Madhabi Patel

Inspirational

2.5  

Madhabi Patel

Inspirational

ମାୟା

ମାୟା

10 mins
542


ମାୟାକୁ ଏବେ ଷାଠିଏ ବର୍ଷ ଟପିଲାଣି।ଥରେ ବାଥରୁମରେ ନଇଁକି କପଡା ଧୋଉ ଧୋଉ ଲାଗିଲା ତାଙ୍କର ମେରୁ ହାଡଟା ନିତମ୍ବ ଠୁ ଅଲଗା ହେଇ ଉପରକୁ ଉଠିଗଲା।ଆଗରୁ ଥରେ ଏମିତି ରକା ପଶିଥିଲାଯେ ବଡକଷ୍ଟ ପାଇଥିଲେ । ସେଥିପାଇଁ ଏଥର ଧିରେକିନା ଠିଆହେଲେ ଯେମିତି ଖଞ୍ଜାଗୁଡାକ ଠିକ୍ ଜାଗାରେ ପୁଣି ଯୋଡିହେବ ।ଯା ହଉ ପୁଣି ଉଠିଥିବା ହାଡ ଠିକ୍ ଯାଗାରେ ବସିଗଲାପରି ଲାଗିଲା ତାଙ୍କୁ।ସେ ଧିରେ ଧିରେ ବାକିକପଡାକୁ ଧୋଇ ବାଥରୁୁମରୁ ବାହାରି ଆସିଲେ।ସ୍ବାମୀଙ୍କୁ ବି ଏବିଷୟ କହିଲେ।ଆଜି ମୋ ଅଣ୍ଟାର ଜଏଣ୍ଟ ଉପରକୁ ଉଠିଯାଇଥିଲା ପୁଣି ଠିକ୍ ଜାଗାରେ ବସିଗଲା ଆପେ।ଆଗଥର ଏମିତି ହେଇଥିଲା ପୁଅର ମଙ୍ଗନୀ ସମୟରେ ବହୁତ ଯନ୍ତ୍ରଣା ହେଉଥିଲା ବୋଲି କିଛି କାମରେ ସାହାଯ୍ୟ କରି ପାରିନଥିଲି।ସେ ଶୁଣିଲେ କିନ୍ତୁ କିଛି ଉତ୍ତର ଦେଲେନି ସେମିତି ମୌନ ରହିଲେ।ତାପରେ ସେ ଏକ ବାହାଘରକୁ ଯିବ ବୋଲି ପ୍ରସ୍ତୁତ ହେଇ ଗାଡିରେ ଚଢିବାକୁ ଗଲା।ସେତେବେଳେ

ଅଣ୍ଟାରେ ଚଲ୍ କରି ଯନ୍ତ୍ରଣାଟେ ଆରମ୍ଭ ହେଲା।ଧିରେ ଧିରେ କଷ୍ଟ ବଢିଲା। ଏବେ ଆଉ ହଲି ପାରିଲାନି।ଟିକେ ଏପଟ ସେପଟ ହେଲେ ବଡ କଷ୍ଟ ହେଉଥିଲା।ସେ ବାହାଘରକୁ ବାହାରିସାରିଥିଲା ବୋଲି ବାଧ୍ୟହେଇ ଗଲା ।ପାଖ ଔଷଧ ଦୋକାନରୁ ଡ୍ରାଇଭର ହାତରେ ଦୁଇଟା ପେନ କିଲର୍ ମଗାଇନେଲା ବାହାଘରେ ବେଶି କଷ୍ଟହେଲେ ଖାଇବ ବୋଲି।ଚିହ୍ନା ଦୋକାନୀ ଥିବାରୁ ସେ ଦୁଇପ୍ରକାରର ଟେବଲେଟ୍ ଦେଇଥିଲା ଗୋଟେ ଖାଇବାଆଗରୁ ଖାଇବା ପାଇଁ ଓ ଗୋଟେ କିଛି ଖାଦ୍ୟ ଖାଇଲାପରେ ଖାଇବେ ବୋଲି କହିଥିଲାଶ।

