STORYMIRROR

Puja Pradhan

Tragedy Inspirational

3  

Puja Pradhan

Tragedy Inspirational

ମୋ ବୋଉ

ମୋ ବୋଉ

10 mins
249

ମାମୁନି ପିଲାଦିନରୁ ନିଜ ଅଳିଅଝଟ ବାପାଙ୍କୁ କହୁଥାଏ l କାହିଁକିନା ମା କଣ ସେ ଜାଣେନି ବିଚାରି ଯେଉଁ ଦିନ ଜନ୍ମ ହେଲା ସେହିଦିନ ଶୋଭା ସବୁଦିନ ପାଇଁ ଆରପାରିକୁ ଚାଲିଗଲା l ବିନୋଦ ସେହି ଦିନଠାରୁ ମାମୁନି ମୁହଁକୁ ଚାହିଁ ସବୁକିଛି ସହି ଯାଇଛି l ଝିଅ ହେଉଛି ବିନୋଦର ସବୁକିଛି ମାମୁନିକୁ କିଛି ସମୟ ନ ଦେଖିଲେ ପାଗଳ ଭଳି ହୋଇଯାଏ ବିନୋଦ l ଘରେ ବାପା, ମା ଅଛନ୍ତି କିନ୍ତୁ କାହିଁକି କେଜାଣି ମାମୁନିର ସବୁକଥା ବିନୋଦ ବୁଝନ୍ତି l ବିନୋଦଙ୍କ ମା ଯେତେବେଳେ ଦେଖନ୍ତି ନାତୁଣୀ ପାଇଁ ବିନୋଦ ବ୍ୟସ୍ତ ହୋଇପଡ଼ନ୍ତି l  

ସେତେବେଳେ କୁହନ୍ତି ମାମୁନିର ସବୁ ଦେଖାଶୁଣା ତୁ ଏକୁଟିଆ କରିପାରିବୁନି l ଝିଅ ତ ଛୋଟ l ତାକୁ ମାଆଟିଏ ଲୋଡ଼ା l ହେଲେ ବିନୋଦ କହେ ମୋ ଝିଅ ପାଇଁ ମୁଁ ନିଜେ ସବୁ କିଛି କରିବି l କିନ୍ତୁ ତା ଲାଗି ସାବତ ମାଆ ଆଣିପାରିବିନି ଯିଏ କି ନିଜର ଖୁସି ପାଇଁ ମୋତେ ବାହା ହେବ ହେଲେ ମାମୁନିକୁ ଦେଇଚାଲିବ ଦୁଃଖ ଓ ଯନ୍ତ୍ରଣା l ସେତେବେଳେ ମୁଁ କଣ କରିବି କୁହ ସେପଟେ କହି ପାରିବିନି କି ଏପଟେ ଚୁପ ରହିପାରିବିନି l ପୁଅର ଏହିପରି ଉତ୍ତର ଶୁଣି ଚୁପ ରୁହନ୍ତି l ନିର୍ମଳାଦେବୀ ବିନୋଦ ବାପାଙ୍କୁ କୁହନ୍ତି ଶୁଣୁଛ ମୁଁ କହିଲେ ମୋତେ କେତେ କଣ କହୁଛି ତମେ ଥରେ କୁହ l ହେଲେ ବିନୋଦଙ୍କ ବାପା କୁହନ୍ତି, ବିନୋଦ ଯାହା କିଛି ବି କହୁଛି ସେ ଠିକ କହୁଛି କାହିଁକିନା ମାଆ ଜାଗା କେହି ବି ନେଇପାରିବେନି l ହେଲେ ବିନୋଦଙ୍କ ମା କୁହନ୍ତି ଆମେ କାହିଁକି ଅଜଣା ଝିଅ ସହିତ ବିନୋଦକୁ ବାହା କରିବା ? ତମେ ଯଦି କହିବ ତୁମର ଜଣେ ବନ୍ଧୁ ଅଛନ୍ତି l ତାଙ୍କର ଗୋଟିଏ ଝିଅ ଅଛି l କଣ କହୁଛ l ନିଜ ସ୍ତ୍ରୀଙ୍କ ଠାରୁ ଏହିକଥା ଶୁଣି ପ୍ରକାଶ ବାବୁ କହିଲେ, ତୁମେ କାହା କଥା କହୁଛ l କିଏ କାହିଁକି ଗୋଟିଏ ପିଲାର ବାପା ସହିତ ନିଜ ଝିଅକୁ ବାହା ଦେବ କହିଲ l ଏତିକି ଶୁଣି ନିର୍ମଳା ଦେବୀ କହିଲେ ତାମାନେ ମୋ ପୁଅ ଏମିତି ଏକାଏକା ସାରା ଜୀବନ ରହିବ? ଆମେ ମା, ବାପା ହୋଇ ଏମିତି ଦେଖୁଥିବା l ତମକୁ ଏସବୁ ଠିକ ଲାଗୁଛି ? ପ୍ରକାଶ ବାବୁ କହିଲେ ନିର୍ମଳା ନିଜେ ତମେ କହିଲ ତୁମ ପୁଅ ଟିକେ ଖୁସିରେ ରହିବ ବୋଲି ତମେ କେତେ କଣ କରିଚାଲିଛ l ପୁଅକୁ ଖୁସିରେ ଦେଖିବା ପାଇଁ ଚାହୁଁଛ ତେବେ ବିନୋଦ କେମିତି ନିଜ ଝିଅ ଲାଗି ବ୍ୟସ୍ତ ହେବନି l ମୋ କଥା ଶୁଣ ବିନୋଦକୁ ବାହା ହେବା ପାଇଁ ବାଧ୍ୟ କରନି ଯାହା ଭଗବାନଙ୍କ ଇଚ୍ଛା ଥିବ ସେସବୁ ହେବ l ସମୟ ଗାଡି ଚାଲିଥାଏ l ଦେଖୁଦେଖୁ ମାମୁନି ଧୀରେଧୀରେ ବଡ଼ ହେଉଥାଏ l ଘର ପାଖ ସ୍କୁଲରେ ପଢୁଥିଲା ପ୍ରତିଦିନ ବିନୋଦ ସକାଳେ ଝିଅକୁ ସ୍କୁଲରେ ଛାଡିଦିଏ l ଠିକ ସମୟ ଦଶଟା ହେଲା ବେଳକୁ ଜେଜେମା କିମ୍ବା ଜେଜେବାପା ସ୍କୁଲ ପାଖରେ ହାଜର ଟିକେ ଡେରି ହୋଇଗଲେ ମାମୁନିର ଅନେକ ପ୍ରଶ୍ନ ଦେଖିବାକୁ ସିନା ଏତେ ଛୋଟ ଦେଖା ଯାଉଛି ହେଲେ କଥା କହିବ ଯେମିତି ସବୁ ଜାଣିଛି

