Artatran Mishra

Inspirational Others

3  

Artatran Mishra

Inspirational Others

ମୋ ପୁଅ ଇଂଜିନିୟରିଂ ହିଁ ପଢିବ

ମୋ ପୁଅ ଇଂଜିନିୟରିଂ ହିଁ ପଢିବ

7 mins
1.2K


"ନା ନା, ମୋ ପୁଅ ଇଂଜିନିୟର ହିଁ ହବ । ଟିଉସନ୍ ମାଷ୍ଟର୍ ତିନି- ଚ଼ାରିଟା ଲଗେଇଚ଼ି । ଲକ୍ଷେ ଟଂକା ଖର୍ଚ୍ଚ କରି ଭଲ କୋଚ଼ିଂ ଇନଷ୍ଟିଚ଼୍ବଟ୍ ରେ ବି ଆଡ଼ମିସନ୍ କରେଇଚ଼ି", ଆଖି ବଡ଼ବଡ଼ କରି କହି କହିଗଲେ ପିଲାଟିର ଡ଼ାଡ଼ି ମହୋଦୟ ।

"ମୁଁ ଏଡ଼େ ବଡ଼ ଅଫିସର୍, ମୋ ପରିବାରର ଗୋଟେ ଖାଦି ଅଛି । ମୁଁ ଠିଆ ହୋଇଗଲେ, ମୋ ପଛରେ ଶହେ ଲୋକ ଠିଆ ହୋଇ ଯା'ନ୍ତି । ମୋ ପୁଅ ଆର୍ଟସ୍ ପଡ଼ିବ? ମୋ କଲିଗସ୍ ଓ ପଡ଼ୋଷି ମାନଂକ ପିଲେ ସାଇନସ୍ ପଡ଼ୁଚ଼ନ୍ତି । ମୋ ପୁଅ ଯଦି ସାଇନସ୍ ନପଡ଼େ, ମୋର କ'ଣ ଇଜ୍ଜତ୍ ରହିଯିବ? ମୋ ବଡ଼ ପୁଅ ତ ଡ଼ାକ୍ତର । ମୁଁ ବି ଇଂଜିନିୟର-ଇନ୍-ଚ଼ିଫ, ମୋ ମିସେସ୍ ନାମି-ଦାମି କନଭେଣ୍ଟ ସ୍କୁଲ୍ ଟିଚ଼ର୍ । ମୋ ଭାଇ ମିନିଷ୍ଟର୍, ମୋ ବାପା ହେଡ଼ ମାଷ୍ଟର୍ ଥିଲେ,ପୁଅର ମାମୁଁ ମାନେ କିଏ ଇଁଜିନିୟର୍, କିଏ ସାଇଣ୍ଟିଷ୍ଟ, କିଏ ରାଜ ନେତା । ଆମେ ଦେଶ ଚ଼ଳଉଚ଼ୁ । ନା, ନା, ସେ ସାଇନସ୍ ହିଁ ପଡ଼ିବ । ମୋ ପରି ଇଂଜିନିୟର-ଇନ୍-ଚ଼ିଫ ହିଁ ହବ ସେ ।

