Kamal Kumar Dash

Inspirational Others

2  

Kamal Kumar Dash

Inspirational Others

ମୁଁ ଏବେ ବି ବଞ୍ଚିଛି

ମୁଁ ଏବେ ବି ବଞ୍ଚିଛି

2 mins
265


ଆମ ବାଡ଼ି ଆଡେ ଗୋଟେ ସଜନା ଗଛ ଥିଲା । ଛୋଟ ବେଳୁ ସେ ଗଛଟା ଛନ ଛନିଆ । ସମସ୍ତଙ୍କର ଆଖି ତା ଉପରେ । କେତେବେଳେ ମାଙ୍କଡ଼ ଖାଇଲାଣି ତ କେତେବେଳେ କୁକୁର ଭଂଗିଲାଣି ଓ ଆଉ କେତେବେଳେ ପଡିଶା ଘର ଶାଗ ତୋଳିନେଲେଣି । ଘରେ ସବୁବେଳେ ତାର ଚର୍ଚ୍ଚା । ହୁଡ଼ ହୁଡ଼ ବାତ୍ୟାରେ ଅଧା ଭାଙ୍ଗି ଯାଇଥିଲା ହେଲେ ଫୁଣି ଉଠି ଠିଆ ହେଲା ଓ ଛାତ ଉପରକୁ ଲାଗିଲା । ସବୁ ରବିବାର ଶାଗ ତୋଳା ହେଲା । ଖରା ଦିନର ଦହି ପଖାଳ ସାଥିରେ ସଜନା ଶାଗର ଭଜା ସମସ୍ତଙ୍କ ମନ କୁ କିଣିନେଲା । କିଏ ଜଣେ ଆବିଷ୍କାର କଲା କି ସଜନା ଗଛରେ ଫୁଲ ଆସିଛି ଓଃ ଘରେ ଖୁସିର ଲହର ଖେଳିଗଲା । ପିଲା ମାନେ ସଜନା ଫୁଲର ବରା ପାଇଁ ଅଡର ଦେଲେ, ହେଲେ ବୋଉ କହିଲେ ନା ନା ନୂଆ ଫୁଲ ଆସିଛି ଏବେ ଫୁଲ ତୋଳା ହେବନି । ତଳେ ପଡିଥିବା ଫୁଲ ଆଣି ତୁମେ ଭାଜି ଖାଇ ପାରିବ । 


ଦିନେ ଖବର ଆସିଲା କି ମହାବାତ୍ୟା ଫନି ଆସୁଛି, ୧୮୦ କି.ମିର ଝଡ଼ ପଵନ ବୋହିବ । ଘରେ ଭାଳେଣି ପଡିଲା କଣ କରିବା । ସମସ୍ତେ ନିଜ ନିଜ କଥା ଚିନ୍ତା କଲେ । ଖାଇବା ଓ ପିଇବା ପାଣି ଯୋଗାଡ଼ କରି ରଖିଲେ । ସଜନା ଗଛକୁ ଛାତ ସହିତ ତାରରେ ବାନ୍ଧି ଦିଆଗଲା । ଝଡ଼ ଆସିଲା ସବୁ ଗଛକୁ ଭାଙ୍ଗି ଦେଇଗଲା । ସଜନା ଗଛଟା ମୂଳରୁ ଭାଙ୍ଗି ପଡିଲା । ଝଡ଼ ପରେ ତାର ଆବସ୍ଥା ଦେଖି ସମସ୍ତେ ଦୁଃଖରେ ଭାଙ୍ଗି ପଡିଲେ । ଭାଙ୍ଗି ପଡିଥିବା ଗଛରୁ ଫୁଲ ପତ୍ର ତୋଳୁ ତୋଳୁ ଭରିଲା ଆଖିରେ ବୋଉ କହିଲା ନିଅ ଫୁଲ ଖାଇବାକୁ କହୁଥିଲ ନା ଏବେ ମନ ଖୁସିରେ ଶେଷଥର ପାଇଁ ଫୁଲ ଭଜା ଖାଇ ଦିଅ । ଏ ଫୁଲରେ ତୁମର ସବୁ ନଜର ଲାଗିଗଲା ଓ ଗଛ ଭାଙ୍ଗି ପଡିଲା । ସମସ୍ତେ ଦୁଃଖରେ ଥିଲେ ସଜନା ଗଛ ପାଇଁ ତେଣୁ ବୋଉ କଥା ଶୁଣି ଚୁପ ରହିଲେ । 


୧୦ ଦିନ ପରେ ଦିନେ ସାନ ଭଉଣୀ ବାଡି଼କୁ ଫୁଲ ତୋଳିବାକୁ ଯାଇଥିଲା ଓ ଦେଖିଲା କି ସଜନା ଗଛ ମୂଳରୁ ଫୁଣି ପତ୍ର ବାହାରିଛି ସେ ଦୌଡ଼ି ଆସି ଘରର ସମସ୍ତଙ୍କୁ କହିଲା । ସମସ୍ତେ ଦେଖିବାକୁ ଦୌଡିଲେ ବାଡି଼କୁ । ସଜନା ଗଛର କୁନି କୁନି ପତ୍ରକୁ ପିଲାମାନେ ଆଉଁଷୁ ଥିଲେ ଓ ତାର ଫେରି ଆସିବାକୁ ସ୍ୱାଗତ କରୁଥିଲେ । ବୋଉ କହିଲେ ଦେଖିଲ ତୁମ ମାନକଂର ସ୍ନେହ ତାକୁ ଫୁଣି ବଞ୍ଚାଇ ଦେଇଛି । ଏତେ ଥର ଭାଙ୍ଗିବା ପରେ ବି ସେ ଫେରି ଆସିଛି ଓ କହୁଛି "ମୁଁ ଏବେ ବି ବଞ୍ଚିଛି " । ସଜନା ଗଛ ଠାରୁ ଅନେକ କିଛି ଶିଖିବାର ଅଛି ।


Rate this content
Log in

Similar oriya story from Inspirational