ତାରିପାଇଁ ଘରଟା ହସି ଉଠୁଥାଏ l ବିନୋଦ ବହୁତ ଭଲପାଏ ଝିଅକୁ l ଦିନେ ମାମୁନି ଜେଜେମାଙ୍କ ସହିତ ଘରକୁ ଫେରୁଥାଏ ସେହି ସମୟରେ କହିଲା, ଜେଜେମା ମୋ ମା କାହିଁକି ମୋତେ ନେବାକୁ ଆସୁନି ? ଘରେ କାହିଁକି ରହୁନି ? ସେ କଣ ବାପାଙ୍କ ଉପରେ ରାଗିଛି କି ? ନିର୍ମଳା ଦେବୀ କହିଲେ, ଆଜି କାହିଁକି ଏମିତି କହୁଛୁ ? ମାମୁନିର ଏହି ପ୍ରଶ୍ନ ପାଇଁ ଯେମିତି ନିର୍ମଳା ଦେବୀ କିଛି ବି କହିଲେନି ଘରକୁ ଫେରି ବିନୋଦକୁ କହିଲେ l ହେଲେ ବିନୋଦ ହସିଲା ଓ ନିଜ କାମରେ ଚାଲିଗଲା l ନିଜ ସ୍ୱାମୀକୁ କହିବାରୁ ସେ କହିଲେ କଣ କରିବା କୁହ ନିଜ ସାଙ୍ଗପିଲାଙ୍କ ମାକୁ ଦେଖି ସେ ନିଶ୍ଚୟ ଏହିକଥା ପଚାରିବ ଦେଖ ଆଗକୁ କଣ ହେଉଛି l ଏମିତି କିଛି ମାସ ବିତି ଚାଲିଥାଏ ହଠାତ ପ୍ରକାଶ ବାବୁଙ୍କ ଜଣେ ଅତି ଘନିଷ୍ଠ ବନ୍ଧୁ ତାଙ୍କ ଘରକୁ ଆସିଲେ ତାଙ୍କୁ ଦେଖି ବିନୋଦ କହିଲେ ବାପା ଆସନ୍ତୁ l ମାମୁନି କହିଲା ବାପା ଏ କିଏ ଆସିଛନ୍ତି l ତମେ ଜେଜେଙ୍କୁ କାହିଁକି ଡାକୁଛ ବିନୋଦ କହିଲେ ଏ ହେଉଛନ୍ତି ଜେଜେଙ୍କ ସାଙ୍ଗ l କିଛି ସମୟରେ ପ୍ରକାଶ ବାବୁ ଓ ନିର୍ମଳା ଦେବୀ ଆସିଲେ ନିଜ ପିଲା ଦିନର ବନ୍ଧୁଙ୍କୁ ଦେଖି ପ୍ରକାଶ ବାବୁ ବହୁତ ଖୁସି ହୋଇଗଲେ l ଏତେ ଦିନ ପରେ କେମିତି ମନେ ପଡିଲା ବୋଲି କହିଲେ ସୁଧାଂଶୁ ବାବୁ କହିଲେ ବୁଝିଲୁ ଇଚ୍ଛା ବହୁତ ଆସିବା ପାଇଁ ହେଲେ ଏତିକି ଦିନରେ ବହୁତ କିଛି ଘଟଣା ଘଟିଯାଇଛି କଣ କହିବି l ନିର୍ମଳା ଦେବୀ କହିଲେ ଆପଣ ଝିଅକୁ ଆଣିଲେନି ସୁଧାଂଶୁ କହିଲେ ଭାଉଜ ସେ ଆସୁଛି ଠିକ ସମୟରେ ଘରକୁ ଆସିଲା ସୁରଭି ଖୁବ ସୁନ୍ଦର ନିର୍ମଳା ଦେବୀ ସୁରଭିକୁ ଦେଖି କହିଲେ ଆଲୋ ମା ଏତିକି ଦିନରେ ତୁ କେତେ ବଦଳି ଗଲୁଣି ଭିତରକୁ ଆସ ସୁରଭି ଚାଲିଗଲା ତାଙ୍କ ସହିତ ଘରକୁ l ପ୍ରକାଶ ବାବୁ କହିଲେ ଶୁଣୁଛ କିଛି ଜଳଖିଆ ଓ ଚାହା ନେଇ ଆସିବ ନିର୍ମଳା ଦେବୀ କହିଲେ ପୁଅକୁ କହିଦିଅ କିଛି ବାହାରୁ କିଣି ଆଣିବ l ସୁରଭି କହିଲା ମୁଁ କରିଦେବି ନିର୍ମଳା କହିଲେ ଝିଅ ତୁ କାହିଁକି କରିବୁ ? ମୋପାଖରେ ବସ l କେତେବେଳେ ତ ଘରକୁ ଆସିଲୁନି ? ସୁରଭି କହିଲା ଆପଣ ବ୍ୟସ୍ତ ହୁଅନ୍ତୁନି l ମୁଁ ଆପଣଙ୍କ ସହିତ କଥା ହୋଇ ଚାହା କରିଦେବି ଓ କିଛି ଖାଇବାକୁ ବନେଇଦେବି ନିର୍ମଳା ଦେବୀ କେତେ କଣ କଥା ପଚାରୁ ଥିଲେ ସେତିକି ବେଳେ ରୋଷେଇ ଘରକୁ ମାମୁନି ଆସିଲା ଓ କହିଲା ଜେଜେମା ଏ କିଏ ? ନିର୍ମଳା ଦେବୀ କହିଲେ ଏ ଝିଅ ହେଉଛି ସୁରଭି ତୋ ଜେଜେଙ୍କ ପିଲାଦିନର ବନ୍ଧୁଙ୍କ ଝିଅ l ସୁରଭିକୁ ଦେଖି ପ୍ରଥମେ ମାମୁନି ଚାହିଁଲା ଧୀରେଧୀରେ ପାଖକୁ ଆସିଲା କିଛି ସମୟ ପରେ ସୁରଭି ମାମୁନି ସହିତ କେତେ କଥା ହେଲା l ନିର୍ମଳା ଦେବୀ କହିଲେ ତମେ ଦୁହେଁବସିଥାଅ l କିଛି ଖାଇବା ଓ ଚାହା ନେଇ ସେ ଭିତରକୁ ଆସିଲେ ଓ କହିଲେ ସୁଧାଂଶୁ ବାବୁ ଦେଖ ଆଜି ମୋ ନାତୁଣୀ ସୁରଭି ସହିତ କେତେ ଖୁସିରେ ବସି କଥା ହେଉଛି l ସୁଧାଂଶୁ କହିଲେ ଆରେ ପ୍ରକାଶ, ତୁ କଣ ମାମୁନିକୁ ଦେଖି କିଛି ବୁଝିପାରୁନୁ ? ପିଲାଟି ମା କଣ ଜାଣି ପାରିଲାନି l ଭଗବାନଙ୍କ ଇଚ୍ଛା ଆଗରେ ଆମେ କହିବାପାଇଁ କିଏ ? ନିର୍ମଳା ଦେବୀ କହିଲେ ସେହି କଥା କହି କହି ମୁଁ ଥକି ଯାଇଛି l ଆମେ ସମସ୍ତେ ତା ପାଖରେ ଥିଲେବି କୋଉଠି ନା କୋଉଠି ତା କୋମଳ ମନ ମାଆର ସ୍ନେହକୁ ଖୋଜୁଛି ତା ଆଖି ଦୁଇଟି ଅନେକ ଭିଡରେ ମା କେମିତି ଦିଶୁଥିବ ମନକୁ ମନ ପ୍ରଶ୍ନ ପଚାରି ଚାଲିଛି l

ପ୍ରକାଶବାବୁ କହିଲେ ମୁଁ ଜାଣେ l ହେଲେ ନିରୁପାୟ କିଛି ବି କରିପାରିବି ନାହିଁ l ସୁଧାଂଶୁ ବାବୁ କହିଲେ ଆରେ ବିନୋଦକୁ କହ ଆଉଥରେ ବିବାହ କରିବାପାଇଁ ଛୋଟ ପିଲା ମାଆର ସ୍ନେହ ଟିକିଏ ପାଇଁ ଚାହିଁରହିଛି l ପ୍ରକାଶ ବାବୁ କହିଲେ ବୁଝିଲୁ ବିନୋଦ ମନରେ ଭୟ ହେଉଛି ଯଦି ସେ ଦ୍ୱିତୀୟ ବିବାହ କରିବ ତେବେ କଣ ସେ ଝିଅ ମାମୁନିକୁ ମାଆର ସ୍ନେହ ଦେଇପାରିବ କାରଣ କୋଉ ଝିଅ କେବେ ଚାହେଁନି କି ତା ସ୍ୱାମୀର ପୂର୍ବରୁ କୌଣସି ସନ୍ତାନ ରହିନଥିବ l ଆଉ ଗୋଟିଏ କଥା ଭାବିଲୁ ମାମୁନି ପାଇଁ ସ୍ନେହ ଆଦର ଦେଇପାରୁଥିବା ଗୋଟିଏ ମାଆଟିଏ ଖୋଜି ଯଦି ଆମେ କିଛି ଭୁଲ କରିବସୁ ତେବେ ଶୋଭା କଣ ଆମକୁ କ୍ଷମା କରିବ ? ଆମରିମାନଙ୍କ ଆଗରେ ନିଜ ନବଜାତ ଶିଶୁକୁ ଜନ୍ମ ଦେଇ ନିଜେ ସାରା ଜୀବନ ପାଇଁ ଆଖି ବୁଜିଦେଲା l ଡାକ୍ତର ଯେତେବେଳେ କହିଲେ ମା ଓ ଛୁଆ ଭିତରୁ କେବଳ ଜଣକୁ ବଞ୍ଚାଇବା ହେବ l ସେହି ସମୟରେ ଶୋଭା ବିନୋଦକୁ କଣ କହିଥିଲା ମୋର ବଞ୍ଚିବା ପାଇଁ ଚିନ୍ତା କରନି ଯିଏ ଏ ଦୁନିଆକୁ ଆସୁଛି ସେ ରହିବା ଦରକାର ଡାକ୍ତରଙ୍କୁ କୁହ ଛୁଆକୁ ବଞ୍ଚାନ୍ତୁ l 

ବିନୋଦ କହିଲା ଶୋଭା ଏତେ ସ୍ୱାର୍ଥପର ହୋଇଯାଇଛ l ତମେ କେତେ ସହଜରେ କହିଦେଲ କେମିତି ମୁଁ ଏକା ବଞ୍ଚିବି କହିଲ ମୋତେ ଛାଡି ଚାଲିଯିବ ବୋଲି ବାଟ ବାଛି ସାରିଛ କେମିତି ଏକା ରହିବି l ଶୋଭା ମୁହଁରେ ଥାଏ ନିଶ୍ଚିନ୍ତାର ହସ କହିଲା ଏ ମୁଁ ତୁମକୁ ଏକା କରି କୁଆଡେ ଯିବି କହିଲ ସବୁଦିନ ତୁମରି ପାଖରେ ଅଳିଅଝଟ କରିବା ପାଇଁ ତୁମରି କୋଳକୁ ଫେରିଆସିବା ପାଇଁ ଯାଉଛି l ମୋତେ ବିଦାୟ ଦିଅ ଓ ଯେଉଁ ଅତିଥି ଆସୁଛି ତାକୁ ସ୍ୱାଗତ କର l ଆମଦୁହିଁଙ୍କୁ କହିଲା ବାପା, ମୁଁ ଜାଣିଛି ଆପଣ ଦୁହେଁ ମୋ ଛୁଆକୁ ବହୁତ ସ୍ନେହଶ୍ରଦ୍ଧା କରିବେ l ତାକୁ କେବେବି ଭାବିବାକୁ ଦେବେନି କି ଏ ଦୁନିଆରେ ତାର ମା ନାହିଁ ବୋଲି l ମୁଁ ବୋହୁ ହୋଇ ଏ ଘରକୁ ଆସିଥିଲି ହେଲେ ଜାଣି ହେଲାନି କେତେବେଳେ ଏ ଘରର ଝିଅ ହୋଇଗଲି ଲୋକେ କୁହନ୍ତି l ଶାଶୁଘର ହେଉଛି ଯମ ପୁର ହେଲେ ମୋପାଇଁ ସେହି କଥାଟି ସମ୍ପୂଣ ଭୂଲ ମୋ ଶାଶୁଘର ଭଳି କାହାର ଶାଶୁଘର ନଥିବ ମୋତେ କେବେବି ଅନୁଭବ ହୋଇନି ମୁଁ ଶାଶୁଘରେ ଅଛିବୋଲି ଯେଉଁ ଘରେ ମୋତେ ଏତେ ସ୍ନେହ ମିଳିଛି ଯେ ମୁଁ ଦିନଟିଏ ପାଇଁ ମୋ ବାପା ଘରକୁ ମନେପକାଇନାହିଁ l ମୋ ସ୍ୱାମୀ ମୋତେ ଏତେ ଭଲପାଇବା ଦେଇଛନ୍ତି ଘରର ସମସ୍ତଙ୍କ ମନରେ ମୋ ଲାଗି ଏତେ ସ୍ନେହଶ୍ରଦ୍ଧା ଓ ଭଲପାଇବା ଅଛି ତେବେ ମୋ ଗର୍ଭର ଶିଶୁକୁ କେତେ ସ୍ନେହଆଦର ନମିଳିବ l ମୁଁ ଦୁନିଆର ଏମିତି ମା ଯିଏ ନିଶ୍ଚିନ୍ତରେ ମାରିବାକୁ ଯାଉଛି ମୋ ପିଲାର କିଛିବି ଅସୁବିଧା ହେବନି ଅନେକ ସ୍ନେହାର୍ଶୀବାଦ ତାକୁ ମିଳିବ l ମୁଁ ଛାଇ ଭଳି ତାରି ପାଖରେ ରହିଥିବି l ଆମ ସଭିଁଙ୍କ ମୁହଁରୁ କଥା ବାହାରୁନଥାଏ l ପ୍ରକାଶ ବାବୁଙ୍କ କଥା ଶୁଣି ସୁରଭି ମାମୁନିକୁ ନିଜ ଛାତିରେ ଭିଡି ଧରି କାନ୍ଦିବାକୁ ଲାଗିଲା ସୁଧାଂଶୁ ବାବୁ ନିଜ ଝିଅପାଖକୁ ଆସି କହିଲେ ଆରେ ମା କଣ ହେଲା ଯ଼ କାନ୍ଦନା ଶୋଭା ବହୁତ ଭାଗ୍ୟବାନ ବିନୋଦ ଭଳି ସ୍ୱାମୀ ପାଇଥିଲା l ଆଜି କିଏ ଏମିତି ଅଛି କହିଲୁ କେହିବି ଯଦି ଝିଅର ଅବହେଳା କରିଦେବ ସେଥିପାଇଁ ସେ ନିଜେ ମାମୁନିର ଦାୟିତ୍ୱ ନେଉଛି l ସବୁକିଛି କଷ୍ଟ ଝିଅ ମୁହଁକୁ ଚାହିଁ ଭୁଲିଯାଇଛି l ପ୍ରକାଶ ବାବୁ ଓ ନିର୍ମଳା ଦେବୀ ଦୁହେଁ କାନ୍ଦିବାକୁ ଲାଗିଲେ ଏହି ସମୟରେ ବିନୋଦ ଆସିଯିବାରୁ ମାମୁନି କହିଲା ବାପା ଦେଖିଲ କେମିତି ସମସ୍ତେ କାନ୍ଦୁଛନ୍ତି l ବିନୋଦ କହିଲା ବୋଉ କଣ ହୋଇଛି ସମସ୍ତେ କାନ୍ଦୁଛନ୍ତି କାହିଁକି ନିର୍ମଳା ଦେବୀ କହିଲେ ବିନୋଦ ମାମୁନି ସବୁଦିନ ମା ପାଇଁ ମନରେ ବହୁତ ଝୁରୁଛି ତୁ ଆଉଥରେ ବାହାହୋଇ ଘରକୁ ବୋହୁଟିଏ ଆଣ l ବିନୋଦ କହିଲା ବୋଉ ତୁ କଣ ଚାହୁଁଛୁ ମୋ ଝିଅର ଗୋଟେ ଏମିତି କଥାରେ ମୁଁ ରାଜି ହେବି ଯାହାକି ତାକୁ ଆଗକୁ ଅନେକ କଷ୍ଟ ଓ ଯନ୍ତ୍ରଣା ଦେବ ମା ରୂପରେ ଗୋଟେ ସାବତ ମା ତାକୁ କେବେ ବି ନିଜର କରି ପାରେନା l ଧୀରେଧୀରେ ସେ ମାମୁନିକୁ ଦେଇଚାଲିବ ଦୁଃଖ ଓ ଯନ୍ତ୍ରଣା, ଯାହା କି ମୁଁ କେବେବି ସହିପାରିବିନି l ସେଥିପାଇଁ ମୋତେ ତମେ କ୍ଷମା କର l ମାମୁନି ଜାଣେନି ସେ କଣ ମାଗୁଛି l 

ଶୋଭାକୁ ମୁଁ କଣ କହିବି ବିଚାରି ମୋରି ହାତରେ ମାମୁନିକୁ ଦେଇ ଶାନ୍ତିରେ ଆଖି ବୁଜି ଥିଲା l ବିନୋଦ ମୁହଁରୁ ଏହି କଥା ଶୁଣି ଯେମିତି ସମସ୍ତେ ଚୁପ ହୋଇଗଲେ କିଛି ସମୟପରେ ସୁରଭି କହିଲା ଆପଣ ମାନେ ଯଦି କିଛି ନ ଭାବିବେ ତେବେ ମୁଁ କିଛି କହିବି ଆପଣ ମାନେ ଯଦି ରାଜି ହୁଅନ୍ତି l ତେବେ ମୁଁ ମାମୁନିର ମା ହେବାକୁ ଚାହେଁ ବିନୋଦ କହିଲା ହେଲେ ମୁଁ ଚାହେଁନି l

ସୁରଭି କହିଲା ଆପଣ ଡରୁଛନ୍ତି କି ମାମୁନିକୁ ମା ରୂପରେ ସାବତ ମା ମିଳିବ ହେଲେ ମୁଁ କହୁଛି ସେମିତି କିଛିବି ହେବନି କାରଣ ଦୁଇ ବର୍ଷ ପୂର୍ବରୁ ଗୋଟିଏ ଦୁର୍ଘଟଣାରେ ମୁଁ ସେହି ସୌଭାଗ୍ୟ ସବୁଦିନଲାଗି ହରାଇଛି l ବାପା କିଛି ସମୟଆଗରୁ ଯେଉଁ ଅଘଟଣ ବିଷୟରେ କହିଲେ ସେ ମୋରି ବିଷୟରେ କହିଲେ ବୋଉ ମୋରି ବିଷୟରେ ଚିନ୍ତା କରି ଆଖି ବୁଜିଲା

