Rajesh Kumar Barik

Tragedy

3  

Rajesh Kumar Barik

Tragedy

ମୋ ବାପା

ମୋ ବାପା

3 mins
263


ମ୍ୟାଟ୍ରିକ୍ ରେଜଲ୍ଟ ବାହାରିବାର ଥାଏ ହାତରେ ମୋବାଇଲକୁ ଧରି ଏକାକୀ ପୋଲ ଉପରେ ବସିଥାଏ ରାଜୁ । ମନରେ ଥାଏ ଅନେକ ବିତୃଷ୍ଣାର ସମ୍ଭାବନା ..କାହିଁକି ନା......ବାପା ଭାରି ରାଗି, ପରୀକ୍ଷାର ରେଜାଲ୍ଟ ଖରାପ ହେଲେ ବହୁତ ଗାଳି କରିବେ, ବହୁତ ମାଡ ମାରିବେ, ଖାସ୍ ସେଇଥିପାଇଁ ଆଜି ଡିଉଟି ନ ଯାଇ ଘରେ ବସିଛନ୍ତି । ତାଙ୍କର ବୋଲି ଗୋଟେ ବିବେକ ନାହିଁ ଯେତେବେଳେ ଦେଖିବେ ଯାହା ସହ ଦେଖିବେ ସବୁ ବେଳେ ଗାଳି କରିବେ, ତାଙ୍କ ଠାରୁ ଗାଳି/ ମାଡ ଖାଇବା ଅପେକ୍ଷା ନଈରୁ ତଳକୁ ଡେଇଁ ପଡିବା ବହୁତ ଭଲ । କେମିତିକା ବାପା କେଜାଣି ସବୁବେଳେ ମଣିଷଟା ଉପରେ ରାଉ ରାଉ ହେଉଥିବ ଟାକେ ଶାନ୍ତିରେ ଟିଭି ଦେଖେଇ ଦେବେନି କି ଫୋନରେ ଗେମ୍ ଖେଳିବାକୁ ଦେବେ ନାହିଁ ସବୁବେଳେ କଣ ନା ପାଠ,ପାଠ,ପାଠ ଆଜି ଯେମିତି ହେଲେ ଗୋଟେ ଫଇସଲା ହୋଇଯିବ। ପରୀକ୍ଷାରେ ପାସ୍ କଲେ ଘରକୁ ଯିବି ନହେଲେ ପୋଲ ତଳକୁ! 

   ଫୋନ୍ର ରିଂ ଶବ୍ଦରେ ଚମକି ପଡିଲା ରାଜୁ, ସାଙ୍ଗ ଆକାଶ ଫୋନ୍ କରିଥାଏ, ତରବର ହୋଇ ଫୋନଟାକୁ ରିସିଭ୍ କରିନେଲା 

ରାଜୁ--- ହେଲୋ ଆକାଶ...... ରେଜାଲ୍ଟ କଣ ହେଲା? ତୁ ଦେଖିଲୁଣିନା ନାହିଁ। ଦେଖିକି ଜଲ୍ଦି କହ ନା, ଭୋକ ଲାଗଲାଣିରେ ସକାଳ ପହରୁ କିଛି ଖାଇନିରେ.......

ଆକାଶ---- ପିଣ୍ଟୁ,ଅମର,ପାଣି,ବାପି ସବୁ ଫାଷ୍ଟକ୍ଲାସ୍

ରାଜୁ---- (ହସ ହସ ମୁହଁ ରେ) ଆଉ ତୋର 

ଆକାଶ ---- ଜଷ୍ଟ ପାସ୍ 

ରାଜୁ ----- (କନ୍ଫ୍ୟୁଜ୍ ହୋଇ ଧୀର ସ୍ୱରରେ) ଆଉ ମୋର ........ 

ଆକାଶ------ ତୁ ଫେଲ୍ ହୋଇ ଯାଇଛୁ

ରାଜୁ ----(ବିଷାଦରେ) ହଉ ଠିକ୍ ଅଛି, ରଖୁଛି କହି ମୋବାଇଲଟାକୁ ପାଖରେ ରଖିଦେଇ ଉଦାସରେ ବସି ରହିଥାଏ । ଆଖିରୁ ବହି ଚାଲିଥାଏ ଅନବରତ ଅଶ୍ରୁ । ଖାଲି ମନରେ ଭାବୁଥାଏ ଘରକୁ ଗଲେ ବାପା ବହୁତ ମାରିବେ ବହୁତ ଗାଳି କରିବେ, ଛାର ଏ ଜୀବନ ରଖିକି କି ଲାଭ ? ତା ଠୁ ମରିଯିବା ଶତ ଗୁଣେ ଭଲ, ଗାଆଁ, ପଡିଶା,ବନ୍ଧୁ -ବାନ୍ଧବ, ସମସ୍ତେ ପଚାରି ପଚାରି ବିରକ୍ତ କରିଦେବେ ଆଉ ସମସ୍ତଙ୍କୁ ମୁଁ ଫେଲ୍ ହୋଇଛି କହି କହି ଅପମାନର ମୁହଁ ରଖିବା ଅପେକ୍ଷା ମରିଯିବା ଟା ବହୁତ ଭଲ ..... ଫୋନ୍ ରିଂ ହେବାରେ ଲାଗିଥାଏ ତଥାପି ନଜର ନଥାଏ । 

  ମନରେ ସାହାସ ବାନ୍ଧି ବସିଥିବା ସ୍ଥାନରୁ ଛିଡା ହେଲା ପୋଲ ତଳେ ଅତାଳ ପାଣି ଡର ଲାଗୁଥାଏ, ମାଆଙ୍କ କଥା ବହୁତ ମନେ ପଡୁଥାଏ ଖାଲି କହୁଥାଏ ଭଗବାନ ତୁମେ ଏମିତି କାହିଁକି କଲ ? ମୁଁ ଯାଉଛି ତୁମ ପାଖକୁ ମାଆ ମୋତେ କ୍ଷମା କରିଦେବୁ କହି ଆଖି ବୁଜି ତଳକୁ ଡେଇଁଲା ବେଳକୁ କେହି ଜଣେ ହାତଟାକୁ ଧରିନେଲେ । ଆଖି ଖୋଲି ପଛକୁ ଚାହିଁ ଦେଖେତ ସାମ୍ନାରେ ଛିଡା ହୋଇ ଥାଆନ୍ତି ବାପା ।

   ମନରେ ଅସୁମାରୀ ଭୟରେ ଡରରେ ହାତ ଗୋଟିଏ ଗୋଟାପଣି ଥରୁଥାଏ, ମୁହଁରେ ଗମ୍ ଗମ୍ ଝାଳର ଝଲକ, କାନ୍ଦୁ ନଥାଏ କି ହସୁ ନଥାଏ । ଖାଲି ମୁହଁକୁ ପୋତି ଛିଡା ହୋଇଥାଏ । 

 ହସ ହସ ମୁହଁରେ ପ୍ରେମ ଭରା ସ୍ପର୍ଶ ଦେଇ ହାତରେ ଛାତିକୁ ଚାପି ନେଲେ ବାପା, ମନରେ ଥିବା କୋହକୁ ଆଉ ସମ୍ଭାଳି ପାରିଲା ନାହିଁ ରାଜୁ, କାନ୍ଦି କାନ୍ଦି ଖାଲି କହୁଥାଏ, ବାପା ଆଉ କେବେ ବି ଭୁଲ କରିବି ନାହିଁ । କ୍ଷମା କରିଦିଅ ବାପା । ବାପା ......ଏପର୍ଯ୍ୟନ୍ତ ଭୁଲ ତୁ କିଛି ବି କରିନୁ, କିନ୍ତୁ ଏବେ ଭୁଲ କରି ଦେଇଥାନ୍ତୁ । ଆଉ ଯେଉଁ ଭୁଲର ଭରଣା କେହି କରିପାରି ନଥାନ୍ତେ। ଜୀବନ ତ ଗୋଟିଏ ବଡ ପରୀକ୍ଷା ଇଏତ ତାର ଏକ ଅଂଶ । ଯଦି  ଆମେ ହାରିବା ନାହିଁ ତେବେ ଜିତିବା କେମିତି, ଯଦି  ଆମେ ପରିଶ୍ରମ କରିବା ନାହିଁ ତେବେ କାନ୍ଦିବା କାହିଁକି। ରାଜୁ ଖାଲି ବାପାଙ୍କୁ ଜାବୁଡି ଧରି ନୀରବରେ ଆଖିରୁ ଲୁହ ଝରାଉ ଥିଲା ।

    

    ସେଦିନ ବାପାଙ୍କର ସେଇ କେତେ ପଦ କଥା ତାଙ୍କ ବିଶାଳ ହୃଦୟର ଭଲପାଇବା ଭିତରକୁ ଟାଣି ନେଇଥିଲା, ଉପରେ ଟାଣ ଟାଣ କଥା କହୁଥିବା ହୃଦୟ ଭିତରେ ଅଶରନ୍ତି ଭଲପାଇବା ରଖିଥିବା ବ୍ୟକ୍ତି ହିଁ କେବଳ ବାପା ହିଁ ହୋଇ ପାରନ୍ତି ବୋଲି ହୃଦୟଙ୍ଗମ ହେଲା। ଆଜି ପାଖରେ ବାପା ନାହାନ୍ତି କିନ୍ତୁ ତାଙ୍କର ପ୍ରତ୍ୟେକଟି କଥା ମୋର କାମରେ ଆସୁଛି । *ମୋ ବାପା ହିଁ ମୋ ଆଦର୍ଶ*

    ****



Rate this content
Log in

Similar oriya story from Tragedy