"ଆଜ୍ଞା, ସେ ସବୁ ଠିକ୍ ଯେ, ହେଲେ ପିଲା ଫିଜିକସ୍, ମାଥମେଟିକସ୍, କେମେଷ୍ଟ୍ରି, କଂପ୍ୟୁଟର ସାଇନସ୍- ସବୁ ସବଜେକଟ୍ ରେ ଫେଲ୍ ହଉଚ଼ି ଇଂଲିସ୍, ହିନ୍ଦି ଛଡ଼ା । ସିଂଗଲ୍ ଡ଼ିଜିଟରେ ମାର୍କ ଆଣୁଚ଼ି ସବୁଥିରେ । ସବୁବେଳେ ମନ ସନ୍ତାପ କରି ଟେନସନ୍ ରେ ରହୁଚ଼ି । ତାର ସବଜେକଟ୍ ଆପ୍ଟିଚିଉଡ଼୍ ଓ ଆଟିଚ଼ିଉଡ଼୍ ତ ଦେଖିବା ଉଚ଼ିତ୍ । ଏତେ ମନସ୍ତାପରେ ରହି ତା'ର ପାଠପଡ଼ା ପ୍ରତି ବିତୃଷ୍ଣା ହେଇ ଯାଉଚ଼ି । କିଶୋର ଅବସ୍ଥାରୁ ତାର ଜୀବନ ପ୍ରତି ଅନାସକ୍ତି ଡ଼େଭେଲପ୍ କରିଯାଉଚ଼ି । ସବୁ ପିଲାଂକର କାଲିବର୍, ଆପଟିଚ଼୍ବୁଡ଼ ସମାନ ନୁହେଁ । କିଏ ସାଇନସ୍ ରେ ଭଲ ତ, କିଏ କମର୍ସରେ ଭଲ ବା କିଏ ଆର୍ଟସ୍ ରେ ଭଲ । ଆପଣଂକ ପୁଅ ଇଂଲିସ, ହିନ୍ଦି ଓ ଜେନେରାଲ୍ ଷ୍ଟଡ଼ିଜ୍ ରେ ଶହେରୁ ସବୁବେଳେ ନାଇଁଟି ଆବୋଭ ଆଣୁଚ଼ି । ଆର୍ଟସ୍ କୁ ଚ଼େଞ କରିଦେଲେ ସେ କ୍ୟାରିୟରେ ଓ ଜୀବନରେ ସାଇନିଂ କରିବ । ବହୁତ ବଡ଼ ସଫଳତା ତାକୁ ମିଳିବ । ସିଭିଲ ସର୍ଭିସରେ ନାଁ' କରିବ ।", ସମ୍ଭ୍ରମତାର ସହିତ କହିଗଲେ ସମ୍ବେଦନଶୀଳ ପ୍ରିନସିପାଲ୍ ।

"ନା, ନା, ମୁଁ ଟିଉସନ୍ ଆହୁରି ବଡ଼େଇ ଦେବି । ମାଥସ୍, ଫିଜକସ୍, କେମେଷ୍ଟ୍ରି, କମ୍ପୁଟର୍ ସାଇନସ୍ ରେ ଡ଼ବଲ୍ ଟିଚ଼ର ଲଗେଇ ଦେବି । ପୁଅ ସାଇନସ୍ ରେ ନିଶ୍ଚେ ଭଲ କରିବ । ଆର୍ଟସ୍ ରେ ଗଲେ କ'ଣ ଫ୍ୟୁଚ଼ର୍?ତେତେ ଜଣ ସିଭିଲ୍ ସର୍ଭିସ୍ ପାଇ ଯାଉଚ଼ନ୍ତି? ଆପଣ ଚ଼ିନ୍ତା କରନ୍ତୁନି, ସେ ସାଇନସ୍ ପଡ଼ିବ ।"

"ସାର୍, କ୍ଷମା କରିବେ, ଆମେ ସିନା ଟିଉସନ୍ ବଢେଇ ପାରିବା ପଇସା ଦେଇ, ହେଲେ ପିଲାର ରିସେପସନ୍ ଆବିଲିଟି ତ ଦେଖିବା ଉଚ଼ିତ୍ । ବହୁ ପିଲା ଅଛନ୍ତି ସାଇନସ୍ ସେକସନ୍ ରେ, ଟିଉସନ୍ କି କୋଚ଼ିଂଗ ମୋଟେ ଯାଉ ନାହାନ୍ତି । କେବଳ ସ୍କୁଲ୍ ପଡ଼ା ଓ ସେଲ୍ଫ ଷ୍ଟଡ଼ିରେ ହିଁ ବହୁତ୍ ହାଇ ମାର୍କ ରଖୁଚ଼ନ୍ତି । ଆମ ଟିଚ଼ର ମାନେ ସମସ୍ତେ କମ୍ପିଟେଣ୍ଟ ଆଉ ଅତି ସିନସିୟର । କ୍ଲାସରୁମ୍ ଟିଚ଼ଂଗ ଗଛଡ଼ା, ଟେକସ୍ଟ୍ ବୁକ୍, ଆମ ଷ୍ଟଡ଼ି ମ୍ୟାଟେରିଆଲ୍ ଏବଂ ରୀତିମତ ପ୍ରାକଟିସ୍ ଓ ରିମେଡ଼ିଆଲ୍ କ୍ଲାସ୍ ଦ୍ବାରା ପିଲାଂକର କନସେପଟ୍, ଆଇକ୍ବୁ ଲେଭେଲ୍ ତଥା ଆବିଲିଟି ବଡ଼ଉଚ଼ନ୍ତି । କିନ୍ତୁ ଆପଣଂକ ପିଲାଟି ମୋଟେ ପାରୁନି ସାଇନସ୍ ସବଜେକ୍ଟସ୍ । ସବୁ ଟିଚ଼ର ମାନଂକରବି ଏଇ ଓପିନିୟନ୍ । ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ମାର୍କ ଆପଣ ଦେଖନ୍ତୁ । ମାଥମେଟିକସ୍ ଓ ସାଇନସ୍ ସବଜେକ୍ଟରେ ଜଷ୍ଟ ପାସ ମାର୍କ ରଖିଚ଼ି ସେ; ଅନ୍ୟ ସବୁ ଆର୍ଟସ୍ ସବଜେକ୍ଟରେ ଦେଖନ୍ତୁ ନାଇଣ୍ଟି ଆବୋଭ୍ । ପିଲାଟିର ହ୍ବୁମାନିଟିଜ୍ ସବଜେକ୍ଟ ଆପ୍ଟିଚ଼୍ବୁଡ଼୍ ବହୁତ ଭଲ । ପାଇଥାଗୋରାସ୍, ନିଉଟନ୍, ଏଡ଼ିସନ୍, ଆର୍କମେଡ଼ିସ୍ଂକ ଠାରୁ ତା'ର ବହୁତ ବେଶି ଆଗ୍ରହ କବିର୍, ସୁରଦାସ୍, ତୁଳସୀ, ସେକ୍ସପିଅର, ଓ୍ବାର୍ଡସଓ୍ବର୍ଥଂକ ପାଖରେ । ଆଲଜେବ୍ରା, ମେନସୁରେସନ୍, ଜିଓମେଟ୍ରି କି ଏରିଥିମେଟିକ୍ସ ଜାଗାରେ ତା'ର ଇନ୍ଟରେଷ୍ଟ ସାହିତ୍ୟର ଛନ୍ଦ-ଅଳଂକାରରେ, ଗଳ୍ପ-କବିତାରେ, ଗୀତ-ନାଟକରେ, ଇତିହାସ-ଭୂଗୋଳରେ ।ସେଥିରେ ସେ ହସି ଖେଳି ଖୁବ୍ ଭଲ କରି ପାରିବ । ଭଲ ଓ ସଫଳ ମଣିଷଟିଏ ହବ । ପୁଅର ଇଚ୍ଛା ତ ପଚ଼ାରନ୍ତୁ । ସେ ମତେ କେତେ ଥର କହି ସାରିଲାଣି ଯେ ସେ ସାଇନସ୍ ସବଜେକ୍ଟ୍ କରି ପାରୁନି । ଖାଲି ପ୍ୟାରେଣ୍ଟ ପ୍ରେସର୍ ଯୋଗୁଁ ସାଇନସ୍ ପଡ଼ୁଚ଼ି ।"

"ଡ଼ିଅର୍ ପ୍ରିନସିପାଲ୍! ମୋ ପୁଅ କ'ଣ ହବ, ସେଇଟା ଆମେ ବାପ-ମା' ଡ଼ିସାଇଡ଼୍ କରିବୁ । ଏଥିରେ ପିଲାର ମତାମତ କ'ଣ ବା ଅନ୍ୟର ଉପଦେଶ କ'ଣ ? ଟିଉସନ୍ ଓ କୋଚ଼ିଂଗ ସେଣ୍ଟର୍ ଟିଚ଼ର ମାନେ ବହୁତ ଭଲ, ସେମାନେ ତାକୁ ଠିକ୍ କରି ଦେବେ । ସେମାନେ କେହି ତ ତହୁ ନାହାନ୍ତି ସେ ଖରାପ୍ କରୁଚ଼ି ବୋଲି । ପୁଅକୁ ଡ଼ାକନ୍ତୁ । ମୁଁ ଆପଣଂକ ସାମନାରେ କହିଦେବି । ଆପଣ ଚ଼ିନ୍ତା କରନ୍ତୁନି । "

ଏକାଦଶ ଶ୍ରେଣୀର ଡ଼ଉଲ ଡ଼ାଉଲ ପିଲାଟି । ମୁହଁ ତଳକୁ କରି ଆସି ଠିଆ ହେଲା । କ'ଣ ଭାବୁଚ଼ି କେଜାଣି । ବାପାଂକ ମୁହଁକୁ ଓ ପ୍ରିନସିପାଲ୍ଂକ ମୁହଁକୁ କନଫ୍ୟୁଜଡ଼୍ ହୋଇ ଚ଼ାହିଁଲା । ଡ଼ାଡ଼ି ତାର ଦୃଢ ସ୍ୱରରେ ପଚ଼ାରିଲେ "କିରେ କ'ଣ ସବୁ ଟିଚ଼ର୍ ଓ ପ୍ରିନସିପାଲ୍ କହୁଚ଼ନ୍ତି କ୍ଲାସ ପରୀକ୍ଷାରେ କି ଟର୍ମ ପରୀକ୍ଷାରେ କିଛି କରି ପାରୁନୁ, ସବୁଥିରେ ଫେଲ ହଉଚ଼ୁ ? ସାଇନସ୍ ପଡ଼ିବୁ ତ?" ପିଲାଟି ଆଉ କ'ଣ କହିବ ଡ଼ାଡ଼ିଂକି ? ଡ଼ାଡି଼ଙ୍କ ଦୃଢଇଛା ସେ ଜାଣେ । ଚ଼ୁପ୍ ହୋଇ ଠିଆ ହେଲା । ପ୍ରିନସିପାଲ୍ ସାର୍ କହିଲେ, "ଓପୋନ୍ କରି କୁହ ବାପାଂକୁ କ'ଣ ଚ଼ାହୁଁଚ଼ ।" ପିଲାଟି କିନ୍ତୁ ଚ଼ୁପ୍ । "ହଉ, ଚ଼ାଲ୍ ମୋ ସଂଗେ କୋଚ଼ିଂଗ ସେନ୍ଟର୍ ସାର୍ ମାନଂକ ସଂଗେ ଦେଖା କରିବା । ସାଇନସ୍ ସଜେକଟ୍ ହବନି କାହିଁକି ? ଯେଉଁମାନେ ଭଲ କରୁଚ଼ନ୍ତି, ସେମାନେକ'ଣ ଅନ୍ୟ ଗ୍ରହରୁ ଆସିଚ଼ନ୍ତି ।" ପୁଅ ପ୍ରିନସିପାଲଂକ ଆଡ଼େ ଅତି ବିକଳ ହୋଇ ଚ଼ାହିଁ ରହିଗଲା । ପୁଅର ହାତ ଧରି ବାହାରି ଗଲେ ଡାଡି ବିରକ୍ତ ହୋଇ । "ଆପଣଂକ ଟିଚ଼ର ମାନଂକୁ କୁହନ୍ତୁ, ଭଲ ଭାବରେ ପାଠ ପଡ଼ାନ୍ତୁ ।", ଯାଉ ଯାଉ ଗରଗର ହୋଇ କହିଗଲେ ବଡ଼ ଅଫିସର ବାପା ଜଣକ । କିଂକର୍ତ୍ତବ୍ୟମୂଡ ପ୍ରିନସିପାଲ୍ ଚ଼ୁପ୍ ହୋଇ ରହି ଗଲେ । କରିବେ ଆଉ କ'ଣ ! ଏମିତି କେତେ ପ୍ୟାରେଣ୍ଟସ୍ ଅଛନ୍ତି, ଯେଉଁମାନେ ଶୁଣିବାକୁ ପ୍ରସ୍ତୁତ୍ତ ନୁହଁନ୍ତି । ସମସ୍ତ୍ ଖାଲି ଯଦି ଇଂଜିନିୟର୍, ଡକ୍ଟର୍ ହେବାକୁ ବାଧ୍ୟ ହୁଅନ୍ତି, ତା'ହେଲେ ସଂସାରରେ ଆଉ କବି, ଲେଖକ, ଅଧ୍ୟାପକ, ଶିକ୍ଷକ, ନାଟ୍ୟକାର, ଏକ୍ଟର, ଦାର୍ଶନିକ, କୃଷକ ସବୁ କେଉଁଠୁ ଆସିବେ? ତା'ଛଡ଼ା ସମସ୍ତଂକର ଇଛା, ଆଗ୍ରହ, ସାମର୍ଥ୍ୟ ତ ଅଲଗା ଅଲଗା । ଦୂର୍ଭାଗ୍ୟ ଆମ ସମାଜର, କେହି ବୁଝିବାକୁ ପ୍ରସ୍ତୁତ୍ତ ନୁହଁନ୍ତି ।

ଦିନ ଗଡ଼ିଗଲା । ସବୁ ପରୀକ୍ଷାରେ ସେମିତି ସିଂଗଲ୍ ଡ଼ିଜିଟ୍ ରଖୁଥାଏ ପିଲାଟି । ବେଳେ ବେଳେ ଜିରୋ ବି । ମାଥମେଟିକସ୍ ଓ ସାଇନସ୍ ର ବିକଟ ପ୍ରେସର୍ ରେ ତ'ର ଅତି ଭଲ ହେଉଥିବା ଇଂଲିସ୍, ହିନ୍ଦି ମାର୍କ ବି କମ ହେବାକୁ ଲାଗିଲା । ଆଉ ସେ ଡିବେଟ୍, ଏକ୍ସେଟେମ୍ପୋରି, ଏଲୋକ୍ବୁସନ୍ ଇତ୍ୟାଦିରେ ଭାଗ ନେଲାନି, ମାଗାଜିନ୍ ପାଇଁ କବିତା କି ଗପ ଲେଖିଲାନି; ମର୍ନିଂ ଆସେମ୍ବଲିରେ ଭାଷଣ ଦେଲାନି; ତା'ର ପ୍ରିୟ ଭଲି ବଲ୍ ଖେଳିଲାନି । ଏମତିକି ଯେତେ କହିଲେ ବି ସ୍କୁଲ୍ ପିକନିକ୍ ରେ ଗଲାନି । ଧୀରେ ଧୀରେ ସେ ବେସି ବେସି ଚ଼ୁପଚ଼ାପ୍ ରହିଲା । ଅନ୍ୟ ପିଲା ମାନଂକ ସଂଗେ ମଶିବାକୁ ଚ଼ାହିଁଲାନି । ଟିଚ଼ର୍ ମାନେ ସବୁବେଳେ ଦୁଃଖି ଥା'ନ୍ତି ତା' ପାଇଁ । ସ୍କୁଲ୍ ଆସିବା ବି ଧୀରେ ଧୀରେ କମ ହୋଇଗଲା ତା'ର ।

ସେସନ୍-ଏଣ୍ଡିଂ ପରୂକ୍ଷା ରେଜଲ୍ଟ ବାହାରିଲା । ଇଂଲିସ୍, ହିନ୍ଦିରେ ଜଷ୍ଚ ପାସ ମାର୍କ ଛଡ଼ା, ଆଉ କୌଣସି ସବଜେକ୍ଟରେ ଆଠେ, ଦଶରୁ ବେସି ନାହିଁ । ରେଜଲ୍ଟ ନିୟମ ଅନୁସାରେ 'ଫେଲ୍', ଯାହା ଆଗକୁ ସମସ୍ତଂକୁ ଜଣାଥିଲା । ବାପା-ମା' କିନ୍ତୁ ଖଡଗ ହସ୍ତ । ସ୍କୁଲର, ଟିଚ଼ର ମାନଂକର, ପ୍ରିନସିପାଲଂକର ସବୁ ଦୋଷ । ଏମ.ଲ.ଏ, ଏମ.ପି, ମିନିଷ୍ଟର, ବଡ଼ ବଡ଼ ନେତା ଓ ଅଫିସର୍, ମେଡ଼ିଆ ଇତ୍ୟାଦିଂକ ଘନଘନ ଫୋନ । ବିଭିନ୍ନ ପାର୍ଟି ଅଫିସ ମାନଂକରୁ ବି ଡରାବନା ପ୍ରେସର୍ । "କ'ଣ ପ୍ରିନସିପାଲ୍ ସାହେବ୍! ପିଲାଂକୁ ଆପଣ ଫେଲ୍ କରି ଦଉଚ଼ନ୍ତି ! ସରକାରଂକର ଉଦ୍ଦେଶ୍ୟ ଲିଟେରାସି ବଢେଇବା, ଆପଣଂକ ସ୍କୁଲ୍ ନିୟମ କ'ଣ ଓଲ୍ଟା? କୁହନ୍ତୁ, ଦିଲ୍ଲୀରେ କାହାକୁ କହିଲେ ସେ ପାସ୍ କରି ପାରିବ? ଏଚ଼. ଆର୍. ଡ଼ିରେ ଆମର ଦବଦବା ରହିଚ଼ି । କ୍ୟାମେରା ଧରି ମେଡ଼ିଆ ବାଲେବି ଆସିଗଲେ । ପ୍ରିନସିପାଲ୍ ବିଚ଼ାରା କାହାକୁ କ'ଣ କହିବେ? ସ୍କୁଲ୍ ରେ ପିଲାଟିର ଆକାଡେମିକ୍ ବ୍ୟାକଗ୍ରାଉଣ୍ଡ କାହାକୁ କ'ଣ ଜଣା? ସମସ୍ତେ ତ ଏଇ ନେଗେଟିଭ ଇମୋସନ୍ ରେ ଦେଖୁଚନ୍ତି କି ପିଲାକୁ ଫେଲ୍ କରା ହେଲା, ସେ ଫେଲ୍ ହେଲା ନାହିଁ । ପ୍ୟାରେଣ୍ଟସ୍ଂକୁ ସବୁ ଜଣା । କିନ୍ତୁ କିଏ ଯଦି ନିଜ ସ୍ୱାର୍ଥରେ ଅନ୍ଧ ହୁଏ ତ କ'ଣ କରି ପାରିବା? ସବୁ ପ୍ରକାରର ଅଭିଯୋଗ ଚ଼ାରିଆଡ଼େ ଗଲା । କିନ୍ତୁ କିଏ କ'ଣ କରି ପାରିବ? ବୋର୍ଡର ପାସ-ଫେଲ୍ ନିୟମ କ'ଣ ଜଣକ ପାଇଁ ବଦଳି ଯିବ । ଖାତା ରି-ଚ଼େକ୍ ପାଇଁ ଗଲା । ବୋର୍ଡର ହେଡ ଅଫିସରେ ସେକଣ୍ଡ ଓ ଥାର୍ଡ ଏକଜାମିନର୍ ମାନେ ବରଂ କହିଲେ ମାର୍କିଂ ଲିବେରାଲ ହୋଇଚ଼ି । ଆହୁରି କମ ମାର୍କ ମିଳି ଥା'ନ୍ତା । ସେତିକିରେ ବି ମନ ମାନିଲାନି ପ୍ୟାରେଣ୍ଟସ୍ଂକର । କୋର୍ଟରେ କେସ୍ କଲେ ସ୍କୁଲ୍ ଓ ଟିଚ଼ର ମାନଂକ ବିରୁଦ୍ଧରେ ଯେତେ ପ୍ରକାରର ଆଲିଗେସନ୍ ଲଗାଇ । ସେଠିବି ଗଲା ଛ'ମାସ । ଶେଷରେ ସତ ସତ ହିଁ ରହଲା । ଆନୁଆଲ୍ ରେଜଲ୍ଟ ବାହାରିଲା ପରେ, ଏମିତି କିଛି ମାସ ବିନା ଦୋଷରେ ସ୍କୁଲ୍ କୁ ଭୋଗିବାକୁ ପଡ଼େ । କ'ଣ ହେଇ ଯାଇଚ଼ି ଆମ ସମାଜ! ଶିକ୍ଷାବିତ୍ ମାନଂକୁ ଏତେ ଅଣଦେଖା ମୋଟେ ଠିକ୍ ନୁହେଁ । କିଏ ବୁଜେ?

ରାଗ ତମତମ ହୋଇ ଦିନେ ପିଲାଟିର ବଡ଼ ଅଫିସର ଡାଡି ଆସିଲେ ସ୍କୁଲରୁ ଟି. ସି ନବା ପାଇଁ । ସବୁ ବେଳ ପରି ନିଜର ଅତି ଭଦ୍ରତା ଖାତିରିରେ, ପ୍ରିନସିପାଲ୍ ତାଂକୁ ପାଖରେ ବସାଇଲେ । "ପ୍ରିନସିପାଲ୍ ସାର୍! ପୁଅର ଆଡ଼ମିସନ୍ ମୁଁ ଅନ୍ୟ ଭଲ ସ୍କୁଲରେ କରିବାକୁ ଠିକ୍ କରିଚ଼ି । ଜଲଦି ତା'ର ଟି. ସି ଦେଇ ଦିଅନ୍ତୁ । ସେ ଅନ୍ୟ ସ୍କୁଲରେ ପଢ଼ିବ ଆଉ ଇଂଜିନିୟର୍ ହିଁ ହବ ।"

