STORYMIRROR

Samar Ballav Bhoi

Abstract Tragedy Inspirational

3  

Samar Ballav Bhoi

Abstract Tragedy Inspirational

ମତାମତ

ମତାମତ

3 mins
186


ଏହି ଘରଟା ବୋଧେ ରଘୁ ମଉସାଙ୍କ ଘର? ବହୁତ ଦିନ ତଳର କଥା, ଥରେ ଆସିଥିଲି ତ, ସେଥିପାଇଁ ମନେ ପଡୁନି ଠିକ୍ ସେ। ଘର ଗେଟ୍ ସାମ୍ନାରେ କଲିଙ୍ଗ୍ ବେଲ୍ ଟା ଲାଗିଥିଲା, ଦେଖେ ଏ କଲିଙ୍ଗ୍ ବେଲ୍ ଟା ଟିପି ଦିଏ, କିଏ ଆସୁଛନ୍ତି ଦେଖେ!! ହଠାତ୍ ଜଣେ ବୟସ୍କ ସ୍ତ୍ରୀଲୋକ ଘର ଭିତରୁ ଆସି ପଚାରିଲେ, କାହାକୁ ଖୋଜୁଛନ୍ତି? ଆଜ୍ଞା ନମସ୍କାର! ଏଟା ରଘୁ ମଉସାଙ୍କ ଘର ତ? ହଁ ରଘୁ ପ୍ରଧାନ ଙ୍କ ଘର। କିନ୍ତୁ ସେ ଏଠି ଅନେକ ଦିନ ହେବ ରହୁନାହାନ୍ତି, ରଘୁ ମଉସା ରହୁନାହାନ୍ତି!! ଆପଣ କେଉଁଠୁ ଆସିଥିଲେ କି? ମୁଁ ତାଙ୍କ ସାଙ୍ଗ ଦିବାକର ଦାସଙ୍କ ସାନ ପୁଅ ରମେଶ। ଭିତରକୁ ଆସୁନାହାନ୍ତି !! ନା ଆଉ ଭିତରକୁ କାହିଁକି ଯିବି, ମୁଁ ଆସିଥିଲି ମଉସାଙ୍କୁ ଦେଖା କରିଥାନ୍ତି ଆଉ କିଛି ମତାମତ ଲୋଡା ଥିଲା, ମଉସା ତ ନାହାନ୍ତି, ଆଉ କାହାକୁ ପଚାରିବି, ଆପଣ କହିପାରିବେ କି ରଘୁ ମଉସା କେଉଁଠି ରହୁଛନ୍ତି? ହଁ ସେ ତାଙ୍କ ବଡପୁଅ ସୁରଜ ଙ୍କ ପାଖରେ କଟକରେ ରହୁଛନ୍ତି। ହଉ ଠିକ୍ ଅଛି, ଆପଣ ତାଙ୍କର କ'ଣ ହେବେ ? ମୁଁ ତାଙ୍କ ସାନପୁଅ ବିକାଶ ର ଶାଶୁମା। ଆଛା ମାଉସୀ ମୁଁ ଜାଣି ନଥିଲି, କିଛି ଖରାପ ଭାବିବେନି। ତମେ ଏତେ ପରିଚୟ ଦେଲାପରେ ଟିକିଏ ଭିତରକୁ ଆସିଥିଲେ ଭଲ ହୋଇଥାନ୍ତା, ବାହାରୁ ବାହାରୁ ପଳାଇଗଲେ ବିକାଶ ଏକଥା ଶୁଣି ମୋତେ ଖରାପ ଭାବିବନି? ନାହିଁ ମୋ ବିକାଶ କିଛି ଖରାପ ଭାବିବ ନାହିଁ। ସେ ବହୁତ ଭଲ ପିଲା, ମୁଁ ତାକୁ ପିଲାଟି ଦିନରୁ ଜାଣେ। ସେଥିପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ। ହଉ ମାଉସୀ ମୁଁ ଆସୁଛି ମୋର ଅନେକ କିଛି କାମ ଅଛି। ପୁଣି କେବେ ଚାଲି ଆସିବି , ଦିନେ ରହି ବିକାଶ ସହ କଥା ହେବି ଏବଂ ଖାଇବା ମଧ୍ୟ କରିବି। ଯାହା ହେଉ ସେ ରଘୁ ମଉସା ଘରୁ ତ ପଳାଇ ଆସିଲା, ମୁଣ୍ଡ ରେ ତ ମତାମତ ର ଭୂତ ଚଢିଛି,କ'ଣ କାହା ପାଖରୁ ମତାମତ ନେବି ମୁଁ ଜାଣି ପାରୁନି। ଆଜିର ସମସ୍ୟା ତ ବଡ଼ ଗମ୍ଭୀର ଓ ସାଂଘାତିକ। କେମିତି ସମାଧାନ ହେବ ମୁଁ ଜାଣି ପାରୁନି? ବାପା ମା'ଙ୍କ ଜିଦି ଗାଁ ଭିଟାମାଟି ଛାଡ଼ି ବାହାରକୁ ଯିବେନି! ବାଟରେ ଯାଉଥିବା ସମୟରେ ଜଣେ ଜଣାଶୁଣା ବଡ଼ ଭାଇ ସମାନ ହେବେ, ତାଂକ ସହ ଭେଟ ହେଲା, ସୁଶାନ୍ତ ଭାଇନା ମୁଁ ଆପଣଙ୍କ ଅନ୍ତରଙ୍ଗ ସାଙ୍ଗ ସନାତନ ର ସାନ ଭାଇ, ହଁ ମନେ ପଡ଼ିଲା, ବହୁତ ଦିନ ହେବ ତମ ସହ ଦେଖାସାକ୍ଷାତ ହେଇନି, ସେଥିପାଇଁ ମୁଁ ଟିକିଏ ଦୁଃଚିହ୍ନା କଲି, କ'ଣ ଆଉ ସବୁ ଭଲ ତ? ତମ ବଡ଼ ଭାଇ ଏବେ କ'ଣ କେଉଁଠି ଅଛି? ଆଜିକାଲି ତାର ମୋ ସହ କଥାବାର୍ତ୍ତା ତ ନାହିଁ କହିଲେ ଚଳେ। ଏତେ ସୁବିଧା ଥାଇ ବି ଆମେ ସବୁ ଦୂରରେ ଦୂରରେ। କ'ଣ ହାଲଚାଲ, ଏପଟେ କୁଆଡେ଼ ଆସିଥିଲୁ, କଥା କ'ଣ? ଭାଇ ମୁଁ ଗୋଟାଏ ଦ୍ବନ୍ଦରେ ବର୍ଷେ ହବ ଘାଣ୍ଟି ହେଉଛି। କ'ଣ କହୁନୁ, ମୁଁ ବି ଟିକିଏ ଶୁଣିବି। କଥା କ'ଣ କି ମୁଁ ତ ଓଡ଼ିଶା ବାହାରେ ରହୁଛି, ବାପା ମାଆ ଙ୍କ କଥା ବଡ଼ଭାଇ ବୁଝାବୁଝି କରୁଛି , ହେଲେ ବାପା ମାଆ ସେଥିରେ ସନ୍ତୁଷ୍ଟ ନୁହଁନ୍ତି। ସେମିତି ହେଲେ କ'ଣ ସମାଧାନ ହୋଇପାରିବ? ଆଜିକାଲି ସେସବୁ କଥା ‌ହୃଦୟକୁ ଆଣିଲେ, ମନଟା ଭାରି ଭାରି ଲାଗେ, ବଂଶ ର ଏକମାତ୍ର ପୁଅ ହବୁ ତେବେ ଭଲ, ନଚେତ୍ ଦୁଇ ରୁ ତିନି ଭାଇ ଭିତରେ ବାପା ମା ଭାଗବାଣ୍ଟ ହେଇ ହେଇ ତାଙ୍କ ବୟସର ଅପରାହ୍ନ ଟା ବିତିଯାଉଛି।

