The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sanuja Meghamala

Tragedy Inspirational

3  

Sanuja Meghamala

Tragedy Inspirational

ମହାମନ୍ତ୍ର

ମହାମନ୍ତ୍ର

4 mins
487


ଅନେକ ବର୍ଷ ପରେ ନିଜ ପାଇଁ କିଛି ସ୍ବପ୍ନ ଦେଖୁଥିଲା ଅନିକେତ..। ପୁଣି ଥରେ ସେ ସଙ୍ଗୀତମୟ ଦୁନିଆକୁ ଫେରି ଆସିବା ପାଇଁ ମାନସିକ ସ୍ତରରେ ଏକ ପ୍ରକାର ପ୍ରସ୍ତୁତ ହେଉଥିଲା ।ଏଥର ସେ ମନ ଖୋଲି ଅନୁଭବ କରି ପାରୁଥିଲା ଜୀବନର ମଧୁର ବାସ୍ନାକୁ l ହେଉ ପଛେ ବିଳମ୍ବ ସେ ପୁଣି ନିଜ ପାଇଁ .. ସମୟ ଦେବ. ନିଜର ପ୍ୟାସନ୍ ଗାଇବା ପ୍ରତି ଥିବା ଦୁର୍ବଳତାକୁ ପୂରଣ କରିବ ।ଦର୍ପଣରେ ଦେଖୁ ଥିଲା. ନିଜକୁ ,ମୁହଁରେ ହାତ ମାରି। ପୁନମର ଭଲ ପାଇବାର ସ୍ଵିକ।ରୋକ୍ତି ତାକୁ ଚଳ ଚଞ୍ଚଳ କରିଦେଇଛି। ବହୁ ଦିନରୁ ଷ୍ଟୋରରୁମରେ ପଡି ବହଳ ବହଳ ଧୂଳି ଜମି ଯାଇଥିବା ପୁରୁଣା ଗି ଟାର ବାହାର କରି ବଡ଼ ଖୁସିରେ ପୋଛୁଥିଲା ..।ଝରକା ବାଟେ ଅଧା ଜହ୍ନଟାକୁ ଚାହିଁ ସେ ମାତ୍ରାଧିକ ଉଲ୍ଲସିତ ହୋଇ ଗୀତ ଗାଉଥିଲା.. ଏତେ ଦିନ ପରେ ଟିକିଏ ଖୁସିରେ ବଞ୍ଚିବାର ମହା ମନ୍ତ୍ର ଟା ଆଜି ତାକୁ ମିଳି ଗଲା.।ଏଣିକି ସେ ହସିବ ନିଜ ପାଇଁ ... ସମସ୍ୟା ସମସ୍ତଙ୍କର ଅଛି ରହିବ... ଏ କଥା ତାକୁ ଆଜି ଯାଏ କେହି ବୁଝେଇ ପାରି ନ ଥିଲେ..ଯାହା କମ୍ ସମୟ ଭିତରେ ପାୟଲ କହିଦେଲା.. ...।ଏଥର ଖାଲି  ନିଜେ ନିଜକୁ ହିଁ ହାତ ମେଲି ସ୍ବାଗତ କରିବ..। ସେ. ଏବେ.ସେଇ ପୁରୁଣା ଚଳ ଚଞ୍ଚଳ ଚପଳ କଲେଜ ପଢୁଆ ଆନିକେତ.. ।..ଯାହା ପଛରେ ଝିଅ ମାନଂକର ଭିଡ ଜମୁଥିଲା କଥା ପଦେ ହେବା ପାଇଁ..।

