The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy

2  

Satyabati Swain

Tragedy

ମୋ ଶଶୁର ମୋ ବାପା

ମୋ ଶଶୁର ମୋ ବାପା

5 mins
482


ନିଶ୍ଚଳ ହୋଇ ବେଡ୍ ରେ ଶୋଇଥିଲେ ଜଣେ ମଣିଷ। କଫ ଅତ୍ୟଧିକ। ନିଃଶ୍ବାସ ପ୍ରଶ୍ଵାସ ନେବାରେ ବହୁତ କଷ୍ଟ ଅନୁଭବ କରୁଥାନ୍ତି। ମାଘ ଜାଡ ମାଡ଼ ସହି ପାରୁ ନଥାନ୍ତି। ଡ଼ାକ୍ତର କହିଥାନ୍ତି ଚାରି ଦିନ ଅପେକ୍ଷା କର। ଯଦି ରୋଗୀର ଅବସ୍ଥାରେ କିଛି ଉନ୍ନତି ହେଲା ତ ଭଲ। ପରବର୍ତ୍ତୀ ଚିକିତ୍ସା କରାଯିବ।ଇଂଜେକସନ ଔଷଧ ଚାଲିଥାଏ। ପରିବାର ସଭିଙ୍କ ମନରେ ଗୋଟେ ଅଜଣା ଆତଙ୍କ ଖେଳୁଥିଲା ହୃଦ ଥରାଇ।


କିଛି ହେବନି ତ


ଏଇ ଛୋଟିଆ ପ୍ରଶ୍ନଟି ଭାରି ଆକୁଳ କରି ଦେଉଥିଲା ଆତ୍ମୀୟ ମାନଙ୍କୁ।


ବେଶୀ "ମୋତେ"।


ଏଇ ଯେଉଁ ମଣିଷଟି ଘୋଡ଼ି ଘାଡି ହୋଇ ବେଡ୍ ରେ ପଡିଛନ୍ତି ଏ ମୋର ଶଶୁର;ମୋ ବାପା।ପିଲାଦିନୁ ବାପା ବୋଉ ପରି ମିଠା ସମ୍ପର୍କ ର ବର୍ଣ୍ଣବୋଧ ମୋ ପାଇଁ ଅପଢ଼ା ଥିଲା। ଦୁନିଆର ନିଆରା ସମ୍ପର୍କ ବାପା ବୋଉ ମୋ ପାଇଁ କେବଳ ମଧୁର ଅନ୍ୟଠାରୁ ଶୁଣି ବା ବହିରୁ ପଢି ଜାଣିଥିଲି। ମାତ୍ର ଯେଉଁ ଦିନ ଝିଅ ଜନ୍ମ ଉଜାଇଁ ବୋହୁ ହୋଇଥିଲି,ଅନ୍ୟ ଘର ଏରୁଣ୍ଡି ଡେଇଁ ସଂସାର ବାନ୍ଧିବାକୁ ଯାଇଥିଲି,ସେଦିନ ପାଇଲି ପ୍ରକୃତ ସ୍ୱାଦ ବାପା ବୋଉର।


ଶାଶୁ ଶଶୁର ଙ୍କ ଭିତରେ ମୁଁ ଅଣ୍ଡାଳିଲି ମୋ ବାପା ବୋଉଙ୍କୁ। ସେମାନଙ୍କ ମୁହଁରେ ଦେଖିଲି ମୋ ଜନ୍ମିତ ବାପା ବୋଉଙ୍କ ମୁହଁ। ବାନ୍ଧି ନେଲି ସ୍ନେହରେ ସେମାନଙ୍କୁ। ବନ୍ଧା ପଡିଗଲେ ସେମାନେ ବି। ସେମାନଙ୍କୁ ବାପା ଓ ବୋଉ ଡାକିଲା ବେଳେ ଅନୁଭବ କଲି ପୁଳେ ରୋମାଞ୍ଚ। ସତରେ ଏଇ ବାପା ଓ ବୋଉ ଶବ୍ଦରେ ମହୁ ଝରେ ମୁଁ ମର୍ମେ ମର୍ମେ ଅନୁଭବ କଲି। ଶାଶୁ ଘରେ ସ୍ୱାମୀ ଅପେକ୍ଷା ବେଶୀ ଭଲ ଲାଗିଲେ ମୋ ଶାଶୁ ଶଶୁର।