ସେ ପର୍ସରୁ ପାଣିବୋତଲ କାଢି ଗାଡି ଭିତରେ ବସି ଖାଇବା ଆଗରୁ ଖାଇବାକୁ କହିଥିବା ବଟିକାଟି ଖାଇନେଲା। ରାସ୍ତାରେ ଧିରେ କରି ସ୍ଥିରହେଇ ବସିଥାଏ।ଏପଟ ସେପଟ ହେଲେ ଅଣ୍ଟା ଚଲ୍ କରି ବ୍ୟଥା ହେଉଥାଏ।ବାହାଘରଟି ଏକ ମନ୍ଦିର ପ୍ରାଙ୍ଗଣରେ ହେଉଥାଏ। ସେମାନେେ ପହଞ୍ଚିଲା ବେଳକୁ ସଜାସଜି ଚାଲିଥାଏ।ମଣ୍ଡପବି ସଜା ହେଇନଥାଏ ଏଯାଏ।ମାୟା ଏକ ସାଇଡ୍ ଚେୟାର ଦେଖି କଣରେ ବସିଗଲା।ଏକେତ କରୋନା ସମୟ ଚାଲିଛି ତେଣୁ ସେ ଟିକେ ଅଲଗା ରହିବା ଚାହୁଁଥିଲା।ଚେୟାରରେ ଥରେ ବସିଗଲାପରେ ଉଠିବା ବଡ କଷ୍ଟ ହେଉଥିଲା।ତେଣୁ ସେ ନିଜଠୁ ଗୁରୁଜନ ମାନଙ୍କୁ ବି ବସିକି ହାତରେ ଜୁହାର ହେଉଥିଲା।ମୁଣ୍ଡିଆ ମାରିବା ତାପାଇଁ ସମ୍ଭବ ନଥିଲ।ଟିକିଏ ବି ନଇଁ ପାରୁନଥିଲା ବଡ କଷ୍ଟ ହେଉଥିଲାା।ଜଳଖିଆ ଖାଇବା ପାଇଁ ଏକ ହଲରେ ବ୍ୟବସ୍ଥା ହେଇଥିଲା ସେ ଯାଏବି ଧିରେଧିରେ କଷ୍ଟେମଷ୍ଟେ ଚାଲିକି ଗଲା ।ସବୁ ପ୍ରକାର ଭଲ ଜଳଖିଆର ଆୟୋଜନ ହେଇଥିଲା ସେଠି।ଗରମଗରମ ସିଙ୍ଗାଡା ବଡା ମିଠା କାଜୁ ଅଙ୍ଗୁର ତରଭୁଜ ଦହିବଡା କୋଲ୍ଡ ଡ୍ରିଙ୍ଗସ୍ ପ୍ରଭୃତିର ସବୁ ପ୍ରକାର ସୁବିଧା କରିଥାନ୍ତି ଝିଅଘର ଲୋକେ। ସେ ପୁଅଘରଆଡୁ ନିମନ୍ତ୍ରୀତ ଥିଲା । ସେ କିଛି ଜଳଖିଆ ଖାଇ ଆଉ ଏକ ଔଷଧ ଖାଇନେଲା।ତାପରେ ବିବାହ ମଣ୍ଡପରେ ଆସି ଏକ ତରାପଟିଆ ଜାଗା ଦେଖି ବସିଗଲା।ତଦାପି ଲୋକେ ତାପାଖକୁ ଆସି ନମସ୍କାର କରୁଥିଲେ।କାରଣ ସେ ମାନ୍ୟରେେ ସମସ୍ତଙ୍କଠୁ ବଡଥିଲା।ପାଖରେ ଆସିବସି କଥାବାର୍ତ୍ତା କରିବାକୁ ଚାହୁଁଥିଲେ ସମସ୍ତେ।କରୋନା କଟକଣା କେହି ଧ୍ୟାନ ଦେଉନଥିଲେ।ସେ ନିଯେ ମୁଖା ପିନ୍ଧିଥିଲେ କଣ ହେବ ଅନ୍ୟମାନେ ମୁଖା ନପିନ୍ଧି ତାସହ କଥା ହେଉଥାନ୍ତି।ମନାବି କରି ହେଉନଥାଏ କାହାକୁ।ତଥାପି ଥରେ ଥରେ ସେ କେତେଜଣକୁ ମୁଖାା ଲଗାଇବାକୁ ନିର୍ଦେଶ ଦେଇଥିଲା।ବାହାଘର ଆରମ୍ଭ ହେଇ ଯାଇଥିଲା ଏବେ ।ଯିଏ ବିବାହ ହେଉଥିଲେ ସେ ମାୟାର ନାତି ହେବେ।ଦିନବେଳା ବାହାଘର ହେତୁ ବଡ ଗରମ ହେଉଥାଏ।କଷ୍ଟେମଷ୍ଟେ ବିବାହ ସରିଲା।ଏବେ ଭୋଜିର ବ୍ୟବସ୍ତା ଉପର ମହଲାରେ ଥିଲା।ମାୟା ଉପର ମହଲାକୁ ସିଡିରେ ବଡ କଷ୍ଟରେ ଚଢିଲା।ଭୋଜିରେ ଲୋକ ଭିଡ ହେଇଥିଲେ।କେହି ନିୟମ ମାନୁନଥିଲେ।ସେ ଖଲିରେ ଖାଦ୍ୟ ଆଣି ଏକ କଣରେ ଠିଆଠିଆ ଖାଇନେଲା ।ତାପରେ ପାହଚ ଓହ୍ଲାଇ ଗାଡିଯାଏ ଆସିଲା।ଡ୍ରାଇଭର ବି ଖାଇସାରି ଗାଡିରେ ଅପେକ୍ଷା କରିଥିଲା।ତାପରେ ସେମାନେ ସିଧା ଘରକୁ ଚାଲିଆସିଲେ। ରାତିରେ ପୁଣି ଏକ ପେନ୍କିଲର୍ ଟ୍ୟାବଲେଟ ଖାଇଲା।ଏମିତି ତିନିଦିନ ଔଷଧ ଖାଇବା ଜାରି ରଖିଥିଲା।ହେଲେ ଅଣ୍ଟାବ୍ୟଥା କମୁ ନଥିଲା।ବସିଲେ ଉଠି ପାରୁନଥିଲା।ଠିଆରେ ବେଶିସମୟ ରହିଲେ ବି ଗୋଡ ଦରଜ ହେଉଥିଲା।ବଡ ଅସୁବିଧାରେ ପଡିଥିଲା ସେ।ଶୋଇଲେ ବି କଡ ଲେଉଟାଇବା ଓ ଉଠିବାବେଳେ କଷ୍ଟ ହେଉଥିଲା।ଦରଜ କମାଇବାପାଇଁ ସ୍ପ୍ରେ ମାରୁଥିଲା।ଗରମପାଣି ବୋତଲ ସେକ ଦେଉଥିଲା ହେଲେ କିଛିରେ ବ୍ୟଥା ଉପସମ ହେଉନଥିଲା।ଗରମ ସେକ ଦେଲେ ଟିକେ ଭଲରେ ଶୋଇ ପାରୁଥିଲା ।ବ୍ୟଥା ନ କମିବାରୁ ଡାକ୍ତରଖାନା ଗଲେ ।ସେଠି ଏକ୍ସରେ କରି ଡାକ୍ତରଙ୍କୁ ଦେଖେଇଲେ। ଡାକ୍ତର କହିଲେ ହାଡରେ କିଛି ପ୍ରୋବ୍ଲେମ୍ ନାହିଁ।ସେ କିଛି ପେନକିଲର ଓ ଗ୍ୟାସର ଔଷଧ ଦେଲେ।ଗରମ ସେକ ଜାରି ରଖିବାକୁ କହିଲେ।ଜଣେ ଫିଜିଓ ଥେରୋପି ଡାକ୍ତରଙ୍କୁ ଭେଟିବାକୁ ପରାମର୍ଶ ଦେଲେ।ଏହାପରେ ପୁଣି ତାଙ୍କର ଔଷଧ ଖିଆହେଲା।ଗରମସେକ ଚାଲିଲା।କିଛିଦିନପରେ ଅଣ୍ଟା ଦରଜଟିକେ କମିଲା।ହେଲେ ଡାହାଣ ଗୋଡରେଏକ ଶିରା ଟାଣିଲାପରି ଲାଗିଲା।ଗୋଡ ଯୋଉଠୁ ବାହାରିଛି ସେ ଜଗାରେ ପେନ୍ ହେଉଥିଲା।ସକାଳୁ ଉଠିଲା ପରେ ତଳେ ପାଦ ରଖି ହେଉନଥିଲା।ଗୋଡ ଟା ସିଧାକଲେ ବ୍ୟଥା ହେଉଥିଲା।ପାଦ ଉପରୁ ଜଙ୍ଘଯାଏ କଣ ଗୋଟେ ଟାଣିହେଉଥିଲା ଯେମିତି।ଏମିତି ଦରଜରେ ଘରକାମ ସବୁ କରିବାକୁ ପଡୁଥିଲା ତାଙ୍କୁ।