 ସେ ମାତ୍ର ଇଞ୍ଜିନିୟରିଂ ପଢ଼ୁଥିଲା... ବିନ୍ଦାସ ଜୀବନ..ସାଙ୍ଗ ସାଥି ନାଚ ଗୀତ ପାର୍ଟି 

ପିକନିକ.. । ଥରେ ସେ ଷ୍ଟେଜରେ ଗୀତ ଗାଇବା ଆରମ୍ଭ କଲେ.... ଆଉ ଷ୍ଟେଜ ରୁ ସହଜରେ ଓହ୍ଲେଇ ପାରୁ ନ ଥିଲା.. ଫର୍ମାଇସି ବଢ଼ି ଚାଲୁଥିଲା...ଝିଅମାନେ ତା ଗୀତର ଦିୱାନୀ ହେଇ ଯାଉଥିଲେ.. "ଉଆନ୍ସ ମୋର "ଚିତ୍କାରରେ ଫାଟି ପଡୁଥିଲା ଅଡିଟୋରିୟମ. । ସେ ବି ଖୁସିରେ ଗାଉଥିଲା.. ଥକିଯିବା ଯାଏଁ। ..ପ୍ରଶଂସା ଓ ସାର୍ଟିଫିକେଟ ମେଞ୍ଚାଏ ପାଇ ଖୁସି ହେଉଥିଲା..। ଗୁଡି ପରି ଉଚ୍ଚ ଆକାଶରେ ଉଡୁଥିବା ବେଳେ ଏମିତି ସୂତା ଛିଡିଯିବ ସିଏ ନ ଜାଣିଥିଲା । ହଠାତ୍ ହାର୍ଟ ଆଟକରେ ବାପା ଚାଲିଗଲା ପରେ ପରିବାରର ବଡ଼ ପୁଅ ହିସାବରେ ତା ମୁଣ୍ଡ ଉପରେ ଲଦି ହେଇଗଲା ଅନେକ ଦାୟିତ୍ଵ ।ମେସିନ  ଟାଏ ପରି ତାର ରାତିଦିନ ବିତିଲା...।. ଭୁଲି ଗଲା ନିଜର ରୁଚି..ନିଜ ପସନ୍ଦ । କଲେଜ ଯିବା ସହିତ ଘରୋଇ ଟିଉସନ କଲା ଘରର ଆର୍ଥିକ ପରିସ୍ଥିତିକୁ କିଛି ମାତ୍ରାରେ ସଂଭାଳି ନେବାକୁ..। ପାଠ ପଢା ପରେ ମାଆର ଅସୁସ୍ଥତା ପାଇଁ ଅନ୍ୟତ୍ର ମଧ୍ୟ ଯାଇ ପାରିନି ଚାକିରୀଟେ ପାଇଁ..। ଏବେ ବି ସେହି ଟିଉସନ ଜାରି ରହିଛି.ଆଉ.ଛୋଟ ଗୋଟେ କମ୍ପାନୀରେ ଚାକିରି. କରିଛି.।ସାନ ଭାଇ.. ଭଉଣୀ ଙ୍କ ଆବଶ୍ୟକତାକୁ ପୂରଣ କରୁ କରୁ ନିଜକୁ ଭୁଲି ଯାଇଚି। ସକାଳ ୯ ଟା ରୁ ଘରୁ ବାହାରିଗଲେ ଫେରିଲା ବେଳକୁ ରାତି ୯ଟା କି ୧୦ ଟା..। ସାଙ୍ଗସାଥି ସମ୍ପର୍କ ନାହିଁ କହିଲେ ଚଳେ.. ଏଇ ଛ ସାତ ବର୍ଷ ଭିତରେ ସେ ସତୁରୀ ବର୍ଷର ବୁଢ଼ା..।ଘରର ସବୁ ଦାୟିତ୍ଵ ନିଜ ଉପରେ ଲଦି ଦେଇଚି ନିଜେ..ସମସ୍ତଙ୍କୁ ଖୁସି ଟିକେ ଦେବା ପାଇଁ..।

ହଠାତ୍ କଲେଜ ବାନ୍ଧବୀ ପାୟଲ ସହିତ ଦେଖା ହେଇଗଲା ମାର୍କେଟରେ..।ଯାହାକୁ ସେ ମନେମନେ ଭଲ ପାଇ ବସିଥିଲା ହେଲେ..କେବେ କହିନାହିଁ..। ଏବେ ତାକୁ ସାମନା କରିବାର ସାହସ ନ ଥିଲା..ଜାଣି ଜାଣି ନ ଦେଖିଲା ପରି ପଳେଇ ଗଲା ବେଳେ କିନ୍ତୁ ପଛରୁ ଭିଡ଼ି ଧରିଥିଲା.. ପାୟଲ.. ଆରେ ଅନିକେତ ଚିହ୍ନି ପାରୁନ ନା କଣ? ..ଭୁଲି ଗଲଣି ବୋଧହୁଏ । କଲେଜର ସେଇ ଏକାଠି କାଟିଥିବା ଦିନଗୁଡ଼ିକୁ..ଏତେ ଶୀଘ୍ର ଭୁଲିଗଲ..।

ବହୁତ ଦିନ ପରେ ଦେଖା ହେଉଚି ରୁହ ଟିକେ.କଥା ହେବା.।ସେ ଥ ଥ ମ ମ ହୋଇ ପଛକୁ ଚାହିଁ ନ ଚିହ୍ନିବା ପରି ଅଭିନୟ କଲା..। ୟାର୍ ଅନିକେତ ତୁମେ କେତେ ବଦଳି ଯାଇଛ...ଏତେ ଅଭିନୟ କେଉଁଠୁ ଶିଖିଲ ଯେ..।ଏବେ ତାକୁ ମୁହଁ ଖୋଲିବାକୁ ପଡ଼ିଲା.. ପାୟଲ.. ନା.ମୁଁ ଟିକେ ଦୋ ଦୋ ଚିହ୍ନା ହେଉ ଥିଲି... । ବହୁତ ଦିନ ପରେ ଦେଖା ..ସେଥିପାଇଁ ଜାଣି ପାରୁନି..। ଭିଡ ଭିତରେ ବହୁତ ମୁହଁ ଚିହ୍ନା ଚିହ୍ନା ଲାଗେ..ସମସ୍ତେ କିନ୍ତୁ ପରିଚିତ ନୁହନ୍ତି..। କେବେ ଅଚାନକ ଏମିତି ତମ ସହିତ ଦେଖା ହେଇଯିବ.. ମୁଁ ଭାବି ନ ଥିଲି । ପାୟଲ ତାକୁ ପାଖ ରେଷ୍ଟୁରାଣ୍ଟରେ କଫି ପିଇ ବାକୁ ଡାକିଲା..ସେ ଆଜି ନୁହେଁ ଆଉ ଦିନେ ଯିବା ,..ଆଜି ଥାଉ କାମ ଅଛି..କହି ମନା କଲା। ପାୟଲ ସାମନାରେ ସେ ଅସହଜ ମନେ କରୁଥିଲା..କିନ୍ତୁ ପାୟଲ ତାର ଦୁର୍ବଳତାକୁ ଧରିନେଲା . ଅନିକେତ ନିଜକୁ .ହଜେଇବା ସହିତ.ନିଜ ବିଶ୍ୱାସକୁ ହଜେଇ ସାରିଛି..।ସେ ନିଜ ବନ୍ଧୁମାନଙ୍କୁ ସାମନା କରିପାରୁନି.. ସେଥି ପାଇଁ ଶୀଘ୍ର ପଳେଇ ଯିବାକୁ ଚାହୁଁଚି... କେମିତି ସହଜରେ ଛାଡ଼ିଦେବ ଅନିକେତ କୁ.ଅନେକ ଦିନ ହେଲାଣି ସେ  ଖୋଜୁଛି..।ଏବେ ସେ ଏକ ପ୍ରକାର ବାଧ୍ୟ କଲା ଅନିକେତକୁ କଫି ଆଉ ଦିନେ ପିଇବା .ପଛେ ଆଜି ଚାଲ ପାର୍କରେ ନିରୋଳାରେ ଖାଲି ୧୦ ମିନିଟ ପାଇଁ କଥା ହେବା...। ବେଶୀ ସମୟ ନେବିନି ..କିଛି ସମୟ ପାଇଁ ଆମ ପୁରୁଣା ଦିନକୁ ଫେରିଯିବା..

ପାର୍କରେ ପାଖା ପାଖି ଚେଆରରେ ବସିଲା ବେଳେ ପାୟଲ ପଚାରିଲା ବାହା ହେଲଣି ନା ନାହିଁ..।

ନା ....

ବାପା ଚାଲିଗଲା ପରେ.ଅନେକ ସମସ୍ୟା..।ପରିବାରର ସମ୍ପୁର୍ଣ୍ଣ ଦାୟିତ୍ଵ ମୋର...

ଅନିକେତ କହିଲା... ତମେ....?

ନା.. ତମ ଅପେକ୍ଷାରେ ଅଛି... ଅନେକ ଦିନରୁ ..,... ତମକୁ.. ଖୋଜୁଛି..

ମୋତେ...କାହିଁକି?

