Artatran Mishra

Others

3  

Artatran Mishra

Others

କୁକୁଡ଼ା ଫାର୍ମ

କୁକୁଡ଼ା ଫାର୍ମ

5 mins
2.7K


କୁନି କୁନି ଠୁକୁଲୁ ଠୁକୁଲୁ କୁକୁଡ଼ା ଛୁଆ | କେତେ ସୁନ୍ଦର ! ଚିଁ, ଚିଁ, କିଚ଼ିରି ମିଚ଼ିରି କେତେ ହଉଚ଼ନ୍ତି ବାପା, ମା' ମାନଂକ ପାଖରେ | କୁନି କୁନି ଥଣ୍ଟ, କୁନ କୁନି ଆଖି, ନରମ ନରମ ଦେହ-କେତେ ମୁଲାୟମ୍ ଚ଼ିକସ୍ ମାନେ! କିଏ ପୁରା ଧଳା, କିଏ ପୁରା କଳା, କିଏ ଧଳା-କଳା | ଖୁମ୍ପି ଯାଉଚଡନ୍ତି କୁନି କୁନି ଦାନା | ବିଚ଼ିତ୍ର ଦୁନିଆଁ ବନାନେ ବାଲାକା ଲୀଳା | ଛୁଆମାନେ ଦଉଡ଼ୁଚ଼ନ୍ତି ଏପୁଟୁ ସେପଟ ଗ୍ରୁପରେ କଚ଼ିରି ମଚ଼ରି କରି ଗାଁ' ପଡ଼ିଆରେ ମେଂଚ଼େଡା ଲଂଗଳା ମଣିଷ ଛୁଆ ରୋଳା କରି ଦଉଡ଼ିଲା ପିରି | ଭାରି ଖୁସି | ସବୁ ପିଲାଂକୁ ସାଂଗମେଳରେ, ବାପ-ମାଂ'କ ପାଖରେ କେତେ ଭଲଲାଗେ | ଚ଼ାରିପଟେ ଏନକ୍ଲୋଜର୍ କୁକୁଡ଼ା ଫାର୍ମର | ଭିତରେ ଲାଇଟ୍, ପୌଷ୍ଟିକ ଆହାର | ଲାଠି ଧରି ବସିଚ଼ି ହେପାଜତରେ ତାଗଡ଼ା ସିକ୍ବୁରିଟି କାହିଁ ଜନ୍ତୁ-ଜାନୁଆର ପସି ନଜାଏ | କୁକୁର, ବିରାଡ଼ି, ବିଲୁଆ, ଗଧିଆ ମାନଂକ ଭାରି ଖରାପ ନଜର | ଜିଭରୁ ଲାଳ ଗଳେଇ ବୁଲୁଚ଼ନ୍ତି-ଟିକିଏ ଚ଼ାନ୍ସ ମିଳିଗଲେ ମହା ଭୋଜ୍ | ସବୁ ପ୍ରକାର ସୁବିଧା କୁକୁଡ଼ା ଛୁଆ ମାନଂକ ବଂଚ଼ିବାର | ହାତରେ ଧରି ଗେଲ କରିବାକୁ ଭାରି ଇଛା ହଉଚ଼ି | ମା ବସିଚ଼ି ପେଟତଳେ ଅଣ୍ଡା ଉସୁମେଇ | ପାଖକୁ କିଏ ଭୂଲ୍ ରେ ବି ମାଡ଼ି ଆସିଲେ, ଥଣ୍ଟ ବାହାରକରି ଖୁମ୍ପି ପକଉଚ଼ି | ମଣିଷ ମା'ଟେ ହଉ, ବାଘୁଣୀଟିଏ ହଉ, ଇଗଲାଣୀଟେ ହଉ, ଭାଲୁଣୀଟେ ହଉ, ମାଛୁଣୀଟେ ହଉ, ରାଣୀ ମହୁମାଛିଟିଏ ହଉ, ପିମ୍ପୁଡ଼ିଟିଏ ହଉ ବା ଯେ କୌଣସି ପ୍ରାଣୀ ହଉ, ମା'ର ସେନେହକୁ କିଏ ସରି? ତା' କୁନି କୁନି ଛୁଆ ମାନଂକୁ ଧରି ଥାଟ୍ ପାଟ୍ ରେ ଯାଉଥିବା ଭାରି ଭଲ, ଶାନ୍ତ, ଘରୁଆ ବତଖ ମା'ଟିର ସାମନାକୁ ଯାଇ ଟିକେ ଦେଖ ତ!

ସହର ଉପକଂଣ୍ଠରେ ବଡ଼ ଜେଗାଟିଏ ନେଇ କୁକୁଡ଼ା ପାଳିଚ଼ି ଗାଁ' ମୁଖିଆ ହରିବୋଲ ଦାସଂକ ବଡ଼ପୁଅ ଷଣ୍ଡ ଦାସ | ବାବୁ ଭାରି ଗେହ୍ଲାରେ ଲାଳନ ପାଳନ ହେଲେ ତ, ପାଠ ହେଲାନି | ପାଠ ନହେଲେ କ'ଣ ହବ, ସାଠରେ ଏକ୍ସପର୍ଟ, ଲଠ୍ ରେ ଏକ୍ସପର୍ଟ | ଆଜି ଏଠି ମାରପିଟ୍ ତ, କାଲ ସେଠି | ଖୋଲା ଜିପ୍ ରେ ଲଫଂଗା ସାଂଗ ମାନଂକୁ ଧରି ଗାଁ' ସହରରେ ବୁଲିବା, ଜିଅ ମାନଂକୁ ଆଖି ମାରିବା, ନିଶା କରି ରାତି ବିତାଇବା କାମ କରିକରି ବାବୁଂକ ମନକୁ କଣ ସୁଜିଲା କେଜାଣି, କହିଲେ କୁକୁଡ଼ା ଫାର୍ମ କରିବି | ଅସଲରେ ସହରର ହୋଟେଲ, ଡାବା ମାନଂକରେ ତନ୍ଦୁରି ରୋଟି, ନାନ୍, ଚ଼ିକେନ୍ ଖାଇ ଖାଇ ଆଉ କୁକୁଡ଼ା ମାନଂକ ଚ଼ାହିଦା ଦିନକୁଦିନ ବଡ଼ୁଥିବା ଦେଖି, ବାବୁ ସ୍ଥିର କଲେ "ନା, କୁକୁଡ଼ା ଫାର୍ମହିଁ କରିବି |" କେତେ ଲୋକ ଛି-ଛା କଲେ "ହଇରେ ବାହ୍ମୁଣ-ବୈଷ୍ନବ ପିଲା ହେଇ କୁକୁଡ଼ା ଫାର୍ମ କ'ଣ କରିବୁ?" ବାବୁ ଆଜି ପର୍ଯ୍ୟନ୍ତ କାହା କଥା ଶୁଣିଚ଼ନ୍ତି ନା ଶୁଣିବେ | ବୋପା ପାଖେ କ'ଣ ପଇସା କମ ? ସହରତଳି ଜମିଟିରେ କୁକୁଡ଼ା ଫାର୍ମଟି ହେଲା | ଭଲ ଚ଼ାଲିଚ଼ି ବି | ପୁଅ ଷଣ୍ଡ ଦାସ ଖୁସ୍, ବାପ ହରିବୋଲ ବି ଖୁସ୍ |

ଭାରି ଗେହ୍ଲାରେ କୁକୁଡ଼ା ଛୁଆ ଗୁଡ଼ିକ ବଡ଼ୁଚ଼ନ୍ତି | ଦିନୁଦିନ ବଡ଼ ହଉଚ଼ନ୍ତି | ତାଂକ ବାପ-ମା ମାନେ ବି ଭାରି ଖୁସି ନିରାପଦ ଜେଗାରେ ବଡ଼ିଆ ଦାନା ଖାଇବାକୁ ପାଇ | ଅଲଗା ଅଲଗା ଜେଗା ସମସ୍ତକଂର-ଅଣ୍ଡାରୁ ସଦ୍ୟ ବାହାରିଥିବା ବନିବନି ଚିକସ୍ ଅଲଗା, କୁନିକୁନି ଛୁଆ ଅଲଗା, ଚ଼େଂଗା ଟୋକା ଟାକେଳିଆ ଅଲଗା, ଭାରି ରଡ଼ୁଥିବା ୟଂଗ ବଡ଼ ଟୋକା ଟୋକି ମାନେ ଅଲଗା, ବୂଡ଼ା-ବୂଡି ମାନେ ଅଲଗା | ଅଲଗା ବାଡ଼ ଭିତରେ କେତେ ମା' କୁକୁଡ଼ା ଅଣ୍ଡାମାନଂକୁ ଉପରେ ପକ୍ଷୀ ଘୋଡ଼େଇ ବସି ଉସୁମଉଚ଼ନ୍ତି | କେତେ ସିଷ୍ଟମେଟିକ୍ କୁକୁଡ଼ା ଫାର୍ମଟି | ମଜିରେ ମଜିରେ ବୂଡ଼ା ଡାକ୍ତର ଇସମାଲଆ ଜାହାନିଆଁ ବି ଆସନ୍ତି |

ସେଦିନ ଆଦ୍ୟ ଡ଼ିସେମ୍ବରର ଝିପିଝିପି ମେଘୁଆ ପାଗ | ଥଣ୍ଡା ଥଣ୍ଡା କାଲୁଆ ହାୱା | କୁକୁଡ଼ା ଫାର୍ମର ସବୁ କୁକୁଡ଼ା ଓ ତାଂକ ଛୁଆମାନେ ପାଲ ଘେରା ହୋଇ ରହିଚ଼ନ୍ତି କୁଜିକାଜି ହେଇ |

ଘର୍ ଘର୍ ହୋଇ ହଠାତ୍ ମିନି ଟ୍ରକ୍ ଟିଏ ଆସି ଲାଗିଲା | ଓହ୍ଲେଇ ଆସିଲେ ଚ଼ାରିଟା ଚ଼ୋଖା ଟୋକା | ପାଲ ସାଇଡ଼ରୁ ଟିକେ ଖୋଲି ଷଣ୍ଡ ଦାସ ସଂଗେ ପସିଲେ ସେମାନେ | ଚ଼ାଲିଲା ଅଣ୍ଡା ଗୋଟିଆ | ମା' କୁକୁଡ଼ା ମାନଂକୁ ହୁରୁଡ଼େଇ ଦିଆହେଲା ଦୂରକୁ | କାର୍ଟୁନ୍ କାର୍ଟୁନ୍ ଅଣ୍ଡା ଭରାହେଲା କାର୍ଡବୋଡ୍ ଟ୍ରେ' ରେ | କୁକୁଡ଼ା ମା' ମାନେ ବିକଳ ହୋଇ ଚ଼ାହିଁଚ଼ନ୍ତି ତାଂକ ଅଣ୍ଡା ଗୁଡ଼ିକ ଆଡ଼କୁ | ଆଜି କାଲି ସେଗୁଡ଼ିକ ଭିତରୁ ବାହାରି ଥା'ନ୍ତେ ବନିବନି ଛୁଆ ଗୁଡ଼ିଏ | ଆହା, କେଉଁ ମା'ର ଦେହ ସହେ | ଗୁଡ଼େ କକର୍ କକର୍ ହେଲେ, ହେଲେ କିଏ ଶୁଣେ | ଅଣ୍ଡା କାର୍ଟୁନ୍ ସବୁ ଲୋଡ଼୍ ହେଇଗଲା ଟ୍ରକ୍ ରେ | ଡିସେମ୍ବରର ମେଘୁଆ କୋହଲିଆ ହାଡ଼ଗଳା ଥଣ୍ଡା ପାଗରେ ଅଣ୍ଡା ମାନଂକର

ସବୁଆଡ଼େ ଖୁବ୍ ଡିମାଣ୍ଡ ଆଉ ହାଇ ରେଟ୍ | ଗରମ୍ ଗରମ୍ ଅଣ୍ଡାକରି ଆଉ ଆମଲେଟ୍ ର କି ମଜା | ଏବେ ତ ମଉକା ଟଂକା କମେଇବାର | ଷଣ୍ଡ ଦାସ ଖୁବ୍ ଚ଼ାଲାକ୍ | ନିଶ ମୋଡ଼ି ବସିଚ଼ି |

ଗାଁ' ଗୋହିରୀର ଦୁଇ ଧାରରେ ଡ଼ିବତାଲିଆ, ଅମରି, ଦୁଦୁରା ବୁଦା ଓ କିଆବାଡ଼ ମାନଂକୁ ନାଲି ମାଟିର ଧୂଳିରେ ରଂଗେଇ ଦେଇ ଅଣ୍ଡା ଟ୍ରକ୍ ଟି ଗଡ଼ିଗଲା ସହର ଆଡ଼େ | କିଛି ସମୟପରେ ଆଉ ଗୋଟିଏ ବଡ଼ ଟ୍ରକ୍ ଲାଗିଲା | ପଗଡ଼ି ଠିକ୍ କରୁକରୁ, ନିଶ ମୋଡ଼ୁମେଡ଼ୁ ତାଗଡ଼ା ପଞାବି ଡ୍ରାଇଭର ସରତାଜ୍ ସିଂଘ୍ ଓହ୍ଲେଇ ପଡ଼ିଲା | ଷଣ୍ଡ ଦାସ ମୁହଁରେ ଖୁବ୍ ଚ଼ମକ | ରଡ଼ି ଛାଡ଼ି ଡାକିଲା "ଆରେ କୂୁରୁପା, ଆରେ ହୁଣ୍ଡା, ଆରେ ଲଣ୍ଡା, ଆରେ ହଗୁରା, ଆସରେ | କୁକୁଡ଼ା ଲୋଡ଼୍ ହେବେ |" ଖେଦିଗଲେ ଷଣ୍ଡ ଦାସ୍ ର ନୌକର, ଚ଼ାକର ମାନେ ଯମ ଦୂତ ପରି | "ବଡ଼ବଡ଼, ଭାରି ଓଜୋନ ବାଲା କୁକପଡ଼ାଂକ ଗୋଡ଼ବାନ୍ଧି ଲୋଡ଼୍ କରରେ", କହିଲା ଷଣ୍ଡ ଆର୍ମି କମାଣ୍ଡର ପରି | କିଛି ସମୟ ଭିତରେ ଫାର୍ମ ଭିତରେ ହଇଚ଼ଇ ପଡ଼ିଗଲା | ମାଡ଼ି ବସିଲେ ସେମାନେ ଓଜୋନଦାର୍ କୁକୁଡ଼ା ମାନଂକୁ ବାଛିବାଛି | ବାନ୍ଧିଦେଲେ ଗୋଡ଼ ସେମାନଂକର | ବଡ଼ବଡ଼ ବାଉଁସ ବେତାରେ ପୁରାହେଇ ଟ୍ରକ୍ ରେ ଲୋଡ଼ ହେଇଗଲେ ଫଟାଫଟ୍, କିଛି ବୁଜିବା ଆଗରୁ | ନିଜନିଜର ପରିବାରଠୁଁ , କୁନି ଛୁଆ ମାନଂକଠୁଁ ଦୂର ହେଇଗଲେ | ଟ୍ରକ୍ ଲୋଡ଼୍ ହେଇ ଚ଼ାଲିଗଲା ସହର, ବଜାର ଆଡ଼େ | ହୋଟେଲ୍, ଡାବା, ରେସ୍ତୋରାଁ ମାନଂକରେ ପହଂଚ଼ିଯିବେ ଆଜି | ତମ ଆମ ଭଳି ମଉଜ ମସ୍ତି କରିବାକୁ କ'ଣ ସେମାନେ ସହର, ବଜାର, ହୋଟେଲ୍ ମାନଂକୁ ଗଲେ କି? କ'ଣ ହେବେ ସେମାନେ ତୁମକୁ କି ଅଜଣା, ମୁଁ କାହିଁ କଲମ ଗନ୍ଧା କରିବିମ?

ସବୁଠାରୁ ବୂଡା, ବଡ଼ ଆଉ ଭାରି କୁକୁଡ଼ାଟି, ଯାହାକୁ ଷଣ୍ଡ ରଖିଚ଼ି ସୋ ପିସ୍ କରି ଆରମ୍ଭରୁ, କେତେ ଏମିତି ଦେଖିଲାଣି ଅଣ୍ଡା ଆଉ କୁକୁଡ଼ା ମାନଂକ ଚ଼ାଲାଣ୍ | ତା' ପରିବାରର ଆଉ ଗୋଟିଏ ବୋଲି କେହି ନାହାନ୍ତି ତାକୁ ବାପ, ଭାଇ, କକା, ଦାଦା, ଦଦେଇ, ମାମୁଁ, ପିଇସା, ମଉସା, ସମୁଦି କି ଅଜା ଡାକିବାକୁ | ମଣିଷ ସେ ସମସ୍ତଂକୁ ଖାଇଗଲା | ବନିବନି, କୁନିକୁନି ଛୁଆମାନେ, ଟୋକାଟାକେଳିଆମାନେ ଭାରି ଆନନ୍ଦରେ ଷଣ୍ଡ ଦାସର ଦାନା ଟୋକିଟୋକି ଖାଇଲାବେଳେ, ତାଂକ ଭବିଷ୍ୟତଟି ବୂଡାକୁ ଜଳ୍ ଜଳ୍ ଦେଖାଯାଉଥିଲା |

ଟ୍ରକ୍ ଦୁଇଟି ଗୋଟିଏ ପରେ ଗୋଟିଏ ଅଣ୍ଡା ମାନଂକୁ ଓ କୁକୁଡ଼ା ମାନଂକୁ ନେଇ ଚ଼ାଲିଗଲେ ଗାଁ' ଗୋହିରି ରାସ୍ତାରୁ ବଡ଼ ରାସ୍ତା ଆଡେ | ଗୋଟିଏ ଆଖିରେ ଚାହିଁ ରହିଥିଲା ରାମ ପକ୍ଷୀ ବୂଡା କୁକୁଡ଼ାଟି ଦୀର୍ଘ ଶ୍ବାସ ପକେଇ | "ସର୍ବ ଗିଳା ମଣିଷର ତୃଷା କେବେ ମେଣ୍ଟିବ ?", ନିଜକୁ ନିଜେ ପ୍ରଷ୍ନ କଲା ସେ | ଷଣ୍ଡ ଦାସ ଆଜି ଭାରି ଖୁସି | ବଡ଼ ହାଇ ରେଟ୍ ରେ ତା'ର ଅଣ୍ଡା, କୁକୁଡ଼ା ସବୁ ଗଲେ | "ଆରେ ଧଡ଼ିଆ, ଭଲ ମୃଗିଟିଏ କାଟ୍ ରେ | ଆଜି ସହରରୁ ସାଂଗ ସାଥି ମାନେ ଆସିବେ | ଇଂଗ୍ଲସ୍ ବୋତୋଲ ଟା ଖୋଲାହବ ଟି | ଶଳା କରମ କାେଡି, କୁଆଡ଼େ ମଲୁଣି ନା' କ'ଣ?", ଭୂଷୁଣ୍ଡା ଷଣ୍ଡ ଦାସ୍ କହିଲା ନିଶ ମୋଡ଼ି |

ବୂଡ଼ା ରାମ୍ ପକ୍ଷୀଟି ତା' ଚ଼ାରିପଟେ ଦାନା ଖୁମ୍ପୁ ଥିବା କୁନିକୁନି, ଟୋକା ଟାକଳ ଓ ପାକଳ କୁକୁଡ଼ା ମାନଂକୁ ହତାଶ ଆଖିରେ ଚ଼ାହିଁଲା | ସବୁ ପ୍ରାଣୀରେ ଶ୍ରେଷ୍ଠ ପ୍ରାଣୀ ମଣିଷ ମାନଂକୁ ଗମ୍ଭୀର ହୃଦୟରେ ବିଶ୍ଳେଷଣ କଲା | ତା'ର କର୍ତ୍ତା, ଭର୍ତ୍ତା ଷଣ୍ଡ ଦାସ୍ କୁ ନିଃସହାୟ ନୟନରେ ଚ଼ାହିଁ ଆଉଥରେ ଦୀର୍ଘଶ୍ବାସ୍ ନେଲା |7


Rate this content
Log in