ସେ ଏତେଦିନ ଘର କାମ ନିଜେ କରୁଥିଲା।ପରିଶ୍ରମ କଲେ ଦେହପାଇଁ ହିତ ବୋଲି ସେ ଚାକରାଣୀ ରଖୁନଥିଲା।ଚାକରାଣୀ ପାଇଁ ତାଙ୍କ ପାଖଘରେ ଚୋରି ହେଇଥିଲା।ଚାକରାଣୀଠୁ ସବୁ ଗୁପ୍ତତଥ୍ୟପାଇ ଚୋର ମାନେ ଆସି ଘର ତାଲା ଫାଡି ଆଲମିରାରୁ ଅନେକ ଲକ୍ଷ ଟଙ୍କା ଚୋରିକରି ନେଇଥିଲେ।ସେଥିପାଇଁ ସେ ଚାକର ରଖିବାକୁ ଡରୁଥାଲା।ଘରେ ସେମାନେ ଦୁଇଜଣ ଥିଲାବେଳେ କାମବି ଅଳ୍ପ ହେଉଥିଲା।ଯେତେବେଳେ ଯୋଉ ବାସନ ବାହାରୁଥିଲା ସେ ଧୋଇ ଦେଉଥିଲା।ନିତ୍ୟବ୍ୟବହାର୍ଯ୍ୟକପଡା ହାତରେ ଧୋଉଥିଲା ।ବାକି ବାହାରପିିନ୍ଧା କପଡା ଓ୍ବାସିଙ୍ଗମେସିନରେ ଧୋଇନେଉଥିଲା।ସକାଳୁ ଉଠି ଘରଝାଡୁ ପୋଛା ନିଜେ କରୁଥିଲା।ବାହାର ଅଗଣା ବି ନିଜେ ଓଳାଉଥିଲା ଫାଟକ ଯାଏ।ଧୁଆ କପଡା ନିଜେ ଇସ୍ତ୍ରୀ କରୁଥିଲା।ଏତେସବୁ କାମ ସେ ସହଜରେ ତୁଲାଇ ପାରୁଥିଲା।ସକାଳ ଚାରିଟାରୁ ଉଠି ସେ ପ୍ରଥମେ ଯୋଗଭ୍ୟାସ କରୁଥିଲା।ତାପରେ କିଛି ଲେଖାଲେଖି କରେ ଗପ କବିତା ଯାହାବିହେଉ।ଛଅଟା ପରେ ଘର ଓଳାଇବା ପୋଛା କରିବା ସାରେ।ତାପରେ ସ୍ବାମୀଙ୍କ ଜଳଖିଆ ତିଆରିକରିସ୍ବାମୀଙ୍କୁ ଦେଇ ସେ ଅଫିସଗଲେ ନିଜେ ସ୍ନାନକରି ପୂଜାପାଠ ସାରେ।ଜଳଖିଆ ଖାଇ ରୋଷେଇରେ ଜୁଟିଯାଏ।

ଏମିତି ନିତ୍ୟକର୍ମ ଚାଲିଥାଏ ତାର।ଏବେ ବ୍ୟଥା ଆରମ୍ଭ ହେଇଛି।ମାସେ ଖଣ୍ଡେ ହେଇଛି ନାନୀ ପାଖରେ ରହୁଥିବା ଭିନ୍ଳକ୍ଷମ ଭଉଣୀ ଆସି ତାପାଖେ ରହୁଛି। ଭଉଣୀର ହଜାର କାମ ସବୁକରିବାକୁପଡେ ତାକୁ।ସବୁ ଜିନିଷ ପାଖରେ ଯୋଗାଇବାକୁ ପଡେ।ତା କପଡା ଧୁଆ, ଖିଆ ପିଆ, ବ୍ୟବସ୍ତା ସବୁ ଦେଖୁୁଥିଲା ସେ । ହେଲେ ଏବେ ସେ ନିଜ କାମବି ତୁଲାଇ ପାରୁନଥିଲା।କଷ୍ଟେମଷ୍ଟେ ନିଜ ଲୁଗାକୁ ଓଦାକରି ବିନା କାଚି ଚିପୁଡି ଶୁଖାଇ ଦେଉଥିଲା।ତା ସ୍ବାମୀ ତାର ଅକ୍ଷମ ଅବସ୍ଥା ଦେଖୁ ନିଜଲୁଗାତକ ଧୋଇ ଶୁଖାଉ ଥିଲେ।ବାହାର ଲୁଗାସବୁ ଓ୍ବାସିଙ୍ଗମେସିନରେ ଧୁଆହେଇ ବଡଗଦାଟେ ଜମିଯାଇଥାଏ ।

ସେ ଆଉ ଖଟରେ ବସିପାରୁନି ବୋଲି ଆଇରନ କରି ପାରୁନି।ଏବେ ଅଣ୍ଟାବ୍ୟଥା ସମୟରେ ଝିଅ ଆସିଛି ନାତି ଦୁଇଜଣକୁ ଧରିି।ତିନିଜଣ ସକାଳ ହେଲେ ବ୍ରସକାମ ସାରି ଜଳଖିଆ ରେଡି କରିିଦେଲେ ଖାଇ ନିଜ ଅଫିସକାମ ଓ ଅନ୍ଲାଇନ ପଢାରେ ବସିଯିବେ।ତାକୁହିଁ ସବୁ ପ୍ରକାର ରୋଷେଇର ପ୍ରବନ୍ଧ କରିବାକୁ ପଡେ।ସମସ୍ତଙ୍କ ରୁଚି ଅଲଗା ପିଲାଏ ଡାଲି, ଭଜାତରକାରି ଓ ଟମଟୋ ଖାଆନ୍ତି।ତରକାରି ମାଛ ମାଂସଆଦି ଅନ୍ୟମାନେ ଖାଆନ୍ତି। ବଜାରୁ ସେମାନଙ୍କର ପସନ୍ଦର ସାମାନ ଖୋଜି ଆଣିବାବି ତା ଜିମା।ଡ୍ରାଇଭର ସହ ବଜାର ଗଲେ ତାଙ୍କପସନ୍ଦର ଫଳ ଚିପ୍ସ ପେଷ୍ଟ୍ରି ଚକଲେଟ,ପପ୍ କର୍ନ ସବୁ ଖୋଜି ଧରିଆସେ।ତା ସ୍ବାମୀତ ନିଜ କାମରେ ବ୍ୟସ୍ତ ଥାଆନ୍ତି ସେହିଁ ଘରର ସବୁକାମ କରେ।ପିଲାଏ ଥରେ ପାଣି ପିଇଲେ ଗୋଟେ ଗ୍ଲାସ ବାସନ ସିଙ୍କରେ ଗଦା କରନ୍ତି।ଶୁଖା ଜିନିଷ କିଛି ଖାଇଲେବି ଟିକେ ଧୋଇଦେଲେ ଚଳନ୍ତା କିନ୍ତୁ ସବୁ ମାଜିବା ଜାଗାରେ କୁଧେଇ ଦିଅନ୍ତି।ଏସବୁ ତାଙ୍କର ଅଭ୍ୟାସ ଅଛି ତାଙ୍କ ଘରେ ଚାକରାଣୀ ଥିବା ହେତୁ।ଯାହା ଗଦାକଲେ ଚାକରାଣୀ ଆସି ଧୋଇଦେଇଯାଏ।ହେଲେ ଏଠି ଚାକରାଣୀ ନାହିଁ ସବୁକାମ ତାକୁ କରିବାକୁ ପଡେ ବୋଲି ତାଙ୍କ ଆଇଡିଆ ନଥାଏ।ସେମାନେ ସ୍ବାମୀ ସ୍ତୀ ଏକା ଥିଲେ ସେ ଷ୍ଟିଲବାସନ ପ୍ରାୟ ବ୍ୟବହାରକରେ ଯଦିଓ ଘରେ ଅନେକ କ୍ରକରି ଓ କାଚ ବାସନ ଥୁଆ ହେଇଛି।ମାଜିବା ଦେରିହୁଏ , କାରଣ ଏସବୁ ଧ୍ୟାନଦେଇ ମାଜିବାକୁ ପଡେ।ଗୋଡରେ ବେଶିସମୟ ଠିଆ ହେଇ ପାରେନି କଷ୍ଟହେତୁ । ହେଲେ ପିଲାମାନେ ଏବେ କାଚବାସନ ଚିନାବାସନ ସବୁ ବ୍ୟବହାର କରୁ ଗଦାକରୁଥିଲେ ମାଜିବା ଜାଗାରେ।ଏବେ ସିଙ୍କଭର୍ତ୍ତି କାଚବାସନ ମାଜିବା ହେଉନଥିଲା।ବଡ କଷ୍ଟଲାଗୁଥିଲା ତାକୁ।ଗୋଡ ରେ ଆଉ ବଳନାହିଁ ଯେମିତି ।ବଡ ଅବଶ ଲାଗେ ତାକୁ ବସି ଯିବାକୁ ଇଛା ହୁଏ।ଏପଟେ ବାସନ ମାଜି ଧୋଇବା ବିଲମ୍ବ ହେଲେ ସାବୁନ ଶୁଖିଯାଏ ବାସନ ଦେହରେ।ଧୋଇଲାପରେ ବି ଖାରୁଆ ରହିଗଲେ ଝିଅ ବଡ ସଫାସୁତୁରା ହେତୁ ବିରକ୍ତ ହୁଏ ବାସନ ଭଲ କି ସଫା କରିନ ବୋଲି।ମାୟା ବଡ ଅଡୁଆରେ ପଡେ ଏପଟେ ବ୍ୟଥାରେ ଗୋଡ ଫାଟି ପଡୁଛି ଝିଅ କାମରେତ ସାହାଯ୍ୟ କିଛିକରୁନି ତାଉପରେ କାମ କୁ ବାଉନୁଛି।

ଥରେ ଥରେ ଯବାବ ଦେବାକୁ ପାଟି ଖୋଲୁ ଖୋଲୁ ଅଟକିଯାଏ ସେ।କିଛିଦିନ ପାଇଁ ଝିଅ ବାପଘରକୁ ଆସିଛି।କାହିଁକି ତା ମନରେ କଷ୍ଟଦେବ।ପିଲାଏ ଘରକୁ ମଜାମସ୍ତି କରିବାକୁ ଆସନ୍ତି ଛୁଟିନେଇ।ଭାବନ୍ତି ମାଆ ତାଙ୍କ ପସନ୍ଦର ରାନ୍ଧି କି ଖୁଆଇବ ଆଗପରି।ହେଲେ ମାଆ ଏବେ ବୁଢୀ ହେଲାଣି ସେକଥା ଭୁଲି ଯାଆନ୍ତି।ସେ ଆଗପରି ଆଉ ବେଶିକାମ କରିପାରିବନି।ତାର ବି ବଳବଫୁ କମିଲାଣି।ଗୋଡ ଅଣ୍ଟା ବ୍ୟଥା ଆରମ୍ଭ ହେଲାଣି କେବଳ ଫରମାଇସ୍ କରି ଚାଲିଥିବେ।ବାପା ମାଆ ଏବେ ଅପେକ୍ଷା କରିଥାନ୍ତି ପିଲାଏ ଘରକୁ ଆସିଲେ କିଛି ଘରକାମରେ ସାହାଯ୍ୟ କରିବେ।ପେଣ୍ଡିଙ୍ଗ ରହିଥିବା କାମରେ ହାତ ବାଣ୍ଟିବେ ହେଲେ ସବୁ ନିସ୍ଫଳହୁଏ।ସେ କିନ୍ତୁ ତା ମାଆ ଘରକୁଗଲେ ମାଆକୁବସିବାକୁ କହି ରୋଷେଇ କାମସବୁ ସମ୍ଭାଳୁଥିଲା।ବୁଢୀ ବୟସରେ ସବୁକାମ କରୁଛନ୍ତି ଯୋଉ କିଛିଦିନ ଘରକୁ ଆସିଲେ ତାଙ୍କୁ ବି କାମରୁ ଆରାାମ ଦେବା କଥା ସେ ବୁଝୁଥିଲା।ହେଲେ ଆଜିକା ପିଲା ଅଫିସକାମ କରନ୍ତି ବୋଲି ତାଙ୍କୁ ସମୟ ମିଳେନି। ଛୁଟିଦିନରେ ଯୋଜନା କରିବେ କୁଆଡେ ଗୋଟେ ବୁଲିଯିବେ।ସକାଳୁ ଜଳଖିଆ ସାରିଗାଡି ଧରି ପରିବାର ନେଇ ଚାଲିଲେ।ଫେରିଲା ବେଳକୁ ମାଆ ରୋଷେଇକରି ଥୋଇଥିବ।ଏ ଭିତରେ ପୁଅ ବୋହୁ ବି ପରିବାର ସହ ଆସିଲେ।ସେମାନେ ବି ଭଉଣୀ ସହ ବୁଲି ଚାଲିଗଲେ।ଏପଟେ ମାୟା ସବୁ ରୋଷେଇ ସାରି ଅପେକ୍ଷା କରିଥାନ୍ତି।ସନ୍ଧ୍ୟାରେ ସପିଙ୍ଗ ପାଇଁ ବାହାରିଗଲେ।ଖାଇବାର ବ୍ୟବସ୍ଥା କରିରଖିବାକୁ କହିଲେ।ମାୟା ମାଂସ କିଣି ଆଣି ରୋଷେଇ କଲା କଷ୍ଟେମଷ୍ଟେ ଠିଆ ହେଇ।ଗୋଡରେ ବ୍ୟଥା ହେଉଥାଏ।ତଥାପି ପିଲାଙ୍କ ପସନ୍ଦ ବୋଲି ମମତାରେ ଓଦା ସରସର ହୋଇ ସାରା କଷ୍ଟ ଭୁଲି ଯାଉଥାଏ। ହେଲେ ଫେରିଲାବେଳେ ବାହାରେ ଖାଇକି ଫେରିଲେ ସଭିଏଁ।ତାର ଏତେ ପରିଶ୍ରମର ରାନ୍ଧିବା ଫ୍ରିଜରେ ଜମାହେଲା।