ଶଶୁର ଅତି ସରଳ,ଅମାୟିକ ବ୍ୟକ୍ତିତ୍ୱ ଟିଏ ଥିଲେ।ଜଣେ ସ୍କୁଲ ପ୍ରଧାନ ଶିକ୍ଷକ। ଅଗାଧ ଜ୍ଞାନ। ମୁଁ ଶଶୁରଙ୍କ ଠାରୁ ଯଥେଷ୍ଟ ଉଚ୍ଚ ଶିକ୍ଷା ଲାଭ କରିଥିଲେ ମଧ୍ୟ ତାଙ୍କ ଜ୍ଞାନ ଆଗରେ ଅତି ଛୋଟ ହୋଇଯାଏ। କାରଣ ଦେଶ ବିଦେଶ,ବର୍ତ୍ତମାନର ସମସ୍ତ ଖବରର ଉତ୍ତର ସେ ଚୁଟ୍ କେ ଦେଇ ପାରନ୍ତି। ଏତେ ସ୍ନେହୀ;ଆଉ ଏପରି ସଫା ନିଷ୍କପଟ ମଣିଷ ଟି ମୋ ପାଇଁ ଶଶୁର କରି ଈଶ୍ବର ରଖିଥିଲେ ଜାଣି କୃତ୍ୟ କୃତ୍ୟ ହେଲି। ସତରେ କେଉଁ ଜନ୍ମର ପୁଣ୍ୟ ନିଶ୍ଚିନ୍ତ;ଏମିତି ହୃଦୟର ମଣିଷ ମୋତେ ମିଳିଲେ।


ଶାଶୁଘର ନାମରେ ଝିଅ ଓ ବାପା ମା ପ୍ରାଣରେ ଯେଉଁ ଭୟଟି ନିଃଶବ୍ଦେ ଡରାଏ ସେଇଟି ମୋ ଶାଶୁ ଘରେ ମୁଁ କାହିଁକି ଅନୁଭବ କରି ପାରିଲି ନାହିଁ। ମୋତେ ମୋ ଶାଶୁଘରଟି ମୋ ବାପଘର ଅପେକ୍ଷା ଯଥେଷ୍ଟ ଭଲ ଲାଗିଲା। ଏଇଥି ପାଇଁ ଯେ ଏ ଘରେ ଶାଶୁ ଶଶୁର ନୁହଁନ୍ତି ସତେ ଯେପରି ମୋ ବାପା ବୋଉ ଥିଲେ। ମୋର ଅତି ନହକା ବେତ ପରି ଶରୀର ଦେଖି ଏତେ ପ୍ରତିକ୍ରିୟା ଶୀଳ ହୋଇଗଲେ ଯେ;ଲାଗି ପଡିଲେ କେମିତି ମୋ ସ୍ୱାସ୍ଥ୍ୟର ପରିବର୍ତ୍ତନ ହେବ। ମୁଁ କ୍ଷୀର,ଘିଅ କି ଆମିଷ ଖାଉ ନ ଥିଲି। ଶଶୁର ବ୍ୟସ୍ତ ହୋଇ ପଡ଼ନ୍ତି। ଏତେ ଦୁର୍ବଳ ସ୍ୱାସ୍ଥ୍ୟ କେବଳ ଏତେ ସବୁ ଖାଦ୍ୟ ନ ଖାଇବାରୁ ହୋଇଛି ବୋଲି କହିଲେ। ତା ପରଠାରୁ ଜାଇତିରି ପକା କ୍ଷୀର ପିଆଇବା,ଘିଅ ଖୁଆଇବା ଇତ୍ୟାଦି।


