Madhabi Patel

Tragedy

3.4  

Madhabi Patel

Tragedy

ମକର

ମକର

3 mins
169



ମକର ଆସିଲେ ମନେପଡେ ଗାଁ କଥା ।ପାଖ ଆଖ ଗାଁ ମାନଙ୍କରେ ବିଭିନ୍ନ ଦିନରେ ମକରମେଳା ହୁଏ।ଆମେ ସବୁ ପିଲାଦଳ ଏଥିପାଇଁ ଆଗରୁ ଟଙ୍କା ସଂଚୟ କରି ରଖୁଥାଉ।ମକରରେ ଭିଭିନ୍ନ ଜିନିଷ କିଣାହବ ଯେମିତି ପଢା ପାଇଁ ରଙ୍ଗ ପେନ୍ସିଲ କମ୍ପାସ ଖାଇବା ଜିନିଷ ଭିତରେ ରାଶିଲଡୁ ପେଡା ବଡା ପକୁଡି ବିଶେଷକରି କେସେରକନ୍ଦା।ହେଲେ ମୁଁ ସବୁବେଳେ ଅଲଗାଥିଲି ସବୁସାଙ୍ଗ ନିଜ ବ୍ୟବହାର ଜିନିଷ କିଣିଲାବେଳେ ମୁଁ ଆମଘରେ କେଉଁ ଜିନିଷର ଅଭାବ ଅଛି ସେ କଥାଭାବେ।ସେତେବେଳେ ତ ସମସ୍ତଙ୍କ ଘରେ କଂସା ପିତଲ ଜିନିଷ ବ୍ୟବହାର ହେଉଥିଲା।ଆମଘରେ କାଚ ଗ୍ଲାସ କପ୍ ପ୍ଲେଟ ନ ଥାଏ ମୁଁ ମୋର ସଂଚିତ ଟଙ୍କାରୁ କିଛି ରେ ମାନେ ଦଶପଇସାର କେଶେର କନ୍ଦା ଓ ଦଶ ପଇସାର ରାଶିଲଡୁ କିଣି ଯାହାବଳେ ସେଥିରେ କୋଉଥର କପ୍ ପ୍ଲେଟ ତ କୋଉଥର କାଚଗ୍ଲାସ ନେଇଆସେ। ମାଆ ଖୁସି ହେଇଯାଏ ଅନ୍ୟ ମାନଙ୍କ ପାଖେ କୁହେ ମୁନୀ ଟା କେମିତିକା ଝିଅ ନିଜପାଇଁ କିଛି ନ କିଣି ଘରଜିନିଷ କିଣିଆଣିଛି।ସମସ୍ତେ କୁହନ୍ତି ଭଲ ଅଭ୍ୟାସ ଭଲ ଗୃହିଣୀ ହେବ।ଆମେ ଚାଷି ଘର ଟିକେ ଅଭାବି ପରିବାର।ଚାଷରେ ଯାହାହୁଏ ଖାଇବା ପିଇବା ଆରାମରେ ହେଇଯାଏ ହେଲେ ଟଙ୍କା ପଇସା ଆୟର କିଛିପନ୍ଥା ନ ଥାଏ।ଅନ୍ୟ ମାନେ ଧାନବିକ୍ରିକରି ନୂଆଡ୍ରେସ କିଣନ୍ତି ମକର ପାଇଁ ହେଲେ ମୋ ପାଇଁ କେବେ ନୂଆ ହୁଏନି ଗୋଟେ ଡ୍ରେସକୁ ବାହାରେ ପିନ୍ଧିବା ପାଇଁ ସମ୍ଭାଳିକି ରଖିଥାଏ ଆଇରନ୍ କରି ତାହା ଯାତରାର ପିନ୍ଧେ।ବାକିଦିନ ନିତିପିନ୍ଧା ଗୁଡା ପିନ୍ଧେ ହେଲେ ମୋ ବଡ ଭଉଣୀ ଓ ଛୋଟପାଇଁ ଯେମିତିହେଲେ କିଣା ହୁଏ ସେମାନେ ମାନିବା ଯନ୍ତୁ ନଥିଲେ। ନହେଲେ ଘରେ ଅଶାନ୍ତି କରିଦେବେ।ଥରେ ମୋର ସଂଚିତ ଡ୍ରେସଟା ବି ନିତ୍ୟବ୍ୟବହାର କରିଦେଲି। ଆଉ ଅସୁବିଧା ହେତୁ ନୂଆ କିଣା ହେଇ ପାରିନ ଥାଏ। ମକର ଆସିଲା ସମସ୍ତେ ଖୁସି ହେଉଥାନ୍ତି ଯାତ୍ରା ଯିବାକୁ ହେଲେ ମୁଁ ମନମାରି ବସିଥାଏ। ଜାଣୁଥାଏ ଘରେ ନିଶ୍ଚିତ ବାପାମାଆ ଅସୁବିଧାରେ ଅଛନ୍ତି ନହେଲେ ତା ପାଇଁ ଡ୍ରେସଟେ ନିହାତି କିଣିଥାନ୍ତେ।ବାପା ଧାନ ବିକିବାକୁ ଚାହାଁନ୍ତି ନାହିଁ ।ଧାନରେ ହାତ ମାରିଲେ କାଳେ ବର୍ଷ ଶେଷକୁ ନିଅଣ୍ଟ ହେବ ପିଲାଏ ଭୋକକଷ୍ଟ ପାଇବେ।ହେଲେ ଗାଁର ଅନ୍ୟମାନେ ଧାନ ବିକି ନୂଆକପଡା କିଣୁଥିଲେଓ

ବର୍ଷ ଶେଷ ବେଳକୁ ଅମଳ ହେବା ଆଗରୁ ଚାଉଳ ସରିଯିବାରୁ ଖାଇବାର କଷ୍ଟ ଭୋଗୁଥିଲେ।ବାପା କୋଣସି ମତେ ଅନ୍ୟ କିଛି ବ୍ୟବସାୟ କରି ବା କୋଉଠି କଣ୍ଟାକ୍ଟ୍ରି ଟେ ପାଇଲେ ସେଇ କମାଣିରେ ସମସ୍ତଙ୍କ ପାଇଁ ଦରକାରି ଜିନିଷ କିଣୁଥିଲେ।ହେଲେ ସେଥର ସେ କାମକରିଥିବା ଜାଗାରୁ ଟଙ୍କା ମିଳିଲାନି।

ମୁଁ ଯାତ୍ରାଯିବା ପାଇଁ ମନା କରିଦେଲି ସାଙ୍ଗ ମାନଙ୍କୁ।ମୋର କାନ୍ଦୁରୁ ମାନ୍ଦୁରୁ ମୁହଁ ଦେଖି ମାଆ ମନବି ବହୁତ ଦୁଃଖ।ହେଲେ କଣ କରିପାରିବ ।ତା ପାଖରେ ବେଶିହେଲେ ସଂଚିତ କରିଥିବା ଟଙ୍କା ଆଠ ଦଶ ଥିବ ଯାହା ସେ ଆମକୁ ଯାତ୍ରଖର୍ଚ ଦେବାକୁ ଯୋଗାଡ କରିଥିବ ତାହାପୁଣି ବାଡିର ପରିବାଦରବ ବିକ୍ରିକରି ଯୋଗାଡିଥିବ।ନହେଲେ ସେ କୋଉଠୁ ଆଣିବ?ଆଜିକାଲି ସିନା ବୋହୁମାନେ ଚାକିରି କରୁଛନ୍ତି ବୋଲି ହାତରେ ପଇସା ରହୁଛି।ଆଗ ତ ସ୍ବାମୀ ହାତଟେକା ପଇସାର ସମସ୍ତେ ଚଳୁଥିଲେ।ମାଆର ସରାଗ ବି ମରିଯାଇଥାଏ ହେଲେ ଛୋଟ ଭଉଣୀ ପାଇଁ ତାକୁ ଯାତ୍ରା ଯିବାକୁ ପଡିବ।ସେ ଘରେ ଆମପାଇଁ ପକୁଡି ଓ ରାଶିଲଡୁ ତିଆରି କରିଦେଲା।ହେଲେ ସେଥିରେ ବି ମୋର ମନ ଖୁସି ହେଲାନି। ସାଙ୍ଗମାନେ ସମସ୍ତେ ଯାଉଛନ୍ତି ହେଲେ ସେ ଯାଇପାରୁନି। ସେଇଟା ଦୁଃଖର କାରଣ।ବଡ ଭଉଣୀ ସେତେବେଳେ ସହରରେ ରହି ପଢୁଥାଏ।ପ୍ରତିଥର ସେ ମକରରେ ଆସେ ହେଲେ ସେଥର ଆସି ନ ଥିଲା।

ହେଲେ ସେଦିନ ସକାଳ ବସରେ ସେ ପହଞ୍ଚିଲା ବାରଟାବେଳେ।ବସ୍ ଷ୍ଟେସନ ରୁ ଚାଲିକି ଆସିବାକୁ ହୁଏ ଗାଁକୁ ସେଥିପାଇଁ ସେ ପହଞ୍ଚିବା ବେଳକୁ ଏକ ବଜି ସାରିଥାଏ। ପିଲାମାନେ ସବୁ ପୂରାପ୍ରସ୍ତୁତ ହେଇ ସାରିଥାନ୍ତି ରଙ୍ଗ ବେରଙ୍ଗ ନୂଆଜାମା ପଟା ପିନ୍ଧି।ସ୍ତ୍ରୀମାନେବି ନୂଆ ଶାଢି ପିନ୍ଧି ନୂତନ ଉତ୍ସାହରେ ଯାତ୍ରାପାଇଁ ବାହାରିଥାନ୍ତି।

ମାଆବି ମନଦୁଃଖକରି ବାହାରୁଥାଏ ଏକ ସଂଚିତ ନୂଆଲୁଗା ପିନ୍ଧି।ମୁଁ ବାଡିପଟେ ଯାଇ ଲୁଚିଲୁଚି କାନ୍ଦୁଥାଏ।ସେତେବେଳେ କିଏଜଣେ ପଛଆଡୁ ମତେ ବୁଲାଇ ତା ଆଡେ ଆଗ କରିଦେଲା।ସେ ଆଉ କେହି ନ ଥିଲା ମୋର ବଡଭଉଣୀ ହିଁ ଥିଲା। ସେ ମୋ ମୁହଁକୁ ଟେକି କହିଲା କଣ ପାଇଁ ମୋ ଭଉଣୀ ର ମନ ଏତେ ଦୁଃଖ?ଏବେ ତୋର ବଡଭଉଣୀ ଆସିଯାଇଛି ତୁମ ଦୁଇଜଣଙ୍କ ପାଇଁ ନୂଆଡ୍ରେସ ବି ଆଣିଛି ।ଏଇ ନେ ଆଉ ପିନ୍ଧିକି ରେଡି ହେଇ ଯାଅ।ମୁଁ ଟିକେ ଗାଧୋଇକି ରେଡି ହୋଇଯାଏ ତାପରେ ସାଙ୍ଗରେ ସମସ୍ତେ ଯାତ୍ରାକୁ ଯିବା।

ମୋ ହାତରେ ମିଟୁ ରଙ୍ଗର ଏକ ହାତ ସିଲେଇ ଗାଉନ ଥିଲା ଯାହା ନାନୀ ନିଜ ଚଳିବା ଖର୍ଚରୁ ବଞ୍ଚାଇ ଆମ ଭଉଣୀ ମାନଙ୍କ ପାଇଁ ସିଲେଇଖରଚ୍ଚ ଆଡେଇବାକୁ ପଢାଟାଇମ ରେ ପାଠ ନ ପଢି ଆମପାଇଁ ସିଲେଇ କରି ଆଣିଥିଲା।ଆଉ ମୁଁ ବେଲୁନ୍ ର ପବନ ଢିଲିଦେଲେ ଯେମିତି ହାତରୁ ଉଡିଯାଏ ସେମିତି ଉଡିବୁଲୁଥିଲି ଏସାଙ୍ଗ ଘରୁ ସେ ସାଙ୍ଗ ଘରକୁ।ଅଭାବୀ ପରିବାରର ସେ ନିବିଡ ଭଲ ପାଇବା ପଇସା ହେଲେ କୁଆଡେ ଉଭାନ୍ ହେଇଯାଏ ନିଜ ନିଜର ଇଗୋ ପାଇଁ।ଆଜି ମକରରେ ମନେ ପଡିଗଲା ସେ ହୃଦୟ ତଳର ସ୍ମୃତି।ସମସ୍ତଙ୍କୁ ମୋର ମକର ସଂକ୍ରାନ୍ତିର ଅଭିନନ୍ଦନ।



Rate this content
Log in

Similar oriya story from Tragedy