ମୋତେ ଗୋଟିଏ ଭଲ ମତାମତ ଦିଅନ୍ତୁ ସୁଶାନ୍ତ ଭାଇ। ମୁଁ କ'ଣ ମତାମତ ଦେବି , ଆମେ ବି ତ ସେହି ପ୍ରଶ୍ନର ଘମାଘୋଟ ଯୁଦ୍ଧରେ। ଆଜିର ପରିବାର ର ପରିସ୍ଥିତି ଅନେକ ସ୍ଥାନରେ ପ୍ରଶ୍ନବାଚୀ। ବୟସର ଅପରାହ୍ନରେ ହନ୍ତସନ୍ତ ବୟସ୍କ ବାପା ମାଆ ପୁଅ ବୋହୁ ର ମତାମତ କୁ ଅପେକ୍ଷା କରିଥାନ୍ତି ତ କେତେବେଳେ କେତେ ସ୍ଥାନରେ ବାପା ମାଆଙ୍କର ମତାମତ କୁ ଅପେକ୍ଷା କରିବାକୁ ପଡ଼ିଥାଏ। ସୁଶାନ୍ତ ଭାଇ ଆପଣ ବହୁତ ଭଲଭଲ କଥା କହିଲେ , ହେଲେ ମୋର ଯେଉଁ ଆଶା ଥିଲା ଯେ ଆପଣ ମୋ ସୁନ୍ଦର ମତାମତ ଦେଇ ମୋ ଜୀବନ ଯାତ୍ରା କୁ ସଫଳ କରିପାରିବେ, କିନ୍ତୁ କିଛି ପାଇଲି ନାହିଁ, ମୁଁ ଭାବୁଛି ଏ ମତାମତ ବୋଧେ ଆମ ପରି ମଣିଷ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ହୋଇ ନ ରହିବା ଉଚିତ। ନଚେତ୍ ଆସନ୍ତା କାଲି ର ଭବିଷ୍ୟ ବି ଆମ ପାଇଁ ମତାମତ ଖୋଜିବ....??


ପଢୁଆଁପଦା ବାଲେଶ୍ବର-୭୫୬୦୦୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract