ମିତ୍ରତାର ସ୍ମାରକୀ
ମିତ୍ରତାର ସ୍ମାରକୀ
ତୁମେ ଚାଲିଗଲ ବନ୍ଧୁ ଛାଡ଼ି ମତେ ନିଶୁନ ଦୁନିଆଁରେ
କଣ ଥିଲା ମୋ ଦୋଷ କିଛି କହିଲନି!ସ୍ୱର୍ଗ ଗସ୍ତରେ l
କେତେ ଖେଳିଥିଲେ କେତେ ବୁଲିଥିଲେ ପଢ଼ା ବେଳେ
ଶ୍ରୀକ୍ଷେତ୍ରର ଧ୍ବଜା ତଳେ,ନୀଳ ଦରିଆବାଲୁକା କୋଳେ l
ସେସବୁ କଥା କଣ ଭୁଲିଗଲ ବନ୍ଧୁ ଦରଦ ଶୂନ୍ୟ ଚିତ୍ତେ
କଲେଜରେ ବାର୍ଷିକ ଭଜନ ସମାରୋହେ ସୁସଙ୍ଗତେ l
ବାଧୁଛି ଭୀଷଣ ବନ୍ଧୁ ଶୁଣି ନିୟତିର ଅଟ୍ଟହାସ ଆଜି
ଅଛି ମୁଁ ଦୁନିଆଁ ବୁକେ ବୁକେଇ ଯାଉଛି କୋହ ପାଜି l
ମନେ ଅଛି ବନ୍ଧୁ ଆମେ ଯାଇଥିଲୁ ଯେଦିନ ନୈନିତାଲ
କର୍ବେଟ ପାର୍କରେ ଝାମ୍ପି ଥେଲା ମତେ ବାଘ ମହାବଳ l
ବଞ୍ଚାଇଥିଲ ମୋ ଜୀବନ ନିଜ ବନ୍ଧୁକଗୁଳିର କର୍ତ୍ତୃତ୍ୱେ
ଟାଣି ଆଣି ବାଘମୁହଁରୁ ମତେ ପୁନର୍ଜନ୍ମ ଦେଲ ତ୍ୱରିତେ l
କେମିତି ଭୁଲିବି ବନ୍ଧୁ ତୁମର ବଡ଼ ପଣିଆ ଗାଥା ପଙ୍କ୍ତି
ଆଜି ତୁମ ସ୍ପନ୍ଦନହୀନ ଶୀତଳ ଶରୀର ଆଣୁଛି ଭୀତି l
ଏଇ ଶରୀରୁ ଦିନେ ପଡୁଥିଲା ଝରି ଜ୍ୟୋତ୍ସ୍ନାତୁଲ୍ୟ କାନ୍ତି
ଅତରର ସୁଗନ୍ଧ ମହକାଇ ସଦା ଜଣାଉଥିଲା ତୁମ ସ୍ଥିତି l
ମନେ ଅଛି ଅଦ୍ୟାବଧି ବନ୍ଧୁ ଯାଉଥିଲୁ ଦୁହେଁ ରାଜ ପଥେ
କାନନ ବେଷ୍ଟିତ ବନ୍ଧୁର ସରଣୀରେ ତୁମ ଚତୁଚକ୍ର ରଥେ l
ନିଶୀଥ ଭ୍ରମଣ ବିପଦ ସଂକୁଳ ପଥ କରୁଥିଲା ମତେ ତ୍ରସ୍ତ
ଦମ୍ଭ ଦେଉଥିଲ ମତେ ସ୍ୱବୁକେ ହସ୍ତ ଆଘାତେ ଅବିରତ l
ଛତିଶଗଡ଼ ଯିବା ବାଟେ ଡକେଇତଦଳ ଓଗାଳିଲେ ଗାଡ଼ି
ସେମାନଙ୍କ ଚେହେରା ଦର୍ଶନେ ହୃତକମ୍ପ ହେଲା ମୋହରି l
ଓହ୍ଲାଇ ପଡ଼ିଥିଲ ତୁମେ ମୁକାବିଲା କରଣେ ଛାଡ଼ି ହୁଙ୍କାର
ସର୍ଦ୍ଦାରର ବଳିଷ୍ଠ ଦୁଇ ହାତ ଜାବୁଡ଼ି ଧରିଥିଲା ବପୁ ତୁମର l
ବୀରଚକ୍ରଧାରୀ ବନ୍ଧୁ ତୁମେ ଚକ୍ର ପରି ଘୁରି ଥିଲ କରାଟେ
ଚଞ୍ଚଳତମ ଆଘାତେ ମୁମୁର୍ଷୁ କଲ ଡାକୁପତି ସ୍ଵବାହୁସ୍ଫୋଟେ l
ବିକ୍ଷତ ଡାକୁ ସର୍ଦାର ହେଲା ଧରାଶାୟୀ ତୁମ ମୁଷ୍ଟି ପ୍ରହାରେ
ଭୋ ଭୋ କାନ୍ଦି ମାଗିଥିଲା କ୍ଷମା ମୁଣ୍ଡପାତି ତୁମ ପଦ ତଳେ l
ଥାଇ ଦଣ୍ଡିବା ଶକ୍ତି ଦେଇଥିଲ କ୍ଷମା ତୁମ ଦେବ ତୁଲ୍ୟ ଗୁଣେ
କରିଥିଲ ଅସାମାଜିକ ଡାକୁଙ୍କୁ ଥଇଥାନ ତୁମ ଔଦାର୍ଯ୍ୟ ଗୁଣେ l
ବୀର ପୁଙ୍ଗବ ଥିଲ ବନ୍ଧୁ ତୁମେ ଦୃଶ୍ୟ ନାଚୁଛି ସ୍ମୃତିପଟଳେ
ଭୁଲି ମୁଁ ପାରୁନି ତୁମ ପୌରୁଷ ପ୍ରାଣ କାନ୍ଦୁଛି ଅତି ବିକଳେ l
ନିଜ ପୁଷ୍ପ ଲତା ପୂର୍ଣ୍ଣ ତୁମ ଉଦ୍ୟାନ ବିଖ୍ୟାତ ଆଜି ଭୁବନେ ପ୍ରଜାପତି ଗଣ ଉଡ଼ନ୍ତି ଡେଣା ହଲାଇ ମଧୁ ପିଇ ହୃଷ୍ଟ ମନେ l
ସହର ତଳି ପ୍ରାନ୍ତରେ ତୁମେ ଗଢ଼ିଥିଲ ଏକ ପ୍ରାଣୀ ଉଦ୍ୟାନ
ଯହିଁ ବିହରନ୍ତି ବଣୁଆ ହିଂସ୍ର ଜୀବଜନ୍ତୁ ଅହର୍ନିଶୀ ଅନୁକ୍ଷଣ l
ପରିବେଷକୁ ସଜାଡ଼ିବା ଥିଲା ତୁମର ମାନବିକତା ଧରମ
ଗଢ଼ିଥିଲ ତୁମ ସହରେ ବିପିନ,ଜଙ୍ଗଲୁ ସାଉଁଟି ନିରୀହ ଧାମ l
ବଜରକାପତା ବାସଭୂମି ସେଠି ନିର୍ମାଣୀ ରଖିଲ ତାଙ୍କୁ ବଞ୍ଚାଇ
ଲୁପ୍ତମୁଖୀ ପ୍ରାଣୀ ସୁପାଳନେ ରଖିଗଲ ଦେଶର ମହତ ବଞ୍ଚାଇ l
କୋକେଇ ଉପରେ ମଶାଣି ଭୁଇଁରେ କାନ୍ଦୁଛି ମୁଁ ବସି କଇଁ କଇଁ
କୁଆଡ଼େ ଗଲ ହେବନ୍ଧୁ ଗଣ୍ଡିଟାକୁ ମୋ ପାଶେ ବେକାର ଥୋଇ l
ଆତ୍ମୀୟ ସ୍ୱଜନ ହେଲେଣି ତ ଜମା ଗାଧୋଇ ଦେବେ ତୁମକୁ
ମୁହେଁ ଦେଲେ ନିଆଁ ଜଳିବ ଜୁଇ ଦୁନିଆଁ ଭୁଲିବ ତୁମ ନାମକୁ l
କେବଳ ମାନବୀୟ କର୍ମ ରଖିବ ତୁମ ହରିଶ୍ଚନ୍ଦ୍ର ନାମର ମହିମା
କିଛି ନାହିଁ ବନ୍ଧୁ ଭଲରେ ଯାଅ ଗଗନେ ମନପବନର ଗାରିମା l
ମୁଁ ଯେବେ ଯିବି ସରଗପୁରକୁ ଦେଖା କରିବି ତୁମକୁ ପଚାରି,
ଯିବା ପୁଣି ମିଶି ନନ୍ଦନକାନନେ,ତୋଳି ପାରିଜାତ କୁସୁମ
କରିବାକୁ ଭୂଷିତା ଲକ୍ଷ୍ମୀ ସାନ୍ତାଣୀଙ୍କୁ ତାଙ୍କ ବୈକୁଣ୍ଠଧାମକୁ ସୁମରି l
