ଏ ବର୍ଷ ଶୀତ ପଡିଥିଲା ଖୁବ. ପଞ୍ଜୁରୀ ଭିତରେ ଶୁଆ ଦିଟା କୁଙ୍କୁରି କାଙ୍କୁରି ହୋଇ ଚଞ୍ଚୁ ଘଷୁ ଘଷୁ ଅଣ୍ଡା ଉଷୁମେଇବା ପାତ୍ରଟି ଭିତରେ ପଶି ଯାଇଥିଲେ. ପାତ୍ରରୁ ଅଣ୍ଡା ଦୁଇଟିକୁ କିନ୍ତୁ କୋଳକୁ ନେଉନଥିଲେ. କାହିଁକି ବୁଝିବାକୁ ଯିବା ବେଳେ ପୁଅ ମୋବାଇଲ ନେଟରୁ ଦେଖି କହୁଥିଲା ଅଣ୍ଡା ଦୁଇଟି କାଞ୍ଜିଆ ବୋଲି ଶୁଆ ଦୁଇଟି ବୁଝିପାରି ପରିତ୍ୟକ୍ତ କରିଛନ୍ତି ଅଣ୍ଡା ଦୁଇଟିକୁ ନିଶ୍ଚୟ ମାଆ . ପୁଅର କଥା ଶୁଣି ଏ ଶୀତ ରାତିରେ ଅନୁଙ୍କର ମନେପଡୁଥିଲେ ଅନିମେଷ. ପୁଅ ଜନ୍ମ ପରେ ପରେ ନିଜ ପ୍ରସାଧାନ, ସୌନ୍ଦର୍ଯ୍ୟ ଓ ସବୁକିଛି ଭୁଲିଯାଇଥିଲେ ଅନୁ. ପୁଅହିଁ ଥିଲା ତାଙ୍କର ସବୁ କିଛି ହେଲେ ଅନିମେଷ ଏମିତି ହଠାତ ଦୂରେଇ ଯିବେ ଓ ଅନ୍ୟ ଜଣେ ତରୁଣୀ ସଙ୍ଗେ ଘର କରିବେ କେଵେ ଭାବିନଥିଲେ ଅନୁ. ଦିନେ ବି ପୁଅର ଭଲ ମନ୍ଦ ବା ଭବିଷ୍ୟତ ପ୍ରତି ସଚେତନ ନଥିଲେ ଅନିମେଷ. ସବୁ ପୁରୁଷଙ୍କ ଆଖି କଣ ଏମିତି ନା ଅନିମେଷ ଜଣେ ବ୍ୟତିକ୍ରମ ଭାବୁ ଭାବୁ ପକ୍ଷୀ ଦୁଇଟି ବିକ୍ରୀ କରିବାକୁ ଆସିଥିବା ଯୁବକ ଜଣକ ତାଙ୍କୁ ଏକଲୟରେ ଚାହିଁରହିଥିବା ଦେଖି ଶୁଆ ଦୁଇଟିଙ୍କୁ ରଖିନେଇଥିଲେ ଅନୁ. ଶୁଆଙ୍କ ସ୍ୱାସ୍ଥ୍ୟ ତଥା ଅଣ୍ଡା ଦେବାର କ୍ଷମତା ସହିତ ଅଣ୍ଡା କେମିତି କାଞ୍ଜିଆ ହେବନାହିଁ ଜାଣିଥିବା ସେହି ଯୁବକ ଆସୁଥିଲା ମଝିରେ ମଝିରେ ଆଉ ବେଳେ ବେଳେ ଶୁଆଙ୍କୁ ଔଷଧ ଦେଇ ଯାଉଥିଲା ମଧ୍ୟ.
ସେଥର ଅଣ୍ଡା ବାହାରି ନପାରି ମାଈ ଶୁଆଟି କଷ୍ଟ ପାଉଥିବା ଦେଖି କଣ ଚେର ମୂଳ ଓ ଧନିଆଁ ପତ୍ର ସହ ଔଷଧ ଖୁଆଇବାରୁ ଗୋଟେ ନୁହେଁ ବରଂ ଦୁଇଟି ଅଣ୍ଡା ବାହାରିଥିଲା ପରକୁ ପର ମାଈ ଶୁଆଟିର ତଳି ପେଟରୁ ତ ଅଣ୍ଡିରା ଶୁଆଟିର ଖୁସି ପିଞ୍ଜରାବଦ୍ଧ ପଞ୍ଜୁରୀ ଭିତରେ ସୀମିତ ଥିଲେ ବି ବୁଝି ହେଉଥିଲା ତା ଅପରିସୀମ ଖୁସି. ତାକୁ ଦେଖି ଅନିମେଷଙ୍କ କଥା ଖୁବ ମନେପଡୁଥିଲା ବେଳେ ମାଈ ଶୁଆ ପେଟ ତଳେ କୁଣ୍ଡା ଭରା ପାତ୍ରଟିରେ ଉଷୁମେଇବାକୁ ଅଣ୍ଡା ଦୁଇଟି ରଖି ସେହି ଯୁବକ ଚାଲିଯିବା ବେଳେ କଣ୍ଟାକ୍ଟ ନମ୍ବର ଦେଇଯାଇଥିଲା ପକ୍ଷୀ ଦୁଇଟିଙ୍କ ଭଲ ମନ୍ଦରେ ଫୋନ କରି ବୁଝିବାକୁ . ଅଣ୍ଡା ଦୁଇଟିକୁ ମାଈ ଶୁଆ ପେଟତଳେ ରଖିବାର ଉଦ୍ୟମ କରୁଥିବା ଅଣ୍ଡିରା ଶୁଆଟିକୁ ଦେଖିବାର କଥା ଥିଲା ବେଳେ ଘୃଣା ରାଗ ଓ ଅଭିମାନରେ ଅନୁଙ୍କ ମନ ଓ ହୃଦୟ ବିଗଳିତ ହେଉଥିଲା. ଏ ଭିତରେ ଅଣ୍ଡା ଦୁଇଟି କାଞ୍ଜିଆ ଯୋଗୁଁ ପରିତ୍ୟକ୍ତ ହୋଇ ନୂଆ ଅଣ୍ଡା ଦେବା ପ୍ରୟାସରେ ଶୁଆ ଦୁଇଟି ଚଞ୍ଚୁରେ ଚଞ୍ଚୁ ଘସୁଥିବା ବେଳେ ଅନୁ ଭାବନ୍ତି ଅନିମେଷ କେଡେ ବ୍ୟତିକ୍ରମ ସତରେ!ଶୀତ ବଢୁଥିଲା.ରାତ୍ରୀ ବଢିବା ସହିତ ତାଙ୍କ ପାଖରେ ଶୋଇଥିବା ପୁଅ ଉଠିପଡ଼ି ପଚାରୁଥିଲା ମାଆ ଆମ ଆପୁ କୁକୁରର ଛୁଆ ହେବ ନା!ହଁ ହେବ କାହିଁ ତୁ ତା ଛୁଆ କାହାକୁ ଦେବାକୁ କହିଛୁ କି!ନାଇଁ ଯେ ମାଆ ଆପୁକୁ ଶୀତ ହେଉଥିବ ଭାବି ନିଦ ଭାଙ୍ଗିଗଲା. ମୁଁ ଯାଉଛି ତାକୁ ଘୋଡେଇ ଦେଇ ଆସିବି. ପୁଅ ଆପୁ ପାଖକୁ ଚାଲିଗଲା ପରେ ଅନିମେଷ ଆଣିଥିବା ଏଇ କମଳ ଭିତରେ ଅତୀତ ଭାବି ଏଡ଼େ ଶୀତରେ ମଧ୍ୟ ଝାଳେଇ ଯାଉଥିଲେ ଅନୁ. ହଠାତ ତାଙ୍କର ନିଜ ବୋଉ କଥା ମନେ ପଡିଗଲା. ବୋଉ ଜୀଵନ ସାରା ପୁଅ ଝିଅଙ୍କ ପାଇଁ ସୁଖ କଣ ଜାଣିନଥିବା ବେଳେ ବାପା ଅବସର ପରେ କେମିତି ତାକୁ ବାଜାର ନେଇ ବାଧ୍ୟ କରି ଖଣ୍ଡେ ଜାଗାରେ ଦୁଇଖଣ୍ଡ ଶାଢ଼ୀ କିଣେଇ ଦେଉଥିଲେ, ଫୁଲ କିଣି ଖୋସାରେ ଲଗେଇବାକୁ ବାଧ୍ୟ କଲାବେଳେ ବୋଉ ଯେବେ ପ୍ରତିବାଦ କରୁଥିଲା ବାପା ବାଧ୍ୟ କରି କହୁଥିଲେ ସେଇ ପିଲାଙ୍କ ପାଇଁ ମୁଣ୍ଡପୋତି ଏଯାଏଁ ନିଜ ଖୁସି ଓ ଇଛାକୁ ସମାଧି ଦେଲ ଏବେତ ଟିକେ ମତେ ସେ ସୁଯୋଗ ଦିଅ କହି ବାପା ବୋଉର ବହୁ ଦିନର ଅଭିଳାଷ ପୁରଣ ପାଇଁ ତାଜମହଲ ବୁଲି ଯିବାକୁ ବାହାରିଲା ବେଳକୁ ଗୋଟିଏ ବୋଲି ସର୍ବଗୁଣ ସମ୍ପନ୍ନା ଝିଅ ଅନୁକୁ ଛାଡି ତା ସ୍ୱାମୀ ଅନିମେଷ ଆଉ ଜଣଙ୍କ ସଙ୍ଗେ ରହିବା ଶୁଣି ପ୍ରୋଗ୍ରାମ କ୍ୟାନସଲ କାରିଥିଲେ. ଆଜି ଏ ଶୀତ ରାତିରେ ଭାରି ଇଛା ହେଲା ବୋଉ ସାଙ୍ଗରେ ଗପିବାକୁ ତ କଣ୍ଟାକ୍ଟ ଲିଷ୍ଟରେ ଶୁଆ ଦେଇଯାଇଥିବା ଯୁବକର କଣ୍ଟାକ୍ଟ ନମ୍ବର ପାଖରେ ଅଟକି ଗଲେ ଅନୁ. ଯୁବକଟି ପାଠ ଶାଠ ବ୍ୟତିରେକେ ଶୁଆଙ୍କ ଅଣ୍ଡା ଦେବା ଓ ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ କେତେ ଚିନ୍ତିତ ସେକଥା ଭାବି ହୃଦୟ ବିଗଳିତ ହେଲା ତ ନମ୍ବର ଚିପି ହୋଇଗଲା. ଏତେ ରାତିରେ ଯୁବକଟି ଟିକେ ବି ବିବ୍ରତ ନହୋଇ କହିଲା କଣ ଅସୁବିଧା ହେଲା କୁହନ୍ତୁ ମ୍ୟାଡାମ ସଙ୍ଗେ ସଙ୍ଗେ ଯାଇ ପହଞ୍ଚିବି. ଅନୁ କହିଲେ ନାହିଁ,ଏବେ ନାହିଁ କାଲି ଟିକେ ଆସି ଶୁଆଙ୍କୁ ଦେଖିଯିବ.
ଶୀତ ରାତି ଅପସରି ସକାଳର କଅଁଳ ଖରା ପଡିସାରିଥିଲା. ପୁଅ ସବୁଦିନ ପରି ଶୁଆଙ୍କ ଗିନାରେ ଖାଦ୍ୟ ରଖି ଆପୁ କଥା ବୁଝିବାକୁ ଲାଗିଥିଲା. ସନ୍ଧ୍ୟା ଆଗତ ପ୍ରାୟ. ଶୁଆ ଦେଇଥିବା ଯୁବକଟି ଏବେ ଆସିଯିବ. କଣ ଶୁଆଙ୍କର ଅସୁବିଧା ଜଣେଇବେ ବୋଲି ଅନୁ ବିବ୍ରତ ବୋଧ କରି ଭାବୁଥିଲେ ମାଈ ଶୁଆଟି କିପରି ଅଣ୍ଡା ଶୀଘ୍ର ଦେବ ବୋଲି କହିବାକୁ ଯୁବକକୁ ତାଙ୍କୁ ଆଜି ଏତେ ସରମ କାହିଁକି!ଠିକ ଏତିକି ବେଳେ ଅନିମେଷଙ୍କ ଗାଡି ଲାଗିଥିଲା ଓ ଗାଡ଼ିରୁ ବାହାରି ଅନିମେଷ କହୁଥିଲେ ସେ ବାଜେ ସ୍ତ୍ରୀ ଲୋକ ଗୋଟେ ପୁରୁଷ ପାଖେ ସନ୍ତୁଷ୍ଟ ନୁହେଁ ବୋଲି ଏତେ ସଜାଇ ହୁଏ ବୋଲି ଜାଣିଥିଲେ ମୁଁ ଫଶି ଯାଇନଥାନ୍ତି. ଅନୁଙ୍କର ତଥାପି ଡ଼ିଭୋର୍ସ ହୋଇନଥିଲା ତ ସ୍ଥାଣୁ ଭଳି ସେ ଠିଆ ହୋଇ ସ୍ୱାମୀଙ୍କ ପାଗଳାମି ଶୁଣୁଥିଲା ବେଳେ ସେହି ଯୁବକ ପ୍ରବେଶ କାରିଥିଲେ ତ ଅନିମେଷ କହୁଥିଲେ କିଏ ତୁମେ, ତୁମର ଏଠି କାମ କଣ? ନାଇଁ ଆଜ୍ଞା ଶୁଆର ଅଣ୍ଡା ଦେବା ବେଳ ପୂର୍ବରୁ ତାର ଯତ୍ନ ନନେଲେ ପୁଣି ଅଣ୍ଡା କାଞ୍ଜିଆ ହେବ ବୋଲି ମ୍ୟାଡାମଙ୍କୁ କହିବାକୁ ଆସିଥିଲି. ମୁଁ ଆସିଗଲିଣି ତ ଅଣ୍ଡା ଆଉ କାଞ୍ଜିଆ ହେବନି ତୁମେ ଯାଅ କହୁଥିବା ଅନିମେଷଙ୍କୁ ଆପଲକ ଆଖିରେ ଅନୁ ଚାହିଁଥିବା ବେଳେ ପୁଅ ଦଉଡି ଆସି କହୁଥିଲା ଆପୁ ଚାରିଟା ଛୁଆ ଜନ୍ମ କରିଛି ମାଆ ଦେଖିବ ଆସ. ଅନିମେଷଙ୍କୁ ମଧ୍ୟ ଡାକୁଥିଲା ତୁମେ ବି ଦେଖିବ ଆସ ନା . ଅନିମେଷ କିନ୍ତୁ ଜମା ଖୁସି ନଥିଲେ କହୁଥିଲେ ଶେଷକୁ ବୁଲା କୁକୁର ସଙ୍ଗେ ମିଶିବାକୁ ଆପୁକୁ ଛାଡିଦେଲ ଅନୁ! ପ୍ରକୃତିର ନିୟମକୁ ରୋକିବାକୁ ଯାଇ ଏ ଶୀତରେ ଆଉ କଣ କରିପାରିଥାନ୍ତି ମୁଁ!ଅନିମେଷଙ୍କୁ ଶାନ୍ତ କରିବାକୁ ଯାଇ ଅନୁ କହିଥିଲେ ମୋ ଭାଇ ଓ ବାପା ଓ ସେହି ଶୁଆ ବିକିଥିବା ଯୁବକକୁ ଗୋଟେ ଲେଖାଏଁ ଛୁଆ ଦେଇଦେବା, ସେମାନେ ବଞ୍ଚନ୍ତୁ ଆଗେ. ତା ଆରଦିନ ପଞ୍ଜୁରୀ ଖୋଲି ଶୁଆ ଦୁଇଟିଙ୍କୁ ଉଡେଇ ଦେଇ ଅନିମେଷ କହୁଥିଲେ ସେ ଶୁଆ ବିକା ଯୁବକକୁ ଯେମିତି ଏଘରେ ଆଉ ନଦେଖେ. ଅନୁ ଚୁପି ଚୁପି ହସୁଥିଲା ବେଳେ ପୁଅ କହୁଥିଲା ଶୁଆ ଉଡେଇଲ ଭଲ କଲ କିନ୍ତୁ ମୋ ଆପୁର ଛୁଆ କାହାକୁ ଦିଆଯିବନି. ଅନୁ ଏପଟେ ସ୍ୱାମୀ ସେପଟେ ପୁଅ କଥା ଶୁଣି ବି ନଶୁଣିଲା ପରି ଭାବୁଥିଲେ ଯା ହେଉ ତାଙ୍କ ବାପା ବୋଉ ଏବେ ଅନ୍ତତଃ ତାଜମହଲ ବୁଲିବାକୁ ଭାଇ ପାଖକୁ ଦିଲ୍ଲୀ ଯାଇପାରିବେ ଶାନ୍ତିରେ.ବଦଳି ଗଲା ପରିସ୍ଥିତି ଶଶୁର ଚାଲିଯିବା ଘଟଣାରେ ଅନୁ ଫେରି ଆସିଥିଲା ଗାଁକୁ. ସେ ବୁଝିସାରିଥିଲା ପରିବାର ଓ ସମାଜ ଭିତରେ ସ୍ତ୍ରୀଟିଏ ନିଜକୁ ବାନ୍ଧି ପାରିଲେ କୋଉ ପୁରୁଷ ଆଉ ଫିଟିଯାଇ ପାରିବ କାନି ପଣତରୁ. ତା ବାପା ମା ଓ ଦୁଇକୂଲର ହିତା ହେବା ପାଇଁ ଅନୁ ପହଁଞ୍ଚି ଯାଇଥିଲା ଗାଁରେ.
ନୀଳ ନୀଳ ଆଖିର ଝିଅ ଅନୁ .ଅନିମେଷ ଓ ପୁଅ ସହ ଗାଁକୁ ଆସିବା ପରେ ବୋହୁର ମାଛ ଖୁବ ପସନ୍ଦ ବୋଲି ମାଆ ଜାଣିଥିଲେ .ଗ୍ରୀଷ୍ମ ଋତୁ ସତ୍ୱେ ସବୁଦିନ ଶାଶୁମାଆଙ୍କ ବରାଦରେ ଘରକୁ ମାଛ ଆସୁଥିଲେ ବି ଶାଶୁମା କେଵେ ଖାଆନ୍ତି ନାହିଁ. ବୋହୁର ସାହାସ ହୁଏନି ପଚାରିବାକୁ କାହିଁକି ବୋଲି କିନ୍ତୁ ଅନିମେଷ କହନ୍ତି ସେ ତୁମ ଭଳି ବିଲେଇ ହୋଇକି ନାହିଁ. ଏ ଉତ୍ତର ଶୁଣି ଅନୁକୁ ଲାଗେ ତେବେ ଆଗରୁ କଣ ମାଆ ବିଲେଇ ପରି ମାଛ ଖାଉଥିଲେ? ଏବେ ତେବେ କାହିଁକି ଖାଉନାହାଁନ୍ତି ବୋଲି ଭାବେ କିନ୍ତୁ ପଚାରିପାରେନା,ଯଦିଓ ମାମୁଁଶଶୁର ଘର ସମୁଦ୍ରକୁଳିଆ ଅଞ୍ଚଳରୁ ଆସୁଥାଏ ଋତୁ ଅନୁଯାଇ ଢେର ମାଛ ତାଙ୍କ ପାଇଁ. ମାଆ କହନ୍ତି କାହିଁ ଏତେ କଷ୍ଟ କରି ଆସିଲ ଦାମ କକା?ତ ମାମୁଁଘର ପ୍ରଜା ଦାମକକା କହନ୍ତି ତୁମେ ସିନା ଛାଡିଦେଲ ମାଛ ଖାଇବା ଦେଇ ହେଲେ ବୋହୂ ମାଆ ପରା ମାଛ ପ୍ରିୟ. ଏଥର ଅନୁ କିନ୍ତୁ ଗୋଟେ କଥାରେ ନିଶ୍ଚିନ୍ତ ହୋଇଗଲେ ଯେ ଆଗରୁ ମାଆ ତେବେ ଖାଉଥିଲେ ମାଛ. ମାଛତ ମାଛ ରୋହି ଭାକୁର ମାଛ ମୁଣ୍ଡ.
ନୂଆରୁ ପୁରୁଣା ହୋଇ ସାରିଥିଲା ଅନୁ ଛୁଆର ମାଆ ହେଲେଣି. ଲାଜ ଭୟ ସଂଭ୍ରମ ବଦଳରେ ସାହାସୀ, ନିର୍ଭୟା ହେବା ସହ ପରିବାରର କର୍ତ୍ତୀ ନହେଲେ ମଧ୍ୟ ମୁକ୍ତପକ୍ଷୀଟିଏ ହୋଇପାରିଲାଣି ତ ସେଦିନ ଡ଼ଲଫିନ ଦେଖିବାକୁ ଯାଇ ପୁଅ ସହ ସ୍ୱାମୀଙ୍କ ସଙ୍ଗେ ଶାଶୁଙ୍କୁ ବାଧ୍ୟ କରି ଜୋର କରି ନେଇଯାଇଥିଲେ, ନୀଳ ସମୁଦ୍ରକୁଳିଆ ଅଞ୍ଚଳକୁ . ଆସନ୍ତୁ ମାଆ ସେତେବେଳର ଡଲଫିନ ଓ ଏବେର ଡଲଫିନଙ୍କ ମଧ୍ୟରେ ପ୍ରଭେଦ ଦେଖିବେ. ସତକୁ ସତ କେତେ ସମ୍ବେଦନଶୀଳ ସେମାନେ! ଗ୍ରୁପ ପରେ ଗ୍ରୁପରେ ଯାଉଥିବା ଦର୍ଶକ ଭିତରେ ଥିବା ସମସ୍ତଙ୍କୁ କଥାରେ ନକହି ଠାରରେ ହାଲୋ ହାଏ କରିବା ଓ ସମସ୍ତଙ୍କୁ ଗେଲ କରିବା ଆଦି ସମ୍ବେଦନଶୀଳ କାର୍ଯ୍ୟକଳାପରେ ଅଭିଭୂତ ହେଉ ହେଉ ଫେରିଲା ବେଳେ ଶାଶୁ ମାଆ କହୁଥିଲେ ଏ ତିମି, ଡଲଫିନମାନଙ୍କ ଭଳି ପ୍ରତ୍ୟେକ ମାଛ ମଧ୍ୟ ଖୁବ ସମ୍ବେଦନଶୀଳ.ଅନୁ କିଛି ବୁଝି ବି ନବୁଝିବା ଆଖିରେ ଶାଶୁଙ୍କୁ ଚାହିଁ ଭାବୁଥିଲା ମାଛ ଖାଇବାକୁ ଡାକ୍ତର ମାଆଙ୍କୁ ପରାମର୍ଶ ଦେଲା ବେଳେ ମାଆଙ୍କର ମାଛମାନଙ୍କ ସମ୍ବେଦନଶୀଳତା ହୁଏତ ଅତୀତରେ କିଛି ଘଟଣା ଘଟିଛି ଯାହାଦ୍ୱାରା ମାଆ ମାଛ ଖାଇବାକୁ ରାଜି ନୁହଁ ବା ଶଶୁରଙ୍କ ଚାଲିଯିବା ଅନ୍ୟ ଏକ କାରଣ ହୋଇପାରେ . ଏଣିକି ଗାଁ ଘରେ ପୋଖରୀ ଗାଧୁଆ ବନ୍ଦ ମାଆଙ୍କର, ନଈତୁଠରେ ବସି ଭାବନା ରାଇଜରେ ବୁଡିଯିବାରେ କଟକଣା ଅନୁଙ୍କର, କାରଣ ଛୋଟ ବଡ଼ ମାଛଙ୍କ ସନ୍ତରଣ ଦୃଶ୍ୟ ଭିତରେ ହୁଏତ ଲୁଚିଛି ମାଆଙ୍କର ଏଇ ମାଛ ନଖାଇବାର କାରଣ ବୋଲି ମନେହୁଏ ଅନୁଙ୍କୁ . କେମିତି ମନେଇ ମାଆଙ୍କୁ ମାଛ ଖୁଆଇବାକୁ ପଡିବ ବୋଲି ଚିନ୍ତିତ ରହୁଥିଲେ ଅନୁ . ହେମୋଗ୍ଲୋବିନ ପୁରା କମ, କେତେଥର ଝୁଙ୍କି ପଡିଲେଣି ମାଆ ଘରେ ଏ ଭିତରେ.
ଲେଖାଲେଖି କରୁଥିବାରୁ କେଵେ କେଵେ କବି ସମ୍ମିଳନୀ ବା ସାହିତ୍ୟ ଆସରକୁ ଯିବାକୁ ହୁଏ ଅନୁଙ୍କୁ ତ ସେଦିନ ଅଟୋରେ ଫେରିବାବେଳେ ସ୍କୁଲ ଫେରନ୍ତା ଛାତ୍ରୀମାନଙ୍କୁ ଦେଖି ବାନ୍ଧବୀ ଜଣେ କହୁଥାନ୍ତି ଆଜିକାଲି ବାଟ, ଘାଟ,ହାଟର ପରିବର୍ତ୍ତନ ଯୋଗୁଁ କେତେ ସୁବିଧା! ଆମ ପିଲାବେଳେ ଏସବୁ ସୁବିଧା କୋଉଠି ଥିଲା!କେତେ କଷ୍ଟରେ ଆମେ ପାଠ ପଡ଼ିବାକୁ ଯାଇ ଆସି କଷ୍ଟ କରି ପାଠ ପଢ଼ୁଥିଲୁ ଏ ଗାଁ ଗଣ୍ଡାରେ. ସହରରେ ବଢିଥିବା ଅନୁ ଏସବୁ ଅସୁବିଧାର ସମ୍ମୁଖୀନ ହୋଇନଥିଲେ ତ ସ୍ୱାମୀ ଅନିମେଷଙ୍କୁ ପଚାରିଥିଲେ କି କି ଅସୁବିଧା ଥିଲା ସେତେବେଳେ ଗାଁମାନଙ୍କରେ!
ଅନିମେଷଙ୍କ ଆଖି ଆଗରେ ଭାସି ଉଠିଲା ନିଜ ପିଲାଦିନକଥା . ବାପା ଥିଲେ ଶିକ୍ଷକ. ଅଳ୍ପ ଦରମାରେ ଜେଜେ ଜେଜେମା ତଥା ଦୁଇପିଇସୀ ଓ ମାଆ ସହ ସେ ଦୁଇ ଭାଇ ଭଉଣୀଙ୍କୁ ଚଳେଇବା ଭିତରେ ବାପା ଖୁବ କଷ୍ଟ କରୁଥିଲେ. ବାରି ବାଇଗଣ ଚକଟା ଲଗେଇ ଭାତ ଖାଇବା ଯେମିତି ଅଭ୍ୟାସ କରି ନେଇଥିଲେ ସେ . ସେଦିନ ଜେଜେ ମାଛଟିକେ ଖାଇବାକୁ ମନ କରିବାରୁ ବାପା ମାଛ ଆଣିଥିଲେ ଓ ବୋଉ ସବୁଥର ପରି ଖୁବ ସୁଆଦିଆ ରା଼ନ୍ଧିବା ଆରମ୍ଭ କରିଦେଇଥିଲା ଭିତରେ ବାପା କହିଲେ ଦେହଟା ଟିକେ ଭଲ ଲାଗୁନି.ସଂସାରର ଦୁଃଖ କଷ୍ଟ କିଛି ବୁଝିବା ବୟସ ପୂର୍ବରୁ ଆମେ ଦୁଇଭାଇଭଉଣୀ ଜାଣିଥିଲୁ ବାପାଙ୍କ ଦେହ ଖରାପ ହେଲେ ଆମେ ଭାଇ ଭଉଣୀ ବାପାଙ୍କ ଉପରେ ଚଢି ଅଣ୍ଟାରୁ ପାଦ ଯାଏଁ ଘଷି ଦେଲେ ବାପା ଉଠି ବସିବେ . ଏଥର ମଧ୍ୟ ସେମିତି କରିଥିଲୁ ହେଲେ ସବୁଥର ପରି ବାପା ଆମକୁ ଶହେରୁ ମୋର କେତେ ବା ମୋ ଭଉଣୀର କେତେ ନମ୍ବର ନକହି ପଡି ରହିଥାଆନ୍ତି. ଜେଜେ ଓ ଜେଜେମାଆଙ୍କୁ ଖାଇବାକୁ ଦେଇସାରି ମାଆ ବାପାଙ୍କୁ ଡାକୁଥିଲା ଆଉ ସେ ଉଠୁନଥିଲେ. ମାଆ କହୁଥିଲା ଦୁଇ ଭଉଣୀଙ୍କ ବାହାଘର ପାଇଁ ହୋଇଥିବା କରଜ ଶୁଝିବାକୁ ଜମା ଡର ନାହିଁ. ମୋ ଭାଇଙ୍କୁ କହିଛି ଏ ସନ ଧାନ ବିକି ଆମକୁ ପଇସା ଦେଲେ ଆମେ ଆଗ କରଜ ଶୁଝି ଦେବା. ପରେ ଆସ୍ତେ ସୁସ୍ଥେ ତାଙ୍କୁ ଟଙ୍କା ଦେଇଦେବା କହି ଯେତେ ବାପାଙ୍କୁ ଡାକିଲେ ବି ସେ ଉଠୁନଥିଲେ. ହଲେଇ ଦେଇ ଛାତିରେ ହାତ ରଖି ମାଆ କଣ ବାରିଲା କେଜାଣି ଭୋ ଭୋ କାନ୍ଦି ମୋ ସଂସାର ଭାସିଗଲା କହୁଥିଲା. ରାସ୍ତା ଘାଟ ଭଲ ନଥିବାରୁ ହସ୍ପିଟାଲ ନେଇ ହେଲାନି ବାପାଙ୍କୁ. ସ୍କୁଲ ହେଡ଼ମାଷ୍ଟରଙ୍କ ପୁଅ ସହରରେ ଡାକ୍ତରୀ ପଢୁଥାଆନ୍ତି. ଛୁଟିରେ ଗାଁରେ ଥିବାରୁ ସେ ଭାଇନା ବାପାଙ୍କୁ ଦେଖି କହିଲେ ପ୍ରଥମ ଷ୍ଟ୍ରୋକରେ ହାର୍ଟ ଆର୍ଟାକରେ ମଉସା ଆଉ ନାହାଁନ୍ତି . ସେହି ଚିନ୍ତାରେ ଜେଜେ ଓ ଜେଜେମା ଆଗ ପଛ ହୋଇ ଚାଲିଗଲେ. ଆଉ ମାମୁଁଘର ସହାୟତାରେ ଭଉଣୀ ବେବିନାର ପଢ଼ା ବାହାଘର ଇତ୍ୟାଦି ହେବା ସହ ମୁଁ ମଧ୍ୟ ଆଜି ଡାକ୍ତର. ହେଲେ ମାଆ .. କହି ଅଟକି ଯାଉଥିବା ଅନିମେଷଙ୍କ କଥା ସମ୍ପୂର୍ଣ୍ଣ କରି ଅନୁ କହିଲେ ସବୁଦିନ ପାଇଁ ମାଛ ଛାଡିଲେ. ଆଁ କରି ଅନେଇ ଥିଲେ ସୌମ୍ୟ ସ୍ନିଗ୍ଧାଙ୍କ ମୁହଁକୁ.
ସେଦିନ ହଠାତ ଅନୁ କହିଲେ ତୁମେ ଡାକ୍ତର ପୁଅ ହୋଇ ମାଆଙ୍କୁ ମାଛ ଖୁଆଇବାକୁ କେତେ ଚେଷ୍ଟା କରିଛ ଶୁଣେ? ଅନିମେଷ ସିନା ଚୁପ ରହିଲେ ହେଲେ ଅନୁ କିଛି ପରାମର୍ଶ କଲେ କୁଳ ପୁରୋହିତଙ୍କ ସହିତ ଗୁପ୍ତରେ ତ ସେ ଶଶୁରବାପାଙ୍କ ଶ୍ରାଦ୍ଧ ପୂର୍ବରୁ ଘରେ ପହଁଞ୍ଚି ମାଆଙ୍କ ଆଗେ କିଛି କହିଲେ. ଭିତରେ ଭିତରେ ଅନୁ ଖୁସି ଥିଲେ ତ ଶ୍ରାଦ୍ଧ ସରି, ପଞ୍ଚୁପତ୍ରରେ ଆମିଷ ବଢ଼ା ଯାଇଥିବା ଗୋଟେ ପତ୍ର ଭିଡ଼ିଆଣି ମାଆ ବସିବା ଦେଖି ଅନିମେଷ ବିସ୍ମିତ ହୋଇ ସ୍ତ୍ରୀଙ୍କୁ ଚାହୁଁଥିବା ଦେଖି ପରେ ଅନୁ କହିଥିଲେ କୁଳ ପୁରୋହିତ କହିଗଲେ କି ଘରେ ଲାଗୁଥିବା ଆମିଷ ପଞ୍ଚୁପତ୍ରରେ ଯଦି ବର୍ତ୍ତମାନର ମୁରବୀ ବସି ମାଛ ନଖାଆନ୍ତି ତେବେ ପୁତ୍ର ଉପରେ ଶନି ଓ ମଙ୍ଗଳଙ୍କ ଅଶୁଭ ଦୃଷ୍ଟି ରହିବ. ହେଲେ ତୁମେ ଏତେ କଥା କେମିତି ଜାଣିଲ!ମାଆ ମତେ ତ ଏ ବିଷୟରେ କିଛି କହିନି. ମତେ କହିଛନ୍ତି ନା,କହି ଚୁପି ଚୁପି ହସୁଥିଲେ ଅନୁ ଆଉ ଆଜି ଏତେ ବର୍ଷ ପରେ ସକାଳୁ ସକାଳୁ ଅନିମେଷ ନେଇଯାଇଥିଲେ ନୀଳ ସମୁଦ୍ର ବେଳାଭୂମିକୁ ଅନୁଙ୍କୁ ପ୍ରାୟଶ୍ଚିତ କରିବାକୁ ଭାବୁଥିଲେ କେତେ ଭୁଲ ବୁଝିଥିଲେ ସେ ଅନୁଙ୍କୁ. ବାହାର ସୌନ୍ଦର୍ଯ୍ୟ ଅପେକ୍ଷା ଭିତର ସୌନ୍ଦର୍ଯ୍ୟର ଆଭା ପ୍ରକୃତରେ ଚମତ୍କାର ବୋଲି ଭାବୁଥିବା ଅନିମେଷଙ୍କୁ ହଲେଇ ଦେଇ ଅନୁ କହୁଥିଲେ ପୁଅ ବଲ ଧରି ସମୁଦ୍ର କୂଳେ ଖେଳୁଛି ସାବଧାନ ରୁହ.
ଆଜି ଖୁବ ଖୁସି ଥିବା ଅନୁ ପଚାରୁଥିଲେ ଏ ମହାସମୁଦ୍ରର ନୀଳ ଜଳରାଶି ଭିତରେ ଥରେ ହଜିଗଲେ କେମିତି ହୁଅନ୍ତା. ଅନିମେଷ କହିଥିଲେ ତୁମ ନୀଳ ନୀଳ ଦୁଇ ଆଖିର ସମ୍ମୋହନ ସମୁଦ୍ରଠୁ ବି ଖୁବ ଆକର୍ଷିଣୀୟ.ବାସ୍ତବବାଦୀ ମଣିଷ ତମେ.ଆଜି ଏ ନୀଳ ଜଳରାଶିର ଆକର୍ଷଣରେ ତୁମ ମନ ବିଭୋର ହେଉଛି ମାନେ ଏଇ ନୀଳ ଜଳରାଶି ଛୁଇଁ ଶପଥ କର ଆଜିଠୁ କିଛି ନୂଆ କବିତା ଲେଖିଚାଲ. ଘରେ ମାଆ ତୁଳସୀ ମୂଳେ ପାରମ୍ପାରିକ ତାଳପତ୍ର ଛାମୁଣ୍ଡିଆ କରି ପଣା ପ୍ରସ୍ତୁତ କରୁଥିବେ ଚାଲ ଆମେ ଏହି ସମୁଦ୍ରର ନୀଳ ଜଳ ରାଶି କିଛି ନେଇ ମାଆଙ୍କୁ ଦେବା ଦେଖିବ ସେ ଖୁବ ଖୁସି ହେବେ. ସତକୁ ସତ ସକାଳୁ ସକାଳୁ ମହାବିଷୁବ ସଂକ୍ରାନ୍ତିରେ ମହାସମୁଦ୍ରର ନୀଳ ଜଳରାଶି ବୋତଲ ପାଇ ଗଙ୍ଗାପାଣି ପରି ଦେହ ସାରା ସିଞ୍ଚନ କରି ତୁଳସୀ ମୂଳେ କିଛି ଦେଇ ଓଁ ଉଚ୍ଚାରଣ କରିବା ବେଳେ ଅନୁ ଘଣ୍ଟି ବଜେଇ ପଣା ସମର୍ପଣ କରୁଥିଲେ ସୂର୍ଯ୍ୟଙ୍କ ସହ ତେତ୍ରିସଶହ ଦେବଦେବୀଙ୍କୁ ତ ପୁଅ ଆପୁ ଓ ତା ଛୁଆଙ୍କୁ ମଧ୍ୟ ସମୁଦ୍ରର ନୀଳ ଜଳରାଶି ସିଞ୍ଚନ କରିଚାଲିଥିଲା.
,,,,,,,,,,,,,,,,