ମୋ ସ୍ୱପ୍ନର ଘର
ମୋ ସ୍ୱପ୍ନର ଘର


ଟ୍ରେନ ଚାଲିଛି।ଟ୍ରେନ୍ ର ଗତି ସହ ନିଜ ଜୀବନ ର ଗତିକୁ ତୁଳନା କରି ଚାଲିଛନ୍ତି ଅଳକା ।ମଣିଷ ଜୀବନଟା ଏଇ ଟ୍ରେନ୍ ର ଗତି ନୁହେଁ ତ ଆଉ କଣ ? କେତେ ଅଙ୍କା ବଙ୍କା ରାସ୍ତାରେ ମାଡି ଚାଲିବାକୁ ପଡେ । କେତେ ଉତ୍ଥାନ ପତନ ।
କାଲି ଭଳି ତ ଲାଗୁଛି ତାଙ୍କୁ, ଦୁଇଟି ଛୋଟ ଛୋଟ ପିଲାଙ୍କୁ ଧରି ଗାଁ ଛାଡି ଥିଲେ ସେ ପିଲାଙ୍କୁ ମଣିଷ କରିବା ପାଇଁ। ଅଣନିଶ୍ୱସୀ ହୋଇ ଧାଇଁ ଥିଲେ ପଇସା ପଛରେ। ସେତେବେଳେ ଗୋଟିଏ ଶିକ୍ଷୟିତ୍ରୀ ର ଦରମା ୭/୮ ହଜର ।ସ୍ୱାମୀ ଜଣେ ବ୍ୟବସାୟୀ ।ଖୁସିରେ ଚାଲିଥିଲା ତାଙ୍କ ସଂସାର ରଥ ।ଝିଅ ଇଂରାଜୀ ରେ ଏମ୍.ଏ ,ପୁଅ ଏମ୍ ବିଏ କଲାପରେ ଉଚ୍ଚ ଦରମାରେ ଭଲ କମ୍ପାନୀ ରେ ନିଜୁକ୍ତି ପାଏ । ଆଉ ଖାଲି ବାକି ଥାଏ ଝିଅର ବାହାଘର। ପୁଅ କହୁଥାଏ ବ୍ୟସ୍ତ ହନା ବବି ମୋର ଲୋନ୍ ଟା ସୁଝିଗଲା ପରେ ଦିଦି ର ବାହାଘର କରିବୁ ।ଅଳକା ତତ୍ କ୍ଷଣାତ୍ କହି ପକାଇଲେ "ବାହାଘର ପଛରେ ହେବ ପଛେ ତୁ ଆଗେ କୋଉଠି ଜମିଖଣ୍ଡେ ଦେଖ୍ ।କେତେଦିନ ଆଉ ଘରଭଡା ନେଇ ରହିବା କହିଲୁ ?
ଜାଗା ଖୋଜି ଚାଲିଲା ପୁଅ ।ହେଲେ ଅଳକା ଙ୍କର ମନ କେଉଁଠି ପାଇଲାନି ।ଏମିତି ରେ ଖୁସିରେ ସଂସାର ଚାଲିଥାଏ । ଅଳକା ସବୁ ଭଗବାନଙ୍କ ଉପରେ ଛାଡି ଦେଇଥାନ୍ତି । ପ୍ରତି ଶନିବାର ପୁଅ ଆଶେ ଆଉ ସୋମବାର ଚାଲିଯାଏ।ସେଥର ଆସି କିନ୍ତୁ ଗୋଟିଏ ଜାଗା ଠିକ କରି ଗଲା।ମାଘ ମାସ,ସୋମବାର ପୁଅ ସକାଳୁ ଗଲାପରେ ।ଅଳକା ଝିଅକୁ ନେଇ ମନ୍ଦିର ଗଲେ ଆଉ ଭଲ ପୁଅଟିଏ ଦେଇ ଥିବାରୁ ଈଶ୍ୱରଙ୍କୁ ଧନ୍ୟବାଦ ବି ଦେଇଥିଲେ।ହେଲେ ମନ୍ଦିର ରୁ ଆସିଲା ବେଳକୁ ଦୁଃଖ ଟା ତାଙ୍କ ଦୁଆର ବନ୍ଧରେ ଛିଡ଼ା ହୋଇଥିଲା । ପୁଅର ଆକ୍ସିଡେଣ୍ଟ ଖବର ପାଇ ସେ ସ୍ଥାଣୁ ପାଲଟି ଯାଇଥିଲେ।
ପୁଅ ତାଙ୍କର ଅଠେଇଶି ଦିନ ମୃତ୍ୟୁ ସହ ସଂଗ୍ରାମ କରି ହାରିଗଲା।ଚାଲିଗଲା ଅଫେରା ପଥରେ ।ଆଉ ଗୋଟାଏ ମାର ଈଶ୍ୱରଙ୍କ ଊପରେ ଥିବା ଭରସା ବି ସରିଗଲା ସବୁଦିନ ପାଇଁ।ଆସ୍ତିକ ରୁ ସେ ପାଲଟି ଗଲେ ନାସ୍ତିକ ।କିନ୍ତୁ ପୁଅ ତାଙ୍କର ଯାଉ ଯାଉ ବି ତାଙ୍କ ପାଇଁ ବନେଇ ଦେଇ ଗଲା ଆଶ୍ରୟ ସ୍ଥଳ "ଘର" ।
ପୁଅ ଗଲାପରେ ତାର ଯେଉଁ ଟଙ୍କା ମିଳିଲା ସେଇଥରେ କରିଛନ୍ତି ଘରଟିଏ।ପୁଅର ସ୍ମୃତି କୁ ସାଇତି ରଖିବା ପାଇଁ ଘରର "ନାମ କରଣ କରିଛନ୍ତି "ମୋ ସ୍ୱପ୍ନର ଘର" ।