ମୁଁ ବିଚରା ସ୍କୁଟି
ମୁଁ ବିଚରା ସ୍କୁଟି


ମୋ ମାଲିକ ଚାକିରୀ କଲା ପରେ ମତେ କିଣି ଘରକୁ ଆଣିଥିଲେ | ମୋ ରଙ୍ଗ ତା ତାଙ୍କୁ ଭାରି ପସନ୍ଦ ଥିଲା | ପ୍ରାୟ ସବୁଦିନ ମୋତେ ଧୁଆ ପୋଛା କରୁଥିଲେ | ମୋ ଉପରେ ବସି ସବୁବେଳେ ତାଙ୍କ ପ୍ରେମିକi ପାଖକୁ ଯାଉଥିଲେ | ସେ ଟିକେ ମୋଟୀ ଥିଲା ତେଣୁ ସେ ବସିଲେ ଦି ଜଣ ଙ୍କୁ ଟାଣିବାକୁ ମୋତେ ଟିକେ କଷ୍ଟ ହେଉଥିଲା | ବାହା ଘର ପରେ ପ୍ରାୟ ସବୁଦିନ ମୋ ଉପରେ ବସି ସେମାନେ ବଜାର ବୁଲୁଥିଲେ ଓ ଫିଲିମ ଯାଉଥିଲେ , ହେଲେ ମୋର ଦେଖ ଭାଲ ଠିକସେ କରୁଥିଲେ | ଦିନେ ରାତିରେ ଫେରିଲା ବେଳେ ମୁଁ ଷ୍ଟାର୍ଟ ହେଲିନି ଦି'ଜଣ ଚାଲି ଚାଲି 2 କିମି ଆସିଲେ ତା ପରେ ମାଲିକାଣି କହିଲେ ଏଇଟା ପୁରୁଣା ହୋଇଗଲାଣି ତାକୁ ବିକିଦିୟ | ମୁଁ ଡରିଗଲି ହେଲେ ମାଲିକ ମୋତେ ନେଇ ଠିକ କରିଦେଲେ ଓ ମୁଁ ଫୁଣି ଆଗ ଭଳି ତାଙ୍କୁ ନେଇ ଚାଲିଲି | ଦିନେ ମୋ ଉପରେ ବସି ଦି ଜଣ ବହୁତ ଝଗଡା କଲେ ଓ ଜୋରରେ ମୋତେ ଚାଲାଇଲେ ଓ ପଡି ଖଣ୍ଡିଆ ଖIବରI ହେଲେ |
ପ୍ରେଗନାନ୍ସି ଟେଷ୍ଟ ପଜେଟିଭ ବାହାରିଲା ପରେ ଦିଜଣ ବହୁତ ଖୁସିରେ ଫେରିଲା ବେଳେ ଆଇସକ୍ରିମ ଖାଇ ଆସିଥିଲେ ସେ ଦିନର କଥା ମୋର ଆଜି ବି ମନେ ଅଛି | ପୁଅ ହେଲା ପରେ ସବୁବେଳେ ସ୍କୁଲ ଗଲା ଟିଉସନ ଗଲା ଓ ମତେ ଦି ଚାରି ଥର ପକେଇ ଭାଙ୍ଗିଲା | ମୁଁ ଦୁର୍ବଳ ହୋଇ ପଡିଲି | ମାଲିକାଣି ମୋତେ ଗୋଇଠା ମାରି କହିଲେ ଏଇଟାକୁ ବିକିଦିୟ | ମୋ ଜାଗାରେ ନୂଆ ସ୍କୁଟି ଆସିଗଲା | ମୁଁ ଚାଲୁଥିଲେବି ମୋତେ କେହି ଚଲାଉ ନଥିଲେ | ମୋତେ ଗ୍ୟାରେଜ ବାହାରେ ଗଛ ତଳେ ରଖିଦେଲେ ଓ ମୋତେ ଖରାରେ ଥୋଇ ମୋ ଉପରେ ଲୁଗା ଶୁଖIଇଲେ | ବିକି ବାକୁ ଚେଷ୍ଟା ବି କରୁଥିଲେ ହେଲେ ମୋତେ ଦେଖିଲା ପରେ କିଏ କିଣିବାକୁ ଆସୁ ନ ଥିଲେ | ମୁଁ ପ୍ରିୟ ସ୍କୁଟି ରୁ ବିଚରା ସ୍କୁଟି ବୁଢା ଓ ଦୁର୍ବଳ ହୋଇଯାଇଥିଲି |