ଦିନେ ସେ ଗୃହଚଳନୀୟ ଜିନିଷ ଆଣିବାକୁ ବଜାର ଯାଇଥିଲା।ନାତୁଣୀ ର ଜନ୍ମଦିନ ପାଇଂକିଛି ସୁନା ଜିନିଷ ଆଣିବାର ବି ଥିଲା।ହେଲେ ସେଦିନ ଦୋକାନ ବନ୍ଦଥିଲା।ପାଖରେ ଏକ ବୟୋନିକା ମେଳା ଲାଗିଥିଲା।ମାନେ ବୁଣାକାର ମାନଙ୍କ ପ୍ରସ୍ତୁତ ଜିନିଷ ସେଠି ବିକ୍ରି ହେଉଥିଲା।ସେ ଯେତେବେଳେ ମେଳା ପର୍ଯ୍ୟନ୍ତ ଆସିଯାଇଥିଲା ଭିତରେ ଯାଇ ଥରେ ଦେଖିବାର ଅଭିଳାଷାକୁ ଦବେଇ ପାରିଲା ନାହିଁ।ଭିତରେ ଅନେକ ପ୍ରକାର ସମ୍ବଲପୁରି ଶାଢୀର ଭଣ୍ଡାର ଥିଲା।ଡ୍ରେସ କପଡା ସହିତ ଡ୍ରେସ ବି ଥିଲା।ସେସବୁ ଦେଖୁ ଦେଖୁ ଶଢୀଟେ କଣିବାକୁ ଇଛାହେଲା। ଚାରିପାଞ୍ଚଦିନ ପରେ ନାତୁଣୀର ଜନ୍ମଦିନ ଅଛି।ସେଦିନ ପାର୍ଟିରେ ପିନ୍ଧିବ ବୋଲି ଶାଢୀଟେ ଖୋଜିଲା।ହେଲେ ଶାଢୀର ଡିଜାଇନ ପସନ୍ଦ ଆସିଲେ ରଙ୍ଗ ପସନ୍ଦର ନଥିଲା।ଶେଷରେ ବାଛୁବାଛୁ ଆକାଶୀ ରଙ୍ଗର ପାଟଟେ ପସନ୍ଦ ଆସିଲା ହେଲେ ଦାମ ଟିକେ ବେଶିଥିଲା।ସେ ପାଞ୍ଚ ଛଅ ହଜାର ଭିତରେ ଶାଢିଟେ ନେବାକୁ ଭାବୁଥିଲା।ବାଛିିଥିବ ଶାଢୀ ଏଗାରହଜାର ଥିଲା।ଦୋକାନୀ ଯୋରକଲା ରଙ୍ଗ ପସନ୍ଦ ଆସିଛିତ ନେଇଯାନ୍ତୁ।ଟଙ୍କାକୁ ଦେଖନ୍ତୁନି।ପରେ ଏମିତି ପସନ୍ଦର ଜିନିଷ ପାଇବେନି।ଏସବୁ ଦୋକାନୀ ମାନଙ୍କ ଗ୍ରାହକଙ୍କୁ ମନେଇବାର ଗୋଟେ ଗୋଟେ କୌଶଳ।

