STORYMIRROR

Akshayakumar Dash

Tragedy Action Inspirational

3  

Akshayakumar Dash

Tragedy Action Inspirational

ମାଟି

ମାଟି

2 mins
186

ନଟିଆ ଭୋରୁ ଉଠି ସିଧା ନଦୀବନ୍ଧ ଡେଇଁ ଯାଏ।ନଦୀକୁ ଗଲାବେଳେ ବାଟରେ ନିମ କି ସାହାଡ଼ା ଗଛ ଡାଳ ଖଣ୍ଡେ ଭାଙ୍ଗି ଦାନ୍ତକାଠି କରେ ।ସକାଳୁଆ ନିତ୍ୟକର୍ମ ଶେଷ କରି ଘରକୁ ଫେରେ ।ସେତେବେଳେ ସୁରୁଜ ଦେବ ପୂରୁବ ଦିଗରେ ସିନ୍ଦୁର ବିନ୍ଦୁ ପରି ଉଠିଥାନ୍ତି ।ପକ୍ଷୀମାନେ ଉଡି ପାଖ ବରକୋଳି ଗଛରେ ବସି ରାବ ମାରୁଛନ୍ତି ।କଣ୍ ସବୁ ତାଙ୍କ ଭାଷାରେ କୁହନ୍ତି, ନଟିଆ ଫାଳେ ବୁଝେ ।ଖୁସିରେ ଆନନ୍ଦରେ ରାବ କରନ୍ତି। ଆଉ ଅଧଘଣ୍ଟା ପରେ ଉଡିଯିବେ ।ଖାଦ୍ୟ ଖୋଜିବେ । ବିଲ ବନ ପାହାଡ଼ ବଗିଚା ତାଙ୍କ ଚରା ଭୁଇଁ। ପୁଣି ଫେରିବେ ସଂଜକୁ। ବାଟଯାକ ଅନାବନା ଗଛ। ସରୁ ବାଟ । ସେଇ ନଈକୁ ଯିବା ବାଟରେ ତାର ମାଣେ ଜମି ପଡେ। ସେଇ ଜମିଆଡେ ଯିବାକୁ ଇଛା ହୁଏ ।ଡେରି ହୋଇଯିବ ଦେଖି ଖାଲି ଟିକେଚାହିଁ ଚାଲି ଆସୁଥିଲା । ଘରେ ତାର ଭାରିଯା ଉଠି ଗୋବର ପାଣି ପକୋଉଥିଲା।ଘର ଚାରିପଟେ ପକେଇ ସାରି ଚୁଲିରୁ ପାଉଁଶ କାଢୁକାଢୁ ନଟିଆ କହିଲ। ଚାହା ବସା। କହି କେରେ ଶୁଖିଲା ପତ୍ରକୁ ଗୋଟେଇ ଆଣିଲା। ତା ପତ୍ନୀ ସିକାରୁ କ୍ଷୀର ମାଟି ହାଣ୍ଡିଟି ଆଣି ମେଟିଲିରେ ଅଜାଡି ଦେଲା ନିଆଁ ଲଗେଇଲା। କପରେ ଅଜାଡି ଆଣି ଥୋଇଦେଇ ଗଲା। ଭୁଜା ଡ଼ବାଟା ବଢ଼େଇ ଦେଇ ପଂହରା ଧରି ପଂହରି ଚାଲିଲା ।ନଟିଆ ମୁଢି ଚାହା ଖାଉଥାଏ। ରେବ ନଟିଆର ପତ୍ନୀ ଗୁହାଳରୁ ଗାଈ ବାଛୁରୀ ବଳଦ ଫିଟେଇ ବାହାରେ ବାନ୍ଧିଲା। ଗୁହାଳକୁ ସଫା କଲା। ବାଛୁରୀ ଫିଟେଇ କ୍ଷୀର ଦୁହିଲା ।ନଟିଆ ଦଉଡି ଆସି ବାଛୁରୀ ଧରିଲା।

       ପାହାନ୍ତିଆ ଯାଇ ଦିନ। ବଳଦ ଜୋଖି ହଳ ନେଇ ବିଲକୁ ଗଲା। ମାଟିଚିରି ଗାର କରି ଚାଲିଲା। କେତେ ବେଳେ ଦିନ ଆସି ସୁରୁଜ ମୁଣ୍ଡ ଉପରେ ହେଲେଣି ଜଣା ପଡୁନି ତାକୁ । କେତେକ ସାଙ୍ଗ ହଳ ଫିଟେଇ ଗଲେଣି ।ନଟିଆ ଆଜି ଏକରକଜମି ଚାଷ କରି ଉପରକୁ ଦେଖେତ ,ସୂର୍ଯ୍ୟ ଗଡ଼ିଲେଣି। ଚକରେ କେହି ଗୋଟେ ହଳିଆ ନାହାନ୍ତି। ଖରା ଦିନ। ବାରଟା ହେଲେ ମାଟି ତାତିଲା ।ମାଟି ସାଙ୍ଗରେ ଦେହକୁ ମାଟି କରି ଫସଲ ଅମଳ କରେ ଚାଷୀ । ବଜାରରେ ବିକେ। ମାସ ଶେଷରେ ତାର ପକେଟରେ ପଶେ ମାତ୍ର ପାଞ୍ଚ ହଜାର ଟଙ୍କା । ଆମ ନଟିଆ ପରି ପାଇଟି କରି ଖଟି ଖଟି ମାଟି ହେଉଥିବା ମଣିଷର ପେଟକୁ ଦାନା କାହିଁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy