ମୋବାଇଲ
ମୋବାଇଲ
ରାକେଶ ଗୋଟେ ବଡ଼ କମ୍ପାନି ରେ ଜେନେରାଲ ମ୍ୟ|ନେଜର | ତାର ଦିଲ୍ଲୀରେ ଗୋଟେ ମିଟିଂ ପ୍ରୋଗ୍ରାମ ପାଇଁ ସେ ଘରୁ ବାହାରୁଥିଲା | ଶ୍ରୀମତୀ ସାଥିରେ ଯିବାକୁ କହିଲେ | ହେଲେ ସେ ମନi କଲା ,କହିଲା ମୁଁ ଗୋଟେ ଦିନ ପାଇଁ ଯାଉଛି ,ପୁରା ଦିନ ମିଟିଂ ରେ ବସିବି ,ତୁମେ ହୋଟେଲ୍ ରେ ବସି ବସି ବୋର ହୋଇଯିବ | ହଁ ରାତିରେ ବି କ୍ଲାଏଣ୍ଟ ସାଥିରେ ଡିନର ଅଛି ଆଉ ସକାଳୁ ଫେରିବାର ଅଛି | ଆମ କଂପାନୀ ମୋ ପାଇଁ ସବୁ ରିଜର୍ଭେସନ କରି ସାରିଛି | ଶ୍ରୀମତୀ ଙ୍କର ମୁଡ଼ଟି ଫିକା ପଡିଗଲା | ରାକେଶ ବାୟ କହି ଘରୁ ବାହାରିଲା ହେଲେ ସବୁଦିନ ପରି ଶ୍ରୀମତୀ ଛାଡିବାକୁ ଗେଟ ଯାଏଁ ଆସିଲେନି |
ରାକେଶ ବାଟରେ ଦି ଥର ଫୋନ କଲା ହେଲେ ଶ୍ରୀମତୀ ରାଗରେ ତା ଫୋନ ଉଠାଇଲେନି | ରାକେଶ ଦିଲ୍ଲୀ ରେ ପହଁଚିଲା ପରେ ମିଟିଂରେ ବିଜି ହୋଇଗଲା | ମିଟିଂ ରାତି ୯ଟାରେ ସରିଲା ଓ ଟିକେ ସମୟ ପରେ କ୍ଲାଏଣ୍ଟ ଙ୍କ ସାଥିରେ ଡିନର ପାର୍ଟି ଆରଂଭ ହୋଇଗଲା ରାତି 12ଟା ଯାଏଁ | ରାତିରେ ହୋଟେଲ ରୁମ୍ ରେ ସେ ପହଁଚିଲା ବେଳକୁ ଗୋଟାଏ | ଟିକେ ଫ୍ରେଶ ହୋଇ ସେ ଶୋଇ ପଡିଲା | ସକାଳୁ ଉଠିଲା ଟିକେ ଫ୍ରେଶ ହୋଇ ଏୟାରପୋର୍ଟ ବାହାରିଲା | କାଉଣ୍ଟର ରେ ଚେକ ଆଉଟ କଲାବେଳେ ନିଜର ମୋବାଇଲ ଭୁଲିଗଲା ଓ କାରରେ ବସି ଏଆର ପୋର୍ଟ ବାହାରିଗଲା | ଟିକେ ପରେ ତାଙ୍କର ମନେ ପଡିଲା ସେ ଗତ କIଲି ଦିଲ୍ଲୀ ପହଁଚିଲା ପରେ ସେ ଶ୍ରୀମତୀ କଂ ସାଥିରେ ଜମା କଥା ହୋଇନାହାଁନ୍ତି | ଦେଖିଲା ତା ପକେଟ୍ ରେ ମୋବାଇଲ ନାହିଁ | ସେ ମନେ ପକାଇଲା ବୋଧେ ହୋଟେଲ ରେ ଛାଡି ଆସିଛି | ପକେଟରୁ ହୋଟେଲ ଦେଇଥିବା ରିସିଡ଼ କାଢି ଡ୍ରାଇଭର ଫୋନ୍ ରେ ଫୋନ କଲା | ରିସିପସନ କାଉଣ୍ଟର ରେ ଝିଅଟି ତାକୁ କହିଲା ,ସାର ଆପ ଇଧର ମୋବାଇଲ ଭୁଲ ଗୟେହେଁ , ଆପକା ମାଡାମକା ଫୋନ ଆୟIଥା | ରାକେଶ ତାଙ୍କୁ କହିଲା ମୋବାଇଲ ଆପକେ ପାସ ରଖିୟେ ମେଂ ଲେନେ ଆ ରହାହୁଁ | 10ମିନିଟ ପରେ ରାକେଶ ହୋଟେଲ ପହଁଚିଲା ଓ ଫୋନଟି ଧରି ଫୁଣି କାର ରେ ବସିଲା | ଦେଖିଲା ତା ଶ୍ରୀମତୀ ଙ୍କର ମୋଟ ସାତୋଟି ମିସ କଲ ଥିଲା ତା ମ
ୋବାଇଲ ରେ | ସେ ରିଂ କଲା ହେଲେ ସେ ଫୋନ ଉଠାଇଲେନି |ସେ ଏୟାରପୋର୍ଟ ପହଁଚି ଚେକ ଇନ କଲା ପରେ ଫ୍ଲାଇଟରେ ବସିଲା | ତା ପରେ ଫୋନ ଲାଗିଲା ଶ୍ରୀମତିଙ୍କୁ , ସେ ଉଠାଇଲେ ଓ ପ୍ରଶ୍ନ କଲେ ତୁମ ଫୋନ ଯେଉଁଝିଅଟି ଉଠିଲା ସିଏ କିଏ ? ରାକେଶ କଣ କହିବ ଭାବୁଛି ,ଏତିକି ବେଳେ ଏଆର ହୋଷ୍ଟେସ ଘୋଷଣା କଲେ ଆପଣ ମାନଙ୍କ ଫୋନ ବନ୍ଦ କରନ୍ତୁ ,ଫ୍ଲାଇଟ ଛାଡିବାର ସମୟ ହୋଇଯାଇଛି | ପରେ କଥା ହେବି କହି ରାକେଶ ଫୋନ ରଖିଲା |
ରାକେଶ ଘରେ ପହଁଚି ଦେଖିଲା ତା ସ୍ତ୍ରୀ ପୁରା ରାଗରେ ଘରେ ପସୁ ପସୁ ପଚାରିଲେ ତୁମ ଫୋନ ସେ ସ୍ତ୍ରୀ ଲୋକ କିଏ ଓ କାହିଁକି ଉଠାଇଲା , ? ସେ ତୁମ ପାଖରେ କଣ କରୁଥିଲା ? ରାକେଶ ସବୁ କହିଲା ହେଲେ ତାଙ୍କର ବିଶ୍ୱାସ ହେଲାନି | ରାକେଶ ସେ ହୋଟେଲ କୁ ରିଂ କଲା ଓ ସକାଳେ ଥିବା ରିସିପିସନିଷ୍ଟ ସଂଗେ କଥା ହେବାକୁ ଚାହିଁଲା | ହେଲେ ସେ ଡ଼ିଉଟିରେ ନଥିଲା ଓ ଛୁଟିରେ ଚାଲିଯାଇଥିଲା | ରାକେଶ ର ସ୍ତ୍ରୀ ତାହାତରୁ ଫୋନ ଛଡାଇନେଲେ ଓ ହୋଟେଲ କୁ ପଚାରିଲେ ପ୍ଲିଜ ଗିଭ ହର ଫୋନ ନମ୍ବର ଟୁ ମି | ସେ ସରି , ନଟ ପସିବଲ ,କହି ଫୋନ ରଖିଦେଲା | ରାକେଶ ର ସ୍ତ୍ରୀ ତାକୁ ବହୁତ କଥା ଶୁଣାଇ ଘର ଛାଡି ବାହାରିଗଲେ |
ରାକେଶ କଣ କରିବ ଭାବି ପାରୁ ନଥିଲା | ସେ ହୋଟେଲ ମ୍ୟାନେଜର ଙ୍କୁ ରିଂ କଲା ଓ ସବୁ କହିଲା | ମ୍ୟନେଜର କହିଲେ ମୁଁ ତାର ଫୋନ ନମ୍ବର ଦେଇପାରିବିନି ମାତ୍ର ସେହି ସମୟର ରିସିପସନ କାଉଣ୍ଟର ର ସିସି ଟିଭି ଫୁଟେଜ ଦେଇପାରିବି | ରାକେଶ ମୁଣ୍ଡରୁ ବୋଝ ଉତୁରିଗଲା | ସେ ମ୍ୟାନେଜରଙ୍କୁ କହିଲା ଭେରୀ କIଇଂଡ ଅଫ ୟୁ ସାର ,ପ୍ଲିଜ ସେଣ୍ଡ ମି ଇଂନ ମାଇଁ ହ୍ୱାଟସ ଆପ୍ପ | ଘଣ୍ତେ ପରେ ରାକେଶ ହ୍ୱାଟସ ଆପ୍ପ ରେ ରିସିପସନ କାଉଣ୍ଟର ର ସିସି ଟିଭି ଫୁଟେଜ ଆସିଗଲା ସେ ତାକୁ ପୁରା ଦେଖିଲା ପରେ ତା ଶ୍ରୀମତୀ ଙ୍କୁ ଫରୱାଡ କଲା ଓ ଫୋନ କରି ସବୁ ଦେଖିବାକୁ ଓ ଘର ଲୋକଙ୍କୁ ଦେଖେଇବାକୁ କହିଲା |
ଘଂଟାଏ ପରେ ଶ୍ରୀମତୀ ଫୋନ କଲେ ସରି ମୁଁ ତୁମକୁ ଟିକେ ଭୁଲ ବୁଝିଥିଲି ପ୍ଲିଜ ଆସି ମତେ ନେଇଯାଅ | ରାକେଶ କହିଲା ମତେ ବହୁତ ଟାୟାର୍ଡ଼ ଲାଗୁଚି ସନ୍ଧ୍ୟାରେ ଯାଇ ଆଣିବି, ଗୁଡ଼ ବାୟ ଟିଲ ଦେନ , କହି ଫୋନ ରଖିଲା |