ସେବି ଦୋକାନୀ କଥାରେ ଭାସି ପାଟଟା ନେଇ ଆସିଲ।ତା ପର୍ସର ତା ସଂଚୟ ଟଙ୍କାରୁ କିଛି ଜମା ଥିଲା।ତା ନାଁରେ ଘରଟେ ଭଡା ଲାଗିଛି ସେଥିରୁ ମିଳୁଥିବା ଟଙ୍କା ତାକୁମିଳେ ନିଜ ପାର୍ସନାଲ ଖର୍ଚ୍ଚ ପାଇଁ। ସେ ଭଡା ଟଙ୍କା କିଛି ପର୍ସରେ ଥିଲା ସେଥିରେ କିଣି ନେଲା। ଶାଢୀଟା ଧରିଆସିଲା ପରେ ଆଲମିରାରେ ରଖୁରଖୁ ତାସ୍ବାମୀ ଦେଖିନେଲେ।ସେ ପେକେଟ ଖୋଲି ଦେଖିଲେ ଏତେ ଦାମୀଶାଢୀ କଣିଥିବାରୁ କିଛି କମେଣ୍ଟ କଲେ ଆଲମିରା ଭର୍ତ୍ତି ଶାଢୀଥିଲେ ବି ତୁମେ ଶାଢୀ କିଣୁଛ।ତାପରେ ଝିଅ ଦେଖିଲା ସେ କହିଲା ମୁଁ ବି ଏତେ ଦାମର ଶାଢୀ କିଣେନି।ଆଉତୁ କିଣି ନେଇ ଆସିଲୁ।ତାର ଶାଢୀ କିଣିବାର ଯାହା ସରାଗ ଥିଲା ମରିଗଲା। ତାପରଦିନ ରୋଷେଇ କଲାବେଳେ ଗ୍ୟାସ ଲିକ୍ ହେବାରୁ ପୁଅଝିଅ ମିଶି ଚାରିଟା ଚୁଲ୍ଲୀବାଲା ନୂଆଁ ଗ୍ୟାସ ଚୁଲ୍ଲୀ କିଣିନିଅ ବୋଲି ମାୟାକୁ କହିଲେ।ମାୟା କହିଲା ତାର ତ ଏ ଚଲ୍ଲୀରେ ଚଳିଯାଉଛି ବେକାରରେ ଏତେ ଖର୍ଚ୍ଚ କାହିଁକି କରିବ।ସେତେବେଳେ ଝିଅ କହିଲା ଶାଢୀ କିିଣିଲାବେଳେ ଏଗାରହଜାରର ଶାଢୀ କିଣି ପାରୁଛୁ ଆଉ ଗ୍ୟାସଚୁଲ୍ଲୀ କିଣିଲାବେଳେ ଟଙ୍କା ନାହିଁ ବୋଲି କଟାକ୍ଷ କଲା ।ସତ କହିବାକୁ ଗଲେ ନାରୀ ହିଁ ନାରୀର ଶତ୍ରୁ।ନାରୀ ଅନ୍ୟର ସୁଖ ସହିପାରେନି ସେ ଝିଅ ହେଉକି ମାଆ ହେଉ।ଏବେ ମାୟାର ବୟସ ହେଇ ଯାଇଥିଲା ଆଗପରି ସିନ୍ଥେଟିକ୍ ଶାଢୀ ତାକୁ ଶୋଭା ଦେଉନଥିଲା।ସଭାସମିତିରେ ଷ୍ଟେଜରେ ବସିବାକୁ ପଡେ ସେଥିପାଇଁ ତା ସମୁଦୁଣୀ ସବୁବଳେେ କୁହନ୍ତିଏବେ ଯେବେ ଶାଢୀ କିିଣିବ ସମ୍ବଲପୁଳୀ ପାଟ କି ଶାଢୀ କିଣିବ।ବୋହୁ ବି କେବେ ମନାକରେନି ବରଂ ଦାମି ଶାଢୀ କିଣିକିଦିଏ ତା ବୟସ ସହ ସୁଟ୍ କରିବାପରି।ଏବେ ସିନ୍ଥେଟିକ୍ କମ୍ଦାମର ଶାଢୀଆଉ ତୁମକୁ ମାନିବନି ବୋଲି କୁହେ।ସେ କଥା ମନେ ପଡିବାରୁ ସେ ଶାଢୀଟେ ନେଇ ଆସିଥିଲା।ହେଲେ ଶାଢୀପାଇଁ ଏତେ କଥା ଶୁଣିବାପରେ ତା ସ୍ବାଭିମାନକୁ ବଡ ବାଧିଲା ।ଦୁଇବର୍ଷତଳେ ନାତୁଣୀର ଏକୋଶିଆକୁ ଶାଢୀଟେ କିଣିଥିଲା।ଗତବର୍ଷ କରୋନ ପାଇଁ ଜନ୍ମଦିନ ପାଳନ ହେଇନି।ଦୁଇବବର୍ଷରେ ଶାଢୀଖଣ୍ଡେ କିଣିବା କଣ ତାର ଅଧିକାର ନାହିଁ?।ସେ ଯଦି ଚାକିରି କରିଥାନ୍ତା ଏବେ ଶାଠିଏ ସତୁରି ହଜାର ଦରମା ପାଉଥାନ୍ତା।କାହାର ହାତ ଟେକାକୁ ଅପେକ୍ଷା କରିବାକୁ ପଡନ୍ତା ନାହିଁ।କେବଳ ପିଲାଙ୍କ ଯତ୍ନନେବାରେ ଅବହେଳା ହେବ ବୋଲି ତା ସ୍ବାମୀ ତାକୁ ଚାକିରି କରିଦେଲେନାହିଁ। ହେଲେ ଯାହାପାଇଁ ସେ ଏତେ ତ୍ୟାଗ କଲା ସେହିମାନେ ତାକୁ ଏଗାର ହଜାର ଟଙ୍କା ଖର୍ଚ୍ଚ କରିବା ଯୋଗ୍ୟତା ନାହିଁବୋଲି ବାଛିଦେଲେ।ନିଜ ପାଇଁ ଲକ୍ଷଲକ୍ଷ ଖର୍ଚ୍ଚ କରୁଛନ୍ତି।ହେଲେ ମାଆ ଜୀବଟି କେବଳ ଘରକାମପାଇଁ ତିଆରି।ଦିନରାତି ଚାକରାଣୀପରି ଖଟିବ ବିନା ଦରମାରେ।କିଛି ନିଜପାଇଁ କିଣିଲେ ସଭିଙ୍କ ନଜରରେ ଦିଶେ।ଏସବୁ ଗୋଟିଏ ଘରକଥା ନୁହେଁ।ପ୍ରାୟ ପରିବାରର ମାଆଙ୍କ କାହାଣୀ।କେତେ ଶୁଣାଇଦେଲା ଝିଅ ତାକୁ।ସେ ତା ବାପାର ଟଙ୍କା ବି ଖର୍ଚ୍ଚ କରିନି ନିଜ ଘରଭଡା ଯାହା ତା ହାତଖର୍ଚ୍ଚପାଇଁ ଦିଆହୁଏ ସେଥିରେ କଣି ଥିଲା।ସେଦିନ ତାକୁ ବଡ ବାଧିଥିଲା।ଏପଟେ ଗୋଡରେ ଦରଦ ରେ ଫାଟିପଡୁଥାଏ ତାଉପରେ ଶାଢୀପାଇଁ ଝିଅର କମେଣ୍ଟ ତା ସହିବାର ଧୈର୍ଯ୍ୟ ଭାଙ୍ଗି ଦେଇଥିଲା।ଏତେ ଦରଦ ହେଲାପରେବି କେହି ତାପ୍ରତି ସିମ୍ପାଥି ଟିକେ ଦେଉ ନ ଥିଲେ। ସେମିତି ବ୍ୟଥାରେ ସେ ସକାଳୁ ଉଠି ଭୂଇଁରେ ଗୋଡ ରଖିଲା ବେଳେ ଚଲ୍ଚଲ୍ କରୁଥିବା ସତ୍ତ୍ବେ ଝାଡୁ କରୁଥିଲା।ପିଲାମାନେ ଆସିଥିବାରୁ ନିତି ଫିନାଇଲ୍ ପକେଇ ପୋଛା ଲଗାଉଥିଲା।ତାପରେ ଘର କାମ ସହିତ ଭିନ୍ନକ୍ଷମ ଭଉଣୀର ସାରାକାମ ତାକୁ ପଡୁଥିଲା ।ଏ ଭିତର କପଡା ଧୋଇବାକୁ ମୁଁ ପାରୁନି କହିବାରୁ ଭଉଣୀ ତା ନିଜ କପଡାକୁ ନିଜେ ଧୋଇ ଦେଉଥିଲା ସେ ଆଣି ଖରାରେ ଶୁଖାଇ ନେଇଦିଏ ତାପାଖକୁ।

ହେଲେ ସେଦିନ ତାର ଧୈର୍ଯ୍ୟ ଭଙ୍ଗ ହେଇଥିଲା।ସେ ତା ସ୍ବାମିକୁ କହିଲା।ମୁଁ ଆଉ କାମକୁ ପାରୁନି।ଚାକରାଣୀ ଟେ ରଖ।ନହେଲେ ମୁଁ କୋଉ ଆଶ୍ରମକୁ ଚାଲିଯିବି।ଏଠି ଏତେ କାମ କଲେ ବି ମୋର କିଛି ସମ୍ମାନ କା ଇଜ୍ଜତ ନାହିଁ।କେବଳ ଯିଏ ଟଙ୍କା କମାଏ ତାର ସମ୍ମାନ ଇଜ୍ଜତ ଥାଏ।ସେମାନେ ମନ ପସନ୍ଦରେ ଖର୍ଚ୍ଚ କରିପାରନ୍ତି।ସେ ଏତେଦିନ ନୌକରାନୀର ସବୁକାମ କରୁଛି। ନୌକରାନୀ ରଖିଲେ କେତେ ଖର୍ଚ୍ଚ ହୁଅନ୍ତା ସେ ଏତେ ଖର୍ଚ୍ଚ ବଞ୍ଚାଇଛି ଅଥଚ ଶାଢୀଖଣ୍ଡେ କିଣିବାର ଅଧିକାର ନାହିଁ ତାର। ଗୋଡ ଦରଜରେ ମୋର ପ୍ରାଣ ଛାଡି ଯାଉଛି।ବେଶି ସମୟ ଠିଆହେଇପାରୁନି।ଏକାଜାଗାରେ ଠିଆହେଇ ସବ୍ଜି କାଟିବା ,ବାସନ ମାଜିବା କପଡା ଶୁଖାଇବା ପୁଣି ଶୁଖିଲେ ଚଉତି ଆଣିବା ବେଳେ ଯାହା କଷ୍ଟ ହେଉଛି ମୁଁ ଜାଣୁଛି।ତୁମ ମାନଙ୍କୁତ କିଛି ଫରକ ପଡୁନି।ମୋର ଯାହା ହେଲେ କେବଳ ମୁହଁରେ ଟିକେ ଆଶ୍ବାସନା ଦେଇଦେଉଛ।ହେଲେ କାମତ ମତେ ହିଁ କରିବାକୁ ପଡୁଛି।କେହି ସହଯୋଗ ନକଲେ ଏତେ କାମ ମୁଁ ଆଉ ପାରିବିନି।ସେଦିନ ସେ ଜାଣିଲେ ପ୍ରକୃତରେ ତାକୁ କଷ୍ଟ ହେଉଛି ।ଆଗରୁ ବୋଧହୁଏ କେହି ବିଶ୍ବାସ କରୁନଥିଲେ ତା କଥାକୁ । ତାପରେ ଚାକରାଣୀ ର ଅନ୍ବେଷଣ ଆରମ୍ଭ ହେଇଗଲା।ହେଲେ ସହଜରେ ଚାକରାଣୀ ମିଳୁଛନ୍ତି କୁଆଡେ?ଏଭିତରେ ଆହୁରି କିଛିଦିନ ସେମିତି କଟିଗଲା।ଦରଜ କମିବା ବଦଳରେ ବଢିବାକୁ ଲାଗିଥାଏ।କାରଣ ଦରଜ ଉପରେ କାମ କରିବାକୁ ପଡୁଥିଲା।ମୋଟେ ରେଷ୍ଟ ମିଳୁନଥିଲା।ଶେଷରେ ମାୟା ବାଧ୍ୟ ହେଇ ନିଜେ ଡ୍ରାଇଭରକୁ ଧରି ଜଣେ ପରିଚିତ ଫିଜିଓ ଥେରୋପି ଡାକ୍ତରଙ୍କ ପାଖକୁ ବାହାରିଲା ଚିକିତ୍ସାପାଇଁ।ନିଜ ଦୁଃଖର ନିଜେ ହିଁ ଚିକିତ୍ସା କରିବାକୁ ପଡିବ।ସେଠି ଗଲାପରେ ଏକ୍ସରେ ଦେଖି ଡାକ୍ତର କହିଲେ ଅଣ୍ଟାର ସ୍ପାଇନ୍ ଟେ ଉପରକୁ ଉଠିଯାଇଛି ଠିକ ଜାଗାରେ ବସି ପାରିନି ସେଥିପାଇଁ ବ୍ୟଥା ହେଉଛି।ସେ ତାକୁ ଜାକିକି ତା ଜାଗାରେ ବସାଇଲେ।ଫିଜିଓ ଥେରୋପି, 

ଅଲ୍ଟ୍ରାସୋନିକ୍,ଓ ଲାଇଟରେ ସେକ ଦେଲେ ସାତଦିନ ଯାଏ ।ତାପରେ ଘସା ମୋଡା ମସାଜ୍ କଲାପରେ ଟିକେ ରିଲେକ୍ସ ଲାଗିଲା।ଦୁଇଦିନ ଏକଦମ୍ ଭଲ ଲାଗିଲା।ପୁଣି ଦିନେ ବେଶି କାମ ପଡିବାରୁ ପେନ୍ ବଢିଗଲା।ତାପରଦିନ ପୁଣି ଭଲ ମସାଜ ହେଲା କେତୋଟି ବ୍ୟାୟାମ କରିବା ଶିଖେଇଲେ।ସକାଳୁ ଉଠି ସେ ବ୍ୟାୟାମ କଲାପରେ ଗୋଡ ଯୋଉ ଟାଣୁଥାଏ ଟିକେ ଭଲରେ ଭୂଇଁରେ ରଖି ଚାଲିହେଲା।ଏମିତି ଭାବରେ ଘରକାମ ବି ଚାଲୁଥିଲା।ତାପରେ ଅନେକ ଖୋଜାଖୋଜିର ଫଳସ୍ବରୁପ ଚାକରାଣୀଟେ ମିଳିଲା।ଯିଏ ଗୋଟିଏ ବେଳା ଆସି ବାସନମଜା ଘରଝାଡୁ ପୋଛା କରିଦେଇଗଲା। ଫିଜିଓ ଥେରୋପି ସପ୍ତାହେ ଗଲାପରେ ଟିକେ ସୁସ୍ଥଲାଗିଲା।ତଥାପି ଭିତରେ ଭିତରେ ବ୍ୟଥା ରହିଥାଏ ।ତଥାପି ଆଗ ଅପେକ୍ଷା ବହୁତ କଷ୍ଟ କମିଗଲା।ଏବେ ଟିକେ ରେଷ୍ଟ ମିଳୁଥି୍ଲା ନିଜ ଦେହର ବ୍ୟାୟାମ ପାଇଁ ଓ ଯତ୍ନପାଇଁ।ଲେଖାଲେଖିପାଇଁବି କିଛି ସମୟ ମିଳିଲା।ନହେଲେ ସେ ସବୁବେଳେ କାମରେ ବ୍ୟସ୍ତ ରହିବା ଫଳରେ ଲେଖାଲେଖି ପାଇଁ ଆଉ ଦିମାଗ କାମ କରୁନଥିଲା। ଏ ଭିତରେ ସେ ସଂପର୍କର ମାନେ ବୁଝି ସାରିଥିଲା ଭଲ ଭାବରେ ।ଜଣେ ନାରୀ ନିଜ ଜୀବନର ସବୁକିଛି ତ୍ୟାଗକରିଦିଏ। ନିଜ ପତି ସନ୍ତାନଙ୍କ ପାଇଁ ହେଲେ ନିଜର କଷ୍ଟବେଳେ କେହି କାମରେ ଆସନ୍ତିନି।ଅବଶ୍ୟ ସେମାନେ ବି ନିଜ କାମରେ ବ୍ୟସ୍ତ ଥାଆନ୍ତି,ତଥାପି ଜଣେ ଚାହିଁଲେ କିଛି ସମୟ ବାହାର କରିପାରିବ କିଛି ସହଯୋଗ କରିବାକୁ।କାମ ନହେଲେ କଥାରେବି ଜଣକୁ ହମଦର୍ଦି ଦେଖାଇ ମନୋବଳ ବଢାଇ ପାରିବ।ମାଆଟିଏ ନିଜକୁ ଅନ୍ୟପାଇଁ ଖଣ୍ଡଖଣ୍ଡ କରି ବାଣ୍ଟିଦିଏ ଆଉ ନିଜେ ଅଚଳ ହେଇପଡିଲେ ତାପାଇଁ କାହାପାଖେ ସମୟ କି ସହଯୋଗ ଦେବାର ମନୋବୃତ୍ତିନଥାଏ। ନିଜପାଇଁ କିଛି ଖର୍ଚ୍ଚ କରିଦେଲେବି କଟକଣ ତା ଉପରେ।ତାହେଲେ ସେ ଜୀବନସାରା ଅନ୍ୟପାଇଁ ଖଟିବ କାହିଁକି?ଯଦି ତାର ନିସ୍ବାର୍ଥ ସେବା ବିନା ଦରମାରେ ଖଟିବାର କିଛିମୂଲ୍ୟନାହିଁ ନିଜ ଘରେ ତାହେଲେ ଅନ୍ୟ କୋଉ କର୍ମଶାଳାରେ ରହି କାମକଲେ ବରଂ ଭଲ।ସେଠି ଅତିକମ୍ ରେ ସ୍ବାଭିମାନରେ ତ ରହିବ।ନିଜ କାମର ବି କିଛି ମୂଲ୍ୟ ମଳିଯିବ ତାକୁ।ପରପାଖରେ ହାତ ପାତିବାକୁ ପଡିବନି।ଜୀବନର ସତ୍ୟତାକୁ ସେ ବୁଝି ଯାଇଥିଲା ଏ ଘଟଣାରୁ।ନିଜଲୋକ ବୋଲି ଯାହାପାଇଁ ଖଟୁଥିବ ଯନ୍ତ୍ରଣା ବେଳେ ହାତବି ମାରିବେନି।ବରଂ ଧନ୍ୟ ସେ ଫିଜିଓ ଥେରୋପି ଡାକ୍ତର ନର୍ସମାନେ ଯେଉଁମାନେ ପର ଲୋକକୁ ରଗଡି ଘସି ମସାଜ ଦେଇ ଯନ୍ତଣା ମୁକ୍ତ କରୁଛନ୍ତି।ଭିନ୍ନକ୍ଷମ ପୋଲିଓ ଗ୍ରସ୍ତ ପିଲାଙ୍କୁ ନିଜ ମସାଜ ଫଳରେ ସୁସ୍ଥ ଓ ଚଳନକ୍ଷମ କରୁଛନ୍ତି।ନିଜ ପିଲାଏତ ବାପା ମାଆର ଗୋଡହାତ ମୋଡିବାତ ଦୂରର କଥା ଟିକେ ଛୁଇଁବେ ବି ନାହିଁ।ଏ ଡାକ୍ତର ନର୍ସମାନେ ଟଙ୍କା ନିଅନ୍ତୁ ପଛେ ଯନ୍ତ୍ରଣା ମୁକ୍ତ କରି ବଡ ପୁଣ୍ୟ କରୁଛନ୍ତି।ଜଣେ ଯନ୍ତଣା ଛଟପଟ ହେଉଥିବାବେଳେ ଯିଏ ଟିକେ ଆରାମ ଯୋଗାଏ ସେ ଭଗବାନ ପରି ପ୍ରତେ ହୁଏ।ଆଉ ଏମାନେ ସେମିତି ଜଣେ ଜଣେ ଭଗବାନ ସଦୃଶ୍ୟ।ନାରୀ ଜୀବନର ଅସହାୟତାକୁ ଭଲଭାବେ ହୃଦୟଙ୍ଗମ କରିପାରିଥିଲା ମାୟା,ଏହା କେବଳ ମାୟାର କଥା ନୁହେଁ ଆଜିକା ପ୍ରତି ମାଆମାନଙ୍କ କାହାଣୀ।ବୃଦ୍ଧାବସ୍ଥାରେ ପିଲାଙ୍କଠୁ କିଛି ସେବାର ଆବଶ୍ୟକତା ଅପେକ୍ଷା କରୁଥିବା ବେଳେ ସାହାଯ୍ୟ ତ ମିଳେନି ବରଂ ନିଜକୁ ତାଙ୍କ କାମ କରିବାକୁ ପଡେ । ଝିଅ ବୋହୁ ଚାକିରି କରୁଛନ୍ତି ଆଜିକାଲି। ଶାଶୁକୁ ନେଇ ସେଠି ଘରଓ ପିଲାଙ୍କ ସେବାରେ ଲଗାଉଛନ୍ତି।ଦେହ ସୁସ୍ଥ ଥିଲାବେଳେ ତ ଘର କାମ କରିିବାକୁ ମାଆକୁ ଖୁସିଲାଗେ ହେଲେ ଯନ୍ତ୍ରଣା ସମୟରେ ବି ତା କଥା ନବୁଝିଲେ ତାମନ ଦୁଃଖ ହେବ ହିଁ ହେବ।କାରଣ ମାଆ ଟି ବି ଜଣେ ମଣିଷ, ଯନ୍ତ୍ର ନୁହେଁ।ତାରବି ବେଦନା ସଂବେଦନା ରହିଛି।ଏସବୁ ଅନୁଭବ ପରେ ତାର ସଂସାରରୁ ମୋହ ତୁଟି ସାରିଥିଲା।



Rate this content
Log in

Similar oriya story from Inspirational