ଖାଦ୍ୟ ଅଭ୍ୟାସ ସମ୍ପୂର୍ଣ୍ଣ ବଦଳାଇ ଦେଲେ ସେ। ଏତେ କେୟାରିଂ ଯଦି ଶାଶୁ ଶଶୁର କେମିତି ସତରେ ହୋଇ ଥାନ୍ତି ବାପା ବୋଉ ମୁଁ ବୁଝିଗଲି। ମୋତେ ଶାଶୁ ଘର ସ୍ୱର୍ଗ ଲାଗିଲା। ସ୍କୁଲରୁ ଫେରିଲା ବେଳକୁ ମୋ ପାଇଁ କିଛି ଖାଇବା ଆଣିଥିବେ ସେ। ବିଶେଷ କରି ଆଳୁ ଚପ୍;ମୋ ପ୍ରିୟ ଛଣା ଭାଜି। ଯଦି କେବେ ସମୟ ମିଳେ ଆମେ ଶଶୁର ବୋହୁ ଶାସ୍ତ୍ର ଆଲୋଚନା କରୁ। ବହୁତ କଥା ଉପରେ ତର୍ଜମା ହୁଏ ଆମ ଭିତରେ। ଲାଗେ ସେଇ ସମୟରେ ଶଶୁର ହୋଇ ଯାଆନ୍ତି ମୋ ସାଙ୍ଗ। ଶାଶୁ ଯୋଗ ଦିଅନ୍ତି ଆମ ଆଲୋଚନାରେ। ଆସ୍ତେ ଦିଅର,ନଣନ୍ଦ ବି ମିଶନ୍ତି। ସମସ୍ତେ ଫର୍ମାଇସ୍ କରନ୍ତି "ବାପା କହିଲେ ସେଇ କଥାଟା ଆପଣଙ୍କ ସ୍କୁଲ ଜୀବନ। ବାପା ଆମ ସ୍କୁଲ ଜୀବନ କାହାଣୀ।


ମୋ ଶଶୁର ମୋ ବାପା ବେଡ୍ ରେ ପଡ଼ିଥିଲେ। ଚଲାବୁଲା କରି ପାରୁ ନଥିଲେ। ସବୁବେଳେ ଶୋଇ ରହୁଥିଲେ। କର୍ମଠ ମଣିଷଟି ଖରା ଦିନେ ବି ବିଶ୍ରାମ ନିଅନ୍ତି ନାହିଁ। ଅବସର ଗ୍ରହଣ କଲା ପରେ କେବେ ବସିବା ଦେଖିନି ମୁଁ। ଭାରି ବ୍ୟସ୍ତ ଲାଗୁଥିଲା। ବେଶୀ ବି କଥା ହେଉ ନଥିଲେ। ମୋ ପ୍ରାଣ ଅସ୍ତିର ହେଉ ଥିଲା। କାନ୍ଦ କାନ୍ଦ ଭାଵ ଦୋହଲାଉଥିଲା ମୋତେ। ସମସ୍ତେ କୁହା କୁହିଁ ହେଉଥିଲେ ବୁଢା କାମ ଆଉ ନୁହେଁ। ଏମିତି କଥା ବାର୍ତ୍ତା କରି ଚାଲିଯିବେ। କାହାକୁ ହଇରାଣ କରିବେ ନାହିଁ। ନିଚ୍ଛଳିଆ ଲୋକ ବା ସେ । ବାପାଙ୍କୁ ଅଧିକାଂଶ ଲୋକ ମାଷ୍ଟ୍ରେ ଡାକନ୍ତି। କେହି କେହି କହୁଥିଲେ ମାଷ୍ଟ୍ରେ ଟି ଭାରି ଭଲ ମଣିଷ। କାହାକୁ କିଛି କୁହନ୍ତି ନାହିଁ। ଦେଖିବ ସେ କି ସୁଖରେ ଯିବେ। ବେଶୀ କିନ୍ତୁ ବୁଢା ବୁଢା ହେଉଥିଲେ।


ବୁଢା! କାହିଁକି ବାପା,ଜେଜେ,ମଉସା,ଭାଇ ନ କହି ସମସ୍ତେ ବୁଢା କହୁଛନ୍ତି। ସମ୍ପର୍କ,ସମ୍ବୋଧନ କାହିଁକି ଲିଭିଯାଇ ବୁଢା ପାଖରେ ଅଟକି ଯାଏ? ବୟସ ହୋଇଗଲେ ସମ୍ବୋଧନ ବି ବୁଢା ହୋଇ ଯାଏ ନା କଣ? ଦୁଃଖରେ ଅଧୀର ହେଉଥିଲା ମୋ ହୃଦ। ସମସ୍ତଙ୍କ ଅପେକ୍ଷା ଜଣକୁ ଥିଲା। କେତେବେଳେ 'ସେ 'ଆସିବ। ସେଇ ସେ ଟିକୁ ମୋତେ ଭାରି ରାଗ ହେଉଥିଲା। କାହିଁକି ସେ ଆସିବ ଆଉ ମୋ ପାଟିରୁ ଛଡେଇ ନେବ ବାପା ଡାକ। ମୋ ଠାରୁ କାଢି ନେବ ବାପାଙ୍କ ସ୍ନେହ। କିଏ ରେ ତୁ।


ସେ ଜୀବନର ନିଛକ ସତ୍ୟ,ନିହାତି ନିଷ୍ଠୁର,କେହି ଚାହୁନଥିବା ଆଗନ୍ତୁକ ଜଣକ ଆସିଲା ଏମିତି ଯେ କେହି ଜାଣି ପାରିଲେ ନାହିଁ। ଖାଇ ପିଇ ଶୋଇଛନ୍ତି। ଗୁରୁବାର ଜାନୁଆରୀ ଷୋହଳ ତାରିଖ। ମୁଁ ସ୍କୁଲରୁ ଆସି ସିଧା ବାପାଙ୍କ ପାଖକୁ ଯାଏ। ସେଦିନ ବି ଗଲି। ଗୋଟିଏ ଡାକରେ ବାପା କୁହନ୍ତି "ମା ସ୍କୁଲରୁ ଆସିଲୁ? ସେଦିନ କିନ୍ତୁ କିଛି ଉତ୍ତର ଦେଲେନି। ମୁଁ ଭାବିଲି ବୋଧେ ଗାଢ଼ ନିଦରେ ଶୋଇଛନ୍ତି। ଡାକିବା ଉଚିତ ନୁହେଁ। କେଜାଣି ମନ କାହିଁକି ମାନିଲା ନାହିଁ। ଫେରି ଆସୁ ଆସୁ ପୁଣି ଡାକିଲି ବାପା,ବାପା। ସେ ନିରୁତ୍ତର। ମୁଁ ଡାକ ପକେଇଲି ବୋଉ ଆସିଲ,ବାପା କାଇଁ ଶୁଣୁ ନାହାନ୍ତି। ନିଃଶ୍ୱାସ ବି ନେଉ ନାହାନ୍ତି। ମୁଁ କା ନ ପାରିଲି ତାଙ୍କ ଛାତିରେ। ନାଇଁ କାଇଁ ଧକ୍ ଧକ୍ ଶୁଭୁନାହିଁ। ଦୁଇ ପାପୁଲି ଚିପିଲି ଛାତିରେ ତାଙ୍କର। ନା କିଛି ଫଳ ହେଲାନି।


ବଡ଼ ପାଟିରେ ଚିତ୍କାର କଲି ବାପା ଫୋନ୍ କଲି ବୈଷ୍ଣବ୍ ସାର୍ ଙ୍କୁ ;ଯେ ଜଣେ ଡାକ୍ତର। ସେ ଆସି ଚେକ ଅପ୍ କରି କହିଲେ ନା ମାଷ୍ଟ୍ରେ ଆଉ ନାହାନ୍ତି।


ଆଉ ମୁଁ ବାପା ଡାକରୁ ଓ ସ୍ନେହରୁ ପୁଣି ବଞ୍ଚିତ ହୋଇଗଲି ମରିବା ପର୍ଯ୍ୟନ୍ତ। ମୋ କପାଳରେ କଣ ବାପା ସ୍ନେହ ଲେଖା ନାହିଁ? ଟିକେ ସମୟ ପାଇଁ ବାପା ସ୍ନେହ ମମତାରେ ବୁଡାଇ ପୁଣି କାଙ୍ଗାଳ କରିଦେଲ? କଣ ତୁମେ କର ପ୍ରଭୁ। କାହିଁକି କର?


ଘରେ କାନ୍ଦ ବୋବାଳି ପଡିଗଲା। ସବୁଦିନ ପାଇଁ ହଜିଗଲେ ଶୁକ ମାଷ୍ଟ୍ରେ;ଜଣେ ପ୍ରାତଃ ସ୍ମରଣୀୟ ସୁ ଶିକ୍ଷକ,କର୍ମଠ,ବିଦ୍ୱାନ ସୁନ୍ଦର ମଣିଷ। ପରିବେଶ ଟି କେବଳ ଓଦା ହେଉଥିଲା ଆତ୍ମୀୟ ସ୍ଵଜନଙ୍କ ବିଳାପରେ। ମୋତେ ଅଣନିଃଶ୍ଵାସୀ ଲାଗୁଥିଲା। ମୋ ଶଶୁର ;ଯେ ଶଶୁର ନ ହୋଇ ବାପା ହୋଇଥିଲେ,ସେ ଆଉ ନାହାନ୍ତି। ଭାବିଲା ବେଳକୁ ଅତି କଷ୍ଟ ଲାଗୁଛି। ବେଶୀ କଷ୍ଟ ଦେଉଛି ବୋଉଙ୍କ ଲଙ୍ଗଳା ହାତ,ମଥା ଓ ଓଦା ଆଖିକୁ ଦେଖି। ଦେବୀଟିଏ ଲାଗନ୍ତି ଆୟ ଅଳଙ୍କାର ଭୂଷିତ ହୋଇଗଲେ। କି ଶ୍ରୀହୀନ ହୋଇଗଲେ! ଅନେଇଁ ହେଉନି ବୋଉ ବେଶ ଓ ଚେହେରା।


ଆଜକୁ ତିନିଦିନ ହୋଇଯିବ ମୋ ଶଶୁର ବାପାଙ୍କ ଗେହ୍ଲା ଡାକ ମା ଲକ୍ଷ୍ମୀ ଆଉ ଶୁଭୁନି। ଆକାଶର କେଉଁ ତାରା ତୁମେ ବାପା...। ଏତେ ଶୀତରେ କେମିତି ଶୋଇଛ ଖୋଲା ମଶାଣୀ ଟାରେ?? ତୁମକୁ ବା ବେଶୀ ଶୀତ ହୁଏ? କଣ ଘୋରି ହେଉଛ? କିଏ ଦେଉଚି ଚା ତୁମକୁ? ବାପା.....


ଅନେକ ଗପ ଲେଖିଛି ଅନ୍ୟ କୁ ଦେଖି। କିନ୍ତୁ ଏଇ ପ୍ରଥମ ବାର ଗପ ଲେଖିଲି ନିଜ ଶଶୁର ବାପାଙ୍କ ବିୟୋଗରେ। କଲମ କନ୍ଥରା ଆଗକୁ ଚାଲିବାକୁ ଅନିଛୁକ,ଶବ୍ଦ ଦରାଣ୍ଡି ପାଉନି। ସବୁ ଯେମିତି ଶୁନ୍ୟ। ପ୍ରଚୁର ଆବେଗ,ପ୍ରବଳ ଉଦ୍ ବେଳନରେ ମନ୍ଥି ହୋଇ ଯାଉଛି ହୃଦୟ ଆତ୍ମା। ପ୍ରକାଶ କରିବାକୁ ନିଜ ଭିତର ଦୁଃଖ ସମସ୍ତେ ଯେପରି ଅସମର୍ଥ।


ନିଜ ପାଇଁ ଲେଖିବା କି କଷ୍ଟ ଆଜି ମୋ ଶଶୁର ବାପାଙ୍କୁ ଚିର ଦିନ ହରାଇ ଭାବୁଛି। ମୋହ,ମାୟାରେ ଆଚ୍ଛନ୍ନ ଏ ମାଟି ପିଣ୍ଡ ଆଜି ବାଡେଇ କଚାଡି ହୁଏ ଜଣେ ଅତି ଆପଣା ଜନକୁ ହରାଇ। ଯେଉଁ ହରାଇବା ଜୀବନରେ କେବେ ମିଳିବା ଆଉ ସମ୍ଭବ ନୁହେଁ। ବାପା ଯେଉଁଠି ଥାଅ ଆପଣଙ୍କ ଅମର ଆତ୍ମା ଶାନ୍ତୁରେ ଥାଉ। ଏ ବୋହୁ;ତୁମ ଆଦରର ଲକ୍ଷ୍ମୀ ହୃଦୟରୁ ବାଢୁଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।


Rate this content
Log in

Similar oriya story from Tragedy