ମୁଁ ବି ନିଜକୁ ଦୋଷ ଦେଉଥିଲି କି ମୋପାଇଁ ମୋ ବୋଉ ବାପାଙ୍କ ମନରେ କେତେ ଦୁଃଖ ଅଛି l ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ହେଲେ ଆଜି ମାମୁନି ସହିତ କଥା ହୋଇ ଓ ଆପଣମାନଙ୍କ ସବୁ କଥା ଶୁଣି ଜାଣିପାରିଲି ଭଗବାନ ମୋତେ ଠିକ ଜାଗାକୁ ଆଣିଛନ୍ତି l ବାହାଘର କେବଳ ଗୋଟିଏ ବାହାନା ସେ ମାମୁନି ଓ ମୋତେ ଏକାଠି କରିବାକୁ ଚାହୁଁଥିଲେ l ମୁଁ ଭାବିନେଇଥିଲି କେହିକେବେ ମୋତେ ମା ଡ଼ାକିବନି ହେଲେ ଏବେ ଜାଣିଲି ମୋ ଭଳି ମାମୁନି ବି ସେହି ସ୍ନେହପରସ ପାଇଁ ଚାହିଁ ରହିଛି l ଆପଣ ମୋତେ ନିଜ ସ୍ତ୍ରୀ ରୂପରେ ଗ୍ରହଣ କରନ୍ତୁ ଓ ମାମୁନିର ମା ହେବାର ସୌଭାଗ୍ୟ ଦିଅନ୍ତୁ l ମୁଁ କେବେବି ଆପଣଙ୍କୁ ଜୋରକରି କହିବିନି କି ମାମୁନିକୁ ସାବତ ମା ଆସିଛି ବୋଲି ଭାବିବାକୁ ଦେବିନି l ପ୍ରକାଶ ବାବୁ ନିର୍ମଳା ଦେବୀ ଓ ସୁଧାଂଶୁ ବାବୁ ସମସ୍ତଙ୍କ ମନକୁ ଏହି କଥାଟି ମନକୁ ପସନ୍ଦ ଲାଗିଲା ନିର୍ମଳା ଦେବୀ କହିଲେ ବିନୋଦ ଦେଖ ଭଗବାନ ବହୁତ ଦୟାଳୁ ଯିଏ ଯାହା ଚାହୁଁଥିଲା ସେ ଠିକ ସମୟରେ ସେହି ଜାଗାରେ କିଭଳି ଦୁହିଁଙ୍କୁ ଏକାଠି କରିଦେଲେ l ତାଙ୍କ ଲୀଳା କେବଳ ସେହି ଜାଣିଛନ୍ତି ହେ ମହାପ୍ରଭୁ ତୁମେ ହି ଜାଣିଛ ତୁମରି କଥା ବିନୋଦ କେବଳ ମାମୁନିକୁ ଚାହୁଁଥାଏ l ମାମୁନି ବିନୋଦ ମୁହଁକୁ ଚାହୁଁଥାଏ ପାଟି ଖୋଲୁନଥାଏ ହେଲେ ଆଖିରେ ଯେମିତି କହୁଥାଏ ଅନେକ କଥା ବିନୋଦ ମାମୁନି ପାଖକୁ ଆସି ପଚାରିଲେ l ମାମୁନି ତୁ କଣ ଚାହୁଁଛୁ ମୁଁ ତୋପାଇଁ ସବୁ କରୁଛି ତୋତେ ଗାଧୋଇ ଦେଉଛି ଖୁଆଇଦେଉଛି ତୋତେ ପାର୍କ ନେଉଛି ଗପ କହୁଛି ଯେତେବେଳେ କୌଣସି ନୂଆଁ ଜାଗାକୁ ଯାଉଛି ତୋ ପାଇଁ ଖେଳନା ଆଣୁଛି l ସ୍କୁଲ ନେଉଛି କହିଲୁ ମା କଣ ଆଉ ଆଣିବି ଏହି କଥା କହିକହି ବିନୋଦ ଆଖିରେ ଲୁହ ବୋହି ଚାଲୁଥାଏ l କାନ୍ଥରେ ଶୋଭାର ଫୋଟୋ ପାଖକୁ ଚାହିଁ ବିନୋଦ କହିଲା ଦେଖୁଛ କେମିତି ସମସ୍ତେ ମୋତେ କଣ କହିଚାଲିଛନ୍ତି l ଶୋଭା ମୋତେ ଅଧା ବାଟରେ ଛାଡି ବାଟକାଢି ଆଗକୁ ଚାଲିଗଲ ବହୁତ ବଡ଼ ଦାଇତ୍ୱ ମୋତେ ଦେଇଛ ଭାବିଥିଲି ଆମ ମାମୁନିକୁ ବାପା ଓ ମା ଦୁହିଁଙ୍କ ଭଲପାଇବା ଦେଇ ବଡ଼ କରିବି l ହେଲେ ମୋର କିଛି ସ୍ନେହ ବୋଧେ ବାକି ରହିଗଲା l ତମେ ନିଜେ କହିଲ ସବୁକିଛି ଆମ ଝିଅପାଇଁ ଆଣିଛି ଆଉ କଣ ଆଣିବି କୁହ l ଠିକ ସମୟରେ ମାମୁନି ଧୀରେଧୀରେ ଆସି ବିନୋଦ ହାତକୁ ଧରି କହିଲା ବାପା ମୋ ପାଇଁ ବୋଉ ଆଣିଦିଅ l ଏତିକି କହି ସେ କାନ୍ଦିବାକୁ ଲାଗିଲା ବିନୋଦ ମଧ୍ୟ ମାମୁନିକୁ ଛାତିରେ ଭିଡ଼ିଧରି କାନ୍ଦିବାକୁ ଲାଗିଲେ ନିର୍ମଳା ଦେବୀ ପୁଅ ପାଖକୁ ଆସି କହିଲେ ବିନୋଦ ମାମୁନି ଯାହା କିଛିବି କହୁଛି ନିଜ ମନରୁ କହୁଛି ସେହି କଥାପାଇଁ କେହିବି ତାକୁ ବାଧ୍ୟ କରିନାହାଁନ୍ତି l ସୁଧାଂଶୁ ଓ ପ୍ରକାଶ ବାବୁ ଦୁହେଁ ବିନୋଦ ପାଖକୁ ଆସି ଝିଅ କଥାରେ ରାଜି ହେବାପାଇଁ କହିଲେ l ବିନୋଦ କହିଲ ଠିକ ଅଛି କେବଳ ଆମ ଦୁଇ ପରିବାର ମଧ୍ୟରେ ଏହି ବାହାଘର ହେବ ଓ ମନ୍ଦିରରେ ହେବ l ମାମୁନି ଆଖିରୁ ଲୁହ ପୋଛି ବିନୋଦ କହିଲେ ଏବେ ତୋମନ ଖୁସିତ l ମାମୁନି କହୁଥାଏ ହଁ ବାପା ମୋ ସାଙ୍ଗମାନେ ଦେଖିବେ ମୋର ବି ବୋଉ ଅଛି ଏଥର ସବୁଦିନ ମୋତେ ସ୍କୁଲ ନେବାକୁ ଆସିବ ମୋର ସବୁ ସାଙ୍ଗ ଦେଖିବେ l କିଛିଦିନ ପରେ ବ୍ରାହ୍ମଣକୁ ପଚାରି ଗୋଟିଏ ଭଲଦିନ ଦେଖି ବିନୋଦ ସହିତ ସୁରଭିର ବାହାଘର ଶେଷ ହୋଇଗଲା l ସୁରଭି ମାମୁନିକୁ ଝିଅ ରୂପରେ ପାଇ ବହୁତ ଖୁସି ମାମୁନିର ବୋଉ ବୋଉ ଡାକରେ ଘରଟା ଯେମିତି କମ୍ପିଯାଉଥାଏ l ଏବେ ପ୍ରତିଦିନ ମାମୁନିକୁ ବିନୋଦ ସ୍କୁଲରେ ଛାଡିଦେଲେ ସୁରଭି ଦିନ ଦଶଟାରେ ଯାଇ ମାମୁନିକୁ ସ୍କୁଲରୁ ନେଇଆସେ ମାମୁନି ଯେମିତି ଅପେକ୍ଷା କରି ରହିଥାଏ କେତେବେଳେ ତା ବୋଉ ଆସିବ ଓ ସାଙ୍ଗମାନେ ତା ବୋଉକୁ ଦେଖିବେ ପ୍ରକାଶବାବୁ ନିର୍ମଳା ଦେବୀଙ୍କୁ କହିଲେ ଦେଖୁଛ ବିନୋଦ ବାହାଘର ପାଇଁ କେତେ ବ୍ୟସ୍ତ ହେଉଥିଲ

ଦେଖିଲ ଭଗବାନ ସବୁକିଛି ଠିକ କରି ରଖିଥିଲେ l ନିର୍ମଳା ଦେବୀ କହିଲେ ତମେ ଠିକ କହୁଛ ମୋର ବହୁତ ଚିନ୍ତା ଥିଲା ବିନୋଦ କଣ କରିବ ମାମୁନି କେମିତି ମାର ସ୍ନେହ ପାଇବ କିନ୍ତୁ ଜାଣି ହେଲାନି ଠାକୁରେ ଅସଜଡ଼ା ଜିନିଷ ଗୁଡିକୁ କେତେ ସୁନ୍ଦର ଭାବରେ ସଜାଡିଦେଲେ l ସେହିସମୟରେ ସୁରଭିର ବାପା ସୁଧାଂଶୁ ବାବୁ ଆସି ପହଞ୍ଚିଗଲେ ପ୍ରକାଶ ବାବୁ କହିଲେ ଆରେ ଆସ କେତେ ଦିନପରେ ଆସିଲୁ l ନିର୍ମଳା ଦେବୀ କହିଲେ ମୁଁ ଚାହା ନେଇ ଆସୁଛି ତମେ ଦୁହେଁ ବସ ଠିକ ସମୟରେ ପ୍ରକାଶ ବାବୁଙ୍କ ଫୋନ ଟି ବାଜିଉଠିଲା ନିର୍ମଳା ଦେବୀ କହିଲେ କଣ କହୁଥିଲୁକି l ବିନୋଦ କହିଲା ବୋଉ ମାମୁନିକୁ ଆଣିବା ପାଇଁ ବାପା ଯାଇନାହାଁନ୍ତି l ନିର୍ମଳା କହିଲେ ଆରେ ସୁରଭି ଚାଲିଯାଇଛି ସେ ମାମୁନିକୁ ନେଇ ଆସିବ ତୁ ବ୍ୟସ୍ତ କାହିଁକି ହେଉଛୁ l ବିନୋଦ କହିଲା ବୋଉ ଝିଅକୁ ଆଣିବା ପାଇଁ ବାପା ଯାଇଛନ୍ତି l ନିର୍ମଳା ଦେବୀ କହିଲେ ନା ସୁରଭି ଯାଇଛି ପ୍ରକାଶ ବାବୁ କହିଲେ ବହୁତ ଜୋରରେ ଖରା ହେଉଛି ବିନୋଦ ଶୀଘ୍ର ଗଲୁ ସେ ଦୁହିଁକୁ ନେଇ ଆସିବୁ ବିନୋଦ କହିଲା ବାପା ମୁଁ ଯାଉଛି ବ୍ୟସ୍ତ ହୁଅନି l ସୁଧାଂଶୁ କହିଲେ ଭଗବାନ ସବୁ ଠିକ କରିଦେଲେ l ସ୍କୁଲ ଛୁଟି ହେବା ପୂର୍ବରୁ ସୁରଭି ସେଠି ଛିଡା ହୋଇଥିଲା l ବିନୋଦ କହିଲା ତମେ କାହିଁକି ଆସିଲ ସୁରଭି କହିଲା ଦାୟିତ୍ୱ ନେଇଛି ଭୁଲିଯିବି କେମିତି ସେହି ସମୟରେ ବିଦ୍ୟାଳୟର ଘଣ୍ଟି ଟି ବାଜିଉଠିଲା l ମାମୁନି ଯେତେବେଳେ ଦେଖିଦେଲା ବାପାଙ୍କ ସହିତ ସୁରଭି ମଧ୍ୟ ଆସିଛି ଖୁସିରେ ଦୌଡି ଆସୁଥାଏ l ତା ସାଙ୍ଗ ମାନେ କହିଲେ ଆରେ ଏତେ ଜୋରରେ କୁଆଡେ ଯାଉଛୁ ମାମୁନି କହୁଥାଏ ଦେଖ ସମସ୍ତେ ଆଜି ମୋତେ ନେବା ପାଇଁ ମୋ ବାପାଙ୍କ ସହିତ ମୋ ବୋଉ ଆସିଛି l ତା ସାଙ୍ଗମାନେ ବିନୋଦ ପାଖରେ ସୁରଭିକୁ ଦେଖି ଖୁସି ହୋଇଗଲେ l ବିନୋଦ କହିଲା ସୁରଭି ମୁଁ ମାମୁନିକୁ କେତେ ଦିନ ପରେ ଏତେ ଖୁସି ଦେଖିଲି l ତୁମକୁ ଧନ୍ୟବାଦ ମୋ ଝିଅକୁ ଏତେ ସ୍ନେହ ଦେଇଥିବାରୁ l ସୁରଭି କହିଲା ଆପଣଙ୍କୁ ମଧ୍ୟ ଧନ୍ୟବାଦ ମୁଁ ବିଶ୍ୱାସ ରଖିନଥିଲି ମୁଁ କାହାଠାରୁ ବୋଉ ଡାକ ଶୁଣିବି ବୋଲି l ମାମୁନି କହିଲା ବାପା କାଲି ଠାରୁ ତମେ ଦୁହେଁ ମୋତେ ନେବାପାଇଁ ଆସିବ l ବିନୋଦ ଓ ସୁରଭି ଦୁହେଁ କହିଲେ ଠିକ ଅଛି ଆମେ ଦୁହେଁ ସବୁଦିନ ଆସିବୁ l ଏବେ ବିନୋଦ ସୁରଭି ଓ ମାମୁନିକୁ ସାଥିରେ ନେଇ ଘରକୁ ବାହାରିଲେ l ଭଗବାନଙ୍କ ଇଚ୍ଛା କେବଳ ସେହି ଜାଣିଛନ୍ତି l କେଉଁଠି କାହାକୁ କଣ ଦେଇଦେବେ ତାଙ୍କ ବ୍ୟତୀତ କେହି ବି ଜାଣିବେନି ଧନ୍ୟ ପ୍ରଭୁ ଧନ୍ୟ ତୁମରି ଲୀଳା ହେ ଦୟାମୟ ତୁମ ପାଦ ତଳେ ମୋର କୋଟି ପ୍ରଣାମ l 



Rate this content
Log in

Similar oriya story from Tragedy