କାରଣ ଜାଣିଛୁ? ସେମାନେ କେବଳ ତତେ ଭଲ ପାଆନ୍ତି। କେବଳ ତତେ ଭଲ ପାଆନ୍ତି ମୁଁ କାହିଁ କହୁଛି ଆଶା କରୁଛି ତୁ ବୁଝିପାରୁଥିବୁ।


ଦେଖ ତୋ ସହ ଟିକେ ସମୟ ବିତେଇ ବି ସେମାନେ ତତେ କେତେ ଭଲ ପାଉଛନ୍ତି। ତୁ ନିଜକୁ ପଚାରିଲୁ ଟିକେ।ଏତେ ସମୟ ଏକା ଏକା ରହୁଛୁ ନିଜ ଦୁନିଆରେ।ଏତେ ସମୟ ନିଜକୁ ଦେଉଛୁ। ଏଯାଏଁ କେମିତି ନିଜ ପ୍ରେମରେ ପଡି ପାରିଲୁନି? ଟିକେ ଭାବ ତ! ପଶୁ ପକ୍ଷୀ ମନୁଷ୍ୟ ଜାତିକୁ କେମିତି ଦେଖୁଥିବେ!ସେମାନେ ପରସ୍ପର ମଧ୍ୟରେ କେମିତି କଥା ହେଉଥିବେ! ଆଜି ଗୋଟେ ହ୍ୟାଣ୍ଡସମ ଲୋକ ମତେ ଖାଇବାକୁ ଦେଲା।ଆଜି ଗୋଟେ କ୍ୟୁଟ୍ ଝିଅ ମତେ ଆଉଁସି ଦେଲା। ହେହେ...

ଜାଣିଛୁ ତୁ ଭଲରେ ସେମାନେ ଏମିତି ଜମା ବି ଭାବନ୍ତିନି। ସେମାନଙ୍କ ଲାଗି ସୌନ୍ଦର୍ଯ୍ୟର ସଂଜ୍ଞା ହିଁ ଭିନ୍ନ। ଉଦାହରଣ ତୋ ଜିମ୍ମିକୁ ହି ଦେଖ। ତା କାଳି ବିଲେଇ ସ୍ତ୍ରୀ ସହ କେତେ ସୁଖରେ ଅଛି। ବହୁତ ସାରା ପ୍ରବନ୍ଧ ଏବଂ ପ୍ରବଚନ ଶୁଣିଛି।ମନୁଷ୍ୟ ପଶୁ ମାନଙ୍କ ଠାରୁ କିପରି ଭିନ୍ନ। ଏବେ ଉତ୍ତର ପାଇ ପାରୁଛି ହୁଏତ ଏ ଦୃଷ୍ଟିରେ ଭିନ୍ନ। 


ହେଲେ ବେଳେବେଳେ ଭାବେ ମନୁଷ୍ୟ ଜାତି ତୋ ପରି ହେବା ଉଚିତ କି ବାକି ଲୋକଙ୍କ ପରି।ଯଦି ତୋ ପରି ହେବା ଉଚିତ ତ ତୋ ପରି ଲୋକ ସଂସାରରେ ଏତେ ବିରଳ କେଉଁଥି ପାଇଁ। ତୁ ଏ ଅତି ଭଲ କେମିତି ହେଲୁ ଯେ?


ତୋ ଜୀବନରେ ଏବେ ଯାଏ କେବଳ ଏପରି ହିଁ ଲୋକ ଅଛନ୍ତି ଯିଏ କେବଳ ତୋତେ ଭଲ ପାଆନ୍ତି।ଆଉ ସେମାନେ ବି ଟିକେ ତୋ ପରି। ମମି, ପାପା, ମୁଁ ତୋ ସାଙ୍ଗ ସାଥୀ।ଆଉ ଯିଏ ତୋ ପରି ନାହାନ୍ତି ଭଗବାନ ତୋ ଜୀବନରେ ସେମାନଙ୍କୁ ପ୍ରବେଶ କରେଇବାକୁ ହିଁ ଦେଉ ନାହାନ୍ତି। ଆଜି ତୋ ଶୁଭ ଜନ୍ମ ଦିନରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଭଗବାନ ତୋ ଜୀବନ ଖୁସିରେ ଭରି ଦିଅନ୍ତୁ।


ଇତି ତୋ ଅଲି ଅଳି ସୁବି"


ରୁବି ଲାଗି ଏହି ଜନ୍ମଦିନ ଥିଲା ଅତ୍ୟନ୍ତ ସ୍ମରଣୀୟ। ଚକୋଲେଟ କେକ୍ ସହ ଫ୍ୟାମିଲି ଲୋକଙ୍କ ରାତି ୧୨ଟାର ସର୍ପ୍ରାଇଜ। ମମି ପାପାଙ୍କ ଗିଫ୍ଟ୍ସ ।ସାଙ୍ଗ ମାନଙ୍କ ଅବିରତ ଫୋନ କଲ୍। ୟା ସହିତ ଷ୍ଟୋରୀ ମିରରରେ ଆସିଥିବା ସୁବିର ଜନ୍ମଦିନ ଶୁଭେଚ୍ଛା। ହସ ଓ ଲୁହର,ଏକ ବିରଳ ସମନ୍ବୟ ମିଳିଥିଲା ଏକ ନିରୀହ ମୁଖରେ। ଏକ ନୂତନ ଆରମ୍ଭର ଆଭାସ ଆସୁଥାଏ।ଚତୁଃପାଶ୍ୱରେ ଯାହା ନ ମିଳି ପାରୁଥିଲା ଏବେ ତାକୁ ନିଜ ମଧ୍ୟରେ ମିଳିବାକୁ ଲାଗିଲା।ନିଜକୁ ଗ୍ରହଣ କରି ସେ ଆନନ୍ଦରେ ରହିବାକୁ ଲାଗିଲା।


ମାସକ ପରେ ରୁବି ପାଇଁ ଅନେକ ପ୍ରସ୍ତାବ ପୁଅଙ୍କ ଘରୁ ଆସିବାକୁ ଲାଗିଲା।


Rate this content
Log in

More oriya story from Ruksar Begum

Similar oriya story from Inspirational