,ଧେତ୍ ବୋକା..କେବେ ବୁଝିବ. ଅନିକେତ ମୁଁ ତୁମକୁ ଖୁବ୍ ଭଲ ପାଏ.. ଏବଂ ତା ଠୁଁ ବେଶୀ ତମ ଗୀତକୁ..।ତମ ଗୀତ ମୋ ହୃଦୟରେ ଛନ୍ଦ ତୋଳେ..ଆଉ ତମେ ସବୁଦିନ ମୋ ପାଖେ ପାଖେ ଅଛ....ଦେଖା ନ ହେଲେ ବି..।ତମେ ବୁଝି ପାରିବନି..

ମୋର ମନେ ନାହିଁ ଆମ ଭିତରେ ସେମିତି କିଛି ସମ୍ପର୍କ ଥିଲା ବୋଲି..

ସବୁ ସମ୍ପର୍କ କଣ ମୁହଁ ଖୋଲି କହି ହୁଏ.. ଛାଡ଼ ସେ କଥା...

ଅନେକ ଦିନ ରୁ ତମକୁ ଖୋଜୁ ଥିଲି.. ଆଜି ତମ ଠାରୁ ଗୀତ ଟେ ଶୁଣି ମନ ହାଲ୍କା କରିବି....।ତମ ସ୍ୱର ଗଡ ଗିଫ୍ଟ..। ବହୁତ୍ କମ୍ ଲୋକଙ୍କ ପାଖରେ ଏମିତି ସ୍ୱର ଓ ପ୍ରତିଭା ଥାଏ..।ପ୍ଲିଜ୍ ଆଜି ପୁଣି ଥରେ ଜିଂଦେଗୀ ଏକ.. ସଫର... ଗାଇ ଦିଅ ମୋ ପାଇଁ..।ସେ ମନା କରିପାରିଲା ନାହିଁ ଯେ ବାପାଙ୍କ ଯିବା ପରଠୁ ସେ କେବେ ଗୀତ ଗାଇନି କି ଶୁଣିନି ବୋଲି..।ଆଗରୁ ପାୟଲ ଫର୍ମାଇସିରେ କେତେ ଗୀତ ଗାଇଛି.. ମନେ ପଡ଼ୁଥିଲା

ତାର ତଣ୍ଟି ଶୁଖି ଶୁଖି ଯାଉଥିଲା....କହିଲା ଏବେ ଗୀତ ଗାଇବାକୁ ବେଳ ହେଉନି.. ଆଜି କଣ୍ଠ ଟା ବସି ଯାଇଚି.. .ଆଉ ଦିନେ ପକ୍କା ଗାଇ ଶୁଣେଇଦେବି..। ଭୁଲ୍ ବୁଝିବନି ପ୍ଲିଜ୍ ..। ତମ ଅନୁରୋଧ ରଖି ପାରୁନି ମୁଁ ଦୁଃଖିତ..।

ଆସନ୍ତା ରବିବାର ଭେଟିବା ପ୍ରତିଶ୍ରୁତି ନେଇ ଉଭୟେ ଫେରିଥିଲେ..।ବାଟରେ ଆସିଲା ବେଳେ ସେ ଆସ୍ତେ ଆସ୍ତେ ଗାଉଥିଲା.... ଜିନ୍ଦେଗୀ ଏକ ସଫର୍ ହେ ସୁହାନା....।ବହୁତ ଦିନ ପରେ ମନ ଖୋଲି ହସିଲା ହଁ ମୁଁ ଗୀତ ଗାଇ ପାରିବି ତମ ପାଇଁ ପାୟଲ...ମନକୁ ମନ କହିଲା. ...। ଏବେ ବି କିଛି ଡେରି ହେଇନି..ସେ ପୁଣି ଥରେ ଆଗକୁ ପାଦ ପକେଇବ ।.. ମନ ଭରି ଗୀତ ଗାଇବ. .।

ଜୀବନ ଆଉ ଥରେ ତା ପାଇଁ... ହସିବାର ସୁଯୋଗ ନେଇ ଆସିଛି..ସେ ସୁଯୋଗ ଆଉ ହାତଛଡ଼ା ହେବାକୁ ଦେବନି..।



Rate this content
Log in

More oriya story from Sanuja Meghamala

Similar oriya story from Tragedy