ସେଦିନ ଟି.ସି ନେଇ ସ୍କୁଲ୍ ଛାଡ଼ି ଗଲାବେଳେ ପିଲାଟି ଆଖିରେ ଲୁହ ଆସିଗଲା ଟିଚ଼ର୍ ମାନଂକର ଓ ଫ୍ରେଣ୍ଡସ୍ ମାନଂକ ସ୍ନେହ ମନେ ପକେଇ । ସମ୍ବେଦନଶୀଳ ପ୍ରିନସିପାଲଂକ ମନରେ ବି ଛାତ୍ରଟି ପ୍ରତି ଗଭୀର ଦୁଃଖ । ଅଂକ-ବିଗ୍ୟାନରେ ନହେଲେ କ'ଣ ହେଲା, ପିଲାଟିର ଅଦ୍ଭୁତ ଟ୍ୟାଲେଣ୍ଟ ଅଛି ହ୍ୟୁମାନିଟିଜ୍ ସବଜେକ୍ଟ ମାନଂକରେ, ଯାହା ପ୍ୟାରେଣ୍ଟସ୍ ଟିକିଏବି ବୁଝିଲେନି । ସ୍କୁଲ୍ ଛାଡ଼ି ଗଲାବେଳେ ପିଲାଟି ଶେଷ ଥର ପାଇଁ ପ୍ରିନସିପାଲଂକ ମୁହଁକୁ ବିକଳରେ ଚ଼ାହିଁଥିଲା । ଦିର୍ଘ ସମୟ ଅସହାୟ, ନିସହାୟ ହୋଇ ବସି କ'ଣ ସବୁ ଭାବିଲେ । କ୍ୟାନଟିନ୍ ପିଲାଟି ତାଂକ ପ୍ରିୟ ଲେମନ୍ ଟି' ଦୁଇଥର ଫେରାଇ ନେଲା ।

ପିଲାଟି ସହରର ଏକ ଅତି ଅର୍ଥସାପେକ୍ଷ, ନାମି ସ୍କୁଲରେ ଆଡମିସନ୍ ନେଲା । ମଝିରେ ମଝିରେ ପୁରୁଣା ଟିଚ଼ରସ୍ ଓ ଫ୍ରେଣ୍ଡସ୍ଂକ ସଂଗେ ଦେଖା କରିବାକୁ ଆସୁଥାଏ । ତା'ଭିତରେ ଆଉ ସେ ସ୍ଫୁର୍ତ୍ତି କି ଆନନ୍ଦ ଆଉ ନଥାଏ । କିଛି ଦିନ ପରେ ପୁଣି ହାର୍ଷିକ ପରୀକ୍ଷୀ ରେଜଲ୍ଟ ବାହାରିଲା ନୁଆ ସ୍କୁଲରେ । ରୁଣି ଫେଲ୍ । ଶୁଣି ପ୍ରିନସିପାଲଂକ ମନ ଦୁଃଖରେ ଭରିଗଲା । ତା'ପରେ ସେ ପଲାଟି ଆଉ କେବେ ପୁରୁଣା ସ୍କୁଲ୍ କୁ ଆସିବା ଦେଖା ଯାଇ ନାହିଁ ।

କିଛି ବର୍ଷ ପରେ ପିଲାଟିର ଜଣେ ପୁରୁଣା ସାଂଗ ପ୍ରିନସିପାଲଂକୁ କହିଲା, " ଗ୍ୟାନ ଆଉ ହାୟର ସେକେଣ୍ଡାରୀ ପାସ୍ କରି ପାରିଲା ନାହିଁ, ସାର୍ । ସେ କିଛି ଛୋଟ ମୋଟ ଡ଼ିପ୍ଲୋମା କରି ଛୋଟ ଚ଼ାକିରୀଟିଏ କରିଚ଼ି । ପ୍ରିନସିପାଲ୍ ଆଖିବୁଜି ବସି ପଡ଼ିଲେ । ଭାବିଲେ, "ଦେଶର ଜଣେ ଭାବି ମାନବ-ସମ୍ବଳ, ଜଣେ ଉଦ୍ଦୀୟମାନ କିଶୋରର ଆନନ୍ଦ, ଉଲ୍ଲାସ ଓ ସୁନା ଭବିଷ୍ୟତ ପ୍ୟାରେଣ୍ଟସଂକର ଅବାସ୍ତବ, ଅହେତୁକ ଯିଦ୍, ଅହଂକାର ଓ ସ୍ବାର୍ଥି ସ୍ବପ୍ନରେ କେମିତି ଆହୁତି ଚ଼ଢିଗଲା ।"


Rate this content
Log in

Similar